ତାରିଖ – ୨୨-୦୨-୨୦୨୬
ସାମ୍ବାଦିକ ରବୀନ୍ଦ୍ରନାଥ ମହାପାତ୍ର
ରାୟଗଡ଼ା : ମୁନିଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଡକାୟତର ୨୪ ଘଣ୍ଟା ନପୂରୁଣୁ ସମ୍ପୃକ୍ତ ଅନ୍ତଃରାଜ୍ୟ ଡକାୟତ ଗେଙ୍ଗର ତିନି ଜଣକୁ ଗିରଫ କରିବା ସହ ଲୁଟ ରୂପା ଅଳଙ୍କାର ଜବତ କରିଛି ମୁନିଗୁଡା ପୋଲିସ। ଗତକାଲି ସକାଳେ ମୁନିଗୁଡା ଖମାଣ ସାହିର ଭଗବାନ ନାୟକ ପ୍ରତିଦିନ ଭଳି ରୁପା ବ୍ୟବସାୟ ପାଇଁ ବାହାରି ଥିବା ବେଳେ ଡାକୁଲୁଗୁଡା ଛକ ନିକଟରେ ପାଞ୍ଚ ଜଣ ଦୁର୍ବୁତ୍ତ ଦୁଇଟି ବାଇକରେ ଆସି ଭଗଵାନଙ୍କ ଠାରୁ ଅଳଙ୍କାର ବେଗ ଛଡାଇ ନେଇଥିଲେ। ଏନେଇ ମୁନିଗୁଡା ଥାନାରେ ଏତଲା ପରେ ମୁନିଗୁଡା ପୋଲିସ ଏକ ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲା। ଡକାୟତର ୨୪ ଘଣ୍ଟା ନପୂରୁଣୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଯାଜପୁର କଳିଙ୍ଗ ନଗର ଥାନା ଅଂଚଳର ସୁମନ ପ୍ରଧାନ, ଅଜୟ ପ୍ରଧାନ ଓ ଶିବ ପ୍ରଧାନକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୪ ଟି ମୁଦି, ୧୪ ଟି ବଳା ଓ ୫ ଟି ମାଳି ସହ ବ୍ୟବହୃତ ଦୁଇଟି ପଲସର ବାଇକ ଓ ଛୁରୀ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଫେରାର ଅଛନ୍ତି। ତେବେ ପୋଲିସ ତରଫରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ଅପରାଧୀଙ୍କୁ ଗିରଫ କରିଥିବାରୁ ମୁନିଗୁଡା ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଲୁଟର ଶିକାର ହୋଇଥିବା ବ୍ୟବସାୟୀ।











