Author: Charcha News

କୋଲକତା/ ରାଜୀବ କୁମାର ଦାସ: ରାଜ୍ୟ ଛତିଶଗଡ଼ ର କବିରଧାମ ଜିଲ୍ଲାରେ ପୋଲିସ ବେଆଇନ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ପ୍ରାୟ 9 କ୍ୱିଣ୍ଟାଲ (900 କିଲୋଗ୍ରାମ) ଗଞ୍ଜେଇ ଜବତ କରିଛି। ଚିଲଫି ପୋଲିସ ଷ୍ଟେସନ ଏହି ଅପରେସନ ଚଳାଇ ଏକ ସନ୍ଦିଗ୍ଧ କଣ୍ଟେନରକୁ ଅଟକାଇ ତଲାସି କରି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି। ପୋଲିସର ସୂଚନା ଅନୁଯାୟୀ, କଣ୍ଟେନରଟି ନାଗାଲ୍ୟାଣ୍ଡର। ତଲାସି ସମୟରେ, କଣ୍ଟେନରରୁ 30 ବସ୍ତା ଗଞ୍ଜେଇ ଜବତ କରାଯାଇଥିଲା, ପ୍ରତ୍ୟେକର ଓଜନ ପ୍ରାୟ 30 କିଲୋଗ୍ରାମ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ₹5 କୋଟି ହେବ ବୋଲି ଆକଳନ କରାଯାଇଛି, ଯେତେବେଳେ କଣ୍ଟେନରଟି ପ୍ରାୟ ₹50 ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ମୋଟ ଗଞ୍ଜେଇ: ପ୍ରାୟ 9 କ୍ୱିଣ୍ଟାଲ (900 କିଲୋଗ୍ରାମ) ପ୍ୟାକିଂ: 30 ବସ୍ତା (ପ୍ରତ୍ୟେକ 30 କିଲୋଗ୍ରାମ) ଆନୁମାନିକ ମୂଲ୍ୟ: ପ୍ରାୟ ₹5 କୋଟି କଣ୍ଟେନରର ମୂଲ୍ୟ:…

Read More

କୋଲକତା/ରାଜୀବ କୁମାର ଦାସ: ଏକ ଯାନ୍ତ୍ରିକ ତ୍ରୁଟି ସନ୍ଦେହ କରାଯାଉଛି; ସିମାରିଆ ଥାନା ଅଞ୍ଚଳର କରମାଟାଣ୍ଡରେ ଏହି ଦୁର୍ଘଟଣା ଘଟିଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଞ୍ଚି, ଝାଡ଼ଖଣ୍ଡ: ସୋମବାର ଅପରାହ୍ନ ୧:୩୭ ସମୟରେ ରାଞ୍ଚି ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ଏକ ଏୟାର ଆମ୍ବୁଲାନ୍ସ ଚତ୍ରା ଜିଲ୍ଲାର ସିମାରିଆ ଥାନା ଅଞ୍ଚଳ ଅନ୍ତର୍ଗତ କରମାଟାଣ୍ଡର ଘନ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଅପରାହ୍ନ ୪:୩୦ ସୁଦ୍ଧା ଏୟାର ଆମ୍ବୁଲାନ୍ସ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ସୂତ୍ର ଅନୁଯାୟୀ, ଏୟାର ଆମ୍ବୁଲାନ୍ସରେ ମୋଟ ସାତ ଜଣ ଥିଲେ: ଜଣେ ଗୁରୁତର ରୋଗୀ, ଜଣେ ଡାକ୍ତର, ଜଣେ ପାରାମେଡିକ୍, ଦୁଇ ଜଣ ଆଟେଣ୍ଡାଣ୍ଟ, ରୋଗୀଙ୍କ ସମ୍ପର୍କୀୟ ଏବଂ ଜଣେ ପାଇଲଟ୍। ଏହି ଦୁର୍ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ​​ଏବଂ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନକୁ ସତର୍କ କରିଥିଲେ।…

Read More

ତାରିଖ – ୨୩-୦୨-୨୦୨୬ସାମ୍ବାଦିକ ରାଜୀବ କୁମାର ବେହେ ଉଦଳା : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୧୧୦ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧୁକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ମୟୂରଭଞ୍ଜ ଧର୍ମାନନ୍ଦ ବେହେରା, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ…

Read More

ତାରିଖ – ୨୩-୦୨-୨୦୨୬ ସାମ୍ବାଦିକ ରାଜୀବ କୁମାର ଦାସ ଚର୍ଚ୍ଚା ବ୍ୟୁରୋ : ଓଡିଶା ରାଜ୍ୟ ସରକାର ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ଏବଂ ଡିଜେଲର ଖୋଲା ବିକ୍ରୟକୁ ନିଷେଧ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସମୟରେ, ସରକାରୀ ନିର୍ଦ୍ଦେଶକୁ ଅବମାନନା କରି, ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବିଦେଇପୁର ଅଞ୍ଚଳର ଏକ ପେଟ୍ରୋଲ ପମ୍ପ, ଏହାର କର୍ମଚାରୀ ଏବଂ ତାପସ ଜେନା ନାମକ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହିତ, ପ୍ଲାଷ୍ଟିକ୍ ଡ୍ରମ୍ ରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରୁଛନ୍ତି। ପ୍ରଶ୍ନ ଉଠୁଛି: ଓଡ଼ିଶା ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ କାହିଁକି ଅଣଦେଖା କରୁଛନ୍ତି? ପ୍ଲାଷ୍ଟିକ୍ ବୋତଲ କିମ୍ବା ପ୍ଲାଷ୍ଟିକ୍ ଡ୍ରମ୍ ରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ନୟା କାଣି ଡିହ ପୋଲିସ ପ୍ରଶାସନ ଏ ବିଷୟରେ କାହିଁକି ନୀରବ?

Read More

ତାରିଖ – ୨୩-୦୨-୨୦୨୬ ସାମ୍ବାଦିକ ରାଜୀବ କୁମାର ଦାସକୋଲକତା : ପରଲୋକରେ ରାଜ୍ୟ ପଶ୍ଚିମ ବଙ୍ଗର ରାଜନୀତିର ଚାଣକ୍ୟ । ୭୨ ବର୍ଷ ବୟସରେ ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମସି ନେତା ମୁକୁଲ ରାୟଙ୍କ ଦେହାନ୍ତ ହୋଇଛି । କୋଲକାତାର ସଲ୍ଟ ଲେକ୍ ସ୍ଥିତ ଆପୋଲୋ ହସ୍ପିଟାଲରେ ରାତି ୧:୩୦ ସମୟରେ ଦେହାନ୍ତ ହୋଇଛି । ତାଙ୍କ ପୁଅ ଶୁଭ୍ରାଂଶୁ ରୟ ଏହି ଖବରକୁ ନିଶ୍ଚିତ କରିଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମୁକୁଲ ଙ୍କ ପୁତ୍ର ଶୁଭ୍ରାଂଶୁ ରୟ କହିଛନ୍ତି ଯେ ତାଙ୍କ ବାପା ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅବସ୍ଥା ଆହୁରି ବିଗିଡି ଯାଇଥିଲା ।ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁକୁଲ ରୟ ରାଜ୍ୟ ପଶ୍ଚିମ ବଙ୍ଗ ରେ ଯୁବ…

Read More

ତାରିଖ – ୨୨-୦୨-୨୦୨୬ସାମ୍ବାଦିକ ରବୀନ୍ଦ୍ରନାଥ ମହାପାତ୍ର ରାୟଗଡ଼ା : ମୁନିଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଡକାୟତର ୨୪ ଘଣ୍ଟା ନପୂରୁଣୁ ସମ୍ପୃକ୍ତ ଅନ୍ତଃରାଜ୍ୟ ଡକାୟତ ଗେଙ୍ଗର ତିନି ଜଣକୁ ଗିରଫ କରିବା ସହ ଲୁଟ ରୂପା ଅଳଙ୍କାର ଜବତ କରିଛି ମୁନିଗୁଡା ପୋଲିସ। ଗତକାଲି ସକାଳେ ମୁନିଗୁଡା ଖମାଣ ସାହିର ଭଗବାନ ନାୟକ ପ୍ରତିଦିନ ଭଳି ରୁପା ବ୍ୟବସାୟ ପାଇଁ ବାହାରି ଥିବା ବେଳେ ଡାକୁଲୁଗୁଡା ଛକ ନିକଟରେ ପାଞ୍ଚ ଜଣ ଦୁର୍ବୁତ୍ତ ଦୁଇଟି ବାଇକରେ ଆସି ଭଗଵାନଙ୍କ ଠାରୁ ଅଳଙ୍କାର ବେଗ ଛଡାଇ ନେଇଥିଲେ। ଏନେଇ ମୁନିଗୁଡା ଥାନାରେ ଏତଲା ପରେ ମୁନିଗୁଡା ପୋଲିସ ଏକ ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲା। ଡକାୟତର ୨୪ ଘଣ୍ଟା ନପୂରୁଣୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଯାଜପୁର କଳିଙ୍ଗ ନଗର ଥାନା ଅଂଚଳର ସୁମନ ପ୍ରଧାନ, ଅଜୟ ପ୍ରଧାନ ଓ ଶିବ ପ୍ରଧାନକୁ ଗିରଫ କରିଥିବା ବେଳେ…

Read More

ତାରିଖ- ୨୧ -୦୨-୨୦୨୬ ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅଧିନ ଆଦର୍ଶ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର,ସମ୍ମାନିତ ଅତିଥି ରୂପେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ,ଅତିରିକ୍ତ ତହସିଲଦାର ଦିପାରାଣୀ ବେହେରା ଯୋଗଦେଇ ପ୍ରଥମେ ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିଥିବା ବରପୁତ୍ର ଙ୍କ ଫଟୋ ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ।ସଭାରେ ଉପସ୍ଥିତ ଅତିଥିମାନେ ଓଡ଼ିଆ ଭାଷାର ଗାରିମା ଏବଂ ଏହାର ଶାସ୍ତ୍ରୀୟ ମାନ୍ୟତା ଉପରେ ଆଲୋକପାତ କରିଥିଲେ। ମାତୃଭାଷା ହିଁ ଜଣେ ବ୍ୟକ୍ତିର ପରିଚୟ ଏବଂ ଏହାର ସଂରକ୍ଷଣ ଦିଗରେ ଯୁବପିଢ଼ି ଯତ୍ନବାନ ହେବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବିଶେଷ କରି ସରକାରୀ ସ୍ତରରେ…

Read More

ତାରିଖ- ୨୦-୦୨-୨୦୨୬ ସାମ୍ବାଦିକ – ରାଜୀବ କୁମାର ବେହେରା ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମପଞ୍ଚାୟତ ଅଧୀନ ସୁଦୁରିଆଗୋଠ ଗ୍ରାମ ଆଜିଯାଏ ମୌଳିକ ସୁବିଧାରୁ ବଞ୍ଚିତ ରହିଛି। ପ୍ରାୟ ୪୫ଟି ହୋ’ ଜନଜାତି ପରିବାରର ୨୦୦ରୁ ଅଧିକ ଲୋକ ବସବାସ କରୁଥିବା ସତ୍ତ୍ୱେ ଗ୍ରାମରେ ସୁରକ୍ଷିତ ପାନୀୟଜଳର କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁ। ଗ୍ରାମବାସୀ ଶୁଖୁଆପଟା ପାହାଡ଼, ଶାରୀଶୁଆ ପାହାଡ଼ ଓ କୁଲଡ଼ିହା ଅଭୟାରଣ୍ୟ ଅଞ୍ଚଳରୁ ଝରିଆସୁଥିବା ଝରଣା ପାଣି ସଂଗ୍ରହ କରି ପିଇବାକୁ ବାଧ୍ୟ। ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ଝରଣା ଶୁଖିଯାଏ ଓ ପରେ ଗ୍ରାମର ମହିଳା ଓ ଶିଶୁମାନେ ମାଟି ଖୋଳି ଚୁଆ ପାଣି ସଂଗ୍ରହ କରି ଦୈନନ୍ଦିନ କାମ ଏବଂ ଶୋଷ ମେଣ୍ଟେ। ସେହିଭଳି ଅନ୍ୟ ପଟେ ଦେଖିବାକୁ ଗଲେଗ୍ରାମରେ ବିଦ୍ୟୁତ ସୁବିଧା ଥିଲେ ମଧ୍ୟ ମୋବାଇଲ ନେଟୱର୍କ ନାହିଁ। ମନରେଗା ଯୋଜନାରେ ରାସ୍ତା ନିର୍ମାଣ ହୋଇନଥିବାରୁ ଯାତାୟାତରେ ଗଭୀର…

Read More

ରାୟଗଡ; ରବିନ୍ଦ୍ର ନାଥ ମହାପାତ୍ର:-ଡାହାଣୀ ସନ୍ଦେହରେ ଘଟୁଥିବା ନିର୍ଯାତନା ଭଳି ଅମାନବିକ କୁପ୍ରଥାକୁ ରୋକିବା ଓ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ରାୟଗଡ ଶ୍ରୀମତୀ ମିନତୀ ଦେଓଙ୍କ ଅଧକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡାହାଣୀ ସନ୍ଦେହ ନାମରେ ନିର୍ଦ୍ଦୋଷ ବ୍ୟକ୍ତି , ବିଶେଷ କରି ନାରୀ ନିର୍ଯାତନା, ସାମାଜିକ ବହିଷ୍କାର ଓ ହିଂସା ,ହତ୍ୟା ଭଳି ଅମାନୁଷିକ କାଣ୍ଡ ରୋକିବା ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଏହାର ମୂଳୋତ୍ପାଟନ କରିବାକୁ ଚେଷ୍ଟା ଜାରି ରଖିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋସନାର ବରଲା ଆରକ୍ଷୀ ଅଧିକ୍ଷକ ରାୟଗଡ, ଏଡିପିଏଚଓ ଡ଼ଃ. ଶ୍ୟାମ ଚରଣ ଗୁରୁ , ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ , ଅତିରିକ୍ତ…

Read More