ଚର୍ଚ୍ଚାରେ ଟ୍ରମ୍ପଙ୍କ ବାଣିଜ୍ୟ ତଦନ୍ତ: ଇୟୁ-ଆମେରିକା ବିବାଦ ଆହୁରି ତୀବ୍ର : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘର ନୀତି ବିରୋଧରେ ଏକ ଆନୁଷ୍ଠାନିକ ବାଣିଜ୍ୟ ତଦନ୍ତ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ୟୁରୋପୀୟ ସଂଘ ଦ୍ୱାରା ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ ଲାଗୁ କରାଯାଇଥିବା ଭାରୀ ଜରିମାନାର ପ୍ରତିକ୍ରିୟା ପରେ ଆସିଛି । BY-Subhasmita-dt-25.7.2026 ୟୁରୋପୀୟ ସଂଘ (EU) ଦ୍ୱାରା ଆମେରିକାର ବଡ଼ ଟେକ୍ କମ୍ପାନିମାନଙ୍କ ଉପରେ ଭାରୀ ଜରିମାନା ଲାଗୁ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ପଦକ୍ଷେପ ନେଇଛନ୍ତି। ସେ ୟୁରୋପୀୟ ସଂଘ ବିରୋଧରେ ଆନୁଷ୍ଠାନିକ ବାଣିଜ୍ୟ ତଦନ୍ତ ଆରମ୍ଭ କରିବା ସହ ଭବିଷ୍ୟତରେ ୟୁରୋପୀୟ ପଣ୍ୟ ଉପରେ ଅଧିକ ଆମଦାନି ଶୁଳ୍କ ଲାଗୁ କରିବାର ସଙ୍କେତ ଦେଇଛନ୍ତି। ଟ୍ରମ୍ପଙ୍କ ଅଭିଯୋଗ ହେଉଛି, EU କେବଳ ଆମେରିକୀୟ କମ୍ପାନିମାନଙ୍କୁ ଟାର୍ଗେଟ କରି ପକ୍ଷପାତମୂଳକ ନୀତି ଅନୁସରଣ କରୁଛି। ଏହି…
Author: Charcha News
ଗତକାଲି ରାତି ହୋଇଯିବାରୁ ଉଚ୍ଚକ୍ଷମତା ସମ୍ପନ୍ନ ଆଲୋକମାଳା ସହ ରଥଟଣା ହୋଇଥିଲା । ତାଳଧ୍ବଜ ରଥ ରାତି ୮ଟା ୧୫ରେ ପହଞ୍ଚିଥିଲା । ଦର୍ପଦଳନ ରଥ ୮ଟା ୫୮ ସୁଦ୍ଧା ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲା । ଲକ୍ଷ୍ମୀନାରାୟଣଙ୍କ ଭେଟ ପରେ ନନ୍ଦିଘୋଷ ରଥ ରାତି ପ୍ରାୟ ୧୦ଟା ୫୫ ବେଳକୁ ସିଂହଦ୍ବାରରେ ପହଞ୍ଚିଥିଲା । ଗତକାଲି ୪ଟା ୨୦ରେ ତିନି ରଥରେ ଛେରାପହଁରା ସାରି ଗଜପତି ପ୍ରତ୍ୟାବର୍ତ୍ତନ କରିବା ପରେ ଚାରମାଳ ଖୋଲାଯାଇ ଘୋଡ଼ା ଯୋଚା ହୋଇ ରଥଟଣା ଆରମ୍ଭ ହୋଇଥିଲା । ଆଜି ମହାପ୍ରକୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଆଭୁଷିତ ହୋଇ ଦର୍ଶନ ଦେବେ ଜଗତ ଠାକୁର। ଆସନ୍ତାକାଲି ଅଧରନୀତି ଓ ଶ୍ରୀଗରୁଡ଼ ଶୟନ ନୀତି ଓ ୨୭ରେ ତ୍ରୟୋଦଶୀରେ ନୀଳାଦ୍ରି ବିଜେ ପର୍ବ ଅନୁଷ୍ଠିତ ହେବ ।
ପୁରୀ ଭଳି କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର ଓ ଅନ୍ୟାନ୍ୟ ସ୍ଥାନରେ ଠାକୁରଙ୍କ ବାହୁଡ଼ା ଯାତ୍ରା ହୋଇଛି । କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହୋଇଛି ସିଦ୍ଧ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦିରୁ ରତ୍ନବେଦିକୁ ଫେରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ପୁରୀ ଭଳି କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର ଓ ଅନ୍ୟାନ୍ୟ ସ୍ଥାନରେ ଠାକୁରଙ୍କ ବାହୁଡ଼ା ଯାତ୍ରା ହୋଇଛି । କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହୋଇଛି ସିଦ୍ଧ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା । ସନ୍ଧ୍ୟା ୫ଟାରେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି । ଆଜି ବି ତୁଳସୀ କ୍ଷେତ୍ରରେ ଗଡ଼ିବ ରଥ । ବାରିପଦାରେ ଆଜି ବାହୁଡ଼ା ଯାତ୍ରା । ଗତକାଲି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ଆଜି ଓ ଆସନ୍ତାକାଲି ୨ ଦିନ ଧରି ବାରିପଦାରେ ରଥଟଣା ଓ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ସେପଟେ ପ୍ରଭୁ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ପାଇଁ କେନ୍ଦୁଝରରେ ଅଗଣିତ ଭକ୍ତଙ୍କ ଗହଳି । ରଥାରୂଢ଼ ହେବା…
ଗୁଣ୍ଡିଚା ମନ୍ଦିରର ନବଦିନାତ୍ମକ ଲୀଳା ସାଙ୍ଗ କରି ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ତିନି ରଥ । ଜୟ ଜଗନ୍ନାଥ ଧ୍ୱନି, ହରିବୋଲ, ହୁଳହୁଳି ଓ କାହାଳିର ଶବ୍ଦରେ କମ୍ପିଉଠୁଛି ଶ୍ରୀକ୍ଷେତ୍ର । ଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ ଗଡ଼ିବା ଆରମ୍ଭ ହୋଇଛି । ୯ ଦିନର ଲୀଳାଖେଳା ସାରି ଆଜି ରତ୍ନ ବେଦିକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ତାଳଧ୍ୱଜ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି । ପରମ୍ପରା ଓ ନୀତିକାନ୍ତି ଅନୁସାରେ, ଶ୍ରୀଜିଉମାନଙ୍କ ସକାଳ ଧୂପ, ମଙ୍ଗଳାର୍ପଣ ଓ ପହଣ୍ଡି ବିଜେ ନୀତି ସମ୍ପନ୍ନ ହେବା ପରେ ରଥ ଉପରେ ରଥପ୍ରତିଷ୍ଠା ଓ ଶ୍ରୀବିଗ୍ରହମାନଙ୍କୁ ଆଜ୍ଞାମାଳ ବିଜେ କରାଯାଇଥିଲା । ଗଜପତି ମହାରାଜାଙ୍କ ଦ୍ୱାରା ରାଜକୀୟ ଛେରାପହଁରା ନୀତି ପୂରଣ ହେବା କ୍ଷଣି ଶରଧାବାଲିରେ ଉପସ୍ଥିତ ଲକ୍ଷ ଲକ୍ଷ ଭକ୍ତଙ୍କ…
ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ପଞ୍ଚମ ଦିନରେ ମଧ୍ୟ ଅଚଳାବସ୍ଥା ଜାରି ରହିିଥିଲା। ଆଜି ମଧ୍ୟ ଉଭୟ ସଦନରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ପଞ୍ଚମ ଦିନରେ ମଧ୍ୟ ଅଚଳାବସ୍ଥା ଜାରି ରହିିଥିଲା। ଆଜି ମଧ୍ୟ ଉଭୟ ସଦନରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଫଳରେ ଆସନ୍ତା ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭା ମୁଲତବୀ ରହିଛି। ମଧ୍ୟାହ୍ନ ଭୋଜନ ପରବର୍ତ୍ତୀ ସମୟରେ ରାଜ୍ୟସଭାରେ ‘ବନ୍ଦେ ମାତରମ୍’କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ପାଇଁ ଜାତୀୟ…
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖୁବ୍ ଶୀଘ୍ର ଖେଳାଯିବ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖୁବ୍ ଶୀଘ୍ର ଖେଳାଯିବ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ବିଶେଷ କଥା ହେଉଛି, ଏହି ସିରିଜ୍ର ଆୟୋଜକ ଆଫଗାନିସ୍ତାନ ହୋଇଥିଲେ ମଧ୍ୟ ସମସ୍ତ ମ୍ୟାଚ୍ ଭାରତର ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍*ରେ ଖେଳାଯିବ । ସୂଚନା ଅନୁସାରେ, ସିରିଜ୍ର ତିନୋଟି ମ୍ୟାଚ୍ ସେପ୍ଟେମ୍ବର ୧୩, ୧୬ ଏବଂ ୧୯ ତାରିଖରେ ଆୟୋଜିତ ହେବାର ସମ୍ଭାବନା ରହିଛି । ଆଫଗାନିସ୍ତାନରେ ଆନ୍ତର୍ଜାତିକ କ୍ରିକେଟ୍ ଆୟୋଜନରେ ଥିବା ସମସ୍ୟା ଯୋଗୁଁ ଦିଲ୍ଲୀକୁ ଏହି ସିରିଜ୍ର ଭେନ୍ୟୁ ଭାବେ ବାଛି ନିଆଯାଇଛି । ତେବେ ଏହାର ଆନୁଷ୍ଠାନିକ ସୂଚୀ ଜାରି ହେବା ଅପେକ୍ଷାରେ ରହିଛି । ଏହାପୂର୍ବରୁ…
ବିଶିଷ୍ଟ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କର ପରଲୋକ ହୋଇଯାଇଛି । କଟକ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କେନ୍ଦ୍ରାପଡା : dt-24.7.2026 : ଆରପାରିଲେ ବିଶିଷ୍ଟ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କର ପରଲୋକ ହୋଇଯାଇଛି । କଟକ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମୁଦୁଲି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମୂଳ ବାସିନ୍ଦା ଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ନିକଟରେ ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଥିଲେ…
ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନ ବନ୍ଦ ପାଇଁ କକ୍ରୋଚ ଜନତା ପାର୍ଟି (ସିଜେପି) ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ କୌଣସି ଚୂଡ଼ାନ୍ତ ନିଷ୍କର୍ସ ବାହାରି ପାରିନାହିଁ। ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନ ବନ୍ଦ ପାଇଁ କକ୍ରୋଚ ଜନତା ପାର୍ଟି (ସିଜେପି) ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ କୌଣସି ଚୂଡ଼ାନ୍ତ ନିଷ୍କର୍ସ ବାହାରି ପାରିନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ଅଡ଼ି ରହିଛି। ସିଜେପି କହିଛି ଯେ, ସେମାନଙ୍କ ଦାବି ଉପରେ ଜବାବ ରଖିବାକୁ ସରକାର ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ସମୟ ନେଇଛନ୍ତି। ଶୁକ୍ରବାର ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ସିଜେପି ଓ ସରକାରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହ ସରକାରଙ୍କ ପ୍ରତିନିଧିତ୍ୱ କରିଥିଲେ। ସୌରଭ ଦାସ ଓ ଆଶୁତୋଷ ରାଙ୍କା ସିଜେପିର ପ୍ରତିନିଧିତ୍ୱ…
ପୁଅ ଶ୍ରୀମନ୍ଦିର କୁ ଫେରିଯିବେ ବୋଲି ଗୁମୁରିଗୁମରି କାନ୍ଦୁଛି ଗୁଣ୍ତିଚା ମା । କେମିତି ବା କାନ୍ଦିବ ନାହିଁ। ସେ ପା ମା’ .. ମା’ର ନୟନ ଗୋଟିଏ ମୁହୂର୍ତ୍ତ ପୁଅକୁ ନଦେଖିଲେ ମନ ବ୍ୟାକୁଅ ହୋଇଉଠେ। ପୁଅ ଶ୍ରୀମନ୍ଦିର କୁ ଫେରିଯିବେ ବୋଲି ଗୁମୁରିଗୁମରି କାନ୍ଦୁଛି ଗୁଣ୍ତିଚା ମା । କେମିତି ବା କାନ୍ଦିବ ନାହିଁ। ସେ ପା ମା’ .. ମା’ର ନୟନ ଗୋଟିଏ ମୁହୂର୍ତ୍ତ ପୁଅକୁ ନଦେଖିଲେ ମନ ବ୍ୟାକୁଅ ହୋଇଉଠେ। ମନ ଭିତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଯାଏ। ଗୁଣ୍ଡିଚା ମା’ ତା ପୁଅକୁ ଦେଖିବା ପାଇଁ ୧୨ମାସ ଅପେକ୍ଷା କରି ରହିଥାଏ। ଦୀର୍ଘଦିନର ଅପେକ୍ଷା କରିବା ପରେ ଯାଇ ୯ଦିନର ଏହି ଖୁସିର ମୁହୂର୍ତ୍ତ ଆସିଥାଏ। ପୁଣି ପୁଅକୁ ଦେଖିବା ପାଇଁ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ମା’ ମନ କୋହରେ ଭରି ଯାଉଛି।ଏପଟେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଲକ୍ଷଲକ୍ଷ ଭକ୍ତ…








