Author: Charcha News

ବାଲିଅନ୍ତା ହତ୍ୟାକାଣ୍ଡରେ ତତ୍ପର ପୁଲିସ, କ୍ରାଇମ ସ୍ପଟରେ ପହଞ୍ଚିଲେ ଡିଜି ଓ ଡିସିପି : BY-SUBHASMITA-8.5.2026 ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ବୀଭତ୍ସ ହତ୍ୟା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ସକାଳୁ ପୁଲିସ ଡିଜି ଓ ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଆଇଆଇସିଙ୍କ ସହ ତଦନ୍ତର ପ୍ରଗତି ଓ ହତ୍ୟାକାଣ୍ଡର ପୂରା ଘଟଣାକ୍ରମ ବିଷୟରେ ଅଧିକାରୀମାନେ ଆଲୋଚନା କରିଥିଲେ । ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ସୌମ୍ୟରଞ୍ଜନଙ୍କୁ ଏକ ଦଳ ଦୁର୍ବୃତ୍ତ ନିର୍ମମ ଭାବେ ଆକ୍ରମଣ କରିଥିଲେ । ଘଟଣାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ୍ ଆଧାରରେ ଚଢ଼ାଉ ଜାରି ରହିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କଡ଼ା ମନୋଭାବ ଦେଖାଇଛନ୍ତି । ଗତକାଲି…

Read More

ହତ୍ୟା ପୂର୍ବରୁ ୭୨ ଘଣ୍ଟା ଧରି ଚାଲିଥିଲା ରେକି, ପୂରା ଅପରେସନ୍‌ ଥିଲା ପ୍ଲାନ୍‌ଡ : ଏସ୍‌ଆଇଟି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯିବା ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍‌ନାକୁ ଆସୁଛି । ଚନ୍ଦ୍ରନାଥ ଶୁଭେନ୍ଦୁ ଅଧିକାରୀଙ୍କ ସହ ଅନେକ ବର୍ଷ ଧରି ଘନିଷ୍ଠ ଭାବେ କାମ କରୁଥିଲେ । BY-SUBHASMITA-8.5.2026 ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ଚମକପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁଛି । ଏହି ହତ୍ୟାକାଣ୍ଡ ପଛରେ ଏକ ସୁଯୋଜିତ ଷଡଯନ୍ତ୍ର ଥିବା ସନ୍ଦେହ କରୁଛି ଏସ୍‌ଆଇଟି । ତଦନ୍ତକାରୀଙ୍କ କହିବା ଅନୁସାରେ, ଘଟଣାର ୭୨ ଘଣ୍ଟା ପୂର୍ବରୁ ଆକ୍ରମଣକାରୀମାନେ ମଧ୍ୟମଗ୍ରାମ ଅଞ୍ଚଳରେ ରେକି କରିଥିଲେ ଓ ପଳାୟନ ପଥ ମଧ୍ୟ ପୂର୍ବରୁ ଚିହ୍ନଟ କରି…

Read More

BY- ରାଜୀବ କୁମାର ବେହେରା ଉଦଳା : ଜଙ୍ଗଲୀ ହିଂସ୍ର ଜୀବଜନ୍ତୁ ଏବେ ଗ୍ରାମ ବସତି ମୁହାଁ। ଗାଁ ଭିତରେ ବଣୁଆ ଭାଲୁର ଆତଙ୍କ। ଭୟଭୀତ ଗ୍ରାମବାସୀ। ଭାଲୁ ଭୟରେ ଗ୍ରାମରେ ଅରାନ୍ଧ ଅବାଢ଼ ପରିସ୍ଥିତି। ଖାଇବା ପିଇବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଘର ପାଖ ବୁଦାମୂଳରେ ଛପି ବସିଛି ବଣୁଆ ଭାଲୁ। ଭାଲୁକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଲାଗିଛି। ଟିକେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବନବିଭାଗ ଖୁଣ୍ଟା ରେଞ୍ଜ ଅଧୀନ କୁଶୋଳଦା ଗ୍ରାମରେ। ସକାଳୁ ସକାଳୁ ଏକ ବିରାଟକାୟ ବଣୁଆ ଭାଲୁ ଗାଁ ଭିତରକୁ ପଶି ଆସିଥିବା ବେଳେ ଘର ନିକଟରେ ଶୌଚ ପାଇଁ ଯାଉଥିବା ଜଣେ ମହିଳା ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଭାଲୁଟି ମହିଳାଙ୍କ ବାମ ଆଖିକୁ ଗୁରୁତର ଭାବେ ଆହତ କରିଥିବା ସୂଚନା ମିଳିଛି। ପ୍ରଥମେ ତାଙ୍କୁ ଉଦଳା…

Read More

BY-ସୌମ୍ୟକାନ୍ତ ବେହେରା କଣାସ :ପୁରୀ ଜିଲ୍ଲା କଣାସ ଘଟଣା କୁ ପୂର୍ବତନ ପିସିସି ସଭାପତି ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଙ୍କ ନେତୃତ୍ୱ ରେ ଆଜି ଶହ ଶହ ମହିଳା ଓ ଯୁବକ ଏକାଠି ହୋଇ ଦୋକନ୍ଦା ମେଳଣ ପଡ଼ିଆ ରେ ଏକାଠି ହୋଇଥିଲେ । କଣାସ ରେ ଯେଉଁଭଳି ଖଣ୍ଡାରେ ହାଣି ବୁଲେଟ ମଡେଇବା ଘଟଣା କୁ ଘୋର ନିନ୍ଦା କରିବା ସହିତ ଅଭିଯୁକ୍ତ ଙ୍କୁ ପୋଲିସ ନ ଧରିଲେ ଆଗାମୀ ଦିନରେ କଣାସ ଓ ସତ୍ୟବାଦୀ ରେ ଘୋର ପ୍ରତିବାଦ ହେବ ବୋଲି ପ୍ରଶାସନ ଙ୍କୁ ଚେତାବନୀ ଦେଇଥିଲେ । ପୋଲିସ ର ଗୁଇନ୍ଦା ବିଭାଗ ବିଫଳ ହୋଇଛି ଏଠି ଦିନେରେ ବାଲି ବେପାର ହେବ, ପୋଲିସ ଜାଣିକି ମଧ୍ୟ ଅଭିଯୁକ୍ତ ମାନଙ୍କୁ ଧରୁନି କି କାଯ୍ୟଅନୁଷ୍ଠାନ ନେଉନି । ଆମ ରାଜ୍ୟରେ ବିଜେପି ର ଡବଲ ଇଞ୍ଜିନ ସରକାର ଏ କ୍ଷେତ୍ରରେ କଣାସ ଅଞ୍ଚଳ…

Read More

ତିହଡl ଗ୍ରାମ ରେ ଜଳ ସଙ୍କଟ l BY_ସର୍ବେଶ୍ୱର ବଳ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ର ତିହଡl ରେ ଦୀର୍ଘ ଏକ ବର୍ଷ ହେବ ବସୁଧା ଯୋଜନା ରେ ଏକ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଗ୍ରାମ ବlସି ଆଜିବି ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l ପାଣିଟାଙ୍କି ଟି ଗୋଟେ ମାସ ଚାଲିବା ପରେ ତାର ପମ୍ପ ନିମ୍ନ ମlନର ହୋଇଥିବାରୁ ଖରାପ ହୋଇଯାଇଛି ଏବଂ ପାଇପ ସବୁ ଫାଟି ଗଲାଣି l ଏ ନେଇ ଗ୍ରାମ ବାସିମାନେଧୀର୍ଘ 8 ମାସ ହେବ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ସେ ଲୋକ ମାନଂକୁ ଏଠି ପାଣି ଟାଙ୍କି ର କିଛି ଆବଶ୍ୟକ ତା ନଥିଲା l ଏଠି ପାଣି ସ୍ତର ନିମ୍ନ ମାନର ଥିବାରୁ ଏମିତି ଅସୁବିଧା ହେଉଛି l ପାଣି ମଟର ଖରାପ ଅଛି ଏମିତି କହୁଛନ୍ତି ଡେରାବିଶ ବ୍ଲକ ର…

Read More

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମୁଦୁଲିପଲି ଗ୍ରାମ ନିକଟରେ ଆଜି ଏକ ଅଘଟଣ ଘଟିଯାଇଛି । ଆଉ ଆଜି ଅପରାହ୍ନ ସମୟରେ ଅଚାନକ କାଳ ବୈଶାଖିର ପ୍ରଭାବ ରେ ବେଲଗୁଣ୍ଠା ଭଞ୍ଜନଗର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଦୁଇଜଣ ମହିଳା ଅର୍ଥାତ ଶାଶୁ ବୋହୂ ଏକ ବାଉଁଶ ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବାଉଁଶ ଗଛ ପବନରେ ଉପୁଡି ଯିବା କାରଣରୁ ଶାଶୁ ବୋହୂର ମୃତ ହୋଇଥିଲା । ମୃତ ଦୁଇଜଣ ବୁଦୁଲି ଗ୍ରାମ ର ହୋଇଥିବା ବେଳେ ପୋଲିସ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦୁଇଜଣ ହେଲେ ଶାଶୁ ଶୈଳ ବିଷୋଇ ଓ ବୋହୂ ସନ୍ତୋଷିନୀ ବିଷୋଇ ବୋଲି ଜଣାପଡିଛି । ଚର୍ଚ୍ଚା news

Read More

ବନ୍ଧୁକ ଓ ଭୁଜାଲି ଦେଖାଇ ଘରୁ ଲୁଟିନେଲେ ଟଙ୍କା ସହ ସୁନା-ରୁପା BY- ରାଜୀବ କୁମାର ବେହେରା ଉଦଳା :ବାଇକ ରେ ଆସିଲେ ୭ ଦୁର୍ବୁତ୍ତ, ଘର ଭିତରେ ପଡିଲେ ଆଉ ସର୍ବସ୍ବ ଲୁଟି ନେଲେ l ଏଭଳି କିଛି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଭୀମତାଳି ମଦନାପାଳ ଗ୍ରାମରେ ସ୍ପଷ୍ଟ ଦିବାଲୋକ ରେ ଘଟିଛି ଏକ ଚମକପ୍ରଦ ସଶସ୍ତ୍ର ଡକାୟତି ଘଟଣା। ପରିବାର ଲୋକ ଘରେ ନଥିବା ସୁଯୋଗକୁ ନେଇ ବାଇକ୍‌ରେ ଆସିଥିବା ୭ ଜଣ ଦୁର୍ବୁତ୍ତ ଘର ଭିତରକୁ ପଶି ଲୁଟପାଟ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଦୁର୍ବୁତ୍ତମାନେ ଭୁଜାଲି ଓ ବନ୍ଧୁକ ଦେଖାଇ ଘର ଭିତରେ ଆତଙ୍କ ସୃଷ୍ଟି କରିଥିଲେ। ପରେ ଘରର ବାକ୍ସ ଭାଙ୍ଗି ନଗଦ ଟଙ୍କା ସହ ସୁନା ଓ ରୁପା ଗହଣା ଲୁଟି ନେଇଥିବା ଜଣାପଡ଼ିଛି। ଲୁଟ୍ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଗାଡ଼ି କିଣିବା ପାଇଁ ସଞ୍ଚୟ…

Read More

BY-ରାଜୀବ କୁମାର ବେହେରା ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ବନବିଭାଗ ଅଧୀନ ଖୁଣ୍ଟା ରେଞ୍ଜର କୁଶୋଳଦା ଗ୍ରାମରେ ଭୟଙ୍କର ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଏକ ବିରାଟକାୟ ବଣୁଆ ଭାଲୁ ଗାଁ ଭିତରକୁ ପଶି ଆସିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା। ଭାଲୁଟି ଘର ନିକଟସ୍ଥ ବୁଦାମୂଳରେ ଲୁଚି ରହିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିବା ଦେଖାଯାଇଥିଲା। ସୂଚନା ଅନୁଯାୟୀ, ସକାଳ ସମୟରେ ଜଣେ ମହିଳା ଶୌଚ ପାଇଁ ଘରୁ ବାହାରିଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ମହିଳାଙ୍କ ବାମ ଆଖି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ଜଣେ ପୁରୁଷ ମଧ୍ୟ ଭାଲୁ…

Read More

BY- ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ନୁଦଡିହା ଗ୍ରାମରେ ଶୋକର ଛାୟା ଦେଖିବାକୁ ମିଳିଛି l ଲାଲବାହାଦୁରୀ ସ୍କୁଲର ପୂର୍ବତନ ସଂସ୍କୃତ ଶିକ୍ଷକ ଉମାକାନ୍ତ ସୂବେଦୀ ମହାପାତ୍ର (୭୨)ଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ହଠାତ୍ ହୃଦଘାତରେ ଅସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାକୁ ଆଣୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅଧା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ପୂର୍ବତନ ଛାତ୍ରଛାତ୍ରୀ, ସହକର୍ମୀ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିଲା। ଜଣେ ଆଦର୍ଶ ଓ ନିଷ୍ଠାବାନ ଶିକ୍ଷକ ଭାବେ ଉମାକାନ୍ତ ବାବୁ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ସେ ଶିକ୍ଷକତାକୁ କେବଳ ଚାକିରି ଭାବେ ନୁହେଁ, ଏକ…

Read More