ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରତାରିଖ- ୦୧-୦୩-୨୦୨୬ ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା।ବେଆଇନ ଭାବରେ ବାହାର ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପଦ୍ମପୁର ପୋଲିସ ର ୩୨୬ ନମ୍ୱର୍ ଜାତୀୟ ରାଜପଥର ମିଲିକାପାଙ୍ଗା ନିକଟରେ ଛଡାଉ କରି ୨ଟି ଡିଯାଇର କାର ସହ ୧୦୫କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଆସାମୀ ଗିରଫ ହୋଇଛି।ଗିରଫ ଜଣକ ହେଲେ ରଜନୀ କାନ୍ତ ନାୟକ।ପୋଲିସ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅଧିକ ତଦନ୍ତ କରୁଛି।ଏଥିରେ ଆଉ ଜଣେ ଫେରାର ଥିବା ପୋଲିସ ସୂଚନା ଦେଉଛି।
Author: Charcha News
ସାମ୍ବାଦିକ: ରାଜୀବ କୁମାର ବେହେରାତାରିଖ- ୦୧-୦୩-୨୦୨୬ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବନବିଭାଗ ଅଧୀନ ଅଞ୍ଚଳରେ ପୁଣିଥରେ ଗୋଠ ଛଡା ଦନ୍ତା ହାତୀର ଆତଙ୍କ ଦେଖାଦେଇଛି। କିଛି ଦିନର ନିରବତା ପରେ ଦନ୍ତାଟି ବିଭିନ୍ନ ଗ୍ରାମରେ ଘୁରିବା ସହିତ ଲୋକମାନଙ୍କ ମଧ୍ୟରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଗତ ତିନି ଦିନ ଧରି ଦନ୍ତାଟି ବଡ଼ସାହି ଓ ଗୋପବନ୍ଧୁ ନଗର ବ୍ଲକ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିଲା। ଶୁକ୍ରବାର ରାତିରେ ସେ ବଡ଼ସାହି ଇଲାକାରୁ ବାଟ ହୁଡ଼ି ରାଣୀବନ୍ଧ ପଞ୍ଚାୟତ ଅଧୀନ ଚମ୍ପାଗଡ଼ି ଗ୍ରାମରେ ପ୍ରବେଶ କରିଥିଲା। ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶି ମକା ଓ କଦଳୀ ବଗିଚାରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିବା ଜଣାପଡ଼ିଛି। ଏହାପରେ ଶନିବାର ଦନ୍ତାଟି ରାଣୀବନ୍ଧ ମହୁଲିଆ ଛକ, ନାଉପଦା ଓ ଟୁଙ୍ଗାଧୁଆ ଗ୍ରାମରେ ଆତଙ୍କ ଖେଳାଇଥିଲା। ଟୁଙ୍ଗାଧୁଆ ଗ୍ରାମର କିଛି ଘର ଏବଂ ଚାଷଜମିରେ କ୍ଷତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଗାଁ…
ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର ତାରିଖ – ୦୧-୦୩-୨୦୨୬ • ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନ• ଝିଅମାନଙ୍କୁ ସର୍ଭିକାଲ୍ କ୍ୟାନ୍ସର ରୋଗରୁ ସୁରକ୍ଷା ପ୍ରଦାନ କରିବ ଏହି ଟୀକା• ଉପକୃତ ହେବେ ଜିଲ୍ଲାର ୧୪ ରୁ ୧୫ ବୟସ ମଧ୍ୟରେ ଥିବା ୭୫୮୭ ବାଳିକା• ଟୀକା ସମ୍ପୂର୍ଣ୍ଣ ଦେୟମୁକ୍ତ ରଖାଯାଇଛି ରାୟଗଡ଼ା : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡ଼ ଠାରେ ହ୍ୟୁମାନ ପାପିଲୋମା ଭାଇରସ୍ ବା HPV ନିରାକରଣ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ମାନ୍ୟବର କୋରାପୁଟ ସାଂସଦ ଶ୍ରୀ ସପ୍ତଗିରୀ ଶଙ୍କର ଉଲାକା ଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ମାନ୍ୟବର ରାୟଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ କାଡ୍ରାକା ଆପ୍ଲା ସ୍ୱାମୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସରୋଜିନୀ ଦେବୀ, ଜିଲ୍ଲା ସ୍ବାସ୍ଥ୍ୟ…
ଉଦଳା- (ରାଜୀବ କୁମାର ବେହେରା) – ଉଦଳା ଅଞ୍ଚଳରେ ଗତକାଲି ସ୍ପଷ୍ଟ ଦିବାଲୋକରେ ଘଟିଥିବା ଏକ ଚlଞ୍ଚଳ୍ୟକର ଘଟଣା ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି। ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ନାଗପାଳ ହାଇସ୍କୁଲ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଦୁଇ ଦୁର୍ବୃତ୍ତ କେହି ନଥିବାର ସୁଯୋଗ ନେଇ ଚୋରି ଉଦ୍ଦେଶ୍ୟରେ ପ୍ରବେଶ କରିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ଚୋରୀ ସମୟରେ ଘରେ ଉପସ୍ଥିତ ଥିବା ଜଣେ ନାବାଳକ ଚୋରିକୁ ବିରୋଧ କରିଥିଲେ। ଫଳରେ ଦୁର୍ବୁତ୍ତ ମାନଙ୍କ ଚୋରି ଉଦ୍ୟମ ବିଫଳ ହେବା ପରେ ଦୁର୍ବୃତ୍ତମାନେ ପାଲଟା ଆକ୍ରମଣ କରି ତାଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗୁରୁତର ଆହତ କରିଥିବା ଅଭିଯୋଗ ରହିଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିବା କୁହାଯାଉଛି।ଗୁରୁତର ଆହତ ନାବାଳକଙ୍କୁ ତୁରନ୍ତ ଉଦଳା ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଉଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଉତ୍କଣ୍ଠାର ପରିସ୍ଥିତି ସୃଷ୍ଟି…
ଉଦଳା, : ( ରାଜୀବ କୁମାର ବେହେରା ) ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର PM SHRI Government High School, ଖୁଣ୍ଟା ହଷ୍ଟେଲରେ ରାଗିଂ ଘଟଣା ଘଟିଥିବା ଅଭିଯୋଗ ସମ୍ମୁଖକୁ ଆସିଛି। ସୂଚନା ଅନୁଯାୟୀ, ସପ୍ତମ ଶ୍ରେଣୀର ୮ରୁ ୯ ଜଣ ଛାତ୍ରଙ୍କୁ ଦୀର୍ଘ ସମୟ ଧରି ବାହାରେ ଆଣ୍ଠେଇ ରଖାଯାଇଥିଲା।ଅଭିଯୋଗ ଅନୁସାରେ, ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ହଷ୍ଟେଲ ପଛପଟେ ଖେଳିବାକୁ ନେଇ ଏହି ରାଗିଂ କରିଥିବା କୁହାଯାଉଛି। ଆଣ୍ଠେଇ ଦେବା ସହ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ଆସିଛି। ଘଟଣା ପରେ ପୀଡ଼ିତ ଛାତ୍ରମାନେ ଭୟଭୀତ ଅବସ୍ଥାରେ ଥିବା ସୂଚନା ମିଳିଛି।ଘଟଣା ପ୍ରକାଶ ପାଇବା ପରେ ଅଭିଭାବକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ହଷ୍ଟେଲରେ ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ହଷ୍ଟେଲ ଭିତରେ ଏପରି ଘଟଣା କିପରି ଘଟିଲା, ସେଥିପାଇଁ ପ୍ରଶାସନୀୟ ଅବହେଳା ଥିଲା କି ନାହିଁ ତାହା ନେଇ ଚର୍ଚ୍ଚା ଚାଲିଛି। ତେବେ…
ରାୟଗଡ଼ /ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲ୍ଲାକୁ ନିଶାମୁକ୍ତ ଓ ଅବୈଧ ଚାଲାଣ ରୋକିବା ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି | ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ରାୟଗଡ଼ଙ୍କ ସହଯୋଗରେ ଜିଲ୍ଲାର ପାଞ୍ଚଗୋଟି ବିଦ୍ୟାଳୟରେ ଶୁକ୍ରବାର ଦିନ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ସଦର ମହକୁମାସ୍ଥିତ ଇନ୍ଦିରା ନଗର, ଶାସ୍ତ୍ରୀ ନଗର, ଫରେଷ୍ଟ କଲୋନୀ, ରେଭେନ୍ୟୁ କଲୋନୀ ଓ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା | ସମାଜରେ ନିଶା ସେବନ ଓ ମାଦକ ଦ୍ରବ୍ଯର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି, ଏଥିପାଇଁ ହତ୍ୟା, ନାରୀ ନିର୍ଯାତନା, ଚୋରି ଆଦି ବଢିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଗମ୍ଭିର ହେବାରେ ଲାଗିଛି | ନିଶା ମୁକ୍ତ ଭାରତ ଗଠନ ନିମନ୍ତେ ବିଦ୍ୟାଳୟ…
ରାୟଗଡ଼ା: ରବୀନ୍ଦ୍ର ନାଥ ମହାପାତ୍ର :- ରାୟଗଡ଼ା ଜିଲ୍ଲା ଗୁଣପୁର ବିଜେଡି ତରଫରୁ ଆଜି ଶୁକ୍ରବାର ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଙ୍କ ନେତୃତ୍ୱରେ ବିରାଟ ବାଇକ୍ ଶୋଭାଯାତ୍ରା ଆସି ଗୁଣପୁର ଅଞ୍ଚଳ ର ବିଭିନ୍ନ ସମସ୍ୟା ସହ ପୌର ପରିଷଦ ରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପ୍ରମୁଖ ଦାବି ଗୁଡ଼ିକ ହେଲା ଡବଲ ଇଞ୍ଜିନ ସରକାର ଆସିବା ଠାରୁ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ କୌଣସି ଉନ୍ନୟନ ମୁଳକ କାର୍ଯ୍ୟ ହୋଇନି,ଯାହାକି ନବୀନ ବାବୁ ଙ୍କ ପ୍ରକଳ୍ପ କୁ ନା ଚେଇଂଜ ସହ କଲର ମାରି ବାହା ବାହା ନେଉଥିବା ଅଭିଯୋଗ ହୋଇଛି। ଅଞ୍ଚଳ ର ଉନ୍ନୟନ ମୁଳକ କାର୍ଯ୍ୟ ଠପ ହୋଇ ଯାଇଛି ।ବିଶେଷ କରି ଗୁଣପୁର ପୌର ପରିଷଦ ରେ ବ୍ୟାପକ ଦୁର୍ନୀତି ହୋଇଛି।ଏହାର ତଦନ୍ତ…
ରାୟଗଡା/ ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ଉତ୍କଳ ଆଲୁମିନା ବାଫ୍ଲଳା ମାଳି ଖଣି ପ୍ରଭାବିତ ସମୂହ ବାଫଳା ମାଳି ପ୍ରଗତି ସଂଗଠନ ପକ୍ଷରୁ ୧୫ ଦଫା ଦାବି ନେଇ ଧାରଣା ଦେଇଥିଲେ । ଆଲୋଚନା ମାଧ୍ୟମ ରେ ପ୍ରଶାସନ ପକ୍ଷରୁ ଚଳିତ ମାସ ୨୫/୨ ତାରିଖରେ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ପାଇଁ ଆନ୍ଦୋଳନ କାରୀଙ୍କୁ ନିବେଦନ କରାଯାଇଥିଲା । କିନ୍ତୁ ଅନୁଷ୍ଠିତ ଉକ୍ତ ଆଲୋଚନା କୁ ଏକପାକ୍ଷା ନିଷ୍ପତ୍ତି ହେଇଥିବା ଅଭିଯୋଗ ରେ ଉକ୍ତ ଆନ୍ଦୋଳନ କାରୀ ପୁନର୍ବାର ଆନ୍ଦୋଳନ କୁ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।ଉତ୍କଳ ଆଲୁମିନା କାରଖାନା ରେ ସ୍ଥାନୀୟ ପ୍ରଭାବିତ ଙ୍କୁ ନିଜର ନ୍ୟାର୍ଯ୍ୟ ଦାବି ନିମନ୍ତେ ବାରମ୍ବାର ରାଜରାସ୍ତା କୁ ଅଲ୍ଲାଇବାକୁ ପଡୁଛି । ପୁଣି ଉକ୍ତ ପ୍ରତିବାଦ ସବୁ କୁ ନିଷ୍କ୍ରିୟ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରଶାସନ କୁ ଢାଲ ଭାବେ ବ୍ୟବହାର କରିଆସୁଅଛି…
ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର: ରାୟଗଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୨୫.୦୨.୨୦୨୬ ରିଖ ବୁଧୁବାର ଦିନ ଘ ୧୧.୦୦ମି ରେ ସ୍ଥାନୀୟ ବଡ ଇରକୁବାଡି ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ଓ ଜିଲ୍ଲା ଶ୍ରମ ବିଭାଗ ମିଳିତ ଆନୁକୁଲ୍ୟରେ ଶ୍ରମ ଆଇନ ଏବଂ ପ୍ରବାସୀ ଶ୍ରମିକ, ସଡକ ସୁରକ୍ଷା, ଏମ୍.ଏ.ସିଟି, ଏମ୍.ଭି ଆକ୍ଟ, ଏମ୍.ସି.ଟି.ଏ.ପି, ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯ୍ୟକ୍ରମ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାର ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀ ରବିନ୍ଦ୍ରନାଥ ତ୍ରିପାଠୀ,…








