ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତରେ ଥିବା କଚୁଆ ପଡା ଗ୍ରାମରେ ହଜରତ ହାପିଜ ବଦିରୋଦ୍ଦିନ୍ ପୀର ବାବାଙ୍କ ୩୪ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଜଳସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନି ଜେନା ଯୋଗଦେଇ ବସ୍ତା ନିର୍ବାଚନ ମଣ୍ଡଳୀ ରେ ଥିବା ଲଘୁ ସଂମ୍ପ୍ରଦାୟ ଭାଇ ଭଉଣୀ ମାନଙ୍କୁ ମୁବାରକ ବାତ ଦେବା ସହିତ ବାବା ଙ୍କ ପାଖରେ ସେମାନଙ୍କ ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ପରିପ୍ରେକ୍ଷୀରେ ବହୁ ସମାଜସେବୀ ପୀର ବାବାଙ୍କୁ ଦର୍ଶନ କରି ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟର ଭାଇଚାରା ସୁତ୍ରରେ ବାନ୍ଧି ହୋଇଥିଲେ ।କାଦରୀ କମିଟିର ସଭାପତି ସାବୁଉଦ୍ଦିନ ସାହା ଏବଂ କର୍ମ କର୍ତ୍ତା ମାନେ ଏହି ଜଳସା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ମୈଳାନାଙ୍କ ଦ୍ଵାରା ପ୍ରବଚନ ଦିଆଯାଇଥିଲା।
ଚର୍ଚ୍ଚା news












