ତାରିଖ : ୨୫/୧୦/୨୫
ସାମ୍ବାଦିକ : ରାଜୀବ କୁମାର ବେହେରା
ମୟୁରଭଞ୍ଜ : ଗ୍ରାମ ଜଙ୍ଗଲ ଭିତରେ ଏମିତି ବେ ଆଇନ ମଦ କାରବାର ଚାଲିଥିଲା ମାଡି ବସିଛି ଅବକlରି ବିଭାଗ l ମୟୁରଭଞ୍ଜ ଜିଲ୍ଲାର ଉଦଳା, କପ୍ତିପଦା, ଖୁଣ୍ଟା ର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ବେଆଇନ ମହୁଲି ମଦ କାରବାର। ଗାଁ ଗହଳି ଓ ହାଟ ବଜାରରେ ଦେଶୀ ମଦର ଆସର ବଢିଥିବାରୁ ଗାଁ ଅଞ୍ଚଳର ଶାନ୍ତି ପରିବେଶ ଅଶାନ୍ତ ହୋଇପଡ଼ିଛି। ଏହି ବେଆଇନ ମଦ ମାଫିଆମାନେ ଘଞ୍ଚ ଜଙ୍ଗଲ ଭିତରେ ଭାଟି ଚଳାଇ ନିଜ ଚୋରା ସାମ୍ରାଜ୍ୟ ଗଢ଼ି, ପଡୋଶୀ ରାଜ୍ୟ ଓ ଅଞ୍ଚଳରେ ବେଧଡ଼କ ଭାବେ ଦେଶୀ ମଦ ବିକ୍ରି କରୁଛନ୍ତି।
ସୂଚନା ଅନୁସାରେ ଅବକାରୀ ବିଭାଗ ଆକ୍ସନ ମୋଡ୍ରେ ଦେଖି ଚୋରା ବେପାରୀ ଏବେ ଛାନିଆ l
ଜଙ୍ଗଲ ଭିତରକୁ ପଶି ଅତର୍କିତ ଚଢ଼ାଉବେଳେ ବିପୁଳ ପରିମାଣର ମଦ ଜବତ ହେବା ସହିତ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ମହୁଲ ପୋଚ ଓ ଭାଟିକୁ ଧ୍ଵଂସ କରିଦେଇଛି ବିଭାଗ। ଏହି ଚଢ଼ାଉ ଅଭିଯାନ ଅବକାରୀ ଅଧିକ୍ଷକଙ୍କ ଶ୍ରୀ ପ୍ରଶାନ୍ତ କୁମାର କନ୍ହାର ଙ୍କ ନିର୍ଦେଶ କ୍ରମେ ସହାୟକ ଜିଲ୍ଲା ପଦାଧିକାରୀ-ସହ ନିର୍ବାହୀ ମ୍ୟାଜିଷ୍ଟ୍ରେଟ୍ ଶ୍ରୀ ସୁବ୍ରତ କୁମାର ଘୋଷ ଓ ଉଦଳା ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ଟାଣ୍ଡିଙ୍କ ମିଳିତ ଏହି ଅତର୍କିତ ଚଢ଼ାଉ ରେ ବେତନଟି ଓ ବାରିପଦା ଏକ୍ସାଇଜ୍ ମୋବାଇଲ୍ ଟିମ ଓ ଏପିଆର୍ ଫୋର୍ସ ବାରିପଦାଙ୍କ ସହଯୋଗ ଦ୍ୱାରା ଉଦଳା ଥାନା ଜୁଆଲିଆ ଗ୍ରାମ ଜଙ୍ଗଲ, କପ୍ତିପଦା ଘୁଣ୍ଟିବଣି ଗାଁ ଜଙ୍ଗଲ ଓ ଅଦାପାଳ ଅଞ୍ଚଳରେ ଏହି ଅଭିଯାନ ଜାରି ରହିଥିଲା। ଚଢ଼ାଉ ଦେଖି ଚୋରା ମହୁଲି ମାଫିଆମାନେ ଗଳା ବାଟ ଦେଇ ଫେରାର ହୋଇଛନ୍ତି। ଏହି ଚଢ଼ାଉ ରେ ମୋଟ ୩ଟି I.D. ଲିକର ମାମଲା ରୁଜୁ ହୋଇଥିବା ସହ ୧୩୨୫ ଲିଟର ଅବୈଧ ମହୁଲି ମଦ ଓ ପ୍ରାୟ ୧୩,୨୫୦ କିଲୋ ମହୁଲ ପୋଚ ନଷ୍ଟ କରାଯାଇଛି।
ଅବକାରୀ ବିଭାଗ ଏପରି ଅଭିଯାନ ଜାରି ରଖିବା ସହିତ ବେଆଇନ ମଦ ଚୋରାଚାଲାଣ ରୋକିବା ପାଇଁ ସଂକଳ୍ପବଦ୍ଧ ହୋଇଛି। ବିଭାଗ ସୂଚନା ଦେଇଛି ଯେ, ଏପରି ଚଢ଼ାଉ ଆଗକୁ ଆଉ ଜୋରଦାର ଭାବରେ ଜାରି ରହିବ। ଶ୍ରୀ ସୁବ୍ରତ କୁମାର ଘୋଷ, ସହାୟକ ଜିଲ୍ଲା ପଦାଧିକାରୀ-ସହ ନିର୍ବାହୀ ମ୍ୟାଜିଷ୍ଟ୍ରେଟ୍: “ଅବକାରୀ ବିଭାଗ ନିୟମିତ ଭାବରେ ଏପରି ଅଭିଯାନ ଚଢ଼ାଉ ଜାରି ରଖିଛି । ଜିଲ୍ଲାର ବେଆଇନ ମଦ କାରବାରକୁ ସଂପୂର୍ଣ୍ଣ ରୋକିବା ଆମ ଲକ୍ଷ୍ୟ।”କହିଛନ୍ତି l ଶ୍ରୀ ସଞ୍ଜୟ କୁମାର ଟାଣ୍ଡି, ଇନ୍ସପେକ୍ଟର ଅଫ୍ ଏକ୍ସାଇଜ୍, ଉଦଳା ରେଞ୍ଜ: “ଏହି ଅଭିଯାନରେ ବିଶେଷ ଟିମ ଗଠିତ ହୋଇଛି। ଜଙ୍ଗଲ ଅଞ୍ଚଳରେ ଥିବା ଭାଟିଗୁଡିକୁ ଧ୍ଵଂସ କରି ୧୩୨୫ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ।”











