BY-ରାଜୀବ କୁମାର ବେହେରା ଉଦଳା : ମାନବିକତା ସାହସ ଓ ନିସ୍ୱାର୍ଥତାର ଏକ ଅମର ଗାଥା ଆଜି ମୟୂରଭଞ୍ଜ ମାଟିରେ ଲେଖାଯାଇଛି। ଏହା କୌଣସି ସାଧାରଣ ଘଟଣା ନୁହେଁ ଏହା ଏକ ଏମିତି ବଳିଦାନ, ଯାହା ମଣିଷତ୍ୱକୁ ମଧ୍ୟ ଲଜ୍ଜିତ କରିଦେବ। ଡିହିରାକୂଳ ଗାଁରେ ଥିବା ଶ୍ରୀ ଜଗନ୍ନାଥ ଶିଶୁ ବିଦ୍ୟା ମନ୍ଦିରର ସେହି ସକାଳ ଅନ୍ୟ ଦିନ ଭଳି ସାଧାରଣ ଥିଲା। କୁନି କୁନି ପିଲାମାନଙ୍କ ହସ ଓ ଖେଳରେ ମୁଗ୍ଧ ଥିଲା ସ୍କୁଲ୍ ପରିବେଶ। କିନ୍ତୁ କେହି ଭାବିନଥିଲେ ଯେ କେବଳ କିଛି ମୁହୂର୍ତ୍ତ ମଧ୍ୟରେ ସେହି ଆନନ୍ଦମୟ ପରିବେଶ ଏକ ଭୟାବହ ଘଟଣାରେ ପରିଣତ ହେବ। ହଠାତ୍ ସ୍କୁଲ୍ ପରିସରକୁ ପ୍ରବେଶ କଲା ଏକ ବିଷଧର ନାଗ ସାପ। ଅବଗତ ନଥିବା ପିଲାମାନେ ମୃତ୍ୟୁର ଏତେ ନିକଟରେ ଦଉଡ଼ୁଥିଲେ। ଏମିତି ସମୟରେ ଆଗକୁ ଆସିଲା ଏକ ନିରବ ଯୋଦ୍ଧା କାଳି’। ମାଲିକଙ୍କ ଘରର ସଦସ୍ୟ ଭଳି ରହୁଥିବା…
Author: Charcha News
ରବି, ସୋମ ଓ ମଙ୍ଗଳବାର ଭାଗୀଦାରି ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ ବଢ଼ିବ। ଶୁକ୍ର ଓ ଶନିବାର ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ। ରବି, ସୋମ ଓ ମଙ୍ଗଳବାର ଉନ୍ନତି ଲାଗି ସୁଯୋଗ ଅପେକ୍ଷା କରି ରହିଛି।BY-SUBHASMITA-DT-26.4.2026 ମେଷ: ରବି, ସୋମ ଓ ମଙ୍ଗଳବାର ଭାଗୀଦାରି ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ ବଢ଼ିବ। ଶୁକ୍ର ଓ ଶନିବାର ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ। ବୃଷ: ରବି, ସୋମ ଓ ମଙ୍ଗଳବାର ଉନ୍ନତି ଲାଗି ସୁଯୋଗ ଅପେକ୍ଷା କରି ରହିଛି। ବୁଧ ଓ ଗୁରୁବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଶୁକ୍ର ଓ ଶନିବାର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ମିଥୁନ: ରବି, ସୋମ ଓ ମଙ୍ଗଳବାର ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ବୁଧ ଓ ଗୁରୁବାର ଭଲ ଜାଗାରେ ନିବେଶ…
BY-SUBHASMITA-DT-25.4.2026 ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ପାଇଁ ସମୁଦ୍ର ପଥରେ କଚା ତେଲ ଆଣିବାରେ ବାଧା ସୃଷ୍ଟି ହେଉଥିବାବେଳେ, ଓଡ଼ିଶାରେ ତେଲ ବିକ୍ରି ଉପରେ କିଛି କଟକଣା ଲାଗୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ଆର୍ଏସ୍ଏର ବିକ୍ରି ଅଧିକାରୀ ପକ୍ଷରୁ ପେଟ୍ରୋଲ ପମ୍ପଗୁଡ଼ିକୁ ଜାରି ହୋଇଥିବା ଏକ ନୋଟିସ୍ରେ କୁହାଯାଇଛି ଯେ, ଏକକାଳୀନ ୫୦ ଲିଟରରୁ ଅଧିକ ପେଟ୍ରୋଲ (MS) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ (HSD) ବିକ୍ରି ଉପରେ ନିୟନ୍ତ୍ରଣ ରଖାଯିବ। ଏହି ନିୟମ ଉଲ୍ଲଂଘନ କରିଲେ ସମ୍ବନ୍ଧିତ ପେଟ୍ରୋଲ ପମ୍ପର ତେଲ ଯୋଗାଣ ବନ୍ଦ କରାଯିବାର ଚେତାବନୀ ମଧ୍ୟ ଦିଆଯାଇଛି।ଏକ ପେଟ୍ରୋଲ ପମ୍ପରେ ଲାଗିଥିବା ନୋଟିସ୍ ମାଧ୍ୟମରେ ଏହି କଟକଣା ବିଷୟରେ ତଥ୍ୟ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଏକଥରେ ବିପୁଳ ପରିମାଣରେ ତେଲ ବିକ୍ରିକୁ ଏଡ଼ାଇବା ପାଇଁ ପେଟ୍ରୋଲ ପମ୍ପମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।ତଥାପି, ଏହି ନେଇ ସନ୍ଦେହ ଦୂର…
ବିଜେଡି ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ମାମଲାରେ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି । ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ରହିଛି । BY-SUBHASMITA-DT-25.4.2026 ମହାନଦୀ ଜଳବିବାଦ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ମାମଲାରେ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି । ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ରହିଛି । ତା ପୂର୍ବରୁ ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ଆଇନ ବିଭାଗ ସହ ମୁଖ୍ୟମନ୍ତ୍ରୀ ବୈଠକ ଡାକନ୍ତୁ । ଓଡ଼ିଶାର ପକ୍ଷ ଟ୍ରିବ୍ୟୁନାଲ ଆଗରେ ରଖନ୍ତୁ ଯେମିତି ମହାନଦୀ ଜଳବିବାଦ ମାମଲାର ସମାଧାନ ହୋଇପାରି ବ। ଗତ ୨୦ ତାରିଖରେ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି କରି ଅସନ୍ତୋଷ ପ୍ରକାଶ କରିଥିଲେ । ବିଜେଡି ସାଂସଦ ସସ୍ମିତ…
BY-ରବିନ୍ଦ୍ର ନାଥ ମହାପାତ୍ର ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ବୌଦ୍ଧିକ ସମ୍ପତି ଅଧିକାର ସେଲ ଆନୁକୂଲ୍ୟରେ ବିଶ୍ବ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୂଆଦିଲ୍ଲୀ ସ୍ଥିତ ସି- ଡଟ୍ ର ଵୈଜ୍ଞାନିକ ଡ ଗୁପ୍ତେଶ୍ଵର ମାଝୀ ଯୋଗ ଦେଇ ଉତ୍ପାଦନର ବ୍ୟବସାୟିକୀକରଣ ଏବଂ ବୌଦ୍ଧିକ ସମ୍ପତି ଅଧିକାର ର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଓଡିଶା ଜି. ଆଇ କନ୍ସଲଷ୍ଟାଣ୍ଟ ଡ.ଅନିତା ସାବତ ଯୋଗ ଦେଇ ବିଭିନ୍ନ ପ୍ରକାର ଆଞ୍ଚଳିକ କାରିଗର ମାନଙ୍କ କିପରି ଜି.ଆଇ କରିପାରିବେ ଏବଂ ସେମାନଙ୍କ ସୁରକ୍ଷା ବିଷୟରେ କହିଥିଲେ। ଅନ୍ୟତମ ଅତିଥି ଭାବେ ପୁନେ ସ୍ଥିତ ଜେନିଓବ୍ରେନ ଆଇ ପି ସଲୁସନ୍ ର ପ୍ରତିଷ୍ଠାତା ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଆଶା ହୋଲେ ଯୋଗ ଦେଇ ବୌଦ୍ଧିକ ସମ୍ପତି କୁ କିପରି ପଞ୍ଜୀକରଣ କରାଯାଇପାରିବ ଏବଂ ତାହାର ଆଵଶ୍ୟକତା…
ଭୁବନେଶ୍ୱର: ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ରେ ଟେଣ୍ଡର ଅନିୟମିତତା ଅଭିଯୋଗକୁ ନେଇ ପୁଣିଥରେ ରାଜନୀତି ତୀବ୍ର ହୋଇଛି। IT ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ IT ସଚିବ ବିଶାଳ ଦେବଙ୍କ ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। କଂଗ୍ରେସର ଅଭିଯୋଗ ଅନୁସାରେ, ମନ୍ତ୍ରୀ ଓ ସଚିବଙ୍କ ମିଳିତ ଚକ୍ରାନ୍ତରେ OCAC କୁ ଦୁର୍ନୀତିପୂର୍ଣ୍ଣ ସଂସ୍ଥାରେ ପରିଣତ କରାଯାଇଛି। ୩୦ ଅଗଷ୍ଟ ୨୦୨୫ ରେ ବିଜ୍ଞାପିତ ଟେଣ୍ଡର ଅନୁଯାୟୀ ‘ସ୍କୁଲ ନେଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’କୁ କାର୍ଯ୍ୟାଦେଶ ଦିଆଯାଇଥିବାରେ ଅନେକ ଅନିୟମିତତା ଥିବା ଦାବି କରାଯାଇଛି। ଏହି ପ୍ରସଙ୍ଗରେ RTI କର୍ମୀ ବନମାଳି ମେହେର ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଚେତାବନୀ ଦେଇଥିଲେ ଯେ, ଏହି କମ୍ପାନୀକୁ କାମ ଦେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ ପ୍ରାୟ ୧୫୦ କୋଟି ଟଙ୍କାର କ୍ଷତି ହେବ। ସେହି ସତ୍ତ୍ୱେ ଅଭିଯୋଗକୁ ଅନଦେଖା କରାଯାଇଥିବା କଂଗ୍ରେସ ଦାବି କରିଛି। ଟେଣ୍ଡର ପୂର୍ବରୁ…
ଗଞ୍ଜାମ ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପାରେ ପୁଲିସ । BY-SUBHASMITA-DT-25.4.2026 ଗଞ୍ଜାମ ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପାରେ ପୁଲିସ । ଗତକାଲି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପାଇଁ ମାନ୍ୟବର ଅଦାଲତଙ୍କ ନିକଟରେ ଆବେଦନ କରିଥିଲା ପୁଲିସ୍ । ତେବେ ଆବେଦନ କିଛି ସମୟ ପରେ ୫ ଅଭିଯୁକ୍ତ ଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ । ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ପୁଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିବ ପୋଲିସ। ରିମାଣ୍ଡରେ ନେବା ଲାଗି ମାମଲାର…
କଟକ ଏସ୍ସିବି ମେଡିକାଲରେ ନିଆଁ ଲାଗି ରୋଗୀଙ୍କ ମୃତ୍ୟୁ ପରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ଚିନ୍ତା ବଢ଼ିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥାର କିଭଳି ଅନୁପାଳନ କରାଯିବ ସେଥିପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। BY-SUBHASMITA-DT-25.4.2026 ଭୁବନେଶ୍ୱର: କଟକର SCB ମେଡିକାଲରେ ନିଆଁ ଲାଗି ରୋଗୀଙ୍କ ମୃତ୍ୟୁ ଘଟଣା ପରେ ସମ୍ପୂର୍ଣ୍ଣ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନ ଉଠିଛି। ଚମତ୍କାରକ ଭାବରେ, ରାଜ୍ୟର ପ୍ରାୟ ୯୦% ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ମଧ୍ୟ ଫାୟାର ସେଫ୍ଟି ସର୍ଟିଫିକେଟ୍ ନାହିଁ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, ରାୟଗଡା ଓ କେନ୍ଦ୍ରାପଡା ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲା ହସ୍ପିଟାଲ ଏହି ଜରୁରୀ ସର୍ଟିଫିକେଟ୍ ପାଇପାରିନାହାନ୍ତି। ମା’ ଓ ଶିଶୁ ହସ୍ପିଟାଲ (MCH) ମଧ୍ୟରେ ମଧ୍ୟ ଅବସ୍ଥା ଦୟନୀୟକେବଳ ରାୟଗଡାରେ ଏହା ଉପଲବ୍ଧ। କାହିଁକି ମିଳୁନାହିଁ ସର୍ଟିଫିକେଟ୍? ଅପୂର୍ଣ୍ଣ ଭିତ୍ତିଭୂମି ଟାଉନ୍ ପ୍ଲାନିଂ ଓ ବିଲ୍ଡିଂ…
ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ। ଆସନ୍ତା ୩୦ ତାରିଖରେ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ହେବ । ଦିନ ୧୧ଟାରୁ ସ୍ୱତନ୍ତ୍ର ଅଧିବେଶନ ବସିବ BY-SUBHASMITA-DT-25.4.2026 ଭୁବନେଶ୍ଵର :ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ର କରି ରାଜ୍ୟର ରାଜନୈତିକ ପରିବେଶ ତୀବ୍ର ହେଉଥିବା ବେଳେ, ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ୩୦ ତାରିଖରେ ବିଧାନସଭାର ଏକ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସିବ। ସକାଳ ୧୧ଟାରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନରେ ମହିଳାଙ୍କ ରାଜନୈତିକ ସହଭାଗୀତା ଓ ସମାନ ଅଧିକାର ନେଇ ବିସ୍ତୃତ ଆଲୋଚନା ହେବ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଆଧିକାରିକ ଭାବେ ବିଜ୍ଞପ୍ତି ଜାରି ହୋଇଛି। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଭୂମିକାକୁ ଆହୁରି ସୁଦୃଢ କରିବା ନେଇ ସଦସ୍ୟମାନେ ନିଜ ମତ ରଖିବେ ବୋଲି ଆଶା କରାଯାଉଛି। ଉଲ୍ଲେଖନୀୟ ଯେ, ଚଳିତ ମାସରେ କେନ୍ଦ୍ର ସରକାର ସଂସଦରେ ଏକ ସ୍ୱତନ୍ତ୍ର…








