Author: Charcha News

ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ‘ମହାରାଷ୍ଟ୍ର ବନ୍ଦ’ ଡାକରା ଦିଆଯାଇଛି । ନୂଆଦିଲ୍ଲୀର ଯନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ସପକ୍ଷରେ ବଞ୍ଚିତ ବହୁଜନ ଆଘାଡ଼ି- ଭିବିଏ ପକ୍ଷରୁ ଆଜି ମହାରାଷ୍ଟ୍ର ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ‘ମହାରାଷ୍ଟ୍ର ବନ୍ଦ’ ଡାକରା ଦିଆଯାଇଛି । ନୂଆଦିଲ୍ଲୀର ଯନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ସପକ୍ଷରେ ବଞ୍ଚିତ ବହୁଜନ ଆଘାଡ଼ି- ଭିବିଏ ପକ୍ଷରୁ ଆଜି ମହାରାଷ୍ଟ୍ର ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଭିବିଏ ସଭାପତି ତଥା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର କହିଛନ୍ତି, ଏହି ବନ୍ଦକୁ କଂଗ୍ରେସ, ବାମପନ୍ଥୀ ଦଳ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟରଗୁଡ଼ିକ ସମର୍ଥନ କରିଛନ୍ତି। ତେବେ ବନ୍ଦରୁ ଡାକ୍ତରଖାନା, ଆମ୍ବୁଲାନ୍ସ ଏବଂ ଔଷଧ ଦୋକାନ ପରି ସମସ୍ତ ଜରୁରି ସେବାକୁ ବାଦ ଦିଆଯାଇଛି। ଦୁଗ୍ଧ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ । ଚର୍ଚ୍ଚା news

Read More

ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ସହ ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ସହ ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କରି ନଗର ଉନ୍ନୟନ ବିଭାଗ ନୂଆ ବ୍ୟବସ୍ଥା ଲାଗୁ କରିଛି । ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ । ନୂଆ ନିୟମ ଅନୁଯାୟୀ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମ କମିଶନରଙ୍କ ସମକକ୍ଷ କରାଯାଇଛି । ଫଳରେ ସହରାଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ନିଷ୍ପତ୍ତି ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଆହୁରି ଦ୍ରୁତ ହେବ । ମହାନଗର ନିଗମଗୁଡ଼ିକରେ କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଓ ଅନ୍ୟାନ୍ୟ…

Read More

ଲଗାଣ ବର୍ଷା ମଧ୍ୟରେ କଟକ ସହରରୁ ସାମ୍ନାକୁ ଆସିଛି ରାସ୍ତା ନିର୍ମାଣର ନିମ୍ନମାନର କାମର ଏକ ଚିନ୍ତାଜନକ ଚିତ୍ର । କଟକର ନୂଆପଡ଼ା-ଖପୁରିଆ ମୁଖ୍ୟ ରାସ୍ତା ହଠାତ୍ ଦବି ଯିବାରୁ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ହୋଇଯାଇଛି ।ଲଗାଣ ବର୍ଷା ମଧ୍ୟରେ କଟକ ସହରରୁ ସାମ୍ନାକୁ ଆସିଛି ରାସ୍ତା ନିର୍ମାଣର ନିମ୍ନମାନର କାମର ଏକ ଚିନ୍ତାଜନକ ଚିତ୍ର । କଟକର ନୂଆପଡ଼ା-ଖପୁରିଆ ମୁଖ୍ୟ ରାସ୍ତା ହଠାତ୍ ଦବି ଯିବାରୁ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ହୋଇଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମାତ୍ର ୧୫ ଦିନ ପୂର୍ବରୁ ଏହି ରାସ୍ତାର ନିର୍ମାଣ କାମ ଶେଷ ହୋଇଥିଲା କିନ୍ତୁ ଲଗାତାର ବର୍ଷା ପରେ ରାସ୍ତାର ଏକ ବଡ଼ ଅଂଶ ଦବି ଯାଇଥିବାରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ସ୍ଥାନୀୟ କର୍ପୋରେଟର ଅଭିଯୋଗ କରିଛନ୍ତି ଯେ, ରାସ୍ତା କାମ…

Read More

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ଆକ୍ରମଣାତ୍ମକ ମୁଦ୍ରାରେ ନଜର ଆସୁଛନ୍ତି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି ନବୀନ ପ୍ରମାଣ କରିଦେଇଛନ୍ତି ଯେ, ଆଗାମୀ ଦିନରେ ବିଜେଡି କେବଳ ରାଜ୍ୟରେ ନୁହେଁ, ବରଂ ଜାତୀୟ ସ୍ତରରେ ମଧ୍ୟ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ । BY-Subhasmita-dt-23.7.2026 ଓଡ଼ିଶା ରାଜନୀତିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ସ୍ପଷ୍ଟ ହେବାକୁ ଲାଗିଛି। ଦୀର୍ଘଦିନ ଧରି କେନ୍ଦ୍ର ସରକାର ସହ ସମଦୂରତା ନୀତି ଅବଲମ୍ବନ କରୁଥିବା ବିଜୁ ଜନତା ଦଳ (ବିଜେଡି) ଏବେ ଅଧିକ ଆକ୍ରମଣାତ୍ମକ ଭୂମିକାରେ ନଜର ଆସୁଛି। ଦଳର ନୂଆ ରଣନୀତିରେ କେବଳ ରାଜ୍ୟ ସରକାର ନୁହେଁ, ବରଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ୍ କରାଯାଉଛି। ଏହାର ସବୁଠୁ ବଡ଼ ଉଦାହରଣ ହେଉଛି NEET ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍‌ ଅଭିଯୋଗକୁ ନେଇ ବିଜେଡିର…

Read More

ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଚାରି ଜଣ ମହିଳାଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଛି। ହରମୋନ୍‌ ଜନିତ ସମସ୍ୟା ପାଇଁ ଜନ୍ମରୁ ଏହି ମହିଳାଙ୍କ ଗୁପ୍ତାଙ୍ଗ ପୁରୁଷଙ୍କ ଭଳି ହୋଇଥିବାରୁ ଏହାକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। BY-Subhasmita-dt-23.7.2026 କଟକ: ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ପୁଣିଥରେ ଚିକିତ୍ସା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ଲାଷ୍ଟିକ ସର୍ଜରି ବିଭାଗରେ ଜନ୍ମଗତ ହରମୋନ୍ ଜନିତ ବିରଳ ରୋଗରେ ପୀଡ଼ିତ ୪ ଜଣ ମହିଳାଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ରୋଗ କାରଣରୁ ସେମାନଙ୍କ ବାହ୍ୟ ଜନନାଙ୍ଗରେ ପୁରୁଷସଦୃଶ ବିକାଶ ଘଟିଥିଲା, ଯାହା ସେମାନଙ୍କ ଶାରୀରିକ, ମାନସିକ ଓ ସାମାଜିକ ଜୀବନକୁ ଗଭୀର ପ୍ରଭାବିତ କରିଥିଲା। ଡାକ୍ତରମାନଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ‘ଜନ୍ମଗତ ଆଡ୍ରେନାଲ୍ ହାଇପରପ୍ଲେସିଆ (Congenital Adrenal Hyperplasia)’ ନାମକ ଏକ ବିରଳ ରୋଗ ଯୋଗୁ ହୋଇଥାଏ। ଏହା ଜେନେଟିକ୍ ପରିବର୍ତ୍ତନ ଏବଂ ହରମୋନ୍ ତିଆରି କରୁଥିବା…

Read More

ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନୂଆଦିଲ୍ଲୀ ନେଇଛନ୍ତି। ସେ ପେପର ଲିକ୍ ମାମଲାର ଶୁଣାଣି ପାଇଁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପେପର ଲିକ୍ ମାମଲାର ଶୁଣାଣି ପାଇଁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ଏବେ ଏହି କୋର୍ଟରେ ହେବ। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଏନେଇ ଘୋଷଣା କରିଛନ୍ତି।ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଦେଶର ଯୁବପିଢ଼ିଙ୍କ କଲ୍ୟାଣ ଏବଂ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା। ସମସ୍ତ ପେପର ଲିକ୍ ମାମଲାରେ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ। ବିଚାରକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷା ସେ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଛି। ଆମ…

Read More

ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। କିଛି ବିଶେଷ ଲୋକଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଚତୁରତା ଓ ଯୋଗ୍ୟତାର ପ୍ରଶଂସା ହେବ। ଅନୁଭବୀଙ୍କ ମାର୍ଗଦର୍ଶନରେ ଜମିର କାମ ପୂରା ହୋଇଯିବ। ସାରାଦିନ ବ୍ୟସ୍ତତାରେ ରହିବେ। BY-Subhasmita-dt-23.7.2026 ମେଷ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। କିଛି ବିଶେଷ ଲୋକଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଚତୁରତା ଓ ଯୋଗ୍ୟତାର ପ୍ରଶଂସା ହେବ। ଅନୁଭବୀଙ୍କ ମାର୍ଗଦର୍ଶନରେ ଜମିର କାମ ପୂରା ହୋଇଯିବ। ବୃଷ: ସାରାଦିନ ବ୍ୟସ୍ତତାରେ ରହିବେ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ସମ୍ବନ୍ଧରେ ଯୋଜନା ବନାଇବେ। ଶୁଭଚିନ୍ତକଙ୍କର ମତକୁ ଅଣଦେଖା କରନ୍ତୁ ନାହିଁ। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ। ମିଥୁନ: କୌଣସି ନୂଆ ନିବେଶ ସଂପର୍କରେ ଯୋଜନା କରନ୍ତୁ। ମାତା ପିତାଙ୍କ ଆଶୀର୍ବାଦରେ ଆପଣଙ୍କୁ କାମରେ ସଫଳତା ମିଳିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଲୋକ ଆହୁରି ପରିଶ୍ରମ କରନ୍ତୁ। କର୍କଟ: ରାଜନୀତି କରୁଥିବା ଲୋକଙ୍କର ସମାଜରେ ଦବଦବା…

Read More

ବାହୁଡାଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବଡ଼ ବୈଠକ ବସିଛି । ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାହୁଡାଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବଡ଼ ବୈଠକ ବସିଛି । ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ କରିଛନ୍ତି । ପହଣ୍ଡି, ରଥଟଣା, ଦକ୍ଷିଣ ମୋଡ଼, ଆଡ଼ପ ମଣ୍ଡପ ଦର୍ଶନ ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିୟମିତ ତଦାରଖ କରୁଛନ୍ତି । ଭିଡରେ ଜନଗହଳିକୁ କ୍ରାଉଡ ଡେନସିଟି ପଦ୍ଧତିରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ…

Read More

ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମନ୍ଦିରର ନୂତନ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ସୁବିଧା ଏବଂ ଟ୍ରଷ୍ଟରେ ଖାଲି ପଡ଼ିଥିବା କିଛି ପ୍ରମୁଖ ପଦବୀ ପୂରଣ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି । ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମନ୍ଦିରର ନୂତନ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ସୁବିଧା ଏବଂ ଟ୍ରଷ୍ଟରେ ଖାଲି ପଡ଼ିଥିବା କିଛି ପ୍ରମୁଖ ପଦବୀ ପୂରଣ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି । ନିକଟରେ ସାମ୍ନାକୁ ଆସିଥିବା ଦାନ ବା ଚଢ଼ାଉ ଚୋରି ଘଟଣା ଏବଂ ଏହାର ତଦନ୍ତ ପରେ ଟ୍ରଷ୍ଟ ବର୍ତ୍ତମାନ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଦିଗରେ ପଦକ୍ଷେପ ନେଉଛି। ଏହି କ୍ରମରେ ନୂତନ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବା, ଅଧିକାରୀଙ୍କ ଜବାବଦେହିତା ବୃଦ୍ଧି କରିବା ଏବଂ ଆର୍ଥିକ…

Read More