Author: Charcha News

ସାମ୍ବାଦିକ- ରାଜୀବ କୁମାର ବେହେରାତାରିଖ- ୨୦- ୦୫-୨୦୨୬ ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଦାଦାଗିରି ଘଟଣା ସାମ୍ନାକୁ ଆସିଛି। ଋଣ ଆଦାୟ ନାଁରେ ସାଧାରଣ ଲୋକଙ୍କୁ ଧମକ, ଅସଦ୍ବ୍ୟବହାର ଓ ମାନସିକ ଚାପ ଦେବା ଭଳି ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ରସିଦ ମାଗିବାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଏଭଳି ଘଟଣା ଖୁଣ୍ଟା ଥାନା ଅଧୀନ ନହରା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ସଞ୍ଜିବ ବେହେରା ଓ ତାଙ୍କ ଭାଇ ରଞ୍ଜିତ ବେହେରା ବାଇକରେ ଉଦଳା ବଜାର ଯାଉଥିବା ବେଳେ ହାଇସ୍କୁଲ ଛକ ନିକଟରେ କିଛି ଫାଇନାନ୍ସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ବକେୟା ଥିବା ୭ଟି କିସ୍ତି ଟଙ୍କା ତୁରନ୍ତ ଦେବାକୁ କହିବା ସହ ସମସ୍ତ ଟଙ୍କା ଦେଇନପାରିବାରୁ ବାଇକକୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପରେ ସଞ୍ଜିବ ଓ ରଞ୍ଜିତଙ୍କୁ ଉଦଳା…

Read More

ସାମ୍ବାଦିକ- ଶ୍ରୀକାନ୍ତ ନନ୍ଦତାରିଖ- ୨୦- ୦୫-୨୦୨୬ନବରଙ୍ଗପୁର: କୋଡ଼ିଙ୍ଗା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ । ଆଜି କୋଡ଼ିଙ୍ଗା ଠାରେ ନୂତନ JMFC କୋର୍ଟ ଉଦଘାଟିତ ହୋଇଛି । ଏହି କୋର୍ଟ ଖୋଲାଯାଇଥିବାରୁ ସ୍ଥାନୀୟ ଲୋକମାନେ ଏବେ ସହଜରେ ଆଇନଗତ ସେବା ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି । କୋଡ଼ିଙ୍ଗା ଠାରେ ନୂତନ JMFC କୋର୍ଟର ଶୁଭ ଉଦଘାଟନ ହୋଇଥିଲା । ଏହି ଅବସରରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଏବଂ ରେଜିଷ୍ଟ୍ରାର ଶ୍ରୀମତୀ ଶାଶ୍ୱତୀ ମିଶ୍ର ଉପସ୍ଥିତ ରହି କୋର୍ଟର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ଆଇନଜୀବୀମାନଙ୍କ ସହ ବିଭିନ୍ନ ଆଇନ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀ କୁଞ୍ଜ ଦାଶ, ନିଖିଳ ଉତ୍କଳ ଆଇନଜୀବୀ ପରିଷଦର ରାଜ୍ୟ ଉପସଭାପତି ଆଡଭୋକେଟ୍ ନରସିଂହ ନାଥ ତ୍ରିପାଠୀ, ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସିରାଜୁଦ୍ଦିନ ଆହମଦ, ଉପସଭାପତି…

Read More

ସାମ୍ବାଦିକ- ରାଜୀବ କୁମାର ବେହେରାତାରିଖ-୧୮-୦୫-୨୦୨୬ ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଉଦଳା ବନାଞ୍ଚଳ ଅଧୀନ ଚୁଳିଆପୁଷି ନିକଟରେ ଅଜଣା ଗାଡ଼ି ଧକ୍କାରେ ଏକ ହରିଣ ଗୁରୁତର ଭାବେ ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଧକ୍କା ଦେଇ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉଦଳା ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣଟିକୁ ଉଦ୍ଧାର କରିଥିଲେ। ପରେ ହରିଣଟିକୁ ଉଦଳା ପ୍ରାଣୀ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସା ସମୟରେ ହରିଣଟିର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହରିଣଟି ପାଟପୁର ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ବାହାରକୁ ବୁଲି ବାକୁ ବାହାରି ଆସିଥିବା ବେଳେ ସକାଳ ସମୟରେ ଚୁଳିଆପୁଷି ଗୋରୁହାଟ ନିକଟରେ ଦୁର୍ଘଟଣାର ସିକାର ହୋଇଥିଲା। ବନ ବିଭାଗ ପକ୍ଷରୁ ହରିଣଟିର ବୟସ ପ୍ରାୟ ୫ ବର୍ଷ ଏବଂ ଓଜନ ପାଖାପାଖି…

Read More

ସାମ୍ବାଦିକ – ରବିନ୍ଦ୍ର ନାଥ ମହାପାତ୍ରତାରିଖ- ୧୮- ୦୫- ୨୦୨୬ରାୟଗଡ଼ା : ଭାରତ ସରକାରଙ୍କ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ଆୟୋଜିତ ହେଉଥିବା ବିସ୍ତୃତ ଆଇଇସି (IEC) ଅଭିଯାନ “ଜନ ଭାଗିଦାରୀ ସବ୍‌ସେ ଦୂର, ସବ୍‌ସେ ପହେଲେ” ଚଳିତ ମେ ୧୮ ତାରିଖରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ରାୟଗଡ଼ ଜିଲ୍ଲାରେ ପାଳନ କରାଯିବ। ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରେସ ବ୍ରିଫିଂରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଏହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହ ଆଇଟିଡିଏ (ITDA)ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଏବଂ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଜିଲ୍ଲାର ଜନଜାତି ଏବଂ ପିଭିଟିଜି (PVTG) ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି…

Read More

ଆଜି ମାନିଗାଁ ରେ ନିଶା ମୁକ୍ତ ଅଭିଯାନ ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସୁକଦେବ ମାଝୀ, ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, କ୍ଷତ୍ରିୟ ଧାକଡ ସମାଜ ସଂଯୋଜକ ତ୍ରୀଳାଥ ସିଂ, ରମାମଣୀ ସିଂ, ଉର୍ମିଳା ମାଝୀ, ସାବିତ୍ରୀ ମାଝୀ, ଧନମତୀ ସିଂ, ମଙ୍ଗଳ ଚରଣ ନାୟକ, କମଳ ସିଂ ମାଝୀ, ସାଧୁ ମାଝୀ, ଦୀପକ ସିଂ, ଡମୁ ସିଂ, ଅମର ସିଂ , ଗୋପୀ ମାଝୀ ପ୍ରମୁଖ ଏହି ଅଭିଜାନ ର ନେତୃତ୍ବ ନେଇଥିଲେ। ମାନିଗାଁ ପଞ୍ଚାୟତ ରୁ ବେଆଇନ ମଦ କାରବାର ବନ୍ଦ ନହେବା ପର୍ଯ୍ୟନ୍ତ ଏହି ଅଭିଜାନ ଚାଲିବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ। ପଞ୍ଚାୟତ ର ଅନେକ ଓ୍ବାର୍ଡ ସଭ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ ର ଭଉଣୀମାନେ ଏବଂ ଅନେକ ସ୍ବେଛାସେବୀ ଏହି ଅଭିଜାନ ରେ ସାମିଲ ହୋଇ ଥିଲେ।

Read More

ରାୟଗଡ/ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲ୍ଲା ଗୁଡରି ବ୍ଲକର ସଭାଗୃହ ପରିସରରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ଗୋଷୁନର ବାର୍ଲା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୩୧ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୨୬ ବ୍ୟକ୍ତିଗତ,୦୫ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ…

Read More

Rayagada/ ରବୀନ୍ଦ୍ର ନାଥ ମହାପାତ୍ର : ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡର ପର୍ଦାଫାସ୍ କରିଛି ରାୟଗଡା ପୁଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉମେଶ ହିଆଲଙ୍କ ସମେତ ଅନ୍ୟ 8 ଜଣକୁ ପୁଲିସ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ୍ କରିଛି । ଜୁଆ ଆଡ୍ଡାରେ ଲୁଟପାଟ୍ ଘଟଣାକୁ ନେଇ ନିଖିଲକୁ ହତ୍ୟା କରାଯାଉଥିବା ରାୟଗଡା ଏସପି ସ୍ବାତୀ ଏସ୍. କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ଅନ୍ୟତମ ମାଷ୍ଟରମାଇଣ୍ଡ ରାଜ ସିମିଲି ଓ ଅକ୍ଷୟ ସାମଲକୁ ପୁଲିସ୍ ବିହାରର ଉୌରଙ୍ଗାବାଦ୍ ଜିଲ୍ଲା ମଦନପୁରରୁ ଗିରଫ୍ କରିଥିବା ବେଳେ ଅନ୍ୟ ସହଯୋଗି ୱାଇ.ଶ୍ୟାମସୁନ୍ଦର,ଭି.ଲୋକେଶ କୁମାର,ବି.ପବନ କୁମାର ଓ ଏସ୍.ପ୍ରେମ କୁମାରକୁ ଆନ୍ଧ୍ରର ବିଶାଖାପାଟଣାମ୍ ଓ ସୁମିତ ଜୈନ୍ କୁ ପୁଲିସ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ଗିରଫ୍ କରିଥିବା ବେଳେ ରାଜା ହୁଇକାକୁ ରାୟଗଡାରୁ ଗିରଫ୍…

Read More

କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ମହାକାଳପଡା ନିକଟ ଚଢେଇଗୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ଦାସଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ସେହି ବିଦ୍ୟାଳୟର ଜଣେ ନୂତନ କର୍ମଚାରୀ ୨୦୨୫ ମସିହା ଅଗଷ୍ଟ ମାସରୁ ଯୋଗଦାନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ବେତନ ପାଇନଥିଲେ। ବକେୟା ଦରମା ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଡ୍ରଇଂ ଏଣ୍ଡ ଡିସବର୍ସିଂ ଅଫିସରଙ୍କ ପାଖକୁ ଉପସ୍ଥାନ ପତ୍ର ପଠାଇବାକୁ କର୍ମଚାରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ, ବକେୟା ଦରମା ଉଠାଇବା ପ୍ରକ୍ରିୟାକୁ ସହଜ କରିବା ପାଇଁ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ସମ୍ପୃକ୍ତ କର୍ମଚାରୀ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଯୋଜନାବଦ୍ଧ ଭାବେ ଆଜି ଭିଜିଲାନ୍ସ ଟିମ୍…

Read More

ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବା ପରଠାରୁ ପ୍ରଶାସନ ସତର୍କ ଏବଂ କଠୋର ରହିଛି। ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ପ୍ରୟାସର ଏକ ଅଂଶ ସ୍ୱରୂପ, ହାଓଡ଼ା ଷ୍ଟେସନ ବାହାରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଜବରଦଖଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବା ପରଠାରୁ ପ୍ରଶାସନ ସତର୍କ ଏବଂ କଠୋର ରହିଛି। ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି ପ୍ରୟାସର ଏକ ଅଂଶ ସ୍ୱରୂପ, ହାଓଡ଼ା ଷ୍ଟେସନ ବାହାରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଜବରଦଖଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରଶାସନର ବୁଲଡୋଜର ଗୁଡ଼ିକ ହାଓଡ଼ା ଷ୍ଟେସନ ବାହାରେ ଅବସ୍ଥିତ ଗଙ୍ଗା ଘାଟ ଏବଂ ବସ୍ ଷ୍ଟାଣ୍ଡ ପାଖରେ ଫୁଟପାଥ୍ ଏବଂ ସାଧାରଣ ରାସ୍ତାରେ ବେଆଇନ ଭାବରେ ଚାଲୁଥିବା ଦୋକାନ ଏବଂ ବ୍ୟବସାୟଗୁଡ଼ିକୁ ଧ୍ୱଂସ କରିଦେଇଥିଲେ । ଚର୍ଚ୍ଚା news

Read More