Author: Charcha News

ଓଡ଼ିଶାର ଗୌରବମୟ ଐତିହ୍ୟ ଓ ବରପୁତ୍ରମାନଙ୍କ ତ୍ୟାଗ ସଦା ପ୍ରେରଣାଦାୟକ : ଭୁବନେଶ୍ୱର, ୦୧.୦୪.୨୦୨୬ : ଭୁବନେଶ୍ୱର :: ୦୧.୦୪.୨୦୨୬ :: ଓଡ଼ିଶା ଦିବସ ଅବସରରେ ରାଜ୍ୟର ଗୌରବମୟ ଐତିହ୍ୟ, ସଂସ୍କୃତି ଓ ସ୍ୱାଭିମାନକୁ ସ୍ମରଣ କରାଯାଇଥିବା ବେଳେ ଓଡ଼ିଆ ଜାତିର ଗୌରବ ବରପୁତ୍ରମାନଙ୍କ ଅସାଧାରଣ ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଥିଲା। ଉତ୍କଳର ଏହି ମହାନ ବ୍ୟକ୍ତିତ୍ୱମାନେ ନିଜର ତ୍ୟାଗ, ସଂଗ୍ରାମ ଓ ସମାଜସେବା ମାଧ୍ୟମରେ ଓଡ଼ିଶାର ପରିଚୟକୁ ଗଢ଼ି ତୋଳିଥିବାରୁ ସେମାନଙ୍କର ଆଦର୍ଶ ସଦା ପିଢ଼ି ପାଇଁ ପଥପ୍ରଦର୍ଶକ ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଗରିମାମୟ ପରିବେଶରେ ମାଲ୍ୟାର୍ପଣ କରାଯାଇଥିଲା। ରାଜଭବନ ଛକସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସହିତ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ଉତ୍କଳମଣି…

Read More

ରାଜୀବ କୁମାର ଦାସ କୋଲକତା :ପଶ୍ଚିମ ବଙ୍ଗ ରାଜ୍ୟ ବିଧାନ ସଭା ନିର୍ବାଚନ ପୂର୍ବରୁ ‘ଆକ୍ସନ ମୋଡ୍’ରେ ED! ଦକ୍ଷିଣ କୋଲକତା ସ୍ଥିତ ବାଲିଗଞ୍ଜରେ ‘ସୋନା ପପ୍ପୁ’ଙ୍କ ଘର ଉପରେ ଚଢାଉ, ବିଭିନ୍ନ ସ୍ଥାନରେ ତଲାସୀବାଲିଗଞ୍ଜର ବିଶ୍ୱଜିତ ପୋଦ୍ଦାର ଓରଫ ସୋନା ପପ୍ପୁଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି।ଚଢାଉ ଜମି ହଡ଼ପ କରି ବେଆଇନ ନିର୍ମାଣ ସହିତ ଜଡିତ ଏକ ଆର୍ଥିକ ଦୁର୍ନୀତି ମାମଲାର ପୋଲିସ ତାଙ୍କୁ ଖୋଜୁଛି। ED ଅଧିକାରୀମାନେ ଆଜି ତାଙ୍କ ଘରେ ଚଢାଉ କରିଛନ୍ତି ଆଜି ସକାଳ 7ଟାରେ ଦକ୍ଷିଣ କୋଲକତା ସ୍ଥିତ ବାଲିଗଞ୍ଜର ଫର୍ଣ୍ଣ ରୋଡରେ ଥିବା ସୋନା ପପ୍ପୁଙ୍କ ଘର ଉପରେ ED ଚଢାଉ କରିଛି ଆହୁରି 5-6 ଟି ସ୍ଥାନରେ ମଧ୍ୟ ଚଢାଉ ଚାଲିଥିବା ସୂଚନା ମିଳିଛି। ED ସୂତ୍ର ଅନୁସାରେ, ଏହି ଚଢାଉ ଜମି ହଡ଼ପ କରି ବେଆଇନ ନିର୍ମାଣ ସହିତ ଜଡିତ ଏକ ଆର୍ଥିକ ଦୁର୍ନୀତି ମାମଲାର ତଦନ୍ତ କରିବା…

Read More

ଉଦ୍‌ଯାପନୀ ସନ୍ଧ୍ୟାରେ ନାଟକ ଅଦୃଶ୍ୟ ନଟ ମଞ୍ଚସ୍ଥ ଭୁବନେଶ୍ୱର :1.4.2026 ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬” ଆଜି ଉଦ୍‌ଯାପିତ ହୋଇଯାଇଛି। ଆଜି ନାଟକ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ପୁରୀର ରଙ୍ଗଶାଳା ନାଟ୍ୟ ଅନୁଷ୍ଠାନ ଦ୍ୱାରା ଓଡ଼ିଆ ନାଟକ “ଅଦୃଶ୍ୟ ନଟ” ପରିବେଷଣ କରାଯାଇଥିଲା। ନାଟକର ରଚନା କରିଥିଲେ ନାଟ୍ୟକାର ହରିହର ମିଶ୍ର ଏବଂ ନିର୍ଦ୍ଦେଶନା ଦେଇଥିଲେ ବିକ୍ରମ କୁମାର ସାହୁ। ରୂପକଳ୍ପା ମିଶ୍ର, ଦେବ ପ୍ରସାଦ ଦାଶ, ଉଦୟଭାନୁ ମହାପାତ୍ର, କେଦାର ମିଶ୍ର, ରାକେଶ ସାହୁ, ନାରାୟଣ ରାଉତ, ସଂଗ୍ରାମ କେଶରୀ ଦାଶ, ଗୌରୀରଞ୍ଜନ ବାରିକ, ଶାନ୍ତୁନୁ ସାମନ୍ତରାୟ, ମୋହିତ ଅନିମେଶ ଦାଶ ଆଦି କଳାକାରମାନଙ୍କ ଅଭିନୟ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ନାଟକର କାହାଣୀ କବି ଦୀନକୃଷ୍ଣ ଦାସ ଏବଂ ତାଙ୍କର…

Read More

13 ଜଣଙ୍କୁ ରାଜଧାନୀ ଗୌରବ ଏବଂ 3 ଜଣ ବୟୋଜ୍ୟେଷ୍ଠଙ୍କୁ କରାଯିବ ସମ୍ବର୍ଦ୍ଧିତ ଭୁବନେଶ୍ୱର;ତା1.4-2026 ରିଖ:78ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ରାଜଧାନୀ ପ୍ରତିଷ୍ଠା କମିଟିର ଉପାଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ସନତ ମିଶ୍ରଙ୍କ ସହ ବିଏମ୍ ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ଅପ୍ରିଲ 13 ତାରିଖ ଦିନ ଭୁବନେଶ୍ୱରରେ ପାଳିତ ହେବ 78 ତମ…

Read More

କଟକ: 1.4.2026 :: ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟେଇ ଶେଷରେ କଂଗ୍ରେସ ହାଇକମାଣ୍ଡ ସାନ୍ତାୟନ ମିଶ୍ର ଙ୍କ ଉପରେ ଭରସା କରି କଟକ ନଗର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ମିଶ୍ର ଏହା ପୂର୍ବରୁ ପିସିସି ସମ୍ପାଦକ ସହ ବିଭିନ୍ନ ସମୟରେ ବହୁ ଦାୟିତ୍ୱ ନିଷ୍ଠାର ସହ ସମ୍ପାଦନ କରିଛନ୍ତି । ସାନ୍ତାୟନ ମିଶ୍ର ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଘନିଷ୍ଠ ସହଯୋଗୀ ରମାକାନ୍ତ ମିଶ୍ର ଙ୍କ ପୁତ୍ର । କଂଗ୍ରେସ ଦଳ ସହିତ ଶୃଙ୍ଖଳିତ ଭାବରେ ଦୀର୍ଘଦିନ ଧରି କାର୍ଯ୍ୟକରି ଆସୁଥିଲେ । ସାନ୍ତାୟନ ମିଶ୍ର ଙ୍କୁ କଟକ ନଗର(ଜିଲ୍ଲା)କଂଗ୍ରେସ ର ସଭାପତି ଭାବେ ନିଯୁକ୍ତି ମିଳୁ ଥିବାରୁ କଟକ ସହରରେ କଂଗ୍ରେସ କର୍ମୀମାନଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି ।ଶ୍ରୀ ମିଶ୍ର ଙ୍କୁ ଏହି ନିଯୁକ୍ତି ଦିଆଯାଇଥିବାରୁ କଟକ…

Read More

BY- ରାଜୀବ କୁମାର ବେହେରା – Dt-1.4.2026 ଉଦଳା :: ରାଜୀବ କୁମାର ବେହେରା Dt-1.4.2026 ଆଧୁନିକ ଯୁଗରେ ଆଜିବି ଲୋକଙ୍କ ଭିତରେ ଅନ୍ଧବିଶ୍ୱାସ ର ଭ୍ରମ ବସା ବାନ୍ଧି ରହିଛି , ଆଉ ଏହି ଅନ୍ଧ ବିଶ୍ୱାସ ରେ କିଛି ଲୋକ ବଶବର୍ତ୍ତୀ ହୋଇ ମଣିଷତ୍ୱ ହରାଇ ଅଘଟଣ ଘଟlଉଥିବା ଚିତ୍ର ସାମ୍ନାକୁ ଆସିଛି l ଏଭଳି କିଛି ଘଟଣା ଉଦଳା ଅଞ୍ଚଳରେ ଚର୍ଚ୍ଚା ଭାଇରlଲ ହେବାରେ ଲାଗିଛି l ବହୁ ରେ ଆକ୍ରସର ଶିକାର ହୋଇ ଶାଶୁ ଗୁରୁତର l ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ବର ୱାର୍ଡ, ମେଣ୍ଢାଖାଇ ଅଞ୍ଚଳରେ ଘଟିଛି ଏକ ନୃଶଂସ ଓ ହୃଦୟ ବିଦାରକ ଛାତିଥର ଘଟଣା। ବହୁ ସାଜିଲା ଶାଶୁ ପାଇଁ ଶୈତାନ l ଗୁଣି-ଗାରିଡି ସନ୍ଦେହରେ ଜଣେ ବହୁ ନିଜ ଶାଶୁ ସାବିତ୍ରୀ ଦତ୍ତ ଙ୍କୁ ନିର୍ମମ ଭାବେ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ଆସିଛି।…

Read More

ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସମ୍ପର୍କରେ ଜିଲ୍ଳାପାଳମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଲୋଚନା କରି ଜିଲ୍ଲାସ୍ତରୀୟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଜିଲ୍ଲାସ୍ତରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିବା ସହିତ କଳାବଜାରୀ, ବେଆଇନ ମହଜୁଦକାରୀ ଦରଦାମ୍ ବୃଦ୍ଧି ପ୍ରତି ଜିଲ୍ଲାପାଳମାନେ ନିୟମିତ ଭାବେ ବିଭିନ୍ନ ମାର୍କେଟର ସ୍ଥିତି ଅନୁଧ୍ୟାନ କରି ଅସାଧୁ ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ଅଛି । ସପ୍ଲାଇଚେନ୍‌କୁ ମଧ୍ୟ ଶୃଙ୍ଖଳିତ କରାଯାଉଛି । ତେଣୁ, ଜନସାଧାରଣ ବ୍ୟସ୍ତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,…

Read More

ତାରିଖ ୩୧ .୦୩.୨୦୨୬: କଟକର ମାଲଗୋଦାମ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମାଲଗୋଦାମ ଥାନା କେସ୍ ନଂ ୧୦୧/୨୬, ତାରିଖ ୧୨.୦୩.୨୦୨୬ ଅନୁସାରେ ବିଏନଏସ୍‌ ଧାରା ୨୯୬/୧୧୫(୨)/୧୧୭(୨)/୧୦୯(୧)/୩(୫) ରେ ରୁଜୁ ହୋଇଥିବା ଏହି ମାମଲାରେ ମଙ୍ଗଳବାଗ ଅଞ୍ଚଳର ଗୁରୁପ୍ରସାଦ ସେଠୀ ଅଲିଆସ୍‌ ଗୁଣା ସେଠୀ (ବୟସ ୨୦ ବର୍ଷ)ଙ୍କୁ ପୁଲିସ ଗିରଫ କରିଛି। ଗତ ୧୨ ମାର୍ଚ୍ଚ ତାରିଖରେ ଘଟିଥିବା ଏହି ଆକ୍ରମଣ ଘଟଣାରେ ପୀଡିତ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ଏବଂ ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ପୁଲିସ ତଦନ୍ତକୁ ଜୋରଦାର କରି ଗତ ୨୯ ମାର୍ଚ୍ଚରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପରେ ତାଙ୍କୁ ଆଦାଲତରେ ପ୍ରସ୍ତୁତ କରାଯାଇଥିବା ସହିତ ରିମାଣ୍ଡ ପାଇଁ ଅନୁରୋଧ କରାଯାଇଛି। ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଥିବାବେଳେ ପୁଲିସ ଅନ୍ୟାନ୍ୟ ସଂପୃକ୍ତ ଦିଗରେ ମଧ୍ୟ ଖୋଜଖବର ଜାରି ରଖିଛି | ଚର୍ଚ୍ଚା…

Read More

ରାଜ୍ୟ ବିଧାନସଭା ସମ୍ମୁଖରେ ମିଳିତ ବିରୋଧୀ ଦଳର ବିଶାଳ ଗଣଧାରଣା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବହିଷ୍କାର ଦାବି : ଭୁବନେଶ୍ୱର ::ତାରିଖ: ୩୧ ମାର୍ଚ୍ଚ ୨୦୨୬ ::କଟକ ଏସ୍‌.ସି.ବି. ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୩ ଜଣ ନିରୀହ ରୋଗୀଙ୍କ ମୃତ୍ୟୁ ଘଟଣାକୁ ସଂସ୍ଥାଗତ/ ବ୍ୟବସ୍ଥାକୃତ ହତ୍ୟା ଭାବେ ଅଭିଯୋଗ କରି ଆଜି ରାଜ୍ୟ ବିଧାନସଭା ସମ୍ମୁଖରେ ମିଳିତ ବିରୋଧୀ ଦଳମାନଙ୍କ ପକ୍ଷରୁ ଏକ ବିଶାଳ ଗଣଧାରଣା ଆୟୋଜିତ ହୋଇ ସଫଳତାର ସହ ଶେଷ ହୋଇଛି।ଏହି ଧାରଣାରେ ବିଜେଡି, କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍-ଏଲ୍) ଲିବେରେସନ, ଫରୱାର୍ଡ ବ୍ଲକ୍,ଏନସିପି, ରଜେଡି, ସମତା କ୍ରାନ୍ତି ଦଳ ଓ ସମାଜବାଦୀ ପାର୍ଟି ପ୍ରମୁଖ ୧୦ଟି ବିରୋଧୀ ଦଳ ଅଂଶ ଗ୍ରହଣ କରିଥିଲେ।ଏସ୍‌.ସି.ବି. ଅଗ୍ନିକାଣ୍ଡ ଘଟଣାରେ ସରକାରଙ୍କ ଅକ୍ଷମଣୀୟ ଅବହେଳା ଓ ବ୍ୟବସ୍ଥାପନା ବିଫଳତାକୁ ନିନ୍ଦା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ଦାବି କରାଯାଇଥିଲା। ରାଜ୍ୟର ସମସ୍ତ ବର୍ଗର…

Read More