Author: Charcha News

ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରତାରିଖ- ୧୧-୦୩-୨୦୨୬ ରାୟଗଡ଼ା : ଅନାସ୍ତା ଭୋଟରେ ହାରିଲେ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଫଳାଫଳ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରମେଶ କୁମାର ଜେନା। ନିର୍ବାଚନରେ ୨୪ ଜଣଙ୍କ ମଧ୍ଯରେ ୨୧ ଜଣ କାଉନସିଲର ଭୋଟ ଦେଇଥିଲେ। ତେବେ ୧୯ ଜଣ କାଉନସିଲର ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଭୋଟ ଦେଇଥିଲେ। ଗତ ବର୍ଷ ନଭେମ୍ବର ୨୪ ରେ ଅନାସ୍ଥାକୁ ନେଇ ଗଣତି ହୋଇଥିଲା। ତେବେ ଗଣତି ପରେ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। ତେବେ ଏହାପରେ ଗତ ଫେବୃୟାରୀ ୨୩ ତାରିଖରେ ରୋକ୍ ହଟାଇବା ସହିତ ଫଳାଫଳ ଘୋଷଣା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।ଉକ୍ତ ରାୟ ପ୍ରକାରେ ଆଜି ପୌର ପରିଷଦ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା ହୋଇଛି। ଆଜି ଗଣତି ବେଳେ ସମସ୍ତ କାଉନସିଲର ଉପସ୍ଥିତ ରହିଛନ୍ତି। ଗଣତି ପ୍ରକୋଷ୍ଠରେ ଉପଜିଲ୍ଲାପାଳ…

Read More

ତାରିଖ-୧୧-୦୩-୨୦୨୬ସାମ୍ବାଦିକ- ରାଜୀବ କୁମାର ବେହେରା ଉଦଳା: ପୁଣି ମନ୍ଦିର ରୁ ଲୁଟ , କିଛିଦିନ ବ୍ୟବଧାନ ପରେ ଆଉ ଏକ ଘଟଣା l ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ପୁଣିଥରେ ଲୁଟେରା ଗ୍ୟାଙ୍ଗର ଆତଙ୍କ ଦେଖିବାକୁ ମିଳିଛି। ବିଳମ୍ବିତ ରାତ୍ର ସମୟରେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୨ ନମ୍ବର ୱାର୍ଡ ରେ ଥିବା ହରିହରେଶ୍ୱର ମନ୍ଦିରରେ ପସି ଦୁର୍ବୃତ୍ତମାନେ ଠାକୁରଙ୍କ ଅଳଙ୍କାର ସହ ପୂଜା ସାମଗ୍ରୀ, ହୁଣ୍ଡୀ ଟଙ୍କା ପଇସା, ଠାକୁରଙ୍କ ରୁପା ମୁକୁଟ, ବଇଁଶୀ ସମେତ ବହୁ କିଛି ସାମଗ୍ରୀ କଳାକନା ବୁଲାଇ ନେଇଥିବା ଅଭିଯୋଗ ହୋଇଛି। ସକାଳେ ପୂଜା ପାଇଁ ଆସିଥିବା ପୁଜାରୀ ଓ ସ୍ଥାନୀୟ ଲୋକମାନେ ମନ୍ଦିରର ତାଲା ଭଙ୍ଗା ଅବସ୍ଥାରେ ଦେଖି ଆଶ୍ଚର୍ୟ ହୋଇଥିଲେ। ପରେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଥିଲା। ଶେଷରେ ଠାକୁରଙ୍କୁ ମଧ୍ୟ ଛାଡ଼ିଲେ ନାହିଁ ଲୁଟେରା। ଅଞ୍ଚଳରେ ବଢ଼ୁଥିବା ଚୋରି ଘଟଣାକୁ ନେଇ ଆଇନ…

Read More

ତାରିଖ-୧୦-୦୩-୨୦୨୬ସାମ୍ବାଦିକ- ରାଜୀବ କୁମାର ବେହେରା ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ପୁଣିଥରେ ଛୁଆ ଚୋରୀ ଗୁଜବକୁ କେନ୍ଦ୍ର କରି ଅଭାବନୀୟ ଘଟଣା ଘଟିଛି। ଉଦଳା ଥାନା ଅନ୍ତର୍ଗତ ଜାଲଦା ଗ୍ରାମରେ ଜଣେ ଯୁବକଙ୍କୁ ଛୁଆ ଚୋର ସନ୍ଦେହରେ କିଛି ଉତ୍ତେଜିତ ଲୋକ ଧରି ଅମାନବିକ ଭାବରେ ମାଡ଼ ମାରିଥିବା ଅଭିଯୋଗ ମିଳିଛି। ଏହି ଘଟଣାରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତେବେ ଯୁବକ ଉଦଳାରୁ ଘରକୁ ଫେରିବା ବାଟରେ ସନ୍ଧ୍ୟା ସମୟରେ ତାଙ୍କ ସହିତ ଏମିତି କିଛି ଘଟି ଥିବା ସୂଚନା l ଘଟଣା ସମ୍ବନ୍ଧରେ ଖବର ପାଇ ଉଦଳା ପୋଲିସ ତତ୍କ୍ଷଣାତ୍ ଘଟଣାସ୍ଥଳକୁ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆହତ ଯୁବକ ନିଜକୁ କପ୍ତିପଦା ଅଞ୍ଚଳର ଡାହିସାହି ଗ୍ରାମର ବାସିନ୍ଦା ବୋଲି ପରିଚୟ ଦେଇଥିବା ସତ୍ତ୍ୱେ ମଧ୍ୟ ଉତ୍ତେଜିତ ଲୋକମାନେ…

Read More

ତାରିଖ- ୧୦ -୦୩-୨୦୨୬ ସାମ୍ବାଦିକ ସୁକାନ୍ତ ମହାପାତ୍ର କଟକ : ଜଗତପୁର ଶିଳ୍ପାଞ୍ଚଳସ୍ଥିତ କସ୍‌ବୋର୍ଡ଼ ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କର ବକେୟା ପ୍ରାପ୍ୟ ଦାବିକରି ଆଜି ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଧାରଣା ଦେଇଛନ୍ତି । ଏହି ଶ୍ରମିକମାନେ ସେମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି ଦାବି କରି ଦୀର୍ଘ ୯୦୦ ଦିନ ଆନ୍ଦୋଳନ ଅବ୍ୟାହତ ରଖୁଛନ୍ତି । ଏପରିକି ସରକାରଙ୍କର ଶ୍ରମବିଭାଗ ଏବଂ ଜିଲ୍ଲା- ପ୍ରଶାସନର ନିର୍ଦ୍ଦେଶକୁ କସ୍‌ବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ (ବିମଲ୍ ଗ୍ରୁପ୍) ବେଖାତିର କରୁଛନ୍ତି । ଇତି ମଧ୍ୟରେ ଏହି କାରଖାନାର କେତେକ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ କସ୍‌ବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ ମୃତ୍ୟୁ ଶ୍ରମିକଙ୍କର ପରିବାରକୁ ତାଙ୍କର ନାର୍ଯ୍ୟ ପ୍ରାପ୍ୟ ଦେଇନାହାନ୍ତି । ୨୦୧୯ ମସିହାରେ ଶ୍ରମ ଅଦାଲତ ନିର୍ଦ୍ଦେଶକ୍ରମେ ୨ ଲକ୍ଷ ୨୨ ହଜାରରୁ ଊର୍ଦ୍ଧ୍ବ ଟଙ୍କା ପଦ୍ମନାଭ ସାହୁଙ୍କୁ ପ୍ରଦାନ କରାଯାଇନାହିଁ । କସ୍‌ବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ ଇଚ୍ଛାକୃତ ଭାବରେ କାରଖାନାକୁ ରୁଗ୍‌ଣ…

Read More

ସାମ୍ବାଦିକ ରାଜୀବ କୁମାର ବେହେରାତାରିଖ – ୦୮-୦୩-୨୦୨୬ ଉଦଳା : ପୁଣି ଉଦଳା ଅଞ୍ଚଳରେ ଚlଞ୍ଚଲ୍ୟକର ଘଟଣା, ବେପରୁଆ ବାଇକ ଚାଳକଙ୍କ ଗାଡି ଚାଳନା ଆଉ ଏକ ନିରହ ଜୀବନ ଗଲା । ଉଦଳା ମେଣ୍ଢାଖାଇ ରାହସ ନିକଟରେ ଦୁର୍ଘଟଣା ରେ ଜଣକ ଜୀବନ ଯାଇଥିବା ଘଟଣା ସାମ୍ନାକୁ ଆସିଛି,ପଡ଼ିଆରଙ୍ଗ ପର୍ବ ରେ କୁକୁର୍ଡିମା ରାସ୍ତାରେ ରକ୍ତର ସୁଅ ଛୁଟି ଥିଲା , ଆଉ ବାଇକ ବାଇକ ଦୁର୍ଘଟଣା ରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା, ସେହିଭଳି ସ୍ପଷ୍ଟ ଦିବାଲୋକରେ ଭୀମତାଳି ନିକଟରେ ଦୁର୍ଘଟଣା ରେ ଜଣକ ଜୀବନ ଯାଇଥିଲା l ବେପରୁଆ ଏବଂ ମଦ୍ୟ ପାନ ରେ ବାଇକ ଚଲାଇ ଲୋକଙ୍କ ଜୀବନ ସହ ଖେଳ କରୁଛନ୍ତି କିଛି ଅମାନିଆ ଯୁବକ। ଦୁଃଖର କଥା ହେଉଛି, ଗୋଟିଏ ସପ୍ତାହ ମଧ୍ୟରେ ତିନି ତିନିଟି ଜୀବନ ବେପରୁଆ ବାଇକ ଚାଳନାରେ ଜୀବନ ଯାଇଲାଣି, ତଥାପି ପ୍ରଶାସନର କଡା ପଦକ୍ଷେପ ଦେଖିବାକୁ ମିଳୁନାହିଁ।…

Read More

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଆଲ୍ପନା ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୦୮-୦୩-୨୦୨୬ ରିଖ ରବିବାର ଦିନ ଅପରାହ୍ନ ଘ.୧୦.୩୦ମି ସମୟ ରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ, ରାୟଗଡା ପରିସର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ “ଆନ୍ତର୍ଜାତୀୟ ମହିଲା ଦିବସ” ପାଳିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟ ର ବିଚାରପତି ତଥା ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ସସ୍ମିତା ମିଶ୍ର, ରାୟଗଡା ବାର ଆସୋସିଏସନର ଆଇନଜୀବି ଶ୍ରୀ ଦେବରାଜ ନାଏକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଫିସ ର ପ୍ରଣ୍ଟଅଫିସ ରିଟେନର ଶ୍ରୀମତି…

Read More

ରାୟଗଡ଼ /ରବିନ୍ଦ୍ର ନାଥ ମହାପାତ୍ର: ରାୟଗଡ଼ା ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ମେଳା ସହ ଆଭାସୀ ସଂସଦ କାର୍ଯ୍ୟକ୍ରମ ଦୁଇଦିନ ଧରି ଜିସିଡି ଉଚ୍ଚବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ଯୋଗଦେଇ ଉଦବୋଧନ ରଖିଥିଲେ | ବିକଶିତ ଭାରତ ଗଠନ ନିମନ୍ତେ ବିକଶିତ ଓଡିଶା ର ପ୍ରସ୍ତୁତି ଓ 2036 ମସିହା ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ ସରକାର ସଂକଳ୍ପ ବଦ୍ଧ | ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ସରକାର ମୋଟ ଛବିଶି ଗୋଟି ଉଚ୍ଚ ବିଦ୍ୟାଳୟକୁ ପିଏମଶ୍ରୀ ଘୋଷଣା କରିଛନ୍ତି | ଏଠାରେ ପିଲାଙ୍କୁ ସ୍ମାର୍ଟ ଶ୍ରେଣୀଗୃହ, ଡିଜିଟାଲ ଶିକ୍ଷା ସହ ଏକବିଂଶ ଶତାବ୍ଦୀ ଉପଯୋଗୀ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି | ଜାତୀୟ ଶିକ୍ଷାନୀତି ଆଧାରରେ ବିଦ୍ୟାଳୟ ଗୁଡିକର ବିକାଶ କରିବା ସହ ନୂତନ ଶିକ୍ଷକ ପଦବୀ ପୂରଣ, ଓଡ଼ିଆ ଭାଷାର ଅସ୍ମିତା…

Read More

Rayagada \ ରବୀନ୍ଦ୍ର ନାଥ ମହାପାତ୍ରନାବାଳକକୁ ଅପହରଣ ପରେ ଗଳାକାଟି ହତ୍ଯା। ଏପରି ଚାଞ୍ଚଲ୍ଯକର ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଗାଁ ରେ। ଜଣେ 5 ବର୍ଷ ର ନାବାଳାକକୁ ଅପହରଣ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଛି ଦୁର୍ବୃତ୍ତ Sms ମାଧ୍ୟମରେ 4 ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ଦାବି ମୁତ୍ତାବକ ଟଙ୍କା ନଦେବାରୁ ହତ୍ଯା କରାଯାଇଥିବା କୁହାଯାଇଛି। ଅପହୃତ 5 ବର୍ଷର ରୁଷି ଗନ୍ତାୟତ ଙ୍କ ବାପା ପୁରୁଷୋତ୍ତମ ଗଣତୟତଙ୍କୁ ଆସିଥିଲା sms । ଚାଟିକଣା ଷ୍ଟେସନ ସାହି ନିକଟରୁ ମୃତ ଦେହ ଉଦ୍ଧାର କରାଯାଥିବା ବେଳେ ଘଟଣାରେ ସମ୍ପୃକ୍ତ ସନ୍ଧେହରେ ଜଣକୁ ଅଟକ ରଖିଛି ବିଷମକଟକ ପୁଲିସି।

Read More

ଉଦଳା -( ରାଜୀବ କୁମାର ବେହେରା) -କପ୍ତିପଦା ବଡ଼ଖଲାଡୀ ନଛିପୁର ଗ୍ରାମରେ ହୃଦୟ ବିଦାରକ ଘଟଣା ଘଟି ଯାଇଛି l ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ। କପ୍ତିପଦା ବଡ଼ଖଲାଡି ପଞ୍ଚାୟତ ଅନ୍ତର୍ଗତ ନଛିପୁର ଗ୍ରାମରେ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି।ଘଟଣା ପରେ ପରିବାର ଲୋକେ ତୁରନ୍ତ ଦୁଇଜଣଙ୍କୁ କପ୍ତିପଦା ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୧୪/୨୬,୧୫/୨୬ ରେ ଦୁଇଟି ମାମଲା ରୁଜୁ କରାଯାଇଛି। ପରେ ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନା ଶବଗୃହକୁ ପଠାଯାଇଥିଲା।ପୋଲିସ, ମାଜିଷ୍ଟ୍ରେଟ, ଶିକ୍ଷା ଅଧିକାରୀ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶ ମଧ୍ୟରେ ଶବ ବ୍ୟବଛେଦ କରାଯାଇଥିଲା। ଘଟଣା ପରେ ଗ୍ରାମରେ କନ୍ଦବୋବାଳିରେ ପରିବେଶ ଫାଟିପଡ଼ିଥିବା ଦେଖିବାକୁ ମିଳିଛି।

Read More