ଉଦଳା, (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗ୍ରାମର ଦାଢ଼ିଆସାହିରେ ଶୁକ୍ରବାର ଏକ ଦୁଃଖଦ ଅଘଟଣ ଘଟିଛି। ଘର ନିକଟସ୍ଥ ଖାଲରେ ଲୁଗା ଧୋଇବା ଓ ଗାଧୋଇବା ବେଳେ ପାଦ ଖସିଯିବାରୁ ଗଭୀର ପାଣିରେ ବୁଡ଼ି ରୁହ୍ୟା ସିଂଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ରୁହ୍ୟା ସିଂ ଘରୁ ଲୁଗା ଧୋଇବା ଓ ଗାଧୋଇବା ପାଇଁ ଘର ନିକଟସ୍ଥ ଖାଲକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଖାଲ ପାଣିରେ ତାଙ୍କୁ ଭାସୁଥିବା ଅବସ୍ଥାରେ ଦେଖିବା ପରେ ପୋଲିସକୁ ଖବର ଦିଆଯାଇଥିଲା।ଖବର ପାଇ କୁଣ୍ଡାବାଇ ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଉଦଳା…
Author: Charcha News
by-ରାଜୀବ କୁମାର ବେହେରା ଉଦଳା :: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ଲଗାଣ ବର୍ଷା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷାରେ ସ୍ଥିତି ପୁରା ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବରେ ଚାରିଆଡେ ବନ୍ୟା ଜଳ,ଶତାଧିକ ପରିବାର ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ଲଗାଣ ବର୍ଷା ଜାରି ହୋଇଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଗଙ୍ଗାହାର ନଦୀର ସମେତ, କାଳ, କନଠାଳ,ଦେଓ ନଦୀ,ସୁନେଇ ପ୍ରଭୃତି ନଦୀ ମାନଙ୍କରେ ବର୍ଷା ପାଣି ଏବଂ ବନ୍ୟାଜଳ ଗୋପବନ୍ଧୁ ନଗର ବ୍ଲକର ସାନଖୁଣ୍ଟା ପଞ୍ଚାୟତ ଅଧୀନ ଆଉଜାଖୁଣ୍ଟା ଓ ଖପରାପାଳ ଗ୍ରାମରେ ପ୍ରବେଶ କରିବାରୁ ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ…
by-ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଉଦଳା ସହର ଓ ଏହାର ଆଖପାଖ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ସହରର ଅନେକ ୱାର୍ଡରେ ଘରେ ପାଣି ପଶିବା ସହ ବହୁ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେହିପରି ଉଦଳା ବ୍ଲକର ଭୀମତାଳି ପଞ୍ଚାୟତ ସମେତ ନୂଆସାହି, ବାଉଁଶପାଳ, କଇଁସାରି ଓ ଜାଲଦା ଅଞ୍ଚଳରେ ମଧ୍ୟ ବନ୍ୟାର ପ୍ରଭାବ ଗୁରୁତର ହୋଇଛି। ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିବାରୁ ଉଦଳା ଏନଏସି ଓ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଉଦଳା ଏନଏସିର ଗୋଟେ ଦୁଇଟି ୱାର୍ଡ ଛାଡିଦେଲେ ପ୍ରାୟ ୧୦ ଟି ୱାର୍ଡରେ ବର୍ଷାଜଳ ନିଷ୍କାସନ ହୋଇନପାରି ଘର ଭିତରକୁ ପାଣି ପଶିଯାଇଛି। ଫଳରେ ବହୁ ପରିବାର ଜଳବନ୍ଦୀ ହୋଇଥିବା ବେଳେ…
ନିଟ୍ ପେପର ଲିକ୍ ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରମାନଙ୍କ ପ୍ରତିବାଦ ଜାରି ରହିଛି । ଏହି ଆନ୍ଦୋଳନକୁ ସମର୍ଥନ କରି ସଲମାନ୍ ଖାନ କହିଥିଲେ ଯେ, ଏହା ଏକ ଗୁରୁତର ମାମଲା ଏବଂ ଛାତ୍ରମାନଙ୍କ ପାଇଁ ନ୍ୟାୟ ହେବା ଦରକାର । ନିଟ୍ ପେପର ଲିକ୍ ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରମାନଙ୍କ ପ୍ରତିବାଦ ଜାରି ରହିଛି । ଏହି ଆନ୍ଦୋଳନକୁ ସମର୍ଥନ କରି ସଲମାନ୍ ଖାନ କହିଥିଲେ ଯେ, ଏହା ଏକ ଗୁରୁତର ମାମଲା ଏବଂ ଛାତ୍ରମାନଙ୍କ ପାଇଁ ନ୍ୟାୟ ହେବା ଦରକାର । ସେ ଛାତ୍ରମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଘରକୁ ଫେରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ର ଉଲ୍ଲେଖ କରି ସେ କହିଥିଲେ ଯେ, ପେପର ଲିକ୍ରେ ଜଡିତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଆଶା କରୁଛନ୍ତି । ଏହା ପରେ କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ ସଲମାନଙ୍କୁ ଟ୍ରୋଲ୍ କରିଥିଲେ…
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟକୁ ଆଶ୍ବସ୍ତି। BY-SUbhasmita-dt-25.7.2026 ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ମିଶନ ଓ ପ୍ରକଳ୍ପରେ କାର୍ଯ୍ୟରତ ପରାମର୍ଶଦାତା (Consultants), ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (PMU), ଟେକ୍ନିକାଲ୍ ସପୋର୍ଟ ୟୁନିଟ୍ (TSU) ଓ ସମାନ ପ୍ରକାରର ସଂସ୍ଥାମାନଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ପାରିଶ୍ରମିକ ପ୍ରଦାନ ସମ୍ପର୍କିତ ଅନ୍ତରୀଣ ବ୍ୟବସ୍ଥାର ଅବଧିକୁ ଆଉ ତିନି ମାସ ବଢ଼ାଇ ୨୦୨୬ ଅକ୍ଟୋବର ୧ ପର୍ଯ୍ୟନ୍ତ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ଜାରି ଅଫିସ୍ ମେମୋରାଣ୍ଡମ୍ ଅନୁଯାୟୀ, ଏହି ନିଷ୍ପତ୍ତି ଫଳରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ପାରିଶ୍ରମିକ ପ୍ରଦାନରେ କୌଣସି ପ୍ରଶାସନିକ ବାଧା ରହିବ ନାହିଁ। ସମସ୍ତ ବିଭାଗକୁ ଏହି ଅବଧିର ପାରିଶ୍ରମିକ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଅନୁମତି ଦିଆଯାଇଛି। ସୂଚନାଯୋଗ୍ୟ, ବିଭିନ୍ନ ସରକାରୀ ପ୍ରକଳ୍ପରେ ପ୍ରକଳ୍ପ ପରିଚାଳନା,…
ଏ ସମ୍ପର୍କରେ ସେ ଇମେଲ୍ ଯୋଗେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି । ପୁଲିସ ପକ୍ଷରୁ ହାଜର ହେବା ପାଇଁ ଦିଆଯାଇଥିବା ନୋଟିସର ଜବାବ ରଖି ସେ ଜଣାଇଛନ୍ତି ଯେ, ବର୍ତ୍ତମାନ ସେ ବିଦେଶରେ ଥିବାରୁ ବ୍ୟକ୍ତିଗତ ଭାବେ ଥାନାରେ ଉପସ୍ଥିତ ରହିବା ସମ୍ଭବ ନୁହେଁ। ରାଜ୍ୟର ପୂର୍ବତନ ପ୍ରଶାସକ ତଥା ବିଜେଡି ନେତା ଭିକେ ପାଣ୍ଡିଆନ କ୍ୟାପିଟାଲ ଥାନାରେ ହାଜର ହୋଇପାରିବେ ନାହିଁ । ଏ ସମ୍ପର୍କରେ ସେ ଇମେଲ୍ ଯୋଗେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି । ପୁଲିସ ପକ୍ଷରୁ ହାଜର ହେବା ପାଇଁ ଦିଆଯାଇଥିବା ନୋଟିସର ଜବାବ ରଖି ସେ ଜଣାଇଛନ୍ତି ଯେ, ବର୍ତ୍ତମାନ ସେ ବିଦେଶରେ ଥିବାରୁ ବ୍ୟକ୍ତିଗତ ଭାବେ ଥାନାରେ ଉପସ୍ଥିତ ରହିବା ସମ୍ଭବ ନୁହେଁ। ତେବେ ତଦନ୍ତରେ ସହଯୋଗ କରିବା ପାଇଁ ସେ ଏକ ବିକଳ୍ପ ପ୍ରସ୍ତାବ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କର ବୟାନ ରେକର୍ଡ କରିବାକୁ ସେ ପୋଲିସକୁ ନିବେଦନ…
କେନ୍ଦ୍ରାପଡା ମହାକାଳପଡା, ତିଖିରି ପଂଚାୟତର ସରପଂଚ ଚାମେଲୀ ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆସିଛି । ଚାମେଲୀଙ୍କ ବିରୁଦ୍ଧରେ ୨୧ ଜଣ ୱାର୍ଡ ସଭ୍ୟ / ସଭ୍ୟାଙ୍କ ଦ୍ଵାରା ପ୍ରସ୍ତାବିତ ଏକ ଅନାସ୍ଥା ପତ୍ର ଦିଆଯାଇଛି। ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା । କେନ୍ଦ୍ରାପଡା ମହାକାଳପଡା, ତିଖିରି ପଂଚାୟତର ସରପଂଚ ଚାମେଲୀ ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆସିଛି । ଚାମେଲୀଙ୍କ ବିରୁଦ୍ଧରେ ୨୧ ଜଣ ୱାର୍ଡ ସଭ୍ୟ / ସଭ୍ୟାଙ୍କ ଦ୍ଵାରା ପ୍ରସ୍ତାବିତ ଏକ ଅନାସ୍ଥା ପତ୍ର ଦିଆଯାଇଛି । ଯାହାର ଆଧାରରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାକାଳପଡା ପଂଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅନାସ୍ଥା ଭୋଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଭ୍ୟ ମାନଙ୍କର ସ୍ବାକ୍ଷରର ସଠିକତା ଯାଞ୍ଚ କରିବା ନିମନ୍ତେ ଆସନ୍ତା ୨୭ ତାରିଖ ଅପରାହ୍ନ ସାଢେ ୩ ଟାରେ କେନ୍ଦ୍ରାପଡା ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ନିମନ୍ତେ ସମ୍ବର ୱାର୍ଡ…
ଆଜି ଶ୍ରୀଜିଉଙ୍କ ସୁନାବେଶ ପାଇଁ ପୁରୀରେ ଭିଡ଼ ଜମିବାରେ ଲାଗିଛି । ଏବେଠାରୁ ଟ୍ରାଫିକ ଜାମ୍ ହେବା ଆରମ୍ଭ ହୋଇଗଲାଣି । ଏଥିପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ପୁରୀ :: ଆଜି ଶ୍ରୀଜିଉଙ୍କ ସୁନାବେଶ ପାଇଁ ପୁରୀରେ ଭିଡ଼ ଜମିବାରେ ଲାଗିଛି । ଏବେଠାରୁ ଟ୍ରାଫିକ ଜାମ୍ ହେବା ଆରମ୍ଭ ହୋଇଗଲାଣି । ଏଥିପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ବରରୁ ପୁରୀ ଆଡ଼କୁ ଅଧିକରୁ ଅଧିକ ବାହାନ ଯାଉଛି ଏବଂ ଏହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏନେଇ ପୁରୀ ଟ୍ରାଫିକ କଣ୍ଟ୍ରୋଲ ରୁମ ପକ୍ଷରୁ ସଚେତନ କରାଯାଇଛି । ସବୁ ଗାଡ଼ିକୁ ତାଳବଣିଆ ଏକ୍ସିସ୍ ଆଡ଼କୁ ଯିବାକୁ ପରାମର୍ଶ ଦିଆଯାଉଛି । ମାଳତିପାଟପୁରରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ଏବଂ ଏହି ସମୟ ଆଗକୁ ବଢ଼ିପାରେ ବୋଲି କୁହାଯାଇଛି । ସତର୍କ ରହିବା ସହ…
ମୌସୁମୀ ପୁଣି ସକ୍ରିୟ ହୋଇଥିବା ବେଳେ ଏହା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆଜି ପଶ୍ଚିମରୁ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। dt-25.7.2026 ଆସୁଛି ଲଘୁଚାପ, ଆଜି ପ୍ରବଳ ବର୍ଷା । ମୌସୁମୀ ପୁଣି ସକ୍ରିୟ ହୋଇଥିବା ବେଳେ ଏହା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆଜି ପଶ୍ଚିମରୁ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ସକାଳ ସାଢ଼େ ୮ଟା ପର୍ୟ୍ୟନ୍ତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲା…








