ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍।ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ୍ ବିଶ୍ବାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନୋଟିସ୍ ।୨୦ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ।
Author: Charcha News
ଉଦଳା – (ରାଜୀବ କୁମାର ବେହେରା ) – ସରକାରୀ ସ୍କୁଲରେ ମିଳୁ ନାହିଁ ମୌଳିକ ସୁବିଧା , ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର, ଆସିଲା ବଡ ଅଭିଯୋଗ l ରାଜ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି lମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅଧିନସ୍ଥ କରକଚିଆ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ l ଛାତ୍ର ଛାତ୍ରୀ ଙ୍କ କହିବା ଅନୁସାରେ ଆଜକୁ ପ୍ରାୟ ୩ରୁ ଚାରି ସପ୍ତାହ ବିତି ଯାଇ ଥିଲେ ମଧ୍ୟ ପାଣିସମସ୍ୟା ସମାଧାନ ହୋଇ ପାରିନାହିଁ , ହନ୍ତସନ୍ତ ହେଉଛନ୍ତି ଛାତ୍ର ଛାତ୍ରୀ, ଯେଉଁ ଘଟଣା ଏକ ନିନ୍ଦନୀୟ ଘଟଣା l ଦିନକୁ ଦିନ ବଢ଼ୁଛି ଅବ୍ୟବସ୍ଥା। ପାଣି ପାଇଁ କଳ ଲାଗିଥିଲେ ମଧ୍ୟ ସେଥିରୁ ପାଣି ମିଳୁନାହିଁ । ତିବ୍ର ଗରମରେ ଛାତ୍ରଛାତ୍ରୀମାନେ ଶୋଷରେ ଆଉଟୁ ପାଉଟୁ ହେଉଥିବା ବେଳେ, ସ୍କୁଲ ଏବଂ ଶିକ୍ଷା ଅଧିକାରୀମାନେ ଗଭୀର ନିଦ୍ରାରେ ରହିଥିବା…
କଟକର ବିଭିନ୍ନ ମାଇଦାନରେ ଆୟୋଜିତ ହୋଇଥିବା ପ୍ରିଲିମିନାରୀ ଲିଗ୍ କ୍ରିକେଟ୍ ମ୍ୟାଚଗୁଡିକରେ ରୋମାଞ୍ଚକର ପ୍ରତିସ୍ପର୍ଧା ଦେଖାଗଲା। ବାରବାଟି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଯୁନିଅନ୍ ସ୍ପୋର୍ଟିଂ କ୍ଲବ୍ ଓ ଏଲଆଇସି ସ୍ପୋର୍ଟସ୍ କ୍ଲବ୍ ମୁହାଁମୁହିଁ ହୋଇଥିଲେ। ଟସ୍ ଜିତି ଏଲଆଇସି ସ୍ପୋର୍ଟସ୍ କ୍ଲବ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଯୁନିଅନ୍ ସ୍ପୋର୍ଟିଂ କ୍ଲବ୍ ୪୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୦ ରନ୍ ସଂଗ୍ରହ କରିଥିଲା, ଯେଉଁଥିରେ ଶିଭମ୍ ଚୌଧୁରୀ ୧୨୦ ବଲ୍ରେ ୧୨୩ ରନ୍ କରି ଦଳକୁ ମଜବୁତ ଭିତ୍ତି ଦେଇଥିଲେ। ଏଲଆଇସି ପକ୍ଷରୁ ମଲୟ କେ ଜେନା ୩ଟି ଓ ସୌଭାଗ୍ୟ ରାଉତ ୩ଟି ୱିକେଟ୍ ନେଇଥିଲେ। ଜବାବରେ ଏଲଆଇସି ସ୍ପୋର୍ଟସ୍ କ୍ଲବ୍ ୫୦ ଓଭରରେ ୯ ୱିକେଟ୍ ହରାଇ ୨୪୮ ରନ୍ କରିପାରିଥିଲା। ସନ୍ତୋଷ କେ ଯାଦବ ୮୩ ବଲ୍ରେ ୬୭ ରନ୍ କରିଥିଲେ ଓ ଯୁନିଅନ୍ ପକ୍ଷରୁ ଓମକାର ମହାନ୍ତି ୪୦…
ରାୟଗଡ/ ରବିନ୍ଦ୍ର ନାଥ ମହାପାତ୍ର:- ଗୁଡରି ବ୍ଲକ ସଭାଗୃହ ପରିସରରେ ରାୟଗଡ଼ା ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ଗୋଷୁନର ବାର୍ଲା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରଜୋନୀ ଦେବୀ, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୬୩ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୫୭ ବ୍ୟକ୍ତିଗତ,୦୬ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଜିଲ୍ଲାପାଳ ଆଜି ତିନି ଜଣଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ…
ରାୟଗଡ଼ା/ ରବୀନ୍ଦ୍ରନାଥ ମହାପାତ୍ର :- ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ସରିବା ପରେ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଗୁଡାରି ବ୍ଲକ ମଧୁବନ ପଞ୍ଚାୟତର ପାହାଡ଼ ଶିଖର ଗ୍ରାମ କର୍ଲଗୁଡି, ରେଙ୍ଗାପଦର ଓ କେପିଟି ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଥିଲେ । ଦୀର୍ଘ ୦୫ ରୁ ୦୭କିମି ପାଦରେ ଚାଲି ପାହାଡ଼ ଚଢି ନାଳ ପାର ହୋଇ ସମସ୍ତ ଗ୍ରାମ ଗସ୍ତ କରି ଲୋକଙ୍କ ମୌଳିକ ସୁବିଧା ପଚାରି ବୁଝିଥିଲେ । ଆଧାର କାର୍ଡ ଓ ଖାଉଟି କାର୍ଡ ସମସ୍ୟା ବହୁ ପରିମାଣରେ ଥିବା ଯୋଗୁଁ ତୁରନ୍ତ ଏକ କ୍ୟାମ୍ପ କରି ଲୋକଙ୍କ ଆଧାର ଓ ଖାଉଟି କାର୍ଡ କରିବା ସହ ସେମାନଙ୍କୁ ଆଧାର ଓ ଖାଉଟି କାର୍ଡ ଯୋଗାଇ ଦେବାକୁ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।…
ତାରିଖ-୧୫ -୦୩-୨୦୨୬ ସାମ୍ବାଦିକ ରାଜୀବ କୁମାର ଦାସକୋଲକତା : ରାଜ୍ୟ ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାର ପାଇକର ଥାନା ଅନ୍ତର୍ଗତ ନୟାଗ୍ରାମରେ ଏକ ୧୩ ମାସର ଶିଶୁକନ୍ୟାଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୋଗ ହେଉଛି ଯେ ପରିବାରର ଜଣେ ସାବତ ଭାଉଜ ନିଜ ନଅଦ 13 ମାସ ଶିଶୁଟିକୁ ହତ୍ୟା କରିଛନ୍ତି। ଘଟଣାର ତଦନ୍ତ କରିବା ପରେ ପୋଲିସ ସାବତ ଭାଉଜ ସୋନିଆ ଖାତୁନଙ୍କୁ ଗିରଫ କରିଛି। ଜଣାପଡିଛି ଯେ ଏହି ଦୁଃଖଦ ଘଟଣା ବୁଧବାର, ମାର୍ଚ୍ଚ ୧୧ ତାରିଖରେ ଘଟିଥିଲା। 13 ମାସ ଶିଶୁ ପିଲାଟିର ମାଆ ପାଇକର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ସନ୍ଦେହଜନକ ସୂଚନା ଆସିବା ମାତ୍ରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆଧାରରେ, ସାବତ ଭାଉଜ ସୋନିଆ ଖାତୁନଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ରାମପୁରହାଟ ଉପଜିଲ୍ଲାପାଳଙ୍କୁ ନିଆଯାଇଥିଲା।…
ସାମ୍ବାଦିକ ସୌମ୍ୟରଞ୍ଜନ ଦାସତାରିଖ-୧୫ -୦୩-୨୦୨୬ କଟକ : ମାଲଗୋଡାଉନ ଥାନା ଅଧୀନ ଅଞ୍ଚଳରେ ବସବାସ କରୁଥିବା ବୃଦ୍ଧ ନାଗରିକମାନଙ୍କର ସୁରକ୍ଷା, ସୁବିଧା ଓ କଲ୍ୟାଣକୁ ଦୃଢ କରିବା ଉଦ୍ଦେଶ୍ୟରେ ଏକ ସିନିୟର ସିଟିଜେନ୍ ମିଟିଂ ଆୟୋଜନ କରାଯାଇଥିଲା। ପୋଲିସ ଓ ବୃଦ୍ଧ ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ ଓ ସମନ୍ୱୟ ବଢ଼ାଇବା ପାଇଁ କମ୍ୟୁନିଟି ପୋଲିସିଂ ଅଭିଯାନର ଅଂଶ ଭାବେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଏହି ବୈଠକରେ ଜୋନ–୧ ଏସିପି, ୱାର୍ଡ ନଂ ୪୦ ଓ ୪୬ ର କର୍ପୋରେଟର, ଏକ ପୂର୍ବତନ କର୍ପୋରେଟର ସହ ଅଞ୍ଚଳର ଅନେକ ସମ୍ମାନନୀୟ ବୃଦ୍ଧ ନାଗରିକ ଉପସ୍ଥିତ ଥିଲେ। ବୈଠକରେ ବୃଦ୍ଧ ନାଗରିକମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ସୁବିଧା, ସହାୟତା ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୋଲିସ ପକ୍ଷରୁ ବୃଦ୍ଧ ନାଗରିକମାନଙ୍କୁ ସାଇବର ଠକେଇ, ଧୋଖାଧଡ଼ି ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ପ୍ରତି ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିଲା। କୌଣସି ସନ୍ଦେହଜନକ…
ସାମ୍ବାଦିକ ରାଜୀବ କୁମାର ବେହେରାତାରିଖ-୧୪-୦୩-୨୦୨୬ ମୟୁରଭଞ୍ଜ: ଓଡ଼ିଶାର ମାଟି ସଦା ସୃଜନଶୀଳତା, କଳା ଓ ପ୍ରତିଭାରେ ସମୃଦ୍ଧ। ଏହି ମାଟିରୁ ପୁଣିଥରେ ଉଦୟ ହୋଇଛନ୍ତି ଜଣେ ଅସାଧାରଣ ପ୍ରତିଭା। ସାଧାରଣ ଏବଂ ଅଦରକାରୀ ମନେ ହେଉଥିବା ନଡ଼ିଆ ସଢ଼େଇ ଖୋଳକୁ ଅପୂର୍ବ କଳାରେ ପରିଣତ କରି ନୂଆ ଇତିହାସ ରଚିଛନ୍ତି ବିଜୟ କୁମାର କମିଳା। ତାଙ୍କର ଅଦମ୍ୟ ପରିଶ୍ରମ, ଧୈର୍ଯ୍ୟ ଓ କଳ୍ପନାଶକ୍ତିର ଫଳରେ ସୃଷ୍ଟି ହୋଇଛି ୫୩ଟି ଅନନ୍ୟ ହସ୍ତନିର୍ମିତ କଳାକୃତି, ଯାହା ତାଙ୍କୁ India Book of Records ରେ ସ୍ଥାନ ଦେଇଛି। ମୟୁରଭଞ୍ଜ ଜିଲ୍ଲା ଉଦଳା ମେଣ୍ଢାଖାଇ ଅଞ୍ଚଳର ନିବାସୀ ବିଜୟ ପେଶାରେ ଜଣେ ବାଇକ୍ ମିସ୍ତ୍ରୀ। ଖରାପ ବାଇକକୁ ନୂଆ ଜୀବନ ଦେବା ତାଙ୍କ ପେଶା ହେଲେ ମଧ୍ୟ, ତାଙ୍କର ନିଜସ୍ୱ ନିଶା ହେଉଛି ସୃଜନଶୀଳ କଳା। ଖାଲି ସମୟକୁ ନଷ୍ଟ ନକରି ସେ ନଡ଼ିଆ ସଢ଼େଇ ଖୋଳରୁ ବିଭିନ୍ନ ଆକର୍ଷଣୀୟ ଓ ସୂକ୍ଷ୍ମ କଳାକୃତି…
ତାରିଖ-୧୪-୦୩-୨୦୨୬ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୧୭୮ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୪୫,୪୨,୬୮୧/-(ପଇଞ୍ଚାଲିସ ଲକ୍ଷ ବୟାଳିସ ହଜାର ଛଅ ସହ ଏକାସୀ ଟଙ୍କା) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ସେହିପରି ରାଜସ୍ୱ ସମ୍ବନ୍ଧିତ ୩୯୯୧୬ ଟି ମାମଲା ଫଇସଲା ହୋଇଅଛି ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୧୮ ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୨,୪୬,୦୧୬/-(ଦୁଇ ଲକ୍ଷ ଛୟାଳିସ୍ ହଜାର ଷୋହଳ) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା…








