Author: Charcha News

ରାଜଧାନୀ ଦିଲ୍ଲୀରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ରବିବାର ଠାରୁ ସିଏନଜି ଦରରେ ପୁଣି ଥରେ କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି, ରାଜଧାନୀ ଦିଲ୍ଲୀରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ରବିବାର ଠାରୁ ସିଏନଜି ଦରରେ ପୁଣି ଥରେ କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି, ଯାହା ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ସଂଶୋଧନ ଅଟେ। ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜିର ମୂଲ୍ୟ ପ୍ରତି କିଲୋଗ୍ରାମ ୮୦.୦୯ ଟଙ୍କା ହୋଇଥିବା ବେଳେ ନୋଏଡ଼ା ଓ ଗାଜିଆବାଦରେ ଗ୍ରାହକମାନଙ୍କୁ ପ୍ରତି କିଲୋଗ୍ରାମ ପାଇଁ ୮୮.୭୦ ଟଙ୍କା ଗଣିବାକୁ ପଡ଼ିବ । ଏହାପୂର୍ବରୁ ଗତ ମେ’ ୧୫ ତାରିଖରେ ସିଏନଜି ଦରରେ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା, ଯାହା ଏବେ ଅଟୋ, ଟାକ୍ସି ଓ ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ପକେଟ୍…

Read More

ନୟାଗଡ଼ ଜିଲ୍ଲାରେ ଭିଜିଲାନ୍ସର ବଡ଼ ଧରପକଡ଼ । ଘୁଷ ନେବା ବେଳେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗ (RW Section) ର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ହାତେନାତ ଧରିବାରେ ସଫଳ ହୋଇଛି ।ତାଙ୍କ ସହ ଜଣେ ବେସରକାରୀ ବ୍ୟକ୍ତି ଅଶୁତୋଷ ବଳିଆରସିଂହଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ଅଧୀନରେ ୨୦୨୧-୨୨ ମସିହାରେ ଖଣ୍ଡପଡ଼ା ଅଞ୍ଚଳରେ ହୋଇଥିବା ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ବିଲ୍ କ୍ଲିୟାର କରିବା ସହ ସୁରକ୍ଷା ଜମା ଟଙ୍କା ଫେରସ୍ତ କରାଇବା ପାଇଁ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୩୬ ହଜାର ଟଙ୍କା ଘୁଷ ଦାବି କରିଥିଲେ ଜେଇ କେଶବ ସୁବୁଦ୍ଧି । ସରକାରୀ ନିୟମ ଅନୁଯାୟୀ ରକ୍ଷଣାବେକ୍ଷଣ ଅବଧି ଶେଷ ହେବା ପରେ ଇନିସିଆଲ ସିକ୍ୟୁରିଟି ଡିପୋଜିଟ (ISD) ଓ ଅନ୍ୟ ସୁରକ୍ଷା ଜମା ରାଶି…

Read More

ଦୁଇ ଟ୍ରାକ୍ଟର ଜବଦ, ମାଫିଆଙ୍କ ମଧ୍ୟରେ ଛନକା :: BY-ରାଜୀବ କୁମାର ବେହେରା ମୟୁରଭଞ୍ଜ : ଉଦଳା ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ l ପ୍ରଶାସନକୁ ଖୋଲା ଚେଲେଞ୍ଜ ଦେଉଛନ୍ତି ମାଫିଆ, ସ୍ପଷ୍ଟ ଦିବାଲୋକ ରେ କରୁଥିଲେ ଚୋରା କାରବାର ଅଟକ ରହିଲା ଦୁଇ ଟ୍ରାକ୍ଟର l ଚୋରା ଲଘୁ ଖଣିଜ ଚାଲାଣକୁ ନେଇ ପ୍ରଶାସନ ଆକ୍ସନ ମୋଡ୍‌କୁ ଆସିଛି। ବିଶେଷ ସୂତ୍ରରୁ ଖବର ପାଇ ଉପଖଣ୍ଡ ପ୍ରଶାସନ ଓ ଉଦଳା ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବେଆଇନ ଭାବେ ବାଲି ଓ ମାଟି ଚାଲାଣ କରାଯାଉଥିବା ବେଳେ ଦୁଇଟି ଟ୍ରାକ୍ଟରକୁ ପୃଥକ ପୃଥକ ସ୍ଥାନରୁ ଜବଦ କରାଯାଇଛି। ସୂଚନା ଅନୁସାରେ ଉଦଳା ଡିଆଇ ଅଫିସ ଛକ ନିକଟରୁ ଏବଂ ବୈରାଟପୁର ଅଞ୍ଚଳରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପୋଲିସ ମାଡ଼ି ବସିଥିଲା। ଉପଜିଲ୍ଲାପାଳ…

Read More

କୁକୁଡ଼ା ଭାତକୁ ନେଇ ଉଦଳା ଢିପା ସାହିରେ ତୁମୁଳ କାଣ୍ଡ, ୪ ଆହତ :: BY-ରାଜୀବ କୁମାର ବେହେରା ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଦୁଗୁଧା ଗ୍ରାମ ପଞ୍ଚାୟତର ଢିପା ସାହି ଅଞ୍ଚଳରେ ଏକ ସାମାନ୍ୟ ଘଟଣାକୁ ନେଇ ବଡ଼ ଧରଣର ଗଣ୍ଡଗୋଳ ସୃଷ୍ଟି ହୋଇଛି । କୁକୁଡ଼ା ଘରେ ପଶି ଭାତ ଖାଇଦେବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା । ପରେ ପରିସ୍ଥିତି ଉତ୍ତେଜନାମୟ ହୋଇ ଧସ୍ତାଧସ୍ତି ଓ ମାରପିଟର ରୂପ ନେଇଥିଲା । ସ୍ଥାନୀୟ ସୂଚନା ଅନୁସାରେ, କଥା କାଟାକାଟି ପରେ ଦୁଇ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ…

Read More

BY-ସୌମ୍ୟ ରଞ୍ଜନ ଦାସ କଟକ ::କଟକରେ ଏକ ଦୁଃଖଦ ଅଘଟଣା ଘଟିଥିବା ବେଳେ ପାଣିରେ ବୁଡ଼ିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଅଭିନବ ବିଡାନାସୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲାଇଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ପାଣି ଭିତରୁ ନାବାଳକଙ୍କ ମୃତଦେହକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ମୃତ ନାବାଳକଙ୍କ ପରିଚୟ ଏସ୍‌କେ ସରଫରାଜ ଭାବେ ହୋଇଥିବା ବେଳେ ସେ ଏସ କେ ସିରାଜଙ୍କ ପୁଅ ବୋଲି ଜଣାପଡ଼ିଛି। ତାଙ୍କ ବୟସ ମାତ୍ର ୧୨ ବର୍ଷ ଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ପରିବାର ଲୋକଙ୍କ ମଧ୍ୟରେ କାନ୍ଦଣାର ରୋଳ ପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ପହଞ୍ଚି ପେଶାଦାର ଢଙ୍ଗରେ ଉଦ୍ଧାର ଅଭିଯାନ କରି ମୃତଦେହକୁ ବାହାର କରିଥିଲେ। ଘଟଣା କିପରି ଘଟିଲା ଏବଂ କେମିତି ନାବାଳକ ଜଣକ ପାଣିରେ…

Read More

BY_ଚିନ୍ମୟ ନାୟକ ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ ସେରପୁର ପଞ୍ଚାୟତ କୃଷ୍ଣନଗର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ଟ୍ରାକ୍ଟର ଚାଷ କରୁଥିବା ବେଳେ ରୋଟରରେ ଚାପି ହୋଇ ଜଣେ ଚାଷୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଚାଷୀ ଜଣଙ୍କ ହେଲେ କୃଷ୍ଣନଗର ଗ୍ରାମରେକାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ(୬୪)। ଆଜି ସକାଳୁ କାର୍ତ୍ତିକ ନିଜ ଜମିରେ ଏକ ଟ୍ରାକ୍ଟର ଯୋଗେ ହଳ କରାଉଥିଲେ। ସେ ଉପସ୍ଥିତ ରହି ହଳ ସମ୍ପର୍କରେ ଡ୍ରାଇଭରକୁ କହୁଥିଲେ। କୈାଣସି କାରଣବସତ ଟ୍ରାକ୍ଟର ରୋଟରରେ ଚାପି ହୋଇଯିବାରୁ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଚର୍ଚ୍ଚା news

Read More

କେମିତି କଟିବ ଆଜିର ଦିନ : ମେଷ- ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷ- ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ମିଥୁନ- ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି। କର୍କଟ- ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ…

Read More

କାଙ୍କେରରେ ଏକ ନକଲି ନୋଟ ଛାପିବା ରାକେଟର ଏକ ବଡ଼ ପର୍ଦ୍ଦାଫାସ ହୋଇଛି । ପୋଲିସ ପ୍ରାୟ ୬.୫ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଛତିଶଗଡ଼ର କାଂକେରଠାରେ ଶୀଘ୍ର ଋଣ ଟଙ୍କା ସୁଝିବା ପାଇଁ ନକଲି ନୋଟ ଛାପିବା ପାଇଁ ଯୋଜନା ଚାଲିଥିଲା । କାଙ୍କେରରେ ଏକ ନକଲି ନୋଟ ଛାପିବା ରାକେଟର ଏକ ବଡ଼ ପର୍ଦ୍ଦାଫାସ ହୋଇଛି । ପୋଲିସ ପ୍ରାୟ ୬.୫ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଘରେ ନକଲି ୫୦୦ ଟଙ୍କା ନୋଟ ଛାପୁଥିଲା । ଏହି ଘଟଣା କୋତୱାଲି ଥାନା ଅଞ୍ଚଳରେ ଘଟିଛି । ପୁଲିସ ଜଣେ ଖବର ପାଇ ବିପୁଳ ପରିମାଣର ନକଲି ନୋଟ୍‌ ଜବତ୍ କରିଛି । ସୂଚନା ପାଇ ପୁଲିସ ଅଭିଯୁକ୍ତକୁ ଘେରି ଗିରଫ କରିଛି ।…

Read More

ତୈଳ ସଙ୍କଟକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଘରେ ଗୁରୁତ୍ବପୂର୍ଣ୍ଣ ବୈଠକ , ରାଜ୍ୟରେ ପେଟ୍ରୋଲ ସଙ୍କଟ ଭିତରେ ଆଇଓସିଏଲ ଓ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସହ ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ। ଏହି ବୈଠକ ପରେ ବଡ ସୂଚନା ଦେଇଛନ୍ତି ଆଇଓସିଏଲ ସିଜିଏମ କମଲ ସିଲ୍‌। ରାଜ୍ୟରେ ପେଟ୍ରୋଲ ସଙ୍କଟ ଭିତରେ ଆଇଓସିଏଲ ଓ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସହ ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ। ଏହି ବୈଠକ ପରେ ବଡ ସୂଚନା ଦେଇଛନ୍ତି ଆଇଓସିଏଲ ସିଜିଏମ କମଲ ସିଲ୍‌ । କହିଛନ୍ତି, ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣର ରହିଛି। ଭୟଭୀତ ହୋଇ ଅତ୍ୟଧିକ ପରିମାଣରେ ତେଲ କିଣିବାରୁ ଏଭଳି ସ୍ଥିତି ଉପୁଜିଛି। ଏଥିରେ ଧୀରେ ଧୀରେ ଏବେ ସୁଧାର ଆସିଲାଣି। ସମସ୍ତ ଟାଙ୍କିକୁ କମ୍ପାନି ପକ୍ଷରୁ ଯୋଗାଣକୁ ସ୍ବାଭାବିକ କରାଯାଇଛି। ତେଣୁ ଲମ୍ବା ଲାଇନରେ ଛିଡା ହୋଇ ତେଲ କିଣିବାର ଆବଶ୍ୟକତା ନାହିଁ। ସମସ୍ତଙ୍କ ପାଇଁ…

Read More