ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ସେଥିପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରଖାଯାଇଥିଲା । ରାଜ୍ୟ ସରକାରଙ୍କ…
Author: Charcha News
ବାଂଲାଦେଶ ସରକାର ପ୍ରମୁଖ ଦେଶମାନଙ୍କ ସହିତ ଏକ ସନ୍ତୁଳିତ ବୈଦେଶିକ ନୀତି ଆପେଣେଇବା ପାଇଁ ସୂଚିତ କରିଛି। ବାଂଲାଦେଶ ସରକାର ପ୍ରମୁଖ ଦେଶମାନଙ୍କ ସହିତ ଏକ ସନ୍ତୁଳିତ ବୈଦେଶିକ ନୀତି ଆପେଣେଇବା ପାଇଁ ସୂଚିତ କରିଛି। ବିଶେଷକରି,ବାଂଳାଦେଶ କହିଛି ଯେ ଦୁଇ ପ୍ରମୁଖ ପଡ଼ୋଶୀ ଶକ୍ତି ଚୀନ୍ ଏବଂ ଭାରତ ମଧ୍ୟରୁ କୌଣସିଟି ଆଡ଼କୁ ଢଳିବ ନାହିଁ । ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ହୁମାୟୁନ୍ କବୀର କହିଛନ୍ତି ଯେ,ତାରିକ ରହମାନଙ୍କ ସରକାର ‘ବାଂଲାଦେଶ ପ୍ରଥମ’ ବୈଦେଶିକ ନୀତି ଅନୁସରଣ କରୁଛନ୍ତି । ସରକାରଙ୍କ ବୈଦେଶିକ ନୀତିର ଆଭିମୁଖ୍ୟ ବାସ୍ତବିକ ସ୍ଥିତି, ସନ୍ତୁଳନ ଏବଂ ଜାତୀୟ ସ୍ୱାର୍ଥ ଉପରେ କେନ୍ଦ୍ରିତ। ସରକାର ପ୍ରମୁଖ ବିଶ୍ୱ ଶକ୍ତି ସହିତ ଗଠନମୂଳକ ସମ୍ପର୍କ ବଜାୟ ରଖିବେ। ଏହା ବିଚ୍ଛିନ୍ନତାବାଦ ନୁହେଁ ବରଂ ବାଂଲାଦେଶର ସାର୍ବଭୌମତ୍ୱ, ବିକାଶ ଏବଂ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବ। ଏହାକୁ ନେଇ ବାଂଲାଦେଶକୁ ଭିନ୍ନ ଦୃଷ୍ଟିରେ…
କେମିତି କଟିବ ଆଜି ଆପଣମାନଙ୍କର ଦିନ ମେଷ -ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ବୃଷ -ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ। ମିଥୁନ-ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ। କର୍କଟ -ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦି ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ୪୫ତମ ବାର୍ଷିକୀ ସମାରୋହରେ ଯୋଗ ଦେଇ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବେଙ୍ଗାଲୁରୁର ମଞ୍ଚରୁ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡିଏମ୍କେ ସହ ଦୀର୍ଘ ବର୍ଷର ସମ୍ପର୍କକୁ ଉଦାହରଣ ଦେଇ କହିଲେ ସୁଯୋଗ ମିଳିବାମାତ୍ରେ କଂଗ୍ରେସ ପିଠିରେ ଛୁରୀ ଭୁସିଦେଇଛି।” ତାମିଲନାଡୁରୁ କର୍ଣ୍ଣାଟକ, କେରଳରୁ ରାଜସ୍ଥାନ ସବୁଠି କଂଗ୍ରେସ ନିଜ ନେତାଙ୍କ ସହ ବିଶ୍ୱାସଘାତ କରୁଥିବା ଅଭିଯୋଗ ଆଣିଲେ ମୋଦୀ। ସେ କହିଲେ, କଂଗ୍ରେସ କେବଳ କ୍ଷମତା ପାଇଁ ରାଜନୀତି କରୁଛି। ସେହିସହିତ ଏନ୍ଡିଏର ନିର୍ବାଚନୀ ସଫଳତାକୁ ଉଲ୍ଲେଖ କରି ବିଜେପି କର୍ମୀଙ୍କୁ ଉତ୍ସାହିତ କରିଥିଲେ ପ୍ରଧାନମନ୍ତ୍ରୀ।ଡିଏମ୍କେ ସହିତ ମେଣ୍ଟ ବାରମ୍ବାର କଂଗ୍ରେସ ଦଳକୁ ସଙ୍କଟରୁ ରକ୍ଷା କରିଥିଲା। ୨୦୧୪ପୂର୍ବରୁ ଦଶ ବର୍ଷ ଧରି, ଡିଏମ୍କେର ସମର୍ଥନ ଯୋଗୁଁ କଂଗ୍ରେସ ନେତୃତ୍ୱାଧୀନ ସରକାର ମୁଖ୍ୟତଃ ବଞ୍ଚି…
ଆଇନଶୃଙ୍ଖଳା ଭଳି ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥା ଅତି ଦୟନୀୟ ସ୍ଥିତିରେ ପହଞ୍ଚିଲାଣି। ଖୋଦ୍ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା କଥା ନ କହିବା ଭଲ। ଅବ୍ୟବସ୍ଥିତ ଟ୍ରାଫିକ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। BY-SUBHASMITA-10.5.2026 ରାଜ୍ୟରେ ଆଇନଶୃଙ୍ଖଳା ଭଳି ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ଦିନକୁ ଦିନ ଅବ୍ୟବସ୍ଥିତ ହୋଇପଡ଼ୁଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଏବେ ସାଧାରଣ ଲୋକଙ୍କ ପାଇଁ ବଡ଼ ମୁଣ୍ଡବେଥା ପାଲଟିଛି। ଦିନ ହେଉ କି ରାତି, ରାସ୍ତାରେ ବାହାରିବା ମାତ୍ରେ ଲୋକଙ୍କୁ ଜାମ୍ ଓ ଅବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜାମ୍ରେ ଫସୁଛି ଶହ ଶହ ଗାଡ଼ି ଗତ କିଛି ଦିନ ତଳେ କଟକ-ଭୁବନେଶ୍ୱର ରାସ୍ତାରେ ଘଟିଥିବା ଭୟଙ୍କର ଜାମ୍କୁ ଏପର୍ଯ୍ୟନ୍ତ ଲୋକେ ଭୁଲିପାରିନାହାନ୍ତି। ଘଣ୍ଟା ଘଣ୍ଟା ଧରି ହଜାର ହଜାର ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଅନେକ ଯାତ୍ରୀ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିଳମ୍ବ ହୋଇଥିବା ବେଳେ ରୋଗୀ ଓ ଆପାତକାଳୀନ ସେବା ମଧ୍ୟ ପ୍ରଭାବିତ…
ଆ ସରକାର ଗଠନ ପରେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ଥମିବାର ନା ଧରୁନି। ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସା ଏବଂ ରକ୍ତପାତର ଖବର ସମସ୍ତଙ୍କୁ ଚକିତ କରିଛି। ରାଜନୈତିକ ମହଲରେ ନୂତନ ନେତୃତ୍ୱ ବିଷୟରେ ଆଲୋଚନା ହେଉଥିବା ବେଳେ, ସାଧାରଣ ଲୋକମାନେ ଆତଙ୍କରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। BY-SUBHASMITA-10.5.2026 ନୂଆ ସରକାର ଗଠନ ହେବା ପରେ ମଧ୍ୟ ପଶ୍ଚିମବଙ୍ଗରେ ହିଂସା ଥମିବାର ନା ଧରୁନି। ରାଜ୍ୟର ବିଭିନ୍ନ ସ୍ଥାନରୁ ହତ୍ୟା, ଭଙ୍ଗାରୁଜା ଏବଂ ପୋଡ଼ାଜଳା ଭଳି ଘଟଣା ସାମ୍ନାକୁ ଆସୁଛି। ରାଜନୈତିକ ମହଲରେ ନୂଆ ନେତୃତ୍ୱକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସାଧାରଣ ଲୋକ ଭୟ ଓ ଆତଙ୍କ ମଧ୍ୟରେ ଜୀବନ ଯାପନ କରୁଛନ୍ତି। ଏବେ ଟିଏମସି ନେତା ସହଦେବ ବାଗଙ୍କ ହତ୍ୟା ପରେ ରାଜନୈତିକ ପରିବେଶ ପୁଣି ଥରେ ଉତ୍ତପ୍ତ ହୋଇଯାଇଛି। ଟିଏମସି ନେତା ସହଦେବ ବାଗଙ୍କ ମୃତଦେହ ଉଦ୍ଧାର ହୁଗଳି ଜିଲ୍ଲାର ନକୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୋଟା ଗାଁରୁ…
ବାଲିଅନ୍ତା ଭିଡ଼ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଂଚର ତଦନ୍ତକାରୀ ଟିମ୍। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆକ୍ସନମୋଡରେ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଂଚର ଡିଏସପି ରତ୍ନପ୍ରଭା ସତପଥୀଙ୍କୁ ତଦନ୍ତଭାର ଦେଇଛନ୍ତି ଡିଜିପି। ବାଲିଅନ୍ତା ଭିଡ଼ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଂଚର ତଦନ୍ତକାରୀ ଟିମ୍। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆକ୍ସନମୋଡରେ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଂଚର ଡିଏସପି ରତ୍ନପ୍ରଭା ସତପଥୀଙ୍କୁ ତଦନ୍ତଭାର ଦେଇଛନ୍ତି ଡିଜିପି। ଏନେଇ କ୍ରାଇମବ୍ରାଂଚ ପକ୍ଷରୁ ଏକ ମାମଲା( ୬/୨୦୨୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଂଚ ଏସପି ଅନିରୁଦ୍ଧ ରାଉତରାୟଙ୍କ ତତ୍ବବ୍ୟବଧାନରେ ଏହି ମାମଲାର ତଦନ୍ତ କରିବେ ଡିଏସପି ରତ୍ନପ୍ରଭା ସତପଥୀ। ଏନେଇ କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଅନ୍ତା ଘଟଣାରେ ରୁଜୁ ହୋଇଥିବା ଅସଦାଚରଣ ଏବଂ ହତ୍ୟା ଦୁଇଟି ମାମଲାର ତଦନ୍ତ କରିବ ଟିମ୍। ଆଜି ଘଟଣାସ୍ଥଳକୁ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିବ। ଶନିବାର ଲୋକସେବା ଭବନରେ ଭିଡ଼ ହତ୍ୟାକୁ ନେଇ…
ନେହୁରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ନେଲେ ବିଜୟ ଥାଲାପତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ । ତାମିଲନାଡୁରେ ଏବେ ବିଜୟ ସରକାର । ନେହୁରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ନେଲେ ବିଜୟ ଥାଲାପତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ । ତାମିଲନାଡୁରେ ଏବେ ବିଜୟ ସରକାର । ୫ ଦିନର କସରତ ପରେ ଥାଲାପତି ବିଜୟ ଶେଷରେ ସଂଖ୍ୟା ଖେଳରେ ଜିତିଛନ୍ତି । ବିଜୟଙ୍କ ଦଳ ଟିଭିକେ (ତାମିଲଗା ଭେଟ୍ରି କାଝାଗମ୍) ବହୁମତ ସଂଖ୍ୟା ହାସଲ କରିବା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଅନୁମତି ଦେଇଥିଲେ। ଆଜି ସକାଳ ୧୦ଟାରେ ଚେନ୍ନାଇର ନେହରୁ ଷ୍ଟାଡିୟମରେ ବିଜୟ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିସହ ବିଜୟଙ୍କୁ ବୁଧବାର ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ବୋଲି ଲୋକଭବନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ।ଟିଭିକେକୁ ଗତକାଲି ଡିଏମ୍କେ ସହଯୋଗୀ…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ: ରାୟଗଡରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ୨୫ହଜାର ୨୭୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୨୪ଲକ୍ଷ,୮୩ ହଜାର,୫୯୪ ଟଙ୍କା ଆଦାୟ ହୋଇ ଥିବା ଜଣାପଡିଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୩୫ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୧୮,୪୩,୬୪୧/-(ଅଠର ଲକ୍ଷ ତେୟାଳିସ ହଜାର ଛଅ ସହ ଏକଚାଳିସ୍ ଟଙ୍କା) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ସେହିପରି ରାଜସ୍ୱ ସମ୍ବନ୍ଧିତ ୨୫,୦୭୯ ଟି ମାମଲା ଫଇସଲା ହୋଇଅଛି ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୧୬୪ ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୬,୩୯,୯୫୩/-(ଛଅ…








