ବ୍ରାହ୍ମଣୀ ନଦୀରେ ଭାସିଗଲେ ମହିଳା । କୁମ୍ଭୀର ଟାଣିନେଇଥିବା ସନ୍ଦେହ । କେନ୍ଦ୍ରାପଡ଼ା ଜିଲ୍ଲା ଆଲପୁଆ ଦାମୋଦର ପାଟଣାରେ ଅଭାବନୀୟ ଘଟଣା । ଭୋର୍ ସମୟରେ ଶୌଚ ପାଇଁ ନଦୀକୁ ଯାଇଥିଲେ ସୁଚିତ୍ରା ସାହୁ । କେନ୍ଦ୍ରାପଡା :ବ୍ରାହ୍ମଣୀ ନଦୀରେ ଭାସିଗଲେ ମହିଳା । କୁମ୍ଭୀର ଟାଣିନେଇଥିବା ସନ୍ଦେହ । କେନ୍ଦ୍ରାପଡ଼ା ଜିଲ୍ଲା ଆଲପୁଆ ଦାମୋଦର ପାଟଣାରେ ଅଭାବନୟ ଘଟଣା । ଭୋର୍ ସମୟରେ ଶୌଚ ପାଇଁ ନଦୀକୁ ଯାଇଥିଲେ ସୁଚିତ୍ରା ସାହୁ । ନଦୀ କୂଳରେ ଚପଲ ଓ ବାଲଟି ଥିବାରୁ ବଢ଼ିଛି ସନ୍ଦେହ । ତାଙ୍କୁ କୁମ୍ଭୀର ଟାଣି ନେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଚର୍ଚ୍ଚା news
Author: Charcha News
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ଅଭିଯୋଗ । ଘଟଣାସ୍ଥଳ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ଅଭିଯୋଗ । ଘଟଣାସ୍ଥଳ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ । ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଇମାଟି ପଞ୍ଚାୟତର ଗହମଖୁଣ୍ଟି ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍ ପଡିଥିବା…
ବକ୍ସିଂରେ ଭାରତର ସଫଳତା, ପ୍ରିତି ପୱାର କମନ୍ ୱେଲଥ୍ ଗେମ୍ସରେ ଆଣିଲେ ସ୍ୱର୍ଣ୍ଣ ମୁକାବିଲାର ତୃତୀୟ ରାଉଣ୍ଡରେ ସ୍କାରଲେଟ୍ ଜୋରଦାର ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଆରମ୍ଭରୁ ହିଁ ସେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରୀତିଙ୍କ ଉପରେ ଲଗାତାର ଚାପ ସୃଷ୍ଟି କରିଥିଲେ। ତେବେ ଭାରତୀୟ ବକ୍ସର ପ୍ରିତି ପାୱାର ଅତ୍ୟନ୍ତ ସଂଯମର ସହ ଖେଳି ସମଗ୍ର ମୁକାବିଲାରେ ନିଜର ଅଗ୍ରଣୀ ସ୍ଥିତିକୁ ବଜାୟ ରଖିଥିଲେ। ଭାରତର ପ୍ରିତି ପାୱାର କମନୱେଲ୍ଥ ଗେମ୍ସ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରି ମହିଳା ୫୪ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ ମୁକାବିଲାରେ ସେ କାନାଡାର ସ୍କାରଲେଟ୍ ସାଭାନା ଡେଲଗାଡୋଙ୍କୁ ପରାସ୍ତ କରିଥିଲେ। ମୁକାବିଲାର ତୃତୀୟ ରାଉଣ୍ଡରେ ସ୍କାରଲେଟ୍ ଜୋରଦାର ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଆରମ୍ଭରୁ ହିଁ ସେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରୀତିଙ୍କ ଉପରେ ଲଗାତାର ଚାପ ସୃଷ୍ଟି କରିଥିଲେ। ତେବେ ଭାରତୀୟ ବକ୍ସର ପ୍ରିତି ପାୱାର…
୫ ଜିଲ୍ଲାର ୧୨ରୁ ଅଧିକ ବ୍ଲକ୍ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହିସବୁ ଅଞ୍ଚଳର ଅନେକ ଗାଁ ପାଣି ଘେରରେ ଅଛି । ପରିସ୍ଥିତି ଧିରେ ଧିରେ ସୁଧୁରୁଛି । ଆସନ୍ତା ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡି ଯିବାର ସମ୍ଭାବନା ଅଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶମାର୍ଗରୁ ରାଜ୍ୟର ୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି । ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି, ବାଲେଶ୍ୱର ଜିଲ୍ଲାର ସୋର, ରେମୁଣା ଓ ବାଲେଶ୍ୱର ସଦର ଅଞ୍ଚଳର ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାର ବଡସାହି, ଉଦଳା ଓ କପ୍ତିପଦାର କିଛି ପ୍ରଭାବିତ ଅଂଶ ଏବଂ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପ୍ରଭାବିତ ଅଞ୍ଚଳ ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ ପରେ…
କୋଲକାତାରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୨,୮୭୨ ଟଙ୍କାକୁ ହ୍ରାସ ପାଇଛି । ସେହିପରି ଦିଲ୍ଲୀରେ ଏହାର ଦର ୨,୯୩୦ ଟଙ୍କାରୁ କମି ୨,୭୩୮ ଟଙ୍କା ହୋଇଛି । ପାଟନାରେ ମଧ୍ୟ ଏହାର ମୂଲ୍ୟ ୩,୨୨୭ ଟଙ୍କାରୁ ହ୍ରାସ ପାଇ ୩,୦୧୮ ଟଙ୍କାରେ ପହଞ୍ଚିଛି । ଗ୍ରାହକଙ୍କ ପାଇଁ ଆସିଲା ଖୁସିର ଖବର ହଁ ଆଂଜ୍ଞା ଅଗଷ୍ଟ ମାସର ପ୍ରଥମ ଦିନରେ ବାଣିଜ୍ୟିକ ଏଲ୍ପିଜି ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି । ଦେଶର ସରକାରୀ ତେଲ ବିପଣନ କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲ୍ପିଜି ସିଲିଣ୍ଡରର ଦରରେ ସର୍ବାଧିକ ୨୦୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ନୂଆ ଦର ଆଜି ଅର୍ଥାତ୍ ଅଗଷ୍ଟ ପହିଲାରୁ ଲାଗୁ ହୋଇଛି । ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ନୂତନ ଦର ଅନୁଯାୟୀ, କୋଲକାତାରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ…
ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରହିବ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଭୁବନେଶ୍ୱର ଓ କଟକରେ ରହିଛି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ। ୩ ତାରିଖରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରହିବ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଭୁବନେଶ୍ୱର ଓ କଟକରେ ରହିଛି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ। ୩ ତାରିଖରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ୪ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏୟାରପୋର୍ଟଠାରୁ ରେଲୱେ ଷ୍ଟେସନ ଏବଂ ରୁଟ୍ ପର୍ଯ୍ୟନ୍ତ ସବୁଠି ରହିବ…
କେବଳ ପାଞ୍ଚ ଦିନ ତଳେ ଘରେ ଶୁଭିଥିଲା ନବଜାତ ଶିଶୁର କୁଆଁ କୁଆଁ କାନ୍ଦ। ପରିବାରରେ ଖୁସିର ମାହୋଲ ଥିଲା। ସମସ୍ତେ ନୂଆ ଅତିଥିକୁ ସ୍ୱାଗତ କରିବାରେ ବ୍ୟସ୍ତ ଥିଲେ। କିନ୍ତୁ କିଏ ଜାଣିଥିଲା, ମାତ୍ର ପାଞ୍ଚ ଦିନ ପରେ ସେହି ଘର ଖୁସିରୁ ଶୋକରେ ପରିଣତ ହେବ। BY-SUBHASMITA-ଡ଼ଟ 1..8.2026 ଆପଣମାନେ ଶୁଣିଲେ A ମାତ୍ର ୧୨୦ ଘଣ୍ଟାର ଜୀବନ। ଦୁନିଆକୁ ଭଲଭାବେ ଦେଖିବା ପୂର୍ବରୁ ହିଁ ଲିଭିଗଲା ଏକ କଅଁଳ ଜୀବନର ପ୍ରଦୀପ। ସେ ନିରୀହ ଶିଶୁଟି କଥା କହିପାରିଲାନି, କିନ୍ତୁ ତା’ର ନିରବ ମୃତ୍ୟୁ ଆଜି ସମାଜକୁ ଅନେକ ପ୍ରଶ୍ନ ପଚାରୁଛି। ମଧ୍ୟପ୍ରଦେଶର ସିଧି ଜିଲ୍ଲାର ଚୁରହଟ ଥାନା ଅନ୍ତର୍ଗତ ଭେଲକି ଗାଁରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଘର ଭିତରେ ଥିବା ପାଣି ଭର୍ତ୍ତି ନୀଳ ରଙ୍ଗର ଡ୍ରମ୍ରୁ ପାଞ୍ଚ ଦିନର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ଏହାକୁ…
ଯୋଗେ ବନ୍ୟା ପ୍ରଭାବିତ କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ଉପରେ ବୁଲି ସ୍ଥିତି ପରଖିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ବିଶେଷ କରି କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତର ବନ୍ୟା ସ୍ଥିତିକୁ ସେ ଅନୁଧ୍ୟାନ କରିଛନ୍ତି। ପରିଦର୍ଶନ ସମୟରେ କେଉଁ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଅଧିକ ରହିଛି, କେଉଁ ସ୍ଥାନରେ କ୍ଷୟକ୍ଷତି ବେଶି ହୋଇଛି ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ଅଗ୍ରଗତି କେମିତି ରହିଛି, ସେ ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ନେଇଛନ୍ତି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ସହାୟତା କମିଶନର (SRC) ଉପସ୍ଥିତ ଥିଲେ। ବନ୍ୟା ପରିସ୍ଥିତି, ଉଦ୍ଧାର…
BY-ରାଜୀବ କୁମାର ବେହେରା ଉଦଳା, :: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗ୍ରାମର ଦାଢ଼ିଆସାହିରେ ଶୁକ୍ରବାର ଏକ ଦୁଃଖଦ ଅଘଟଣ ଘଟିଛି। ଘର ନିକଟସ୍ଥ ଖାଲରେ ଲୁଗା ଧୋଇବା ଓ ଗାଧୋଇବା ବେଳେ ପାଦ ଖସିଯିବାରୁ ଗଭୀର ପାଣିରେ ବୁଡ଼ି ରୁହ୍ୟା ସିଂଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ରୁହ୍ୟା ସିଂ ଘରୁ ଲୁଗା ଧୋଇବା ଓ ଗାଧୋଇବା ପାଇଁ ଘର ନିକଟସ୍ଥ ଖାଲକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଖାଲ ପାଣିରେ ତାଙ୍କୁ ଭାସୁଥିବା ଅବସ୍ଥାରେ ଦେଖିବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ କୁଣ୍ଡାବାଇ ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପରେ ବ୍ୟବଚ୍ଛେଦ…








