ରତ୍ନ ଭଣ୍ଡାର : ରତ୍ନଭଣ୍ଡାର ଗଣତିମଣତି: ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି; ମାହେନ୍ଦ୍ର ବେଳାକୁ BY-SUBHASMITA -March 24, 2026,ରତ୍ନ ଭଣ୍ଡାର : ରତ୍ନଭଣ୍ଡାର ଗଣତିମଣତି: ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି; ମାହେନ୍ଦ୍ର ବେଳାକୁ ଅପେକ୍ଷାପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ଆରମ୍ଭ ହେବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗଣତିମଣତି ପାଇଁ ମାହେନ୍ଦ୍ର ବେଳା ଧାର୍ଯ୍ୟ ହୋଇଛି ମଧ୍ୟାହ୍ନ ୧୨ଟା ୯ ରୁ ୧ଟା ୪୫। ଏହି ଗଣତିମଣତି ପାଇଁ ଗଠିତ ଦୁଇଟି କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ରତ୍ନ ଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ। ୧୯୭୮ ମସିହାର ଗଣତିମଣତି ପୂର୍ଣ୍ଣାଙ୍ଗ ତାଲିକା ରହିଛି। ଏହି ତାଲିକା ସହ ମେଳକ ହେବ।…
Author: Charcha News
ରବିନ୍ଦ୍ର ନାଥ ମହାପାତ୍ର Dt- 25.3.2026ବିଶ୍ୱ ଯକ୍ଷ୍ମା ରୋଗ ଦିବସ (World TB Day) ଅବସରରେ ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଭିନ୍ନ ସଚେତନତାମୂଳକ ନିରାକରଣ ପାଇଁ ସମୁହିକ ଭାଗୀଦାରି ଉପରେ ବିଶେଷ ଜୋର ଦିଆଯାଇଥିଲା I ଏହି ଅବସରରେ ସହଯୋଗ ଇନଷ୍ଟିଟ୍ୟୁସନ୍ GNM ଟ୍ରେନିଙ୍ଗ କଲେଜ୍, ରାୟଗଡାର ନସିଂ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଥିଲା । ରାଲି ସମୟରେ “TB ଚିହ୍ନଟ କରନ୍ତୁ, ସମୟରେ ଚିକିତ୍ସା କରନ୍ତୁ” ଓ “TB ମୁକ୍ତ ଭାରତ ଗଠନ କରିବା” ପରି ସ୍ଲୋଗାନ୍ ଦ୍ବାରା ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା I ଏହା ସହିତ ଡାକ୍ତରମାନଙ୍କ ପାଇଁ ଏକ Continuing Medical Education (CME) କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡା. ଭି. ସରୋଜିନୀ ଦେବୀ, CDM&PHO, ତା. ପି. କେ. ମିଶ୍ର, DMO (Medical Services) Cum Superintendent, DHH ରାୟଗଡା,…
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢିଆପଲ୍ଲୀ ଗାଁ ର ଲୋଚନ କୁମାର ବେହେରା ଙ୍କ ଗୁପ୍ତ ପଲ୍ଲୀ ଗାଁ ନିକଟରେ ମୃତ ଦେହ ପଡିଛି l ଗାଁ ଲୋକେ ମୃତଦେହ ଦେଖି ପୋଲିସ କୁ ଖବର ଦେଇଛନ୍ତି l ପୋଲିସ ଘଟଣା ସ୍ଥଳେ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l ଅଂଚଳରେ ଜୁଆ ଖେଳ କୁ କେନ୍ଦ୍ର କରି ହତ୍ୟା କାଣ୍ଡ ହୋଇଥିବା ଲୋକେ ସଂନ୍ଦେହେ କରୁଛନ୍ତି l ମୃତକ ଲୋଚନ ର ଆଖି ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବାରୁ ଯୁବକର ମୃତ୍ୟୁ ହୋଇଛି l ଖବର ପାଇ ଘଟଣା ସ୍ଥଳରେ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି l
କୋଲକତା/ରାଜୀବ କୁମାର ଦାସ:- ବିଲେଇ ପିଞ୍ଜରା ବାହାରକୁ ଆସିଛି’, କମିଶନଙ୍କ ଚିଠିରେ ବିଜେପିର ମୋହରକୁ ମମତା ସମାଲୋଚନା କଲେ ମଙ୍ଗଳବାର ଦିନ, ଉତ୍ତର ବଙ୍ଗରେ ନିର୍ବାଚନ ପ୍ରଚାର ଆରମ୍ଭ ହେବା ପୂର୍ବରୁ, କୋଲକତା ବିମାନବନ୍ଦରରେ ଠିଆ ହୋଇ ମମତା ବାନାର୍ଜୀ ସମସ୍ତ ରାଜନୈତିକ ଦଳକୁ ଏହାର ବିରୋଧ କରିବାକୁ ନିବେଦନ କରିଥିଲେ। ନିର୍ବାଚନ କମିଶନଙ୍କ ଚିଠିକୁ ବିଜେପିର ମୋହର ସହିତ ବିବାଦକୁ ଆହୁରି ବଢାଇ ତୃଣମୂଳ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମିଶନଙ୍କୁ ବ୍ୟବହାରିକ ଭାବରେ ତାଚ୍ଛଲ୍ୟ କରିଥିଲେ। ମଙ୍ଗଳବାର ଦିନ ଉତ୍ତର ବଙ୍ଗରେ ନିର୍ବାଚନ ପ୍ରଚାର ଆରମ୍ଭ ହେବା ପୂର୍ବରୁ, ସେ ହାତରେ ଚିଠି ଧରି ଦମ୍ ଦମ୍ ବିମାନବନ୍ଦରରେ ଠିଆ ହୋଇ ପ୍ରମାଣ ଦେଖାଇଥିଲେ। ସେ କହିଥିଲେ, “ବିଲେଇ ପିଞ୍ଜରା ବାହାରକୁ ଆସିଛି। ଏହା ସ୍ପଷ୍ଟ ଯେ ଏସବୁ କିଏ କରୁଛି। ଏହା ସ୍ପଷ୍ଟ ହୋଇଗଲା ଯେ କିଏ ଏହା କରୁଛି। ମୋର ପ୍ରଶ୍ନ ହେଉଛି, ନିର୍ବାଚନ…
ଉଦଳା, ( ରାଜୀବ କୁମାର ବେହେରା ) : କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗଦେଇ ସମୁଦାୟ ୯୯ଟି ଜନଅଭିଯୋଗର ଶୁଣାଣୀ କରିଥିଲେ।ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଧର୍ମାନନ୍ଦ ବେହେରା, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତି ସହିତ ବିଭିନ୍ନ ବିଭାଗର ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଶୁଣାଣୀରେ ମୋଟ ୮୪ଟି ବ୍ୟକ୍ତିଗତ ଓ ୧୫ଟି ସାମୂହିକ ଅଭିଯୋଗ ଥିଲା। ସେଥିମଧ୍ୟରୁ ୧୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ…
ଉଦଳା- ( ରାଜୀବ କୁମାର ବେହେରା)- ବରହମପୁର ଥାନା ଅଧୀନ ଜାମୁନା ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପୋଖରୀରେ ବୁଡି ମାତ୍ର ୩ ବର୍ଷର ଏକ ନିର୍ଦୋଷ ଶିଶୁର ଜୀବନ ଚାଲିଗଲା।ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶିଶୁଟି ଘର ଆଗରେ ଖେଳୁଥିବା ବେଳେ ଅଜାଣତେ ପୋଖରୀ ପାଖକୁ ପହଞ୍ଚିଥିଲା। କିଛି ମୁହୂର୍ତ୍ତର ଅସାବଧାନତା ହେଲା ଜୀବନର ଶେଷ ମୂଲ୍ୟ—ପାଣିରେ ବୁଡି ଯାଇଥିଲା ଶିଶୁଟି।ପରିବାରଲୋକ ତୁରନ୍ତ ଉଦଳା ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ପରେ ସମଗ୍ର ଗ୍ରାମ ଶୋକାକୁଳ। କାନ୍ଦୋବୋବାଳିରେ ଭାରୀ ହୋଇପଡିଛି ପରିବେଶ। ଏକ ପଟେ ପରିବାରର ଅସହ୍ୟ ବେଦନା, ଅନ୍ୟପଟେ ପ୍ରଶ୍ନ—ଏହା କେବଳ ଦୁର୍ଘଟଣା ନା କାହାରି ଅବହେଳା?ଖୋଲା ପୋଖରୀ, ନଥିବା ସୁରକ୍ଷା ବ୍ୟବସ୍ଥା, ଏବଂ ଶିଶୁ ସୁରକ୍ଷା ପ୍ରତି ଅସଚେତନତା—ଏହି ସବୁ ଆଜି ଏକ ନିର୍ଦୋଷ ଜୀବନକୁ ନେଇନେଲା।ପ୍ରଶାସନଙ୍କ ପାଇଁ ପ୍ରଶ୍ନ—କେବେ ହେବ ଗ୍ରାମାଞ୍ଚଳରେ ପୋଖରୀଗୁଡିକର ସୁରକ୍ଷା ବ୍ୟବସ୍ଥା?…
ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର :-ରାୟଗଡ଼ା ଜିଲ୍ଲା ପଦ୍ମପୁର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଆଜି ସୋମବାର ପୋଷଣ ବି ପୋଡାଇ ବି କୁ ନେଇ ୩ଦିନିଆ ତାଲିମ ଶିବିର ଶୁଭ ଉଦଘାଟନ ହୋଇଯାଇଛି।ପଦ୍ମପୁର ସିଡ଼ିପିଓ ଭାରତୀ ବ୍ରହ୍ମା ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ।ଏହି ତାଲିମ ଶିବିର ରେ ମାଷ୍ଟର ଟ୍ରେନର ଭାବରେ ଦୁଇ ସୁପରଭାଇଜର ସନ୍ଧ୍ୟାରାଣୀ ଦାସ ଓ ସାବିତ୍ରୀ ନାୟକ ଯୋଗ ଦେଇ ଅଙ୍ଗନୱାଡି କର୍ମୀ ଙ୍କୁ ତାଲିମ ପ୍ରଦାନ କରିଥିଲେ।ବିଶେଷ କରି ଶିଶୁ ଙ୍କ ଅପପୃଷ୍ଟି ଓ ବିଭିନ୍ନ ସମସ୍ୟା ଦୂର କରିବା ଏବଂ ଜନ ସାଧାରଣ ଙ୍କ ମଧ୍ୟରେ ବ୍ୟାପକ ସଚେତନତା କରିବା ।ମହିଳା ଓ କିଶୋରୀ ବାଳିକା ମାନଂକ ପୋଷଣ ଉପରେ ସଚେତନତା ଅଧିକରୁ ଅଧିକ ସଚେତନତା କରିବା ଏହାର ମୂଳ ଲକ୍ଷ ବୋଲି କହିଥିଲେ ସିଡ଼ିପିଓ ଭାରତୀ ବ୍ରହ୍ମା।ଏହି ଶିବିର ରେ ପଦ୍ମପୁର ବ୍ଲକ ର ସମସ୍ତ ଅଙ୍ଗନ ୱାଡି…
କଟକ ଜଗତପୁର ଥାନାର ମାମଲା ସଂଖ୍ୟା ୧୯୦, ତାରିଖ ୧୮ ମାର୍ଚ୍ଚ ୨୦୨୬, ଧାରା ୩୦୪(୨)/୩(୫) ବିଏନଏସ ଅନୁଯାୟୀ ରୁଜୁ ହୋଇଥିବା ଏହି ଛିନ୍ତାଇ ଘଟଣାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଏଏସଆଇ ତପନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଜଗତପୁର ଥାନା ପୋଲିସ ଏକ ବୃହତ୍ ଚଢ଼ାଉ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସହିତ ଛିନ୍ତାଇ ହୋଇଥିବା ସୁନା ହାର ଓ ଅପରାଧରେ ବ୍ୟବହୃତ ଯାନବାହନ ଜବତ କରିଛି। ଅଭିଯୋଗ ଅନୁସାରେ, କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ମଝିସାହି ଅଞ୍ଚଳର ଲୀନାରାଣୀ ବେହେରା ୧୮ ମାର୍ଚ୍ଚ ସନ୍ଧ୍ୟା ୪ଟା ୪୨ ମିନିଟ ସମୟରେ ତାଙ୍କ ଘରୁ ଜଗତପୁର ଡେଲ୍ଟା କଲୋନୀ ଥିବା ମାଘର ଘରକୁ ଭାଇଁଙ୍କ ସହିତ ଯାଉଥିବାବେଳେ, ଜଗତପୁର ଆଇ.ବି. ରୋଡ଼ରେ କୃଷ୍ଣଗୋପାଳ ସ୍ୱୀଟ୍ସ ନିକଟରେ ଦୁଇଜଣ ଅଜଣା ଦୁର୍ବୃତ୍ତ ଏକ ଯାମାହା ଆର-୧୫ ବାଇକରେ ଆସି ତାଙ୍କ ଗଳାରୁ ପ୍ରାୟ…
ରାୟଗଡ/ ରବିନ୍ଦ୍ର ନାଥ ମହାପାତ୍ର :- ରାୟଗଡା ଜିଲ୍ଲା ଗୁଣୁପୁର ଉପ ଜିଲ୍ଲାପାଳଙ୍କ ସଭାଗୃହଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲିପ, ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରୋଜିନୀ ଦେବୀ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୮୬ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୫୩ଟି ବ୍ୟକ୍ତିଗତ,୩୩ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ସମସ୍ତ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିବା…








