Date -04-04-2026 :: ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟ ରେ ରହିଥିବା ଶିକ୍ଷାନୁଷ୍ଠାନ ଗୁଡିକ ରେ ଆରମ୍ଭ ହୋଇଯାଇଛି ପ୍ରବେଶ ଉତ୍ସବ.ସହିତ ଖଡ଼ି ଛୁଆ ପର୍ବ.. ଯାହାର ଝଲକ କଟକ ଜିଲ୍ଲା ର ମଣ୍ଡଳ ଶିକ୍ଷାଧିକାରୀ ବାଙ୍କୀ ଡମପଡା ଅଧୀନରେ ରହିଥିବା ପ୍ରାୟ ୧୨୨ ଗୋଟି ଶିକ୍ଷାନୁଷ୍ଠାନ ରେ ଦେଖିବାକୁ ମିଳିଛି.ଆଜି ମଣ୍ଡଳ ଶିକ୍ଷାଧିକାରୀ କାମ ରାଜ ସାହୁ ଅନ୍ୟପଟେ ନଗରପାଳ ମାଣିକ ସାହୁ ଜିଲ୍ଲା ପରିଷଦ ସଭ୍ୟା ମିନତୀ ମହାପାତ୍ର. ୱାର୍ଡ ମେମ୍ବର ସନାତନ ବେହେରା ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ପତାକା ଦେଖାଇ ଏ.. ଶିକ୍ଷା ସଚେତନତା ରଥ..ର ଶୁଭାରମ୍ଭ କରିଛନ୍ତି. ଏହି ଶିକ୍ଷା ସଚେତନତା ରଥ ଆଜିଠାରୁ ଅର୍ଥାତ ଏପ୍ରିଲ ୪ ତାରିଖ ରୁ ଆସନ୍ତା ୧0 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ ଟି ଗାଁ ସାହି କୁ ଯାଇ ଜନସାଧାରଣ ଙ୍କୁ ସଚେତନତା ବାର୍ତା ପ୍ରଦାନ କରିବେ. କିଭଳି ଚଳିତ ବର୍ଷ ଅଧିକରୁ ଅଧିକା ଶିଶୁ ସରକାରୀ ଶିଶୁ ଭାଟିକା ରେ ନିଜ ର ନାମ ଲେଖାଇବା ସହିତ ଆଗାମୀ ଭବିଷ୍ୟତ ଉଜ୍ବଳ ମୟ କରିବେ. ଏଥିପାଇଁ ପ୍ରଥପ୍ରାନ୍ତ ଗୀତ ମାଧ୍ୟମ ରେ ଦିଆଯାଉଛି ଅବିଭାବକ ମାନଙ୍କୁ ବାର୍ତା. ସରକାରୀ ଶିକ୍ଷାନୁଷ୍ଠାନ ରେ କିଭଳି ଅଧିକରୁ ଅଧିକା ପିଲା ନିଜର ନାମ ଲେଖାଇବେ ଏହା ହେଉଛି ଏହାର ମୂଳ ଲକ୍ଷ. ସୂଚନା ଦେଇଛନ୍ତି ମଣ୍ଡଳ ଶିକ୍ଷାଧିକାରୀ କାମ ରାଜ ସାହୁ.
ମଣ୍ଡଳ ସ୍ତରୀୟ ପ୍ରବେଶ ଉତ୍ସବ ଖଡ଼ି ଛୁଆ ଓଡ଼ିଆ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ ୨0୨୬ ::
By Charcha News












