ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‘ମୋଦୀ ମନ କି ବାତ’ ଜରିଆରେ ଉଲ୍ଲେଖ କରିଛନ୍ତି ଯେ ମଇ ମାସ ଏକ ଶୁଭ ଅବସରରେ ଆରମ୍ଭ ହେବ ଏବଂ କିଛି ଦିନ ମଧ୍ୟରେ ସାରା ଦେଶରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯିବପ୍ରଧାନମନ୍ତ୍ରୀ ନରେନ୍ଦ୍ର ‘ମୋଦୀ ମନ କି ବାତ’ ଜରିଆରେ ଉଲ୍ଲେଖ କରିଛନ୍ତି ଯେ ମଇ ମାସ ଏକ ଶୁଭ ଅବସରରେ ଆରମ୍ଭ ହେବ ଏବଂ କିଛି ଦିନ ମଧ୍ୟରେ ସାରା ଦେଶରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯିବ । ସେ ଏହି ଅବସରରେ ଦେଶବାସୀଙ୍କୁ ତାଙ୍କର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ ଭଗବାନ ଗୌତମ ବୁଦ୍ଧଙ୍କ ଜୀବନ ବାର୍ତ୍ତା ଆଜି ମଧ୍ୟ ପୂର୍ବ ପରି ପ୍ରାସଙ୍ଗିକ । ବୁଦ୍ଧ ଶିକ୍ଷା ଦେଇଥିଲେ ଯେ ଶାନ୍ତି ନିଜ ଭିତରେ ଆରମ୍ଭ ହୁଏ । ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାଖ୍ୟା କରି କହିଛନ୍ତି ଯେ ବୁଦ୍ଧଙ୍କ ବାର୍ତ୍ତାରେ ଏହା ମଧ୍ୟ କୁହାଯାଇଛି ଯେ ନିଜକୁ…
Author: Charcha News
BY-ରବିନ୍ଦ୍ର ନାଥ ମହାପାତ୍ରରାୟଗଡା ଜିଲ୍ଲା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି କଳା ଓ ସାଂସ୍କୃତିକ ପରିଷଦ ତରଫରୁଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ମାଲ୍ୟାର୍ପଣ ଓ ପୂଜ୍ୟ ପୂଜା ଅନୁଷ୍ଠିତ l ପୂର୍ବାହ୍ନ ସାତ ଘଟିକା ସମୟରେ ରାୟଗଡ଼ବାସୀ ଗଜପତି ଛକସ୍ଥିତ ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ନିକଟରେ ସମାଗମ ହୋଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୌର ପରିଷଦ ଏବଂ ଗଜପତି ମହାରାଜା ସ୍ମୃତି କମିଟି, ୱାକର୍ସ କ୍ଲବ,ଉତ୍କଳ ସମିଳନୀ, ରାୟଗଡ଼ ଶାଖା, ବରିଷ୍ଠ ନାଗରିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଜନସାଧାରଣ ଉପସ୍ଥିତ ରହି ପୂଜାର୍ଚ୍ଚନା ସହ ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଏଥିରେ ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ ମହାନ୍ତି, ବ୍ରଜସୁନ୍ଦର ନାୟକ, ସତ୍ୟବାଦୀ ପତି, ବରିଷ୍ଠ ସାମ୍ବାଦିକ ଅମୂଲ୍ୟ ରତ୍ନ ସାହୁ ଏବଂସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ମାଲ୍ୟର୍ପଣ କରିଥିଲେ l ଗଜପତି ମହାରାଜା ସ୍ବତନ୍ତ୍ର ଭାଷାଭିତ୍ତିକ…
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ସୁଇଜରଲ୍ୟାଣ୍ଡର ଜୁରିକ୍ ଅଭିମୁଖେ ଯାତ୍ରା କରିବାକୁ ଥିବା ସ୍ୱିସ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାର ଇଞ୍ଜିନରେ ନିଆଁ ଲାଗିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା BY-SUBHASMITA-26.4.2026 ଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଦୁର୍ଘଟଣା ଟଳିଯାଇଛି। ସୁଇଜରଲ୍ୟାଣ୍ଡର ଜୁରିକ୍ ଯିବାକୁ ଥିବା ସ୍ୱିସ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ପୂର୍ବରୁ ହଠାତ୍ ଇଞ୍ଜିନରେ ନିଆଁ ଲାଗିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ, ଏୟାରବସ୍ A330 (ଫ୍ଲାଇଟ୍ LX147) ରନୱେରେ ଟେକ୍-ଅଫ୍ ପାଇଁ ଦୃତଗତିରେ ଯାଉଥିବା ସମୟରେ ଏହାର ଗୋଟିଏ ଇଞ୍ଜିନ ହଠାତ୍ ଅଚଳ ହୋଇ ନିଆଁ ଲାଗିଥିଲା। ପରିସ୍ଥିତି ଗୁରୁତର ହେବା ପୂର୍ବରୁ ପାଇଲଟ୍ ତୁରନ୍ତ ଉଡ଼ାଣ ବାତିଲ…
ଯେଉଁ ଦେଶ ନିଜକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ବୋଲି ଦାବି କରେ, ଯେଉଁ ଦେଶର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ନିରାପଦ ବ୍ୟକ୍ତି ବୋଲି କୁହାଯାଏ, ସେହି ଦେଶର ରାଜଧାନୀରେ ଆଜି ଯାହା ଘଟିଲା, ତାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି । ବର୍ତ୍ତମାନ ଯୁଦ୍ଧକୁ ନେଇ ଚର୍ଚ୍ଚାରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିପଦ । ନିଜ ଦେଶରେ ସୁରକ୍ଷିତ ନାହାନ୍ତି ଆମେରିକା ରାଷ୍ଟ୍ରପତି । ଯୁଦ୍ଧଠାରୁ ଆରମ୍ଭ କରି ଟାରିଫରେ ସାରା ବିଶ୍ୱକୁ ଥରହର କରୁଥିବା ଟ୍ରମ୍ପଙ୍କୁ ହୋଇଛି ଗୁଳିମାଡ଼ ଉଦ୍ୟମ । ଯେଉଁ ଦେଶ ନିଜକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ବୋଲି ଦାବି କରେ, ଯେଉଁ ଦେଶର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ନିରାପଦ ବ୍ୟକ୍ତି ବୋଲି କୁହାଯାଏ, ସେହି ଦେଶର ରାଜଧାନୀରେ ଆଜି ଯାହା ଘଟିଲା, ତାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି । ପ୍ରତିଷ୍ଠିତ ‘ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର୍’ ଚାଲିଥିବା…
ରାଜ୍ୟର ଲାଗି ରହିଛି ଗ୍ରୀଷ୍ମପ୍ରବାହ। ଆଜି ବି ସକାଳୁ ସକାଳୁ ତାତି ଅନୁଭୂତ ହେଉଛି। ପଶ୍ଚିମରୁ ଉପକୂଳ ସବୁଠି କଲବଲ କରୁଛି ତାତି। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରି ରହୁଛି। ଅସହ୍ୟ ଗୁଳୁଗୁଳି ଆକ୍ତାମାକ୍ତା କରୁଛି। BY-SUBHASMITA-26.4.2026 ଆଜି ବି ରାଜ୍ୟରେ ତାତିର ତଣ୍ଡବ ଜାରି ରହିଛି। ସକାଳୁ ଠାରୁ ହିଁ ଗରମର ତିବ୍ରତା ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ବିଶେଷକରି ପଶ୍ଚିମ ଓଡିଶାରେ ସ୍ଥିତି ଅଧିକ ଗମ୍ଭୀର ରହିଛି, ଯେଉଁଠାରେ ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଗତ କିଛି ଦିନ ଧରି ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହରମାନଙ୍କ ମଧ୍ୟରେ ଗଣନୀୟ ହେଉଛି। ଏଠାରେ ତାପମାତ୍ରା ପ୍ରାୟ ୪୪ ଡିଗ୍ରି ଉପରେ ରହୁଥିବାବେଳେ ସମ୍ବଲପୁରରେ ମଧ୍ୟ ୪୩ ଡିଗ୍ରି ତଳକୁ ଖସିବାର ନାଁ ନେଉନି। ରାଉରକେଲା ଓ ବଲାଙ୍ଗୀରରେ ମଧ୍ୟ ତାତି ତାର ପ୍ରଭାବ ଦେଖାଉଛି, ଯାହାରେ ଲୋକମାନେ ଦିନଚର୍ୟା ପାଳନ କରିବାକୁ ଅସୁବିଧା…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲ୍ ଇଣ୍ଡିଆ ରେଡିଓର ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଭାରତ ଏବଂ ବିଦେଶର ଲୋକଙ୍କ ସହିତ ତାଙ୍କର ଚିନ୍ତାଧାରାକୁ ପରି ପ୍ରକାଶ କରିଛନ୍ତି। BY-SUBHASMITA-DT_26,4.2026 ନୂଆଦିଲ୍ଲୀ :Narendra Modi ଅଲ୍ ଇଣ୍ଡିଆ ରେଡିଓର ଲୋକପ୍ରିୟ ମାସିକ କାର୍ଯ୍ୟକ୍ରମ Mann Ki Baat ର ୧୩୩ତମ ସଂସ୍କରଣରେ ଦେଶ ଓ ବିଦେଶର ଶ୍ରୋତାମାନଙ୍କ ସହିତ ନିଜ ଚିନ୍ତାଧାରା ବାଣ୍ଟିଛନ୍ତି। ପରିବେଶର ଅଦ୍ଭୁତ ଦୃଶ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି, ମୌସୁମୀ ବର୍ଷା ପରେ Rann of Kutch ଅଞ୍ଚଳ ଜୀବନ୍ତ ହୋଇଯାଏ। ପ୍ରତିବର୍ଷ ଲକ୍ଷୋଧିକ ଫ୍ଲେମିଙ୍ଗୋ ପକ୍ଷୀ ଏଠାରେ ଆସି ରହିଥାନ୍ତି। ସମଗ୍ର ଅଞ୍ଚଳ ଗୋଲାପୀ ରଙ୍ଗରେ ଭରିଯାଏ, ଯାହାକୁ ‘ଫ୍ଲେମିଙ୍ଗୋ ସିଟି’ ବୋଲି କୁହାଯାଏ। ସ୍ଥାନୀୟ ଲୋକମାନେ ସେମାନଙ୍କୁ “ଲାଖା ଜୀ କେ ବାରାତି” ବୋଲି ଡାକନ୍ Gautama Buddhaଙ୍କ ଶିକ୍ଷା ଆଜିର ଦୁନିଆରେ ଆହୁରି ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ କହିଛନ୍ତି, “ଶାନ୍ତି ଆମ ଭିତରୁ ଆରମ୍ଭ ହୁଏ, ଏବଂ…
ମଧୁପାଟଣା ଥାନାର IICଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏକ ଟ୍ରକ୍ ଦୁର୍ଘଟଣା ଘଟିଥିବା ଖବର ମିଳିଥିଲା, ଯେଉଁଠାରେ ଟ୍ରକ୍ଟି ଗଛ ସହିତ ଧକ୍କା ଖାଇ ଗଛଟି ରାସ୍ତା ଉପରେ ପଡ଼ି ଯାଇଥିଲା ଓ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ସୂଚନା ପାଇବା ସହିତ ଆମ ପ୍ରତିଷ୍ଠାନର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିର ମୂଲ୍ୟାୟନ କରିଥିଲେ। ସେଠାରେ ଦେଖାଯାଇଥିଲା ଯେ ଶୁଖିଲା ଲଙ୍କା ଭର୍ତ୍ତି ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା ଓ ଗଛକୁ ଧକ୍କା ଦେଇଥିବାରୁ ଗଛଟି ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ଏହାର ଫଳରେ ସଡ଼କ ଯାତାୟାତ ପୂର୍ଣ୍ଣରୂପେ ବାଧାଗ୍ରସ୍ତ ହୋଇଥିଲା। ପରେ ଆମ କର୍ମଚାରୀମାନେ ତୁରନ୍ତ ପ୍ରୟୋଜନୀୟ ସାଧନ ସାମଗ୍ରୀ ବ୍ୟବହାର କରି ପଡ଼ିଥିବା ଗଛଟିକୁ କାଟି ଓ ସଡ଼କରୁ ହଟାଇଥିଲେ ଏବଂ ରାସ୍ତାକୁ ସଫା କରି ଯାତାୟାତକୁ ପୁନର୍ବାର ସାମାନ୍ୟ ଅବସ୍ଥାରେ ଆଣିଥିଲେ। ଶୀଘ୍ର ଓ ସଠିକ୍ କାର୍ଯ୍ୟାନୁଷ୍ଠାନ ଫଳରେ ଯାତାୟାତ ପୁନଃ…
-ରବିନ୍ଦ୍ର ନାଥ ମହାପାତ୍ର ପଦ୍ମପୁର : ତ୍ରିବେଣୀ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲ୍, ପଦ୍ମପୁର ପୁଣିଥରେ ଶିକ୍ଷା କ୍ଷେତ୍ରରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛି। ସଂସ୍ଥାର ମେଧାବୀ ଛାତ୍ର ତ୍ରିପାତି ପ୍ରସାଦ ପଣ୍ଡା JEE Main ପରୀକ୍ଷାରେ ଉଲ୍ଲେଖନୀୟ 96.581 ପର୍ସେଣ୍ଟାଇଲ୍ ଅର୍ଜନ କରି ସଂସ୍ଥା ଓ ସମଗ୍ର ପଦ୍ମପୁର ଅଞ୍ଚଳ ପାଇଁ ଗୌରବର କାରଣ ହୋଇଛନ୍ତି । ତ୍ରିପତି ପ୍ରସାଦ ପଣ୍ଡା, ଶ୍ରୀ ହରିଶ୍ଚନ୍ଦ୍ର ପଣ୍ଡା ଓ ଶ୍ରୀମତୀ ଗାୟତ୍ରୀ ସାମନ୍ତରାଙ୍କ ପୁତ୍ର, ତାଙ୍କର ନିରନ୍ତର ପରିଶ୍ରମ ଓ ଲକ୍ଷ୍ୟନିଷ୍ଠା ଦ୍ୱାରା ଏହି ସଫଳତା ଅର୍ଜନ କରିପାରିଛନ୍ତି। ଛୋଟବେଳୁ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ଓ ଅନୁଶାସିତ ଅଭ୍ୟାସ ତାଙ୍କୁ ଏହି ଉଚ୍ଚ ସ୍ଥାନକୁ ନେଇଯାଇଛି। ତ୍ରିପତି ନିଜ ଅନୁଭବରେ କହିଛନ୍ତି ଯେ, ସେ ପ୍ରତିଦିନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁଷ୍ଠାନରେ ଅଧ୍ୟୟନ କରୁଥିଲେ ଏବଂ ତାପରେ ଘରେ ଅତିରିକ୍ତ ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ପଢ଼ାରେ…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନାଙ୍କ ନେତୃତ୍ୱରେ ଆଜି କୋଲନାରା ତହସିଲ ଅଞ୍ଚଳରେ ଚାଲିଥିବା ବିଭିନ୍ନ କ୍ରଶର ୟୁନିଟ୍ ଦ୍ୱାରା ଅବୈଧ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ସମ୍ପର୍କରେ ଖବର ପାଇ ଏହିଆକୁ ରୋକିବା ପାଇଁ ଏକ ଯୁଗ୍ମ ତଦାରଖ (ଜୋଇଣ୍ଟ ଇନଫୋର୍ସମେଣ୍ଟ)କମିଟି ଦ୍ୱାରା ଅଚାନକ ଚଢ଼ାଉ ଅଭିଯାନ ଚାଲିଥିଲା। ଏହି ଚଢ଼ାଉ ଅଭିଯାନକୁ ଉପ ଜିଲ୍ଲାପାଳ, କୋଲନାରାର ଅତିରିକ୍ତ ତହସିଲଦାର, ଶ୍ରୀ ଭବାନୀ ମିଶ୍ର, ରେଭେନ୍ୟୁ ଇନ୍ସପେକ୍ଟର (RI),ସସ୍ମିତା ମିଶ୍ର,ଅସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI) ଶ୍ରୀ ପ୍ରସନଞ୍ଜିତ ରାଉତ ଏବଂ ଖଣି ଅଧିକାରୀ ରାୟଗଡ଼, ଏହି ତଦାରଖରେ ସାମିଲ ଥିଲେ। ଦଳ ପକ୍ଷରୁ ବିଭିନ୍ନ କ୍ରଶର ୟୁନିଟ୍ ଉପରେ ଯାଞ୍ଚ କରାଯାଇ ଅବୈଧ କାର୍ଯ୍ୟକଳାପ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚର୍ଚ୍ଚା news








