ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ପୁଣି ମୁର୍ଶିଦାବାଦରେ ବନ୍ଧୁକ ସହିତ ଜଣେ ଗିରଫ। ଗିରଫ ଯୁବକଙ୍କ ନାମ ବାପ୍ପା ମଣ୍ଡଳ, ଯିଏ ରାଣୀନଗର ଥାନା ଅନ୍ତର୍ଗତ ମୋହନଗଞ୍ଜ ଗୁଡିଆ ପଡା ଅଞ୍ଚଳରେ ରୁହନ୍ତି। ଗିରଫ ବ୍ୟକ୍ତିଙ୍କଠାରୁ ଏକ ଦେଶୀ ନିର୍ମିତ ବନ୍ଧୁକ ଏବଂ ଗୋଟିଏ ରାଉଣ୍ଡ ଗୁଳି ଉଦ୍ଧାର କରାଯାଇଛି। ସେଗୁଡିକ ପୋଲିସ ଜବତ କରିଛି। ଗତକାଲି ରାତିରେ ଏକ ଗୁପ୍ତ ସୂତ୍ରରୁ ସୂଚନା ପାଇ ରାଣୀନଗର ଥାନାର ପୋଲିସ ମୋହନଗଞ୍ଜ ବଜାରରେ ପଞ୍ଚାୟତ କାର୍ଯ୍ୟାଳୟ ସଂଲଗ୍ନ ଅଞ୍ଚଳରେ ତଲାସି ଚଳାଇଥିଲା। ସେହି ସମୟରେ ବାପ୍ପା ମଣ୍ଡଳଙ୍କୁ ଅଟକ କରାଯାଇଥିଲା ଏବଂ ତଲାସି ସମୟରେ ବନ୍ଧୁକ ଉଦ୍ଧାର କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କୁ ଆଜି ସାତ ଦିନର ପୋଲିସ ହେପାଜତ ପାଇଁ ଆବେଦନ ସହିତ କୋର୍ଟରେ ହାଜର କରାଯାଇଥିଲା। ଏଥିରେ ଆଉ କିଏ ସମ୍ପୃକ୍ତ ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି
ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଥାନାର ରାଣିନଗରରେ ବନ୍ଧୁକ ସହ ଜଣେ ଗିରଫ
By Charcha News











