BY- SUBHASMITA-2026 April 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ ମେଷ: ରବିବାର ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।ବୃଷ: ରବିବାର ସଫଳତା ପାଇବେ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର ବିରୋଧୀମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ଶନିବାର ଚାକିରିରେ ଦରମା ବୃଦ୍ଧି ଯୋଗ ଅଛି।ମିଥୁନ: ରବିବାର ସାହିତ୍ୟ, ସଂଗୀତରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର କାନୁନ ବିବାଦ ସମାଧାନ ହେବ। ବୁଧ, ଗୁରୁ ଓ ଶୁକ୍ରବାର ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ। ଶନିବାର ନିଜର କର୍ତ୍ତବ୍ୟ ପ୍ରତି ସତର୍କ ରହନ୍ତୁ।କର୍କଟ: ରବିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ସୋମ ଓ ମଙ୍ଗଳବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ବୁଧ, ଗୁରୁ ଓ ଶୁକ୍ରବାର…
Author: Charcha News
ବରଗଡ :: ଝାରବନ୍ଧ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର କଲ୍ୟାଣ ମଣ୍ଡପ ଠାରେ ବାସନ୍ତିକ ଚୈତ୍ର ପୂଜା ପାଳିତ ହୋଇଯାଇଛି l ପୁକକ ଶ୍ରୀ ଗଣେଶ କୁମାର ଭୋଇ ଶ୍ରୀ ସ୍ୱାଧୀନ ପ୍ରଧାନ,ଶ୍ରୀ ଶ୍ରୀ ବାବା ରଣେଶ୍ୱର ଓ ମାଁ ରାମଚଣ୍ଡୀ ଙ୍କ ପୂଜାକାର୍ଯ୍ୟ ତୁଲାଇ ଥିଲେ l ପୂଜାର୍ଚ୍ଚନl ପରେ କିଛି ସମୟ ପାଇଁ ବ୍ଲକ ସଭାପତି ଶ୍ରୀ ବାସୁଦେବ ପ୍ରଧାନ ଙ୍କ ସଭାପତିତ୍ୱ ରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା l ପଦ୍ମପୁର କାର୍ଯ୍ୟ କାରିଣୀ ସଭାପତି ଯୋଗେନ୍ଦ୍ର ଭୋଇ ସମlଜର ପୁଅ ଝିଅ ମାନେ କିପରି ଶିକ୍ଷିତ ହୋଇ ପାରିବେ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ସଭାପରିଚାଳନା କରିଥିଲେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମାଜର ବ୍ଲକ ସଂପାଦକ ଶ୍ରୀ ଶ୍ୟାମସୁନ୍ଦର ବେହେରା,ଉପସ୍ଥିତ ବ୍ଲକ ଉପସଭାପତି ତୁଲାରାମ ଭୋଇ,ବୁରୋମୁଣ୍ଡା ସଭାପତି ଗୋବର୍ଦ୍ଧନ ଗଡ଼ତିଆ, ବୁକୁରାମୁଣ୍ଡା ଉପସଭାପତି ଗଗନବାରିକ,ପାଇକମାଲ ସଂପାଦକ ମକରଧଜ ବିଶ୍ୱାଳ,ଗୌଡ଼ମାଳ କେନ୍ଦ୍ରର…
ବାରଙ୍ଗ ଥାନାର କେସ୍ ନମ୍ବର ୧୬୦, ବିଏନଏସ୍ ଅନୁସାରେ ରୁଜୁ ହୋଇଥିବା ଏକ ଚୋରି ମାମଲାରେ ପୋଲିସ୍ ବଡ଼ ସଫଳତା ହାସଲ କରିଛି। ଅଭିଯୋଗକାରୀ ବ୍ରହ୍ମାନନ୍ଦ ପରିଡା (୩୫), ଗ୍ରାମ ମୁଣ୍ଡାଳୀ, ବାରଙ୍ଗ ଥାନା, କଟକ ନିବାସୀ, ତାଙ୍କ ଲେଖିତ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ ୦୨/୦୩ ଏପ୍ରିଲ ରାତି ପ୍ରାୟ ୨ଟା ସମୟରେ ସେ ଗୋବିନ୍ଦପୁରରେ ନିଜ ନୂଆ ଘର ନିର୍ମାଣ କାମ ଦେଖୁଥିବା ବେଳେ ଦୁଇ ଯୁବକ ବାଇକ୍ରେ ସେଠାକୁ ଆସିଥିଲେ। ସେଥିରୁ ଜଣେ ବାହାରେ ଅପେକ୍ଷା କରୁଥିବା ବେଳେ ଅନ୍ୟଜଣ ତାଙ୍କ କ୍ୟାମ୍ପସ୍ରେ ପ୍ରବେଶ କରି ଲକ୍ ଭାଙ୍ଗି ତାଙ୍କ କଳା ରଙ୍ଗର TVS ଜୁପିଟର (ନମ୍ବର OD-05-BN-2194) ଚୋରି କରି ଫେରାର ହୋଇଯାଇଥିଲେ। ଏହି ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲେ ତଦନ୍ତ ଅଧିକାରୀ ଏସ୍ଆଇ ସୌମ୍ୟ ଆଶୁତୋଷ ପଣ୍ଡା, ଯିଏ ଗୋଡିସାହି ଆଉଟପୋଷ୍ଟ, ବାରଙ୍ଗ ଥାନାରେ କାର୍ଯ୍ୟରତ। ପୋଲିସ୍ ଟିମ୍ ଦ୍ରୁତ ଛାପାମାରି କରି…
କଟକ :: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡ଼ିଶାରେ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ” ସଚେତନତା କାର୍ୟ୍ୟକ୍ରମ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ଏହି ପଦଯାତ୍ରା ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ୟ୍ୟାଳୟରୁ ଆରମ୍ଭ ହୋଇ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ୟ୍ୟନ୍ତ ଯାଇଥିଲା । କଟକ ସଦର ମାନ୍ୟବର ବିଧାୟକ ଇଞ୍ଜିନିୟର ପ୍ରକାଶ ସେଠୀ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ଅଧିନିୟମ ଅନୁଯାୟୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲଗାଇବା ପାଇଁ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ…
କଟକ :ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଆନୁକୁଲ୍ୟରେ ଏବଂ ଜିଲ୍ଲା ପ୍ରକଳ୍ପ କାଯ୍ୟଳୟ ସମଗ୍ର ଶିକ୍ଷା ଆୟୋଜନରେ ଆଜି ୪୨ ମୌଜା ସ୍ଥିତ ବେଣ୍ଟକାର ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ ଓ ଶିଶୁ ବାଟିକା ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ ସ୍ଵାଗତ ଭାଷଣ ଦେଇ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଲେ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆଙ୍କର ସ୍ୱାଭିମାନ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଅପ୍ରେଲ ପହିଲାଠାରୁ ଓଡ଼ିଆ ପକ୍ଷ ଆରମ୍ଭ ହୋଇଛି। ଆଜି ପକ୍ଷର ଚତୁର୍ଥ ଦିବସରେ ଖଡ଼ି ଛୁଆଁ ଉତ୍ସବ ଅନୁଷ୍ଠିତ ହେଉଛି। ହେବ। ଉତ୍ସବରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା ବୋଲି ଅଭିହିତ କରିଥିଲେ। ବିଦ୍ୟାଳୟରେ ଉପସ୍ଥାନ…
BY–Ghasiram Behera ମାଛ ଧରିବା ଖୁସି ଶେଷରେ ପାଲଟିଲା ମରଣ ଯନ୍ତା। ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଚାଲିଗଲା ଯୁବକଙ୍କ ଜୀବନ। ତେବେ ଏହି ଘଟଣାରେ ଏବେ ଡାକ୍ତରଙ୍କ ଅବହେଳାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦିଘି ଗ୍ରାମର ଅବିନାଶ ବିଜୁଳିଙ୍କ ମୃତ୍ୟୁକୁନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବନ୍ଧରେ ମାଛ ଧରିବା ସମୟରେ ଏକ ଜୀବନ୍ତ ‘କଉ ‘ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲେ ଅବିନାଶ। ହେଲେ ଅସାବଧାନତା ବଶତଃ ମାଛଟି ତାଙ୍କ ପାଟି ଭିତରକୁ ଗଳି ପଡ଼ିଥିଲା ଏବଂ ଶ୍ୱାସନଳୀରେ ଅଟକି ଯାଇଥିଲା। ଗୁରୁତର ଅବସ୍ଥାରେ ଅବିନାଶଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରଙ୍କ ବିରୋଧରେ ଆସିଛି ଚରମ ଅବହେଳାର ଅଭିଯୋଗ। ମୃତକଙ୍କ ଦାଦା ତଥା ଦିଘି ଗ୍ରାମର ପୂର୍ବତନ ସରପଞ୍ଚ ବଙ୍କିମ ଚନ୍ଦ୍ର ବିଜୁଳିଙ୍କ କହିବା ଅନୁସାରେ ବାରମ୍ବାର…
ଭୟଭୀତ ଅବସ୍ଥାରେ ଗ୍ରାମବାସୀ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଖୁଆଡ଼ ଗ୍ରାମରେ, ସୂଚନା ଅନୁଯାୟୀ ରାଇବଣିଆ ବନ ବିଭାଗ ଅଞ୍ଚଳରେ ଦୀର୍ଘ ଦିନ ହେବ କିଛି ଝାଡ଼ଖଣ୍ଡି ହାତୀ ରହି ଛନ୍ତି, ଏହି ହାତୀଗୁଡିକ ଦିନରେ ଜଙ୍ଗଲ ଭିତରେ ରହୁଥିବା ବେଳେ ରାତି ହେଲେ ପାଖ ଗାଁ ଭିତରେ ପଶି ଲୋକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଚାଷ ଜମିରେ ପଶି ଚାଷ ନଷ୍ଟ କରୁଛନ୍ତି, ତେବେ ଆଜି ସକାଳ ସମୟରେ ଏକ ଗୋଠ ଛଡା ଦନ୍ତା ଖୁଆଡ଼ ଗ୍ରାମରେ ପଶି ତାଣ୍ଡବ ରଚି ଥିବା ଦେଖିବାକୁ ମିଳିଛି, ହାତୀକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଖବର ପାଇ ରାଇବଣିଆ ବନ ବିଭାଗ ପହଂଚି ହାତୀକୁ ପାଖ ଜଙ୍ଗଲକୁ ଘଉଡ଼ାଇ ଥିବା ଦେଖିବାକୁ ମିଳିଛି । ଚର୍ଚ୍ଚା news
BY-ଚିନ୍ମୟ ନାୟକ ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳ ରେ ଅଘଟଣ । ନଦୀ ପାଣିରେ ବୁଡି ଜଣେ ଯୁବକ ମୃତ । ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାସ ଗ୍ରାମର ଆଶିପ ଖାଁ ବୋଲି ଜଣାପଡିଛି । ସେ ଧର୍ମଶାଳା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମକୁ ଏକ ବିବାହ ଉତ୍ସବ ରେ ଯୋଗ ଦେବାକୁ ଆସିଥିଲେ । ତେବେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ତାଙ୍କର ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେ l ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା। ଉପସ୍ଥିତ ସଙ୍ଗମାନେ ଗ୍ରାମବାସୀଙ୍କୁ…
BY-shubhrakanta routray ଭଦ୍ରକ :ଜଣେ ଅଭିନେତା କିନ୍ତୁ ନୂଆ ଯାତ୍ରା ଋତୁ ରେ ଦୁଇ ଯାତ୍ରା ପାର୍ଟି ରୁ ନେଇଛନ୍ତି ଅଗ୍ରୀମ । ଚୁକ୍ତି ପରେ ଦୁଇ ଯାତ୍ରା ପାର୍ଟି ନିଜ ନିଜ ଷ୍ଟାର୍ କାଷ୍ଟ ରେ ଅଭିନେତା ଙ୍କ ପୋଷ୍ଟର ଜାରି କରିଛନ୍ତି । ସେହି କଳାକାର ହେଉଛନ୍ତି ଟିକିନା ପାଣିଗ୍ରାହୀ । ରାଜନନ୍ଦିନି ଯାତ୍ରା ପାର୍ଟି ସହ ଚୁକ୍ତି କରିବା ପରେ ମଧ୍ୟ ସେ ତୁଳସୀ ସହ 26 ଓ 27 ଯାତ୍ରା ଋତୁ ପାଇଁ ମଧ୍ୟ ଚୁକ୍ତି କରିବା ପରେ ବିବାଦ ଆରମ୍ଭ ହୋଇଚି । କିନ୍ତୁ ଏହି ବିବାଦ ଭିତରେ ଯାତ୍ରା ରାଜନନ୍ଦିନୀ ଭଦ୍ରକ ସ୍ଥିତ କାର୍ଯ୍ୟାଳୟ କୁ ଆସି ପରିଚାଳକଙ୍କ ସହ ଆଲୋଚନା ପରେ 26/27 ଯାତ୍ରା ଋତୁ ପାଇଁ ରାଜନନ୍ଦିନୀ ରେ ରହିବା ପାଇଁ କହିଥିବା ବେଳେ ଅଭାବେ ସ୍ଵଭାଵ ନଷ୍ଟ ପରି ଘଟଣା ଘଟିଥିଲା ଆଉ ଯାହାର ସୁଧାର କରିବାକୁ ଚେଷ୍ଟା…








