କଟକରେ ଏକ ଚମକଦାର ଘଟଣା ସମ୍ମୁଖୀନ ହୋଇଛି, ଯେଉଁଠାରେ ମଙ୍ଗଳାବାଗ ଥାନା ଛାତରୁ ଜଣେ ମାନସିକ ଭାବେ ଅସ୍ଥିର ବ୍ୟକ୍ତିଙ୍କୁ ଦମକଳ ବିଭାଗର କର୍ମଚାରୀମାନେ ସାହସିକ ଭାବେ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, ସେହି ବ୍ୟକ୍ତି ଛାତ ଉପରେ ଚଢ଼ି ଅସ୍ଥିର ଆଚରଣ କରୁଥିବାରୁ ଆତ୍ମହତ୍ୟା ଉଦ୍ୟମ ସନ୍ଦେହ କରାଯାଇଥିଲା, ଯାହା ଫଳରେ ଆଖପାଖରେ ଥିବା ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇବା ସହିତେ ଦମକଳ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ସୁଚିନ୍ତିତ ଯୋଜନାରେ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟର ପ୍ରୟାସ ପରେ ସେହି ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ଏବଂ ତତ୍କ୍ଷଣାତ୍ ଚିକିତ୍ସା ପାଇଁ କଟକର ଏକ ହସ୍ପିଟାଲକୁ ପଠାଯାଇଥିଲା। ଏହି ଘଟଣା ସମୟରେ ଦମକଳ କର୍ମଚାରୀମାନେ ଭାରି ପରିଶ୍ରମ ଓ ଚାପରେ କାମ କରିଥିବା ସହ ତାଙ୍କର ସାହସ ଓ ତତ୍ପରତା ପୁନର୍ବାର ପ୍ରମାଣିତ ହୋଇଛି, ଯାହା…
Author: Charcha News
ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଭ୍ୟାସ ଟେକ୍ନ ସ୍କୁଲ୍ କୁ ମିଳିଛି ବଡ ସଫଳତା। ଚଳିତ ଶିକ୍ଷା ବର୍ଷ ର ସ୍କୁଲ୍ ର ୩ଜଣ ନବୋଦୟ,୭ଜଣ ଓଡ଼ିଆ ଆଦର୍ଶ ବିଦ୍ୟାଳୟ ଓ ଜଣେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମୋଟ ୧୧ଜଣ ଛାତ୍ର ଛାତ୍ରୀ ମାନେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଯାଉଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ ସ୍କୁଲ୍ କତୃପକ୍ଷ। ପ୍ରଥମେ ଅଭିଭାବକ ଓ ପିଲା ମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରନିସପାଲ ଦିବ୍ୟ ଦେବାଶିଷ ଦୁବେ ଙ୍କ ଆୟୋଜିତ କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍କୁଲ୍ ସମ୍ପାଦକ ଏଲ ତୁକାରାମ ଯୋଗ ଦେଇଥିଲେ।ସେହିପରି ବରିଷ୍ଠ ଶିକ୍ଷତ୍ରି ଗାୟତ୍ରୀ ପଣ୍ଡା ଯୋଗ ଦେଇ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଲେ।ଆଗକୁ ସେମାନେ ଭଲ ପାଠ ପଡନ୍ତୁ ବଡ ଲୋକ ହୁଅନ୍ତୁ ବୋଲି ଅଭ୍ୟାସ ସ୍କୁଲ୍ ର ପ୍ରିନ୍ସିପାଲ ଦିବ୍ୟ…
ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲ୍ଲା ମୁନିଗୁଡାରେ ଭୟାବହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ତିନୋଟି ପରିବାର। କନକ ପରମେଶ୍ଵରୀ ମନ୍ଦିର ନିକଟରେ ଏକ ବକ୍ସାଇଟ ବୋଝେଇ ଆଲୁମିନିଅମ ଭାରସାମ୍ୟ ହରାଇ ୩ଟି ଘର ଉପରେ ଓଲଟି ପଡ଼ିଛି।ଭୋର ସମୟରେ ବିଶାଖାପାଟଣାରୁ ଝାରସୁଗୁଡା ଯାଉଥିବା ବେଳେ ଘଟିଥିବା ଏହି ଦୁର୍ଘଟଣାରେ ଘରଗୁଡ଼ିକର କାନ୍ଥ, ଆଜବେଷ୍ଟ ଓ ଘରୋଇ ଆସବାବପତ୍ର ଭାଙ୍ଗି ନଷ୍ଟ ହୋଇଯାଇଛି।ଦୁର୍ଘଟଣା ସମୟରେ ଘରଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।କିଭଳି ଏବଂ କେଉଁ ପରିସ୍ଥିତିରେ ବଲକରଟି ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଚାଲିଛି।
ଉଦଳା: (ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ଘରୋଇ ବସ ମାଧ୍ୟମରେ ଚାଲୁଥିବା ଅବୈଧ ଦେଶୀ ମଦ ଚାଲାଣକୁ ପୋଲିସ ପର୍ଦାଫାସ କରିଛି। ବିଶେଷ ସୂଚନା ଆଧାରରେ ଉଦଳା ପୋଲିସ “ରାଜବାବୁ” ନାମକ ଘରୋଇ ବସରେ ଚଢ଼ାଉ କରି ଏହି ଚାଲାଣକୁ ଧରିଥିଲା।ପୋଲିସ ସୂଚନା ଅନୁଯାୟୀ, ଉଦଳା ବ୍ଲକର ପାଟଶାଣିପୁର ଗ୍ରାମରୁ ଭୁବନେଶ୍ୱରର ସାଲିଆ ସାହି ଅଞ୍ଚଳକୁ ଅବୈଧ ଭାବେ ଦେଶୀ ମଦ ପଠାଯାଉଥିଲା। ଚଢ଼ାଉ ସମୟରେ ଜଣେ ନାବାଳକଙ୍କ ହାତରେ ମଦ ଭର୍ତ୍ତି ବ୍ୟାଗ ଥିବା ବେଳେ ସେ ପୋଲିସ ହାତରେ ଧରାପଡ଼ିଥିଲେ।ଘଟଣା ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ ପୋଲିସକୁ ଦେଖି ବ୍ୟାଗ ଛାଡ଼ି ପଳାଇଯାଇଥିବା ଜଣାପଡ଼ିଛି। ପୋଲିସ ତିନୋଟି ସ୍କୁଲ ବ୍ୟାଗରୁ ମୋଟ ୩୪ଟି ବୋତଲ ଭର୍ତ୍ତି ଦେଶୀ ମଦ ଜବତ କରିଛି।ନାବାଳକଙ୍କୁ ଅଟକ ରଖି ପଚାରାଉଚାରା ଚାଲିଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ର ତଦନ୍ତ ଜାରି ରଖିଛି।ଏହି…
ରାୟଗଡ଼/ରବିନ୍ଦ୍ର ନାଥ ମହାପାତ୍ର:- ମହିଳା ଏବ˚ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ ମୃଣାଳିନୀ ଦର୍ସ୍ବାଲ ଶନିବାର ରାୟଗଡ଼ ଜିଲ୍ଲା ପରିଦର୍ଶନରେ ଆସିଥିଲେ। ପ୍ରଥମେ ସେ ସୁପୋଷିତ ଓଡିଶା ମିଶନ ଜିଲ୍ଲାସ୍ତରୀୟ କର୍ମଶାଳା କୁ ଉଦଘାଟନ କରିଥିଲେ। ମହିଳା ଏବ˚ ଶିଶୁ ବିକାଶ ତରଫରୁ ନୂଆକରି ଆରମ୍ଭ ହୋଇଥିବା ମହିଳା ମାନଙ୍କ ସୁରକ୍ଷା ସମୃଦ୍ଧି ଏବ˚ ଅର୍ଥନୈତିକ ପ୍ରଗତି ପାଇଁ ରାଜ୍ୟ ମହିଳା ହବ ଏବ˚ ଜିଲ୍ଲା ମହିଳା ହବ ଗଠନ ହୋଇଥିବା ସ˚ପର୍କରେ ସମ୍ୟକ ଧାରଣା ଦେଇଥିଲେ। ସୁଭଦ୍ରା ଯୋଜନା, ମମତା ଯୋଜନା, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସ˚ପୂର୍ଣ୍ଣ ପୃଷ୍ଟି ଯୋଜନା, ପୂର୍ଣ୍ଣ ଆହାର ଯୋଜନାରେ ହିତାଧିକାରୀ ମାନେ ଲାଭବାନ ହୋଇପାରୁଛନ୍ତି କି ନାହିଁ ତୃଣମୂଳ ସ୍ତରରେ ଅଙ୍ଗନଵାଡି କର୍ମୀ ମାନଙ୍କୁ ମହିଳା ପରିଦର୍ଶିକାମାନଙ୍କୁ ପଚାରି ବୁଝିଥିଲେ। ଏହା ପରେ ସେବାସଦନ ଯାଇ ସେଠାରେ ଥିବା ଅନ୍ତେବାସୀ ସହିତ ଆଲୋଚନା କରିଥିଲେ l ଏହାପରେ ସ୍ଥାନୀୟ ଜିଲ୍ଲା…
କଟକ:- ଜିଲ୍ଲାରେ ସଡକ ସୁରକ୍ଷାକୁ ଦୃଢ କରିବା ଓ ଯାତାୟାତ ନିୟମ ଉଲ୍ଲଙ୍ଘନକୁ ରୋକିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶଙ୍କ ନିର୍ଦ୍ଦେଶ ରେ ଆଜି ଏକ ବିଶେଷ ଅଭିଯାନ କରାଯାଇଛି। ମଙ୍ଗୁଳି, ଓମପି, ତ୍ରିଶୁଳିଆ , ବାଙ୍କୀ ରୋଡ, କନ୍ଦରପୁର, ନରାଜ ଓ କିଶନନଗର ଅଞ୍ଚଳରେ କଡାକଡି ଭାବେ ସମସ୍ତ ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯାଇଥିଲା।ଏହି ଅଭିଯାନରେ ମୋଟ ୨୧୯ଟି ଚାଲାଣ ଆଦାୟ କରାଯାଇଛି। ଏଥିରେ ଦ୍ରୁତଗତିରେ ୮୪ ଟି, ହେଲମେଟ୍ ନ ପିନ୍ଧିବା ୩୭ ଟି, କର ଅଦାୟ ୫୮ ଟି, ନୋ ପାର୍କିଂ ୧୦ ଟି, ଟ୍ରିପଲ୍ ରାଇଡିଂ ୩ ଟି, ମୋବାଇଲ୍ ବ୍ୟବହାର କରି ଡ୍ରାଇଭିଂ ୩ଟି, ଓଭରଲୋଡ୍ ୨ ଟି, ଓଡିସି ୨ ଟି, ଭୁଲ ପଥରେ ଚାଳନା ୨ ଟି, ଜିଭିସିପି ୨ ଟି , ଏଫ୍ସି/ଆଇସି/ଆର୍ପି ସମ୍ବନ୍ଧୀୟ ୧୫ ଟି ଓ ମଦ୍ୟପାନ କରି ଡ୍ରାଇଭିଂ ରେ…
ଉଦଳା – (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ବେଆଇନ ବାଲି ଓ ପଥର ଖନନ କାରୋବାର ଦିନକୁ ଦିନ ବଢ଼ୁଥିବା ବେଳେ, ସରକାରୀ ରାଜସ୍ୱର ଖୋଲାମେଲା ଲୁଟ ଚାଲିଥିବା ଅଭିଯୋଗ ଆସୁଥିଲା। ଏହାରେ ପ୍ରଶାସନ ଶେଷରେ କଡା ପଦକ୍ଷେପ ନେଇଛି।କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଉଦଳା ଥାନା ଅନ୍ତର୍ଗତ ହୁଡ଼ିସାହି ଅଞ୍ଚଳରେ ସନ୍ଦେହଜନକ ଭାବରେ ଚାଲୁଥିବା କିଛି ଗାଡି ଉପରେ ତାଙ୍କ ନଜର ପଡ଼ିଥିଲା। ସେ ତୁରନ୍ତ ପୋଲିସକୁ ସୂଚନା ଦେଇ ଚଢାଉ କରାଇଥିଲେ।ଏହି ଚଢାଉରେ ପଥର ବୋଝେଇ ଗୋଟିଏ ଟ୍ରାକ୍ଟର, ଗୋଟିଏ JCB ଓ ଖାଲି ଥିବା ୪ଟି ଟ୍ରାକ୍ଟରକୁ ଜବଦ କରାଯାଇଛି। ସମସ୍ତ ଜବଦ ଗାଡିକୁ ମାଇନିଂ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପରେ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଦୀର୍ଘଦିନ ଧରି…
ଉଦଳା – (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲାର ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡ ଅନ୍ତର୍ଗତ ରେଭିନିଉ କଲୋନୀ ନିକଟରେ ଘଟିଛି ଏକ ବଡ ଅଘଟଣ । ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ସଫା କାମ କରିବାକୁ ବାଲେଶ୍ୱର ଅଞ୍ଚଳରୁ ଆସିଥିବା ୪ ଜଣ ଯୁବକ ହଠାତ୍ ମହୁମାଛି ଆକ୍ରମଣରେ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଯୁବକମାନେ ଟାଙ୍କି ଉପରକୁ ଚଢ଼ି ସଫା କାମ କରୁଥିବା ସମୟରେ ତଳେ ଥିବା ମହୁମାଛି ବସା ବିଚଳିତ ହୋଇଯାଇଥିଲା। ଏହା ପରେ କିଛି ମୁହୂର୍ତ୍ତ ମଧ୍ୟରେ ମହୁମାଛି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକ ପ୍ରାଣ ବଞ୍ଚାଇବା ପାଇଁ ପାଣି ଟାଙ୍କି ଭିତରକୁ ପସି ଲୁଚି ରହିଥିଲେ।ଘଟଣାର ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରେ ଅଟକିଥିବା ଯୁବକଙ୍କୁ…
ରାୟଗଡ\ରବୀନ୍ଦ୍ର ନାଥ ମହାପାତ୍ର :-ରାୟଗଡା ଜିଲ୍ଲାସ୍ଥରୀୟ ୯୧ତମ ଓଡିଶା ଦିବସ ୨୦୨୬ପାଳନ ଉପଲକ୍ଷେ ଆଜି ଅପରାହ୍ନ ଘ.୪.୩୦ମି ସମୟରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଓ.ପ୍ର.ସେ.(ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଜିଲ୍ଲାପରିଷଦ ସଦଭାବନା ସଭା ଗୃହ ରାୟଗଡ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ,ବରିଷ୍ଠ ନାଗରିକ ତଥା ନଗବଳି ଲୟନ୍ସ କ୍ଳବର ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଅତିରକ୍ତ ବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ବିନୟ କୁମାର ପାଉଳ,ସହକାରୀ ଜିଲ୍ଲାପାଳ କୈଳାଶ ସ୍ୱାଇଁ, ଅଧ୍ୟକ୍ଷା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଡ଼ଃ ସରସ୍ବତୀ ରାୟ, ମାନବିକ ଅଧିକାର କର୍ମୀ ସେନାପତି ସନ୍ତୋଷୀ, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ରାଜା ରାମ, ମହିଳା ମହାବିଦ୍ୟାଳୟ ଏନସିସି ଶିକ୍ଷତ୍ରୀ ରିତାରାଣୀ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଦେବ…








