ବିଶ୍ବରେ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟ୍ବଲ୍। ଭାରତର କିଛି ସୀମିତ ପ୍ରାନ୍ତରେ ଏହାର ଭଲ ଉପସ୍ଥିତି ବି ରହିଛି। ଆଉ ଓଡ଼ିଶା କଥା ନ କହିଲେ ଭଲ। ରାଜ୍ୟ ପୁରୁଷ ଫୁଟ୍ବଲ୍ ଦଳ ବର୍ଷବର୍ଷ ଧରି ସଂଘର୍ଷ କରି ଆସୁଛି । BY-SUBHASMITA_DT-6.4.2026 ଭୁବନେଶ୍ବର:DT-6.4.2026 :: ବିଶ୍ବରେ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟ୍ବଲ୍। ଭାରତର କିଛି ସୀମିତ ପ୍ରାନ୍ତରେ ଏହାର ଭଲ ଉପସ୍ଥିତି ବି ରହିଛି। ଆଉ ଓଡ଼ିଶା କଥା ନ କହିଲେ ଭଲ। ରାଜ୍ୟ ପୁରୁଷ ଫୁଟ୍ବଲ୍ ଦଳ ବର୍ଷବର୍ଷ ଧରି ସଂଘର୍ଷ କରି ଆସୁଛି। ଓଡ଼ିଶା ମହିଳା ଦଳର ସଫଳତା ଓ ଖ୍ୟାତି ଜାତୀୟ ସ୍ତରରେ ଭଲ ଥିଲେ ମଧ୍ୟ ଏବେ ଭୂଲୁଣ୍ଠିତ ହେବାକୁ ଯାଉଛି। କିଛି ସାମ୍ପ୍ରତିକ ଫୁଟ୍ବଲ୍ ଖବର ହିଁ ଓଡ଼ିଶାର ଫୁଟ୍ବଲ୍ ପ୍ରଶଂସକ ଓ ପ୍ରଶାସକଙ୍କ ନିଦ ହଜାଇ ଦେଇଛି। ଯେଉଁଥି ପାଇଁ ଓଡ଼ିଶା ଫୁଟ୍ବଲ୍ର କିଛିଟା ପରିଚୟ, ପ୍ରତିଷ୍ଠା ଓ ପତିଆରା ଆସିଥିଲା…
Author: Charcha News
ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭାରତ ସାମନା କରୁଥିବା ସବୁଠୁ ବଡ଼ ସମସ୍ୟା ହେଉଛି ତେଲ ଓ ଗ୍ୟାସ୍ ଯୋଗାଣ। ଏହି ଗମ୍ଭୀର ସମୟରେ ଭାରତ ସରକାର ଏକ ବଡ଼ ପ୍ରକଳ୍ପର କାର୍ଯ୍ୟ ଆଗକୁ ବଢ଼ାଇବାକୁ ପଦକ୍ଷେପ ନେଇଛନ୍ତି, ଯାହା ଭାରତକୁ ଗ୍ୟାସ୍ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ। BY-SUBHASMITA-DT-6.4.2026 ଭୁବନେଶ୍ବର:DT-6.4.2026:: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭାରତ ସାମନା କରୁଥିବା ସବୁଠୁ ବଡ଼ ସମସ୍ୟା ହେଉଛି ତେଲ ଓ ଗ୍ୟାସ୍ ଯୋଗାଣ। ଏହି ଗମ୍ଭୀର ସମୟରେ ଭାରତ ସରକାର ଏକ ବଡ଼ ପ୍ରକଳ୍ପର କାର୍ଯ୍ୟ ଆଗକୁ ବଢ଼ାଇବାକୁ ପଦକ୍ଷେପ ନେଇଛନ୍ତି, ଯାହା ଭାରତକୁ ଗ୍ୟାସ୍ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ। ତାହା ହେଉଛି ଝାରସୁଗୁଡ଼ାର ଲଖନପୁରରେ ସ୍ଥାପନ ହେବାକୁ ଯାଉଥିବା କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ। ଏଥିପାଇଁ ନିକଟରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଓ ଭାରତ କୋଲ୍ ଗ୍ୟାସିଫିକେସନ ଆଣ୍ଡ୍ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ୍) ମଧ୍ୟରେ ଜମି ଲିଜ୍ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।…
କେମିତି କଟିବ ଆଜିର ଦିନ :By-SUBHASMITA-Dt-6.4.2026 *ମେଷ: ବାଣିଜ୍ୟରୁ ଯଥେଷ୍ଟ ଲାଭ ପାଇବେ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ। *ବୃଷ: ମନରେ ନୂଆ ନୂଆ ବିଚାର ଆସିବ। ଲାଗି ରହିଥିବା ଅସୁବିଧା ଦୂର କରିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। *ମିଥୁନ: ପ୍ରଭୁଙ୍କ ସ୍ମରଣରେ ମନେର ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟରୁ ଧନଲାଭ ହେବ। ଅଫିସ କାମରେ ଆପଣଙ୍କର ପ୍ରଶ˚ସା ହେବ। *କର୍କଟ: ଆପଣଙ୍କ ମନର ଇଚ୍ଛା ପୂରଣ ହେବ। ବିଲ୍ଡରଙ୍କୁ ନୂଆ ଡିଲ୍ରେ ଲାଭ ହେବ। ଘରକୁ ଅତିଥି ଆସିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍ ରହିବ। *ସି˚ହ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରମାନେ ନିଜର କାମ ଭଲ ଭାବରେ ନିର୍ବାହ କରିବେ। *କନ୍ୟା: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟପଣିଆ ଯୋଗୁଁ ଆଗକୁ ବଢ଼ିବା…
BY- ରବିନ୍ଦ୍ର ନାଥ ମହାପାତ୍ର ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ସମୟକୁ “ଓଡିଆ ପକ୍ଷ ୨୦୨୬” ଭାବେ ପାଳନ ଅବସରରେ ଆଜ ତା ୦୫.୦୪.୨୦୨୬ ତାରିଖ ରବିବାର ଦିନ ସକାଳେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ସ୍ଥାନୀୟ କାଳୀମନ୍ଦିର ଛକରୁ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କ୍ରୀଡା ଓ ଯୁବ ସାଶକ୍ତିକରଣ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା ୦୫/୦୪/୨୬ ତାରିଖ ସକାଳ ୦୭.୩୦ ସମୟରେ ରାୟଗଡ଼ା ସହରରେ ସ୍ଥିତ କାଳୀ ମନ୍ଦିର ଛକ ଠାରୁ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ଗଣଦୌଡର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦାନ କରି ପତାକା ଦେଖାଇ ଶୁଭରାମ୍ଭ କରିଥିଲେ l ଏହି ଗଣ ଦୌଡ଼ରେ ଅଂଶଗ୍ରହଣକାରୀ ପ୍ରଥମେ ପଞ୍ଜିକରଣ ପରେ ଐତିହ ଗଣ ଦୌଡ (ୱାକାଥନ)…
BY-ରାଜୀବ କୁମାର ବେହେରା ଉଦଳା : ମୟୁରଭଞ୍ଜ ଜିଲ୍ଲାରେ କାଳ ବୈଶାଖୀ ଝଡ଼ ବତାସ ତାଣ୍ଡବ ଚାଲିଥିବା ବେଳେ ବଜ୍ରପାତ ନେଇଛି ଆଉ ଗୋଟିଏ ନିର୍ଦୟ ଜୀବନ। କପ୍ତିପଦା ଅଞ୍ଚଳର ଶରତ ଥାନା ଅଧୀନ ରାଣୀପୋଖରୀ ଲେମୁଆସାହି ଗ୍ରାମରେ ଜଣେ ମହିଳା ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ଘଟଣା ଅନୁସାରେ, ପୂର୍ବାହ୍ନ ସମୟରେ ହଠାତ୍ କଳାହାଣ୍ଡିଆ ବର୍ଷା ସହ ଝଡ଼ ବାତାସ ଆରମ୍ଭ ହୋଇଥିଲା। ଏହି ବିପଦଜନକ ପରିସ୍ଥିତିରେ ଗ୍ରାମର ମେଞ୍ଚ ସିଂ ଘର ବାହାରେ ଶୁଖୁଥିବା ଶାଢ଼ୀ ଆଣିବାକୁ ବାହାରିଥିଲେ। କିନ୍ତୁ ଏହି ସମୟରେ ହଠାତ୍ ଭୟଙ୍କର ଶବ୍ଦ ସହ ବଜ୍ରପାତ ଘଟି ତାଙ୍କୁ ସିଧାସଳଖ ଆଘାତ କରିଥିଲା। ବଜ୍ରାଘାତରେ ସେ ସ୍ଥଳରେ ହିଁ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦଳା ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇପଡ଼ିଛି। ଖବର…
କଟକ ଉପଜିଲ୍ଲା ପୋଲିସ (UPD) ପକ୍ଷରୁ ଏକ ସଫଳ ଅଭିଯାନରେ କଟକର ଏସ୍ସିବି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ସ୍ଥିତ ସେଣ୍ଟ୍ରାଲ୍ ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କରୁ ୩ ଜଣ ରକ୍ତ ଦଳାଳଙ୍କୁ ଗିରଫ କରାଯାଇଛି। ଜଗତସିଂହପୁର ଜିଲ୍ଲାର ବାଲିକୁଡା ଥାନା ଅଧୀନ ବାଲିପଟ୍ଣା ଗ୍ରାମର ବିବେକାନନ୍ଦ ବେହେରାଙ୍କ ଅଭିଯୋଗ ପରେ ୦୪.୦୪.୨୦୨୬ ତାରିଖରେ ମଙ୍ଗଳାବାଗ ଥାନା ପୋଲିସ ଦଳ ଚଢ଼ାଉ କରି ଏହି ତିନି ଜଣ ମଧ୍ୟସ୍ଥଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହି ଦଳାଳମାନେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନମାନଙ୍କୁ ଭୁଲ ଆଶ୍ୱାସନ ଦେଇ ଶୀଘ୍ର ରକ୍ତ ବ୍ୟବସ୍ଥା କରିଦେବେ ବୋଲି କହି ଟଙ୍କା ଆଦାୟ କରୁଥିବା ଅଭିଯୋଗ ମିଳିଛି। ବିଶେଷକରି ଦୂରଦୂରାନ୍ତରୁ ଆସୁଥିବା ନିର୍ଦୋଷ ଲୋକମାନଙ୍କୁ ଟାର୍ଗେଟ୍ କରି ସେମାନେ ଠକେଇ କରୁଥିବା କଥା ପ୍ରକାଶ ପାଇଛି। ଏହି ଘଟଣାରେ ମଙ୍ଗଳାବାଗ ଥାନାରେ କେସ୍ ନମ୍ବର ୧୧୧, ତାରିଖ ୦୪.୦୪.୨୦୨୬ ଅନୁଯାୟୀ ଧାରା ୩୦୮(୪)/୩(୫) ବିଏନଏସ୍ ଅଧୀନରେ ମାମଲା…
BY-SUBHASMITA:DT-5.4.2026 DT-5.4.2026 ::ନିତେଶ ତିଵାରୀଙ୍କ ‘ରାମାୟଣ’ ଚଳଚ୍ଚିତ୍ରର ପ୍ରଥମ ଭାଗ ଏ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ନେଇ ଗତ ବର୍ଷରୁ ଉତ୍କଷ୍ଠା ଜାରି ରହିଛି। ଏବେ ଏହାର କିଛି ଚିତ୍ତାକର୍ଷକ ଦୃଶ୍ୟ ଥିବା ଏକ ଟିଜର୍ ପ୍ରକାଶ ପାଇଛି, ଯେଉଁଥିରେ ରହିଛି ରାମ ଭୂମିକାରେ ରଣବୀର କପୁରଙ୍କ ଏହି ରାଜକୀୟ ରୂପ। ଏହି ଟିଜର୍ରେ କୌଣସି ସଂଳାପ ନାହିଁ କିନ୍ତୁ ଭାରତର ଏହି ସୁପରିଚିତ କାହାଣୀର କେତେକ ଘଟଣାକୁ ଏଥିରେ ପ୍ରଦର୍ଶନ କରାଯାଇଛି। ସୀତାଙ୍କ ସ୍ବୟଂବରରେ ଧନୁ ଉଠାଇବା, ବନବାସରେ ଯିବା ପୂର୍ବରୁ ପିତାଙ୍କ ଠାରୁ ବିଦାୟ ନେବା, ଦଣ୍ଡକାରଣ୍ୟରେ ରାକ୍ଷସ ବଧ କରିବା, ଜଟାୟୁଙ୍କ ଶେଷକୃତ୍ୟ କରିବା ସମୟର ଦୃଶ୍ୟ ଏଥିରେ ଅନ୍ତର୍ଭୁକ୍ତ । ରାବଣଙ୍କ ପୁଷ୍ପକ ବିମାନ ଦୃଶ୍ୟ ‘ଅବତାର’ ଚଳଚ୍ଚିତ୍ର ପରି ଦିଶୁଛି ବୋଲି କିଛି ଦର୍ଶକ ଅଭିଯୋଗ କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ବଜେଟ୍ରୁ ଆରମ୍ଭ କରି ଅଭିନେତା ଚୟନକୁ…
OPTCL ଶ୍ରମିକ କର୍ମଚାରୀ ସଂଘର ୮ମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ l ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନଠାରେ OPTCL ଶ୍ରମିକ କର୍ମଚାରୀ ସଂଘର ୮ମ ବାର୍ଷିକ ସମ୍ମିଳନୀ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବଦ୍ରି ନାରାୟଣ ଧଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କର୍ମଚାରୀଙ୍କ ସମସ୍ୟା ଓ ସଂଘର ଆଭିମୁଖ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ସମ୍ମିଳନୀରେ OERC ର ନୂତନ ଟାରିଫ୍ ଅର୍ଡର ଯୋଗୁଁ କର୍ମଚାରୀଙ୍କ ଭବିଷ୍ୟତ ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ନେଇ ଆଲୋଚନା ହେଇଥିଲା । ସଂଘ ପକ୍ଷରୁ କ୍ୟାଡର ରିଷ୍ଟ୍ରକଚରିଂ, ପଦୋନ୍ନତିରେ ୫୦% ସଂରକ୍ଷଣ, ₹୩୩୦୦ ଗ୍ରେଡ୍ ପେ ଉଚ୍ଛେଦ ଏବଂ ନୂତନ ନିଯୁକ୍ତି ପାଇଁ ଦାବି ହୋଇଛି। ଏହାସହ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଝୁଲା ମ୍ୟାନ୍ ଓ ଟାୱାର କ୍ଲାଇମ୍ବରଙ୍କ ସୁରକ୍ଷା ପାଇଁ ୧ କୋଟି ଟଙ୍କାର ବୀମା ଏବଂ ଅତ୍ୟାଧୁନିକ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କ…
BY-SUBHASMITA-DT-5.4.2026 ଭୁବନେଶ୍ଵର : DT-5.4.2026 ::କ୍ୟାବିନେଟ ବୈଠକରେ ସଂରକ୍ଷଣ ପ୍ରସ୍ତାବକୁ ମୋହର ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଛନ୍ତି ଚଳିତ ଶିକ୍ଷା ବର୍ଷରୁ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଯଦିଓ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଛି | କ୍ୟାବିନେଟ ବୈଠକରେ ସଂରକ୍ଷଣ ପ୍ରସ୍ତାବକୁ ମୋହର ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କହିଛନ୍ତି ଚଳିତ ଶିକ୍ଷା ବର୍ଷରୁ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଯଦିଓ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଛି । କ୍ୟାବିନେଟ ନିଷ୍ପତ୍ତି ଅନୁଯାଇ ସଂରକ୍ଷଣ ଲାଗୁ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିବେ। ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦% , ଅନୁସୂଚିତ ଜାତି…








