ତାରିଖ-୧୧-୦୩-୨୦୨୬
ସାମ୍ବାଦିକ- ରାଜୀବ କୁମାର ବେହେରା
ଉଦଳା: ପୁଣି ମନ୍ଦିର ରୁ ଲୁଟ , କିଛିଦିନ ବ୍ୟବଧାନ ପରେ ଆଉ ଏକ ଘଟଣା l ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ପୁଣିଥରେ ଲୁଟେରା ଗ୍ୟାଙ୍ଗର ଆତଙ୍କ ଦେଖିବାକୁ ମିଳିଛି। ବିଳମ୍ବିତ ରାତ୍ର ସମୟରେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୨ ନମ୍ବର ୱାର୍ଡ ରେ ଥିବା ହରିହରେଶ୍ୱର ମନ୍ଦିରରେ ପସି ଦୁର୍ବୃତ୍ତମାନେ ଠାକୁରଙ୍କ ଅଳଙ୍କାର ସହ ପୂଜା ସାମଗ୍ରୀ, ହୁଣ୍ଡୀ ଟଙ୍କା ପଇସା, ଠାକୁରଙ୍କ ରୁପା ମୁକୁଟ, ବଇଁଶୀ ସମେତ ବହୁ କିଛି ସାମଗ୍ରୀ କଳାକନା ବୁଲାଇ ନେଇଥିବା ଅଭିଯୋଗ ହୋଇଛି। ସକାଳେ ପୂଜା ପାଇଁ ଆସିଥିବା ପୁଜାରୀ ଓ ସ୍ଥାନୀୟ ଲୋକମାନେ ମନ୍ଦିରର ତାଲା ଭଙ୍ଗା ଅବସ୍ଥାରେ ଦେଖି ଆଶ୍ଚର୍ୟ ହୋଇଥିଲେ। ପରେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଥିଲା। ଶେଷରେ ଠାକୁରଙ୍କୁ ମଧ୍ୟ ଛାଡ଼ିଲେ ନାହିଁ ଲୁଟେରା। ଅଞ୍ଚଳରେ ବଢ଼ୁଥିବା ଚୋରି ଘଟଣାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକାଶ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କିଏ ଏହି ଚୋରି ଘଟଣାରେ ଜଡିତ ଓ କେତେ ପରିମାଣର ସାମଗ୍ରୀ ଲୁଟ ହୋଇଛି, ସେନେଇ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡା କରିବା ସହ ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି।












