Author: Charcha News

ଆପଣଙ୍କ ଭିତରେ ସକାରାତ୍ମକତା କାଏମ୍ ରହିବ। କୌଣସି ମାମଲାରେ ଯୁକ୍ତିତର୍କ କରନ୍ତୁନାହିଁ। ଲୋକମାନଙ୍କ ସହିତ ମିଶି କଥା କହିବାରେ ଖୁସି ଅନୁଭବ କରିବେ। ଅସହାୟଙ୍କୁ ସାହାଯ୍ୟ କରିବେ।‌ ଆପଣଙ୍କ ସକାରାତ୍ମକ ଭାବନା ଆପଣଙ୍କ ହିତରେ ହେବ। ମେଷ: ଆପଣଙ୍କ ଭିତରେ ସକାରାତ୍ମକତା କାଏମ୍ ରହିବ। କୌଣସି ମାମଲାରେ ଯୁକ୍ତିତର୍କ କରନ୍ତୁନାହିଁ। ଲୋକମାନଙ୍କ ସହିତ ମିଶି କଥା କହିବାରେ ଖୁସି ଅନୁଭବ କରିବେ। ଅସହାୟଙ୍କୁ ସାହାଯ୍ୟ କରିବେ।‌ ବୃଷ: ଆପଣଙ୍କ ସକାରାତ୍ମକ ଭାବନା ଆପଣଙ୍କ ହିତରେ ହେବ। ଆପଣଙ୍କର କିଛି ନୂଆ ବନ୍ଧୁ ହେବେ। କ୍ୟାରିୟର ପାଇଁ ସାହାଯ୍ୟକାରୀ ଲୋକଙ୍କ ସହିତ ସାକ୍ଷାତ ହେବ। ସବୁ କାମରେ ସଫଳତା ପାଇବେ। ‌ ମିଥୁନ: ଜରୁରୀ କାମରେ ବ୍ୟସ୍ତ ରହିବେ। ଘରୋଇ କାମରେ ଜୀବନସାଥୀର ପୂରା ସହଯୋଗ ପାଇବେ। ପିତାମାତାଙ୍କର ଆଶୀର୍ବାଦ ନିଅନ୍ତୁ ସବୁ ସମସ୍ୟାର ସମାଧାନ ମିଳିବ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ।‌ କର୍କଟ: ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଆପଣଙ୍କର ସୃଜନଶୀଳ ପ୍ରତିଭା ସାମନାକୁ ଆସିବ। ସାମାଜିକ କ୍ଷେତ୍ରରେ ମାନପ୍ରତିଷ୍ଠା…

Read More

ଲୋକସଭା ଓ ରାଜ୍ୟସଭାକୁ ଛଅ ଥର ମୁଲତବୀ ରଖିବାକୁ ପଡିଥିଲା। ବିରୋଧୀ ସାଂସଦମାନେ ନିଟ୍‌ ପ୍ରଶ୍ନପତ୍ର ଲିକ୍ ଓ ରାମ ମନ୍ଦିର ଦାନ ଚୋରି ଉପରେ ଆଲୋଚନା କରିବାକୁ ଦାବି କରୁଥିଲେ। BY-SUBHASMITA-DT-2.7.2026 ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାମମନ୍ଦିର ଦାନ ଚୋରି, ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ସିଜେପି ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ସହ ଆଲୋଚନା ଦାବି କରିଥିଲେ। ଏହାଫଳରେ ଉଭୟ ସଦନକୁ ମୋଟ ଛଅ ଥର ମୁଲତବୀ କରିବାକୁ ପଡ଼ିଥିଲା। ବିରୋଧୀ ସାଂସଦମାନେ ପୋଷ୍ଟର ଓ ବ୍ୟାନର ଧରି ସଦନରେ ପ୍ରବେଶ କରି ସ୍ଲୋଗାନ ଦେଇଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଯନ୍ତରମନ୍ତରରେ ହୋଇଥିବା ସିଜେପି ଆନ୍ଦୋଳନ ଏବଂ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ। ହଟ୍ଟଗୋଳ ମଧ୍ୟରେ ଆଇନମନ୍ତ୍ରୀ ଅର୍ଜୁନ ରାମ…

Read More

ଆଡ଼ପମଣ୍ଡପରେ ଦର୍ଶନ ସହ ଆଜି ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ସେବନର ସୁଯୋଗ ହାତଛଡ଼ା କରିନାହାନ୍ତି ଭକ୍ତ। ମାତ୍ର ଠାକୁରଙ୍କ ନୀତି ବଢ଼ି ରୁନ୍ଧା ଶେଷ BY- SBHASMITA DT-20.7.2026 ପୁରୀ :: DT-20.7.2026 :: ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଦର୍ଶନ ପାଇଁ ଆଜି ସକାଳୁ ଅସଂଖ୍ୟ ଭକ୍ତଙ୍କ ସମାଗମ ହୋଇଛି। ଜନ୍ମବେଦିରେ ମହାପ୍ରଭୁଙ୍କ ଦିବ୍ୟ ଲୀଳା ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଦର୍ଶନ ସହ ଆଜି ଭକ୍ତମାନେ ପବିତ୍ର ଆଡ଼ପ ଅବଢ଼ା ସେବନର ସୌଭାଗ୍ୟ ମଧ୍ୟ ଲାଭ କରିଛନ୍ତି। ଠାକୁରଙ୍କ ନୀତି ବିଳମ୍ବ ହେବାରୁ ଅପରାହ୍ନ ୪ଟା ୧୦ ମିନିଟ୍‌ରେ ଅବଢ଼ା ବାହାରିଥିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରାୟ ୧ ଲକ୍ଷ ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ଆଜିଠାରୁ ମହାପ୍ରଭୁଙ୍କଠାରେ ଅନ୍ନବ୍ୟଞ୍ଜନ ଭୋଗ ଆରମ୍ଭ ହୋଇଥିବାବେଳେ କୋଠଭୋଗରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ…

Read More

ସାଧାରଣତଃ ଚେସ୍‌ ଖେଳିବା ସମୟରେ ପିଲାମାନେ ଭାବି ଚିନ୍ତି ଖେଳିଥାନ୍ତି। ସେମାନଙ୍କ ପ୍ରତିପକ୍ଷ ଖେଳାଳି ଆଗକୁ କେଉଁ ଚାଲ୍‌ରେ ଖେଳିବ, ଏହାକୁ ଧ୍ୟାନରେ ରଖି ପିଲାମାନେ ଭାବି ଚିନ୍ତି ନିଜର ବାଜି ଖେଳିଥାନ୍ତି। ଏହା ଦ୍ବାରା ପିଲାମାନଙ୍କର ସଠିକ୍‌ ସମୟରେ ଉଚିତ୍‌ ନିଷ୍ପତ୍ତି ନେବାର ଅଭ୍ୟାସ ବିକଶିତ ହୋଇଥାଏ। BY- SUBHASMITA DT-20-7-2026 ପ୍ରତିବର୍ଷ ଜୁଲାଇ ୨୦ ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଚେସ୍‌ ଦିବସ ଭାବେ ପାଳନ କରାଯାଏ। ଚେସ୍‌କୁ ବୁଦ୍ଧି, ଧୈର୍ଯ୍ୟ ଓ ରଣନୀତିର ଖେଳ ବୋଲି କୁହାଯାଏ। ଡାକ୍ତରମାନଙ୍କ ମତାନୁସାରେ, ଏହି ଖେଳ ପିଲାମାନଙ୍କ ଚିନ୍ତନଶକ୍ତି, ସ୍ମୃତିଶକ୍ତି ଏବଂ ନିଷ୍ପତ୍ତି ନେବାର କ୍ଷମତାକୁ ଉନ୍ନତ କରିବାରେ ସହାୟକ ହୋଇପାରେ। ଚେସ୍‌ ଖେଳିବା ସମୟରେ ପିଲାମାନେ ପ୍ରତିପକ୍ଷର ପରବର୍ତ୍ତୀ ଚାଲ୍‌କୁ ଅନୁମାନ କରି ନିଜର ରଣନୀତି ପ୍ରସ୍ତୁତ କରନ୍ତି। ଏହି ପ୍ରକ୍ରିୟା ସେମାନଙ୍କର ତର୍କଶକ୍ତି ଓ ବିଶ୍ଳେଷଣ କ୍ଷମତାକୁ ବଢ଼ାଇଥାଏ। ଏଥିସହିତ ଖେଳ ସମୟରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା…

Read More

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୌସୁମୀ ହେଉ କିମ୍ବା ମୌସୁମୀ ଅଧିବେଶନ, ଯଦି ଉଭୟ ସକାରାତ୍ମକ ଥାଏ, ତେବେ ଏହା ଅତ୍ୟନ୍ତ ଲାଭଦାୟକ। BY – Subhasmita -ତାରିଖ: ୨୦ ଜୁଲାଇ ୨୦୨୬ ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ସମ୍ବୋଧନ କରି ଦେଶର କଲ୍ୟାଣ ପାଇଁ ଅଧିବେଶନକୁ ଫଳପ୍ରଦ କରିବାକୁ ସମସ୍ତ ସାଂସଦଙ୍କୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି, ସକାରାତ୍ମକ ମୌସୁମୀ ବର୍ଷା ଯେପରି ଦେଶ ପାଇଁ ଆଶୀର୍ବାଦ, ସେହିପରି ସକାରାତ୍ମକ ମୌସୁମୀ ଅଧିବେଶନ ମଧ୍ୟ ଲୋକହିତରେ ଗୁରୁତ୍ୱପୂର୍ଣ୍ଣ ହେବ। ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଓ ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଭାରତ ଦୃଢ଼ ଆର୍ଥିକ ଅଭିବୃଦ୍ଧି ହାସଲ କରୁଥିବା କଥା ସେ ଉଲ୍ଲେଖ କରିଛନ୍ତି। ମହାକାଶ, ସେମିକଣ୍ଡକ୍ଟର, ଷ୍ଟାର୍ଟଅପ୍, ସବୁଜ ହାଇଡ୍ରୋଜେନ୍ ଟ୍ରେନ୍ ଓ ଶିଳ୍ପ କ୍ଷେତ୍ରର ସଫଳତା ଭାରତର ବଢ଼ୁଥିବା ଶକ୍ତିର…

Read More

କକ୍ରୋଚ୍ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ ଲାଠିଚାର୍ଜ କରିଛି। ପୁଲିସ ସେମାନଙ୍କୁ ଜନ୍ତର ମନ୍ତରରୁ ସଂସଦ ଆଡକୁ ଯିବାରୁ ରୋକିଛି। ବାରମ୍ବାର କଟକଣା ସତ୍ତ୍ୱେ, ପ୍ରଦର୍ଶନକାରୀମାନେ ସଂସଦ ଆଡକୁ ଆଗକୁ ବଢୁଥିବା ସମୟରେ ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆରପିଏଫ କର୍ମଚାରୀ ଏବଂ ପୁଲିସ ଲାଠିଚାର୍ଜ କରିଛନ୍ତି। ତେବେ ସଂସଦ ଅଭିମୁଖେ ଯାତ୍ରା କରୁଥିବା ଯୁବବର୍ଗମାନଙ୍କ ଉପରେ ଏବଂ ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ସମୟରେ ଲାଠିଚାର୍ଜ କରାଯାଇଥିବା ଦାବିକୁ ଦିଲ୍ଲୀ ପୁଲିସ ଅସ୍ୱୀକାର କରିଛି।। ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଏବଂ ସଂସଦ ଶୋଭାଯାତ୍ରା ସମୟରେ, ରାପିଡ୍ ଆକ୍ସନ୍ ଫୋର୍ସ କର୍ମଚାରୀମାନେ ପ୍ରତିବାଦକାରୀଙ୍କ ଉପରେ ଲାଠିଚାର୍ଜ କରୁଥିବାର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ସମୟରେ, ଦିଲ୍ଲୀ ପୁଲିସ ଏକ ବିବୃତି ଜାରି କରି କରି ଏହାକୁ ଖଣ୍ଡନ କରିଛି। ଦିଲ୍ଲୀ ପୁଲିସ ଏକ ବିବୃତିରେ କହିଛି…

Read More

ମହାଠକ ଶଶଧର ପଣ୍ଡାର ଖୋଲୁଛି ଗୁମର । ଆଉ ୫୦ ଲକ୍ଷ ଟଙ୍କା ଠକେଇ ନେଇ କଟକ ସିଡିଏ ଥାନାରେ ରୁଜୁ ହୋଇଛି ୫ଟି ନୂଆ ମାମଲା । ବିଶ୍ୱାସରେ ବିଷ ଦେଇ ଏଗ୍ରିମେଣ୍ଟ କରି ଲୋକଙ୍କୁ କଳକାନା ବୁଲାଇଥିଲା ଅଭିଯୁକ୍ତ ଶଶଧର । ମହାଠକ ଶଶଧର ପଣ୍ଡାର ଖୋଲୁଛି ଗୁମର । ଆଉ ୫୦ ଲକ୍ଷ ଟଙ୍କା ଠକେଇ ନେଇ କ ସିଡିଏ ଥାନାରେ ରୁଜୁ ହୋଇଛି ୫ଟି ନୂଆ ମାମଲା । ବିଶ୍ୱାସରେ ବିଷ ଦେଇ ଏଗ୍ରିମେଣ୍ଟ କରି ଲୋକଙ୍କୁ କଳକାନା ବୁଲାଇଥିଲା ଅଭିଯୁକ୍ତ ଶଶଧର । ସେପଟେ ୫୮ ଲକ୍ଷ ଠକେଇ ମାମଲାରେ ପୁରୀ ନିମାପଡ଼ା ଥାନାରେ ଶଶଧର ବିରୋଧରେ ମାମଲା ରୁଜୁ ହୋଇଛି । ଶଶଧରକୁ ରିମାଣ୍ଡରେ ନେଇ ଠକେଇ ସଂପର୍କରେ ଅଧିକ ଛାନଭିନ୍ କରିପାରେ ପୁଲିସ । ସେହିପରି ୨ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ବାଲିଅନ୍ତା ଥାନା ପୁଲିସ କଟକ ମଙ୍ଗଳାବାଗ ଥାନାକୁ ଅସି…

Read More

ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କଲେ ଜଣେ ଯୁବକ । ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି । ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କଲେ ଜଣେ ଯୁବକ । ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି । ଘଟଣାକୁ ନେଇ ବରଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବରଗଡ଼ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏହି ଚମକାଇଦେବା ଘଟଣା । ସୂଚନା ଅନୁଯାୟୀ, ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ଜଣେ ଯୁବକ ହଠାତ୍ ଉତ୍ତେଜିତ ହୋଇ କର୍ତ୍ତବ୍ୟରତ ଡାକ୍ତର ସୁଦୀପ୍ତ ରାଉତଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କରିଥିଲେ । ହଠାତ୍ ହୋଇଥିବା ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ…

Read More

ଲଗାଣ ବର୍ଷାର ପ୍ରଭାବ ଏବେ ସିଧାସଳଖ ପଡ଼ିଛି ସାଧାରଣ ଲୋକଙ୍କ ପକେଟ୍ ଉପରେ । ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ପରିବା ଦର ଆକାଶଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି । ଲଗାଣ ବର୍ଷାର ପ୍ରଭାବ ଏବେ ସିଧାସଳଖ ପଡ଼ିଛି ସାଧାରଣ ଲୋକଙ୍କ ପକେଟ୍ ଉପରେ। ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ପରିବା ଦର ଆକାଶଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି । ରୋଷେଇ ଘରର ବଜେଟ୍‌କୁ ବିଗାଡ଼ି ଦେଇଛି ପରିବା ଦର । ଭୁବନେଶ୍ୱର ୧ ନମ୍ବର ପରିବା ହାଟରେ ପ୍ରାୟ ସବୁ ପରିବାର ଦର ବଢ଼ିଥିବା ଦେଖିବାକୁ ମିଳିଛି । ବାଇଗଣ କିଲୋ ପିଛା ୮୦ରୁ ୧୦୦ ଟଙ୍କା, ପୋଟଳ ୫୦ରୁ ୬୦ ଟଙ୍କା, ଦେଶୀ କାଙ୍କଡ ୧୦୦…

Read More