ଚର୍ଚ୍ଚା ନିୟୁଜ୍
Author: Charcha News
ଚର୍ଚ୍ଚା ନିୟୁଜ୍
ବସ୍ତିବାସିନ୍ଦା ବିଶେଷ କରି କୃଷକ ବଜାର ବସ୍ତିବାସିନ୍ଦା ଗତ କିଛି ଦିନ ହେବ ବସ୍ତି ଉଚ୍ଛେଦର ଏକ ଆତଙ୍କ ଲୋକଙ୍କଙ୍କ ଭିତରେ ଖେଳାଯାଇ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରି ପକାଇଛି। ଏହି ଆତଙ୍କକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରାୟସ ହୋଇନାହିଁ। ବସ୍ତି ବାସିନ୍ଦାଙ୍କ ସାମ୍ବିଧାନିକ ଆନ୍ଦୋଳନ ଫଳରେ ବସ୍ତିବାସିନ୍ଦାଙ୍କ ବିସ୍ଥାପନ ଓ ଥଇଥାନ ପାଇଁ ରାଜ୍ୟରେ ନିର୍ଦ୍ଦିଷ୍ଟ ଆଇନ ପ୍ରଣୀତ ହୋଇଛି କିନ୍ତୁ ଦେଖାଯାଉଛି ନିଜେ ପ୍ରଶାସନ ଆଇନକୁ ସମ୍ମାନ ଦେଉନାହିଁ। ସମ୍ବିଧାନକୁ ମର୍ଯ୍ୟାଦା ନେବା ତ ଦୂରର କଥା, ବିନା ସାଧାରଣ ଜନସ୍ୱାର୍ଥରେ, ବିନା ନୋଟିସରେ ଗରୀବ, ଶ୍ରମଜୀବୀଙ୍କ ବାସ ଅଧିକାର କୁ ଅପହରଣ କରି ତାଙ୍କ ଜୀବନ ଓ ଜୀବିକାର ମୌଳିକ ଅଧିକାରରୁ ବଂଚିତ କରିବା ଅତି ଗର୍ହିତ ପଦକ୍ଷେପ। ବସ୍ତି ବାସିନ୍ଦାଙ୍କ ପାଇଁ ହୋଇଥିବା ଆଇନ କୁ ଯଦି ସରକାର ଓ ପ୍ରଶାସନ ନ ମାନିବା ତାହା ଅତ୍ଯନ୍ତ କ୍ଷୋଭର ବିଷୟ।…
ଆଜି ନୂଆପଡା ବିଜେଡି ପକ୍ଷରୁ ପତୋରା ଅପରଜୋଙ୍କ ପ୍ରକଳ୍ପ ଚାଷୀ ଙ୍କ ଦୁଃଖ ନେଇ ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ ଙ୍କ ନେତୃତ୍ୱ ରେ ଶହ ଶହ ଚାଷୀ ଏକତ୍ରିତ ହୋଇ ପୋଲିସ ପଡିଆ ରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସଦଭାବନା ସଭାଗୃହ ଭିତରୁ ଧସେଇ ପଶିଥିଲା ଓ ଜୋରଦାର ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l କୁତ୍ରିମ ମରୁଡି ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ଉପରେ ଜୋରଦାର ଗର୍ଜିଥିଲେ ଉପସ୍ଥିତ ବିଜେଡି ନେତା l ସମସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଦେବା ସହିତ ଚାଷୀ ଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ l ଏହି ଅବସରରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ, ଯୁବ ନେତା ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ଭୋଇ, ଜିଲ୍ଲା ପରିଷଦ…
ଚର୍ଚ୍ଚା newsଓଡିଶା
BY-shubhrakabta routray ଭଦ୍ରକ – ଚାନ୍ଦବାଲି କୋର୍ଟ ପରିସରରୁ ପୋଲିସ ହେଫାଜତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା। ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତର ଟେର ପାଉନି ପୋଲିସ। ଅଭିଯୁକ୍ତକୁ ଧରିବାକୁ ସ୍ୱତନ୍ତ୍ର ପୋଲିସ ଟିମ ଗଠନ ହୋଇଥିବା ସୂଚନା ଦେଲେ ଭଦ୍ରକ ଜିଲ୍ଲା ଅତିରିକ୍ତ ଏସପି। ଅଭିଯୁକ୍ତ ନାମରେ ଆଉ ଏକ ମାମଲା ଚାନ୍ଦବାଲି ଥାନାରେ ଦାୟର ହେବା ସହିତ ପୋଲିସ ଅଭିଯୁକ୍ତକୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଓ ଜାରି ରଖିଛି। ଅନ୍ୟପଟେ ଘଟଣାର ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ଦାୟିତ୍ବରେ ଥିବ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗତକାଲି ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଆଇପିସି ୩୭୬ ଦଫାରେ ଅଭିଯୁକ୍ତ ଦେବବ୍ରତ ଦାସକୁ ଗିରଫ କରିବା ସହ କୋର୍ଟରେ ହାଜର ପାଇଁ ଚନ୍ଦବାଲି କୋର୍ଟକୁ ନେଇଥିଲା. ମାତ୍ର କୋର୍ଟରେ ହଜାର ପୂର୍ବରୁ ପୋଲିସ ହେପାଜାତରୁ ଚମ୍ପଟ ମାରିଲା ଅଭିଯୁକ୍ତ।…
ଦୟନୀୟ ଅବସ୍ଥାରେ ସ୍ତ୍ରୀ ଦୁଇ ନାବାଳକ ପିଲା ବୃଦ୍ଧ ବାପା ମାଆ BY-Ghasiram Behera ଥମିବାର ନାମ ନେଉନି ଦାଦନ ଦୁଃଖ l ପୁଅ ହୋଇ ପୁଅର ଦାୟୀତ୍ୱ ତୁଲାଇବା ପାଇଁ ଯାଇ ଜୀବନ ହାରୁଛନ୍ତି ନିରୀହ ଯୁବକ l ହେଲେ ସରୁନି ଦାଦନ ଦୁଃଖ l ଦାଦନ ଦୁଃଖ ଦୂର କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆହୁରି କେତେ ବାପା ମାଆ ପୁଅ ହରାଇବା ସହ ଅସହାୟ ସ୍ତ୍ରୀ ସ୍ୱାମୀ ହରାଇ ବିଧବା ସାଜିବା ସହ ଛୁଆ ପିଲା ବାପାକୁ ହରାଇ ବାପା ଛେଉଣ୍ଡ ହେଲା ପରେ ସରକାର ବିଚାରକୁ ନେବେ ବୋଲି ଆଲୋଚନା ହେଉଛି l ଆଉ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତ ଅଞ୍ଚଳରେ l ଏହି ଗ୍ରାମର ଜନୈକ ଯୁବକ ହାଇଦ୍ରାବାଦକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ମଙ୍ଗଳବାର ସେଠାରେ ଥିବା ଏକ…
ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ତରଫରୁ ମାଝୀଗୁଡ଼ା ମାଁ ବୁଢ଼ୀଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ନରସିଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବ୍ୟାପକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ସହ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ ପ୍ରେରିତ କରିବା। ଉକ୍ତ କାର୍ଯ୍ୟକ୍ରମରେ ନରସିଙ୍ଗ ଛାତ୍ରଛାତ୍ରୀମାନେ ଅଂଶୁଘାତ, ଡାୟାରିଆ, ମ୍ୟାଲେରିଆ, ଡେଙ୍ଗୁ, ରକ୍ତଚାପ, ମଧୁମେହ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ନାଟକ ଓ ଅଭିନୟ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଜଣାଇଥିଲେ। କାର୍ଯ୍ୟକ୍ରମରେ ଗ୍ରାମ ସରପଞ୍ଚ, ମନ୍ଦିର କମିଟି ଅଧ୍ୟକ୍ଷ, ବରିଷ୍ଠ ସମାଜସେବୀ, ନରସିଙ୍ଗ କଲେଜ ସଭାପତି ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ସ୍ୱାସ୍ଥ୍ୟ ସଚେତନତା ଭଳି ଉଦ୍ୟମକୁ…
ଓଡ଼ିଶା ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି । ହତ୍ୟା, ରେପ, କିଡନାପରେ ଓଡିଶା 1 ନମ୍ବର ହୋଇଛି । ହିଞ୍ଜିଳି, କଣାସ, ଢେଙ୍କାନାଳ ରେପ୍ ଘଟଣା ପରେ ବାଲିଅନ୍ତା ଘଟଣା , ମର୍ମନ୍ତୁଦ ଦୃଶ୍ୟ ଛାତି ଥରାଇ ଦେଲା ଭଳି ସବୁ ଘଟଣାରେ କ୍ରାଇମ ହେଉଛି ଆଉ ତାର ଭିଡିଓ ମଧ୍ୟ ରେକର୍ଡ଼ିଂ ହେଉଛି କହିଛନ୍ତି , ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡ଼ିଶା ଏକ ନମ୍ବର ହେବ । ଓଡ଼ିଶା ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି । ହତ୍ୟା, ରେପ, କିଡନାପରେ ଓଡିଶା 1 ନମ୍ବର ହୋଇଛି । ହିଞ୍ଜିଳି, କଣାସ, ଢେଙ୍କାନାଳ ରେପ୍ ଘଟଣା ପରେ ବାଲିଅନ୍ତା ଘଟଣା , ମର୍ମନ୍ତୁଦ ଦୃଶ୍ୟ ଛାତି ଥରାଇ ଦେଲା ଭଳି ସବୁ ଘଟଣାରେ କ୍ରାଇମ ହେଉଛି ଆଉ ତାର ଭିଡିଓ ମଧ୍ୟ ରେକର୍ଡ଼ିଂ ହେଉଛି । ଓଡ଼ିଶା…
ଘଟଣାସ୍ଥଳରେ ପହଞ୍ଚିଲେ ମହିଳା କମିସନ । କହିଲେ , ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବୁ । ସାକ୍ଷୀ ପ୍ରମାଣ ବୟାନ ଆଧାରରେ ତଦନ୍ତ ହେବ । ପୀଡ଼ିତାଙ୍କୁ ଭେଟିବା ପରେ ମୃତ ସୌମ୍ୟରଞ୍ଜନଙ୍କ ଘରକୁ ଯିବୁ । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ , ଯେତେ ବଡ଼ ଲୋକ ହେଲେ ବି କାହାକୁ ଛଡ଼ାଯିବନି । BY_SUBHASMITA-DT_8.4.2026 ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି ମହିଳା କମିସନ୍ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବାକୁ କମିସନ୍ ପକ୍ଷରୁ କୁହାଯାଇଛି । ସାକ୍ଷୀ, ପ୍ରମାଣ ଓ ବୟାନ ଆଧାରରେ ତଦନ୍ତ ହେବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପରେ ମୃତ ସୌମ୍ୟରଞ୍ଜନଙ୍କ ଘରକୁ ଯିବେ ବୋଲି ମହିଳା କମିସନ୍ କହିଛନ୍ତି । ଯିଏ ଦୋଷୀ, ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ହେବ ଏବଂ…








