ରାୟଗଡ଼ା : ରାୟଗଡ଼ା ସୀମାନ୍ତ ପଦ୍ମପୁର ଥାନା ଡୁମ୍ଭୁଲା ପଦର ଛକ ନିକଟରେ ୨୧କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପଦ୍ମପୁର ପୋଲିସ ଆଜି ସୂଚନା ଦେଇଛି। ସୂଚନା ଅନୁସାରେ କୌଣସି ସୂତ୍ର ରୁ ଖବର ପାଇ ପଦ୍ମପୁର ଥାନା କେନ୍ଦୁଗୁଡ଼ା ଫାଣ୍ଡି ପୋଲିସ ର ଏକ ଟିମ୍ ୩୨୬ ନମ୍ୱର୍ ଜାତୀୟ ରାଜପଥର ଡୁମ୍ବୁଲାପଦର ଛକ ନିକଟରେ ଛଡାଉ କରିଥିଲା।ଏହି ସମୟ ରେ ଗଞ୍ଜେଇ ବେପାରୀ ଚୋର ଚାଲାଣ କରିବା କୁ ଗାଡ଼ି କୁ ଅପେକ୍ଷା କରିଥିବା ବେଳେ ପୋଲିସ ମାଡ଼ି ବସି ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲା ଅଡବା ଥାନା ପରମଗୁଡ଼ା ଗ୍ରାମର ରଞ୍ଜନ ନାୟକ ବୋଲି ସୂଚନା ଦେଉଛି । ତା ଠାରୁ ୧ ଟି ମୋବାଇଲ ନଗଦ ୧ ହଜାର ଟଙ୍କା ଜବତ ହୋଇଥିବା ବେଳେ ଥାନା ରେ କେସ ନମ୍ୱର୍ ୧୫୪ରେ ମାମଲା ରୁଜୁ ହୋଇଛି ଅଧିକ ତଦନ୍ତ ଚାଲିଥିବା ପଦ୍ମପୁର ପୋଲିସ ସୂଚନା ଦେଇଛି
ପଦ୍ମପୁର ପୋଲିସକୁ ମିଳିଛି ସଫଳତା, ୨୧ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ
By Charcha News











