Author: Charcha News

ମୟୁରଭଞ୍ଜ,ଉଦଳା(ରାଜୀବ କୁମାର ବେହେରା) – ବାରିପଦାରେ ଅଭାବନୀୟ ଘଟଣା l ଦ୍ରୁତ ଗତିରେ ଆସିଲା ପିକପ ଭ୍ୟାନ ସିଧା ଯାଇ ପୋଲ ତଳେ, ଦେଖଣାହାରୀ ଦେଖି ପୁରା ତlଟକl ହୋଇ ଗଲେ l ଦ୍ରୁତ ଗତି ମହା ବିପତ୍ତି। ପୁଣିଥରେ ବେପରୁଆ ଓ ଦ୍ରୁତଗତି ଗାଡ଼ି ଚାଳନା ପାଇଁ ଘଟିଛି ଭୟଙ୍କର ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲାର ବାରିପଦା –ଉଦଳା ମୁଖ୍ୟ ରାସ୍ତାରେ ଥିବା ବାହାଦୁରପୁର, କରଞ୍ଜିଆ ଏରିଆ ନିକଟରେ ମୁଢି ବୋଝେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି।ସୂଚନା ଅନୁସାରେ, ଗାଡ଼ିଟି ବାରିପଦା ରୁ ଉଦଳା ଦିଗକୁ ଯାଉଥିବା ବେଳେ ହଠାତ୍ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଭ୍ୟାନଟି ପ୍ରାୟ ଧୁମ୍ ଫିଲ୍ମ ଦୃଶ୍ୟ ପରି ରାସ୍ତାରୁ ପବନରେ ଉଡ଼ି ପୋଲ ତଳକୁ ପଡ଼ି ଫସି ରହିଥିବା ଦେଖାଯାଇଛି।ଘଟଣା ସମୟରେ ଗାଡ଼ିରେ ଦୁଇଜଣ ଥିବା ବେଳେ ସେମାନେ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି। ସୌଭାଗ୍ୟବଶତଃ…

Read More

ଉଦଳା -(ରାଜୀବ କୁମାର ବେହେରା ) – ଉଦଳା ପୋଲିସ ଦେଖିବାକୁ ମିଳିଛି ଆକ୍ସନ ମୋଡ୍‌ରେ। ବାଲି, ଗୋଡି,ପଥର ମାଫିଆଙ୍କ ଏବେ ବେଳା ଖରାପ ପଡିଛି l ବିଳମ୍ବିତ ରାତ୍ର ସମୟ ରେ ଦେବକୁଣ୍ଡ ଗେଟ ସାମ୍ନାଦେଇ ଖସି ପଳାଉଥିବା ଦୁଇଟି ଚୋରା ମୋରମ ବୋଝେଇ ଟ୍ରାକ୍ଟରକୁ ଜବଦ କରିଛି ଉଦଳା ପୋଲିସ। ତେବେ କପ୍ତିପଦା ଉପଖଣ୍ଡ ଉଦଳା ଅଞ୍ଚଳରେ ବିଭିନ୍ନ ସମୟରେ ଚୋରା ବାଲି, ମାଙ୍କଡା ଓ ବେଆଇନ ମୋରମ ଚାଲାଣ ହେଉଥିବା ନଜରକୁ ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇ ଥିବା ଯାହା ସୂଚନା ରହିଛି। ସୂଚନା ଅନୁସାରେ କୁଣ୍ଡାବାଇ ଅଞ୍ଚଳରେ ଚୋରା ମାଙ୍କଡା ଓ ମୋରମ ଚାଲାଣ ବୃଦ୍ଧି ପାଉଥିବାରୁ ସରକାରୀ ରାଜସ୍ୱ ହାନି ହେଉଥିବା ଦେଖାଯାଉଥିଲା। ଏନେଇ କୁଣ୍ଡାବାଇ ଫାଣ୍ଡି ଅଧିକାରୀ ଲିଟାରାମ ସରେନ ଉଦଳା ଥାନା ଭାରପ୍ରାପ୍ତ ଅଧିକାରୀ ବନମାଳୀ ବାରିକଙ୍କୁ ସୂଚନା ଦେଇଥିଲେ।ଏହାପରେ ଉଦଳା ଥାନା…

Read More

ଉଦଳା – ( ରାଜୀବ କୁମାର ବେହେରା) – ମୟୁରଭଞ୍ଜ ଜିଲ୍ଲା ଉଦଳା ଜିଡ଼ରା ବରବାଡି ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ଗୁରୁତର ଆହତ କରାଯାଇଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚlଞ୍ଚଲ୍ୟ ସୃଷ୍ଟି କରିଛି।ସୂଚନା ଅନୁସାରେ କପ୍ତିପଦା ଥାନା ଅନ୍ତର୍ଗତ ବଡ ଗୁଡୁଗୁଡ଼ିଆ ସିଙ୍ଗିଲଦା ଅଞ୍ଚଳର ଶିବ ଶଙ୍ଖୁଆଙ୍କ ୩୦ ବର୍ଷୀୟ ପୁଅ ବିକ୍ରମ ବରବାଡି ଛକ ନିକଟରେ ଫୋନ କରିବା ପାଇଁ ରାସ୍ତାରେ ଯାଉଥିବା କିଛି ଝିଅଙ୍କୁ ମୋବାଇଲ ମାଗିଥିଲେ ଫୋନ କରିବାକୁ । ତେବେ ଏହି ଘଟଣା ରେ ତୁମୁଳ କାଣ୍ଡ ଘଟି ଥିଲା, ତେବେ ବିକ୍ରମ କଥାକୁ ନେଇ ଝିଅମାନେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ତାଙ୍କ ପୁରୁଷ ସାଙ୍ଗମାନଙ୍କୁ ଫୋନ କରିଥିଲେ।ଏହା ପରେ କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ବିକ୍ରମଙ୍କୁ ଘେରି ନିର୍ଦ୍ଦୟ ଭାବେ ମାଡ଼ ମାରିଥିବା ଅଭିଯୋଗ ମିଳିଛି। ମାଡ଼ରେ ବିକ୍ରମ ଲହୁଲୁହାଣ…

Read More

ସିପିଡିଏସ୍ (CPDS) ଟିମ୍ କଟକ ପକ୍ଷରୁ ଜଣେ TOPB ଅଭିଯୁକ୍ତ ଗିରଫ, ୩ଟି ଚୋରି ହୋଇଥିବା ମୋବାଇଲ ଫୋନ ଜବତ୦୬.୦୩.୨୦୨୬ ତାରିଖରେ କଟକ CPDS ଟିମ୍ ର ଅଧିକାରୀ ଓ କର୍ମଚାରୀମାନେ କଟକ ରେଳ ଷ୍ଟେସନରେ ଏକ ବିଶେଷ ଚେକିଂ ଅଭିଯାନ କରିଥିଲେ। ଏହି ଅଭିଯାନ ସମୟରେ ଷ୍ଟେସନ ପ୍ରାଙ୍ଗଣରେ ଜଣେ ବ୍ୟକ୍ତିଙ୍କ ଚଳଚଳନ ସନ୍ଦେହଜନକ ଲାଗିଥିଲା। ପୋଲିସ ତାଙ୍କୁ ଅଟକାଇ ପଚାରାଉଚାରା କରିବାକୁ ଯାଇଥିବାବେଳେ ସେ ଲୋକଟି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଲ୍ପ ସମୟର ଧାଡ଼ା ପରେ ରେଳ ସୁରକ୍ଷା ବଳ (RPF) ଟିମ୍ ଷ୍ଟେସନର ଦକ୍ଷିଣ ପଟରେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ।ପଚାରାଉଚାରା ସମୟରେ ସେ ଷ୍ଟେସନରେ ରହିବାର ସଠିକ କାରଣ ଦେଇପାରିନଥିଲେ। ପରେ ସେ ନିଜ ନାମ ବିର୍ଷା ମୁଣ୍ଡା (୨୦ ବର୍ଷ), ପିତା କୃପା ମୁଣ୍ଡା, ଗ୍ରାମ– ଜୋଡା (ବିଛକୁଣ୍ଡି), ଥାନା– ଜୋଡା, ଜିଲ୍ଲା– କେନ୍ଦୁଝର ବୋଲି ପରିଚୟ ଦେଇଥିଲେ।ତାଙ୍କ ବ୍ୟକ୍ତିଗତ ତଲାଶି ସମୟରେ…

Read More

ରାୟଗଡ/ରବିନ୍ଦ୍ର ନାଥ ମହାପାତ୍ର:- ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି , ରାୟଗଡ଼ ତରଫରୁ ଆଜି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ପାଳନ କରାଯାଉଅଛି । ଏହି ଅବସରରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ସରୋଜିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ | ଅନ୍ୟ ଅତିଥିବୃନ୍ଦ ଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡ଼ ଡା ପି କେ ମିଶ୍ର, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୁମା ମହାପାତ୍ର, ଅଧିକ୍ଷକ ଉପଖଣ୍ଡ ଚିକିତ୍ସାଳୟ ଡ଼ ଶ୍ରୀକାନ୍ତ କୁମାର ଜେନା , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. କିଶୋର କୁମାର ବରାଇ , ଅତିରିକ୍ତ ଜିଲ୍ଲା ଜନ…

Read More

ରାୟଗଡ଼ /ରବିନ୍ଦ୍ର ନାଥ ମହାପାତ୍ର: ରାୟଗଡ଼ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି | ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଭା ପ୍ର ସେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ |ଦେଶରେ ସରକାରୀ ବିଦ୍ୟାଳୟ ଗୁଡିକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରି ଜାତୀୟ ଶିକ୍ଷାନୀତିକୁ ସଫଳ ରୂପାୟନ କରିବା, ଭିତ୍ତିଭୂମି, ଆନୁସଙ୍ଗିକ ବିକାଶ ସମାବେଶୀ ବିଦ୍ୟାଳୟ ପରିବେଶ ସୃଷ୍ଟି ଓ ଏକବିଂଶ ଶତାବ୍ଦୀ ଉପଯୋଗୀ କୌଶଳ ଶିକ୍ଷା ପ୍ରଦାନ ଏହାର ଲକ୍ଷ୍ୟ ଏବଂ ଏହାର ପୂରଣ ଦିଗରେ ସଭିଏଁ ତତ୍ପର ହେବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି |ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନ ଲାଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ | ବରେଣ୍ୟ ଅତିଥି ରୂପେ ସହକାରୀ ଜିଲ୍ଲା ସୂଚନା ଓ…

Read More

କୋଲକତା/ ରାଜୀବ କୁମାର ଦାସ : ଆନ୍ତର୍ଜାତୀୟ ପରିସ୍ଥିତିରେ ଯୁଦ୍ଧକାଳୀନ ପରିବେଶ ସୃଷ୍ଟି ହେବା ପରେ, ସାଧାରଣ ଲୋକଙ୍କ ମଧ୍ୟରେ ଇନ୍ଧନକୁ ନେଇ ଆତଙ୍କ ବ୍ୟାପିବା ଆରମ୍ଭ ହୋଇଛି। ଏହି ରାଜ୍ୟ ପଶ୍ଚିମ ବଙ୍ଗର ଦକ୍ଷିଣ 24 ପର ଗଣା ଜିଲ୍ଲା ସ୍ଥିତ ପ୍ରଭାବ ଏବେ ମହେଶତାଲା, ବଜବଜ ଏବଂ ମେଟିଆବୁରୁଜରେ ଅନେକ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି। ମହେଶତାଲାର ଏକ ପେଟ୍ରୋଲ ପମ୍ପରେ ‘ପେଟ୍ରୋଲ ନାହିଁ’ ଲେଖାଥିବା ଏକ ବୋର୍ଡ ଲଗାଯାଇଥିଲା। ଯୁଦ୍ଧ ଖବର ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରସାରିତ ହେବା ମାତ୍ରେ, ମହେଶତାଲା, ବଜବଜ ଏବଂ ମେଟିଆବୁରୁଜରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଭିଡ଼ ଲାଗିଯାଇଥିଲା।ଅନେକ କ୍ଷେତ୍ରରେ, ଦେଖାଯାଇଛି ଯେ ଯେଉଁମାନେ ସାଧାରଣତଃ ଗୋଟିଏ କିମ୍ବା ଦୁଇ ଲିଟର ପେଟ୍ରୋଲ ନିଅନ୍ତି ସେମାନେ ମଧ୍ୟ ଭୟଭୀତ ହୋଇ ସେମାନଙ୍କ କାରର ପୂର୍ଣ୍ଣ ଟାଙ୍କି ପୂରଣ କରୁଛନ୍ତି। କେତେକ ଲୋକ ବୋତଲ କିମ୍ବା ଜାରରେ 5 ଲିଟର, 10…

Read More

କୋଲକତା/ ରାଜୀବ କୁମାର ଦାସ: ରାଜ୍ୟ ଝାଡ଼ଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାମଗଡ଼ ଜିଲ୍ଲା ରେ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା। ସେ ବାହା ମହୋତ୍ସବ ସମୟରେ କେବଳ ମୃଦଙ୍ଗ ବଜାଇ ନଥିଲେ ବରଂ ମାତାର ଧ୍ୱନିରେ ମଧ୍ୟ ନୃତ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାହା ମହୋତ୍ସବ ପାଳନ କରିବା ପାଇଁ ନେମରାସ୍ଥିତ ତାଙ୍କ ପୈତୃକ ଘରକୁ ଆସିଥିଲେ। ତାଙ୍କ ପତ୍ନୀ କଳ୍ପନା ସୋରେନ ଏବଂ ମାତା ରୂପୀ ସୋରେନ ମଧ୍ୟ ତାଙ୍କ ସହିତ ଥିଲେ। ପ୍ରଥମେ, ସେ ତାଙ୍କ ପାରିବାରିକ ଦେବତାଙ୍କ ସମ୍ମୁଖରେ ପ୍ରଣାମ କରି ଆଶୀର୍ବାଦ ଲୋଡ଼ିଥିଲେ। ଆଦିବାସୀ ପରମ୍ପରା ଅନୁଯାୟୀ ଗାଁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ତାଙ୍କ ପୈତୃକ ଘରୁ ଜାହେର ସ୍ଥାନକୁ ନେଇଯାଇଥିଲେ।

Read More

ରାୟଗଡ / ରବିନ୍ଦ୍ର ନାଥ ମହାପାତ୍ର :-ରାୟଗଡ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଆହୁରି ତୀବ୍ର ରୂପ ନେବାର ଆଶଙ୍କl ରହିଛି । ତେଣୁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆର୍‍ଏସ୍‍ ପ୍ୟାକେଟ ଓ ଔଷଧ ମହଜୁଦ ରଖିବା ସହିତ…

Read More