ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ର: ଆଜି ହେଉଛି ପଖାଳ ଦିବସ । ଓଡିଶାର ଲୋକ ଜୀବନ ସହିତ ଜଡିତ ଏକ ଅତ୍ୟନ୍ତ ଲୋକପ୍ରିୟ ପର୍ବ ହେଉଛି ପଖାଳ ପରବ ତଥା ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ଏହି ଦିବସକୁ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଉଛି । ଗରମ ଦିନର ଆରମ୍ଭ ସହିତ ଶରୀରକୁ ଶୀତଳ ରଖିବା ପାଇଁ ପଖାଳ ଖାଇବାର ପ୍ରଥାକୁ ଏହି ଦିବସ ଉତ୍ସାହିତ କରିଥାଏ । ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଳାରେ ଏହି ଦିବସ ପାଳନ କରାଯାଉଥିବା ବେଳେ ରାୟଗଡ଼ା ଜିଲ୍ଳା ପ୍ରଶାସନ ଏବଂ ଜିଲ୍ଳା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ମଧ୍ୟ ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ପରିସରରେ ପଖାଳ ପରବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଳାପାଳ…
Author: Charcha News
ଉଦଳା – (ରାଜୀବ କୁମାର ବେହେରା )- ଉଦଳା ଶାଳମୁଣ୍ଡଳୀ ଗ୍ରାମ ନିକଟରେ ଥିବା ସଂରକ୍ଷିତ ଶାଳ ଜଙ୍ଗଲ। ଦେଖିଦେଖି ନିଆଁ ଭୟାବହ ରୂପ ଧାରଣ କରି ଗ୍ରାମ ଆଡକୁ ବିପଦ ସୃଷ୍ଟି କଲା। ଆତଙ୍କିତ ହେଲେ ଗ୍ରାମବାସୀ।ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ ବହୁବନ୍ଧ ଗ୍ରାମ ପଞ୍ଚାୟତର ଶାଳମୁଣ୍ଡଳୀ ଗ୍ରାମରେ।ଗ୍ରାମ ନିକଟରେ ଥିବା ସଂରକ୍ଷିତ ଶାଳ ଜଙ୍ଗଲରେ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ବଢୁଥିବା ତାପମାତ୍ରା ଓ ଶୁଷ୍କ ପରିସ୍ଥିତି କାରଣରୁ ନିଆଁ ଦ୍ରୁତ ଭାବେ ପ୍ରସାରିତ ହୋଇଥିଲା।ଦୂରଦୂରନ୍ତ ପର୍ଯ୍ୟନ୍ତ ନିଆଁର ପ୍ରକୋପ ଓ ଧୂଆଁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ସ୍ଥାନୀୟ ସ୍ବେଛାସେବୀ ଯୁବକମାନେ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟ ଧରି ପରିଶ୍ରମ କରି ନିଆଁକୁ ନିୟନ୍ତ୍ରଣ କରିଥିଲେ। ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିଥିବା…
ରାୟଗଡା/ ରବୀନ୍ଦ୍ର ନାଥ ମହାପାତ୍ର:- ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅବସରରେ ରାୟଗଡା ଜିଲ୍ଲା ପଦ୍ମପୁର ଶ୍ରୀ କୃଷ୍ଣ ଚନ୍ଦ୍ର ମଠ ପରିସରରେ ଭବ୍ୟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏଠାରେ ସାଧୁ ସନ୍ଥ ମାନେ ଯୋଗ ଦେଇ ରାଷ୍ଟ୍ରୀୟ ଏକତା କୁ ଜାଗ୍ରତ କରିବା ,ସନାତନ ଧର୍ମ ଓ ସଂସ୍କୃତି କୁ ପ୍ରଚାର ପ୍ରସାର କରିବା ସହ ସମଗ୍ର ବିଶ୍ୱର କଲ୍ୟାଣ ନିମନ୍ତେ ଏହି ହିନ୍ଦୁ ସମ୍ମିଳନୀ ର ଲକ୍ଷ ବୋଲି କୁହାଯାଇଥିଲା।ଏହି ଅବସରରେ ଏଠାରେ ଆଜି ସକାଳ ୭ଟା ରୁ ୯ଟା ପର୍ଯ୍ୟନ୍ତ ନବ କୁଣ୍ଡ ଗାୟତ୍ରୀ ଯଜ୍ଞ ଅନୁଷ୍ଟିତ ହୋଇଥିଲା ଏହା ପରେ ସାଧୁ ସନ୍ଥ ଙ୍କୁ ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ କୃଷ୍ଣ ଚନ୍ଦ୍ର ମଠ ପରିସରରେ ଥିବା ଦୋଳ ମଣ୍ଡପ ଠାରେ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏଥିରେସ୍ୱାମୀ ନିଗମାନନ୍ଦ ସରସ୍ବତୀ, ଆଚାର୍ଯ୍ୟ ଚିନ୍ମୟ ମିଶନ,ତ୍ରିପତି ମହାନ୍ତି,ରାଜ୍ୟ ଉପାଧ୍ୟକ୍ଷ,…
ରାୟଗଡ଼/ ରବୀନ୍ଦ୍ର ନାଥ ମହାପାତ୍ର:- ଆଜି ରାୟଗଡ଼ ପୌରପରିଷଦ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ଆନୁକୂଲ୍ୟରେ ସହରରେ ଏକ ବ୍ୟାପକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ଜ୍ଯୋତି ମହଲ ଛକ ଠାରୁ ଆରମ୍ଭ ହୋଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଈ କପିଳାସ ଛକ ଠାରେ ଶେଷ ହୋଇଥିଲା। ପର୍ଯ୍ୟାୟ କ୍ରମେ ରାୟଗଡ଼ ସହରର ସମସ୍ତ ୱାର୍ଡ ଏବଂ ଛକ ମାନଙ୍କରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । ଅଭିଯାନ ସମୟରେ ବିଭିନ୍ନ ଘର ଏବଂ ଦୋକାନୀମାନଙ୍କୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ (ଥରେ ବ୍ୟବହୃତ ପ୍ଲାଷ୍ଟିକ) ର ଅପକାରିତା ଏବଂ ଏହାର ନିଷେଧାଦେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଲିଫଲେଟ୍ ବଣ୍ଟନ କରାଯାଇଥିଲା ଏବଂ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ପ୍ଲାଷ୍ଟିକ ପଲିଥିନ, ପ୍ଲାଷ୍ଟିକ ପତାକା, ଚକୋଲେଟ୍ ଷ୍ଟିକ୍, ପ୍ଲାଷ୍ଟିକ ପ୍ଲେଟ୍, କପ୍, ଗ୍ଲାସ୍, ଚାମଚ, ଷ୍ଟ୍ର ଏବଂ ଟ୍ରେ ଆଦି ବ୍ୟବହାର…
ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର:- ରେଳ ଓଭର ବ୍ରିଜ ଉପରେ ଦୁଇ ଚକିଆ ଯାନ ଚଳାଚଳକୁ ଆଂଶିକ ଅନୁମତିଜନସାଧାରଣଙ୍କ ସୂଚନାର୍ଥେ ଏହିମାଧ୍ୟମରେ ଜଣାଇ ଦିଆଯାଉଛି ଯେ, ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରର ଗୁରୁତ୍ୱପୂର୍ଣ୍ଣ ରେଳ ଓଭର ବ୍ରିଜ ଉପରେ ଆବଶ୍ୟକୀୟ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଚାଲିଥିବାରୁ ତା. ୧୦ ଜାନୁଆରୀ ୨୦୨୬ ଠାରୁ ସେତୁଟିକୁ ସମସ୍ତ ପ୍ରକାର ଯାନ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏହା ଫଳରେ ସାଧାରଣ ଜନଜୀବନ ଓ ଯାତାୟାତ ବ୍ୟବସ୍ଥାରେ କିଛି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ, ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ, ପୁନରୁଦ୍ଧାର କାର୍ଯ୍ୟର ଆଂଶିକ ସମାପ୍ତି ଓ ପରିସ୍ଥିତିର ସୁଧାର ହେବା ପରେ, ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ଆଂଶିକ ରାହତ ଦିଆଯାଇଛି। ତଦନୁସାରେ, ଆସନ୍ତା ୧୯ ମାର୍ଚ୍ଚ ୨୦୨୬ ତାରିଖରୁ ପ୍ରତିଦିନ ସକାଳ ୭.୦୦ ଘଟିକାରୁ ସନ୍ଧ୍ୟା…
କଟକ ରେଳବେ ଷ୍ଟେସନ୍ରେ ଅପରେସନ୍ “ନନ୍ହେ ଫରିଶ୍ତେ” ଅଧୀନରେ ଆରପିଏଫ୍ କଟକ ପୋଷ୍ଟ ପକ୍ଷରୁ ଏକ ନବବର୍ଷୀୟ ଅବୟସ୍କ ଶିଶୁଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଗତ ୧୮ ତାରିଖ ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଡ୍ୟୁଟିରେ ଥିବା ଶିଫ୍ଟ ଅଫିସର ଓ ଆରପିଏଫ୍ କର୍ମଚାରୀମାନେ କଟକ ରେଳବେ ଷ୍ଟେସନ୍ରେ ଚାଲିଥିବା ବିଶେଷ ତଦାରଖ ଅଭିଯାନ ସମୟରେ ପ୍ଲାଟଫର୍ମ ନମ୍ବର-୧, ଗେଟ୍ ନମ୍ବର-୨ ନିକଟରେ ଏକ ଅବସ୍ଥିତିଗତ ଭାବେ ଅସହାୟ ଓ ବିଚଳିତ ଅବସ୍ଥାରେ ଘୁରୁଥିବା ଜଣେ ଶିଶୁଙ୍କୁ ଦେଖିଥିଲେ। ସତ୍ୱର ଆରପିଏଫ୍ ଟିମ୍ ଶିଶୁଟିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କଟକ ଆରପିଏଫ୍ ପୋଷ୍ଟକୁ ଆଣିଥିଲେ ଓ ସେଠାରେ ତାଙ୍କୁ ପାଣି ଓ ଖାଦ୍ୟ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସାଧୁଭାବରେ ପଚାରାଉଥିବାବେଳେ ଶିଶୁଟି କହିଥିଲେ ଯେ ସେ ତାଙ୍କ ପିତାଙ୍କ ସହ ଚିକିତ୍ସା ପାଇଁ କଟକକୁ ଆସିଥିଲେ, କିନ୍ତୁ ଚିକିତ୍ସା ସମାପ୍ତ ପରେ ଘରକୁ ଫେରିବା…
ଉଦଳା, (ରାଜୀବ କୁମାର ବେହେରା):ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଅଞ୍ଚଳସ୍ଥ ଢୁଢୁହା ଶୈବ ପୀଠରେ ପବିତ୍ର ମହାବାରୁଣୀ ସ୍ନାନଯାତ୍ରା ଅତ୍ୟନ୍ତ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଗଙ୍ଗାହାର ନଦୀ ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ପୀଠରେ ଏହି ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖାଗଲା।ପ୍ରତିବର୍ଷର ଭଳି ଏହିବର୍ଷ ମଧ୍ୟ ଭକ୍ତମାନେ ଦୂରଦୂରାନ୍ତରୁ ଏଠାରେ ପହଞ୍ଚି ବାବା ଢୁଢୁହେଶ୍ୱରଙ୍କ ଦର୍ଶନ କରିବା ସହ ପବିତ୍ର କୁଣ୍ଡରେ ସ୍ନାନ କରିଥିଲେ। ବର୍ଷର ଅଧିକାଂଶ ସମୟ ନଦୀର ପ୍ରବଳ ସ୍ରୋତ ମଧ୍ୟରେ ରହୁଥିବା ଏହି ପବିତ୍ର ସ୍ଥଳ କେବଳ ଏହି ଦିନରେ ଭକ୍ତମାନଙ୍କ ପାଇଁ ଖୋଲାଯାଇଥାଏ।ସ୍ନାନଯାତ୍ରା ଅବସରରେ ନଦୀର ଜଳ ପ୍ରବାହକୁ ଅସ୍ଥାୟୀ ଭାବେ ପରିବର୍ତ୍ତନ କରି କୁଣ୍ଡରୁ ଜଳ ନିଷ୍କାସନ କରାଯାଇଥିଲା, ଯାହାଦ୍ୱାରା ଭକ୍ତମାନେ ସ୍ୱଚ୍ଛ ଭାବରେ ପୂଜାର୍ଚ୍ଚନା କରିପାରିଥିଲେ। ପାରମ୍ପରିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ସ୍ନାନ କଲେ ପାପକ୍ଷୟ ଓ ପୁଣ୍ୟଲାଭ ହୋଇଥାଏ।ଏହା ସହିତ ‘ଗୁପ୍ତ ଗଙ୍ଗା’ ଏବଂ ନିକଟସ୍ଥ ପାହାଡ଼ରେ ଥିବା…
ଉଦଳା, (ରାଜୀବ କୁମାର ବେହେରା):ଆସନ୍ତା ୯୧ତମ ଓଡ଼ିଶା ଦିବସ–୨୦୨୬ ପାଳନକୁ ଆଗରେ ରଖି କପ୍ତିପଦା ଉପଖଣ୍ଡରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଉଦଳାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବିସ୍ତୃତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ, ପାଳନ ପାଇଁ ଚୂଡ଼ାନ୍ତ ରୂପରେଖା ନିର୍ଦ୍ଧାରଣ କରାଯାଇଛି।ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇ ଆୟୋଜନକୁ ଭବ୍ୟ ଓ ସୁସଂଘଟିତ କରିବାକୁ ଆଲୋଚନା କରିଥିଲେ।ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଓଡ଼ିଶା ଦିବସ ଦିନ ସକାଳୁ ସହରରେ ଦେଶାତ୍ମବୋଧକ ସଙ୍ଗୀତ ମାଧ୍ୟମରେ ପରିବେଶକୁ ଭକ୍ତିମୟ କରାଯିବ। ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ ଓ ଶୋଭାଯାତ୍ରା ଆୟୋଜନ ହେବ, ଯାହା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ସମାପ୍ତ ହେବ।ଏହାପରେ ରାଜ୍ୟର ବିଭିନ୍ନ ମହାନ ବ୍ୟକ୍ତିତ୍ୱମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଶେଷରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ…
Son on sürede online lüks sektörü, klasik kumar yaklaşımını tamamen evrimleştirdi. Söz konusu gelişimin odak noktasında öncü markalardan tek örnek de paribahis yeni giriş vizyonuyla uyumlu yolda gelişen PariBahis öncülük etti. Önceleri sadece dijital casino sektöründe faaliyet gösteren marka, kısa sürede spor oyunları, canlı oyunlar, e-spor ve taşınabilir eğlence aracılığıyla etki alanını büyüttü. Anlatılan alternatifler, PariBahis’un sadece eğlence sitesi sadece değil, dahası entegre sanal ortam oluşmasını oluşturdu PariBahis’un artışı tesadüfen oluşmuş durum rastgele olmayan; platformun zaferinin temelinde planlı bir büyüme stratejisi, yenilikçi altyapı yatırımları istikrarlı harcamalar ve UX odaklı yaklaşım dayanak oluşturuyor. Avrupa sektöründe görünürlük ve onaylı lisansla güven kazanan…







