ରାୟଗଡ /ରବିନ୍ଦ୍ର ନାଥ ମହାପାତ୍ର :- ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରର ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଵି ସରୋଜିନୀ ଦେବୀ, ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ lଆଜି ମୋଟ୬୩ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୩୨ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୩୦ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଏହି ଶିବିରରେ ବିଭିନ୍ନ ସମସ୍ୟା ମାନ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ନିମନ୍ତେ ଜଣକୁ ୧୦ହଜାର ଟଙ୍କା ରେଡ କ୍ରସ ପାଣ୍ଠିରୁଜିଲ୍ଲାପାଳ ପ୍ରଦାନ କରିଥିଲେ…
Author: Charcha News
– ଦୁଇ ମାସ ଧରି ବନ୍ଦ ପାଠପଢ଼ା, ପରୀକ୍ଷା ମୁଣ୍ଡରେ ଚିନ୍ତା– ଖାଦ୍ୟ ନମିଳିବାରୁ ନିଜେ ରୋଷେଇ କରୁଛନ୍ତି ଛାତ୍ରଛାତ୍ରୀ– ପାଣି, ପାଇଖାନା ଭଳି ମୌଳିକ ସୁବିଧାର ଭୟଙ୍କର ଅଭାବଉଦଳା, (ରାଜୀବ କୁମାର ବେହେରା):ସରକାର ଶିକ୍ଷାକୁ ସହର ଠାରୁ ଗ୍ରାମ ଓ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା ନିଷ୍ପାଦନ କରୁଥିବା ବେଳେ, ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ଅବସ୍ଥିତ ପଦ୍ମପୋଖରୀ ଉପେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ଭୟଙ୍କର ଦୁର୍ଦ୍ଦଶା ସାମ୍ନାକୁ ଆସିଛି।ବିଦ୍ୟାଳୟରେ ଚାଲିଥିବା ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ୮ ଜଣ ଛାତ୍ରଛାତ୍ରୀ ସହ କିଛି ଅଭିଭାବକ ଆଜି ଉପଖଣ୍ଡ ପ୍ରଶାସନ ନିକଟରେ ଲିଖିତ ଭାବେ ଅଭିଯୋଗ ଦାଖଲ କରିଛନ୍ତି।ଅଭିଯୋଗ ଅନୁଯାୟୀ, ଗତ ନଭେମ୍ବର ମାସରୁ ବିଦ୍ୟାଳୟରେ ପାଠପଢ଼ା ପୂରାପୂରି ବନ୍ଦ ରହିଛି। ପରୀକ୍ଷା ନିକଟ ଆସୁଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କୁ କୌଣସି ଶିକ୍ଷାମୂଳକ ସହଯୋଗ ମିଳୁନାହିଁ। ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ନିୟମିତ ଭାବେ ଖାଦ୍ୟ ମଧ୍ୟ…
ଉମରକୋଟ/ଶ୍ରୀକାନ୍ତ ନନ୍ଦ:- ଠିକସେ ଦୁନିଆ ଦେଖିବା ପୂର୍ବରୁ ମାନବିକତାର ଘୃଣ୍ୟ କାର୍ଯ୍ୟର ଶିକାର ହେଲାକି ନବଜାତ ଶିଶୁ l କାମବାସନା ରେ ଲୋକେ ଭୁଲି ଗଲେ କି ମାନବିକତା l ପ୍ରେମ କରି ଶାରୀରିକ ସମ୍ପର୍କ ରଖି ନବଜାତ ଶିଶୁ କୁ ଜନ୍ମ ଦେଇ ଫୋପାଡ଼ି ଦିଆଯାଇଛି ନା ଛୁଆ ଜନ୍ମ କରି ଲାଳନ ପାଳନ କରିନପାରି କିଏ ହତ୍ୟା କରି ଖଜୁରୀ ବୁଦା ମୂଳେ ଫୋପାଡ଼ି ଦେଇଛି ନବଜାତ ଶିଶୁକୁ, ନଅ ମାସ ଗର୍ଭ ରେ ରଖି ବହୁ ଯନ୍ତ୍ରଣା ସହି ଶିଶୁଟିକୁ ଜନ୍ମ ଦେଇ କିଭଳି ଭାବେ ଶିଶୁଟିକୁ ଫୋପାଡ଼ି ଦେଇଛି ମାଁ l ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଜାମରୁଣ୍ଡା ପଂଚାୟତ ଅଧୀନରେ ଥିବା କୈଳାରୀବେଡା ରେ ଥିବା ଏକ ପୋଖରୀ ରେ l ସୂଚନା ପ୍ରକାରେ ଆଜି ସକାଳେ କିଛି ଗାଈ ଚରାଳି ଗାଈ…
ବଲାଙ୍ଗିର (ଦେବେନ୍ଦ୍ର) ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକ ଅନ୍ତର୍ଗତ କଅଁସର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଉଛି । ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ଘନଶ୍ୟାମ ଦଣ୍ଡସେନା ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚନ୍ଦ୍ରମଣି ସିଂ ଦେଓ ଓ ମୁଖ୍ୟବକ୍ତା ଡଃ ରବିନ୍ଦ୍ର କୁମାର କର ,ସ୍କୁଲ ପରିଚାଳନା କମିଟି ସଭାପତି ତରଣୀ ସେନ ଭୋଇ ଓ ପଞ୍ଚସଖା ଶିକ୍ଷା ସେତୁର ସଭାପତି ନବୀନ ରଣା ଯୋଗଦାନ କରିଥିଲେ । ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଉଦଗାତା ସଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ କମଳକାନ୍ତ ଭୁଏ , ସୁଧାଶୁ ଶେଖର ବାରିକ , ସଂପତି ପାଣ୍ଡେ ,ଶୁଭକାନ୍ତ ବାରିକ , ରୁଜୁଲ ମେହେର ,ନରୋତ୍ତମ ମଲ୍ଲିକ ,ନିମାଇଁ ଭୋଇ , ସୁକାନ୍ତି ଜାନି , ମାନସି ରଣା, ମହେଶ ମରେଇ ଓ ଉଷା ସାହୁ ସହଯୋଗ କରିଥିଲେ । କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି…
ଗୋପାଳପୁର/ରମେଶ କୁମାର ସାହୁ :- ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥାଏ ସେହିପରି ଗୋପାଳପୁର ବେଳାଭୂମି ଠାରେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର ତଥା କୋଲକତା ପକ୍ଷରୁ ଦୁଇଦିନିଆ ଅମୃତକାଳ ସାଂସ୍କୃତିକ କାର୍ଯ୍ୟକ୍ରମର ଗୋପାଳପୁର ବେଳାଭୂମିରେ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍, ବିଏମ୍ସି କମିଶନର ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଅମୃତକାଳ ସାଂସ୍କୃତିକ ସମାରୋହ ମାଧ୍ଯମରେ ବିକଶିତ ଭାରତର ପରିକଳ୍ପନା କରାଯିବା ସହ ଭାରତ ତଥା ଓଡ଼ିଶାର ସଂସ୍କୃତିସମ୍ପନ୍ନ ନୃତ୍ୟ, ସଙ୍ଗୀତକୁ ଗାରିମାମୟ କରିପାରିଛି ବୋଲି…
ବସ୍ତା/ ପ୍ରଦୀପ ଜେନା:- ବିଶାଳ ହିନ୍ଦୁ ସମ୍ମିଳନୀ ବସ୍ତା ସ୍ଥିତ ଈଶ୍ୱରବର୍ତ୍ତୀ ମନ୍ଦିର ପ୍ରାଙ୍ଗଣରେ ରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଭାରତ ବର୍ଷ ତଥା ରାଜ୍ୟରେ ହିନ୍ଦୁ ଭାଇ ମାନଙ୍କ ମଧ୍ୟରେ ଭାତୃତ୍ବ ଓ ଦେଶ ମାତୃକାର ସେବା ଭାବନା ଜାଗ୍ରତ ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବିଶାଳ ହିନ୍ଦୁ ସମ୍ମିଳନୀ ପାଳନ ହେଉଛି। ଦିବସ ବ୍ୟାପି ହେବାକୁ ଥିବା ବିଶାଳ ହିନ୍ଦୁ ସମ୍ମିଳନୀ ରେ ପ୍ରାରମ୍ଭରେ ସକାଳ ଆଠ ଘଟିକା ସମୟରେ ସାମୁହିକ ହନୁମାନ ଚାଳିଶା ପାଠ ସକାଳ ୧୦ ଘଟିକରେ ଗୋମାତା ପୂଜନ ଉତ୍ସବ ସକାଳ ୧୦.୩୦ ମିନିଟ ସମୟରେ ଭଜନ କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ,ବିଭିନ୍ନ ପ୍ରବକ୍ତା ଙ୍କ ଦ୍ଵାରା ପ୍ରବଚନ ସହିତ ଯଜ୍ଞ କର୍ମ ପରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ମାନେ ଯୋଗଦେଇଥିଲେ.ଶାନ୍ତି ଶୃଙ୍ଖଳା ରକ୍ଷା…
ତାରିଖ-୧୭-୦୧-୨୦୨୬ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର _ ଗୁଣପୁର ବ୍ଲକ ସୀମାନ୍ତ ଲବା କ୍ଷେତ୍ରପୁର ଗ୍ରାମରେ ଅଗ୍ନି କାଣ୍ଡ ଘଟି ଦୁଇ ଟି ଆଦିବାସୀ ପରିବାରଙ୍କ ୩ବଖରା ଘର ପୋଡ଼ି ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି।ଦିନ ୧୧ଟା ବେଳେ ନିଆଁ କେମିତି ଲାଗିଲା ତାହା ଅଶ୍ୱଷ୍ଟ ରହିଛି।ଖବର ପାଇ ଘଟଣା ସ୍ଥଳରେ ପଦ୍ମପୁର ଅଗ୍ନିଶମ ବିଭାଗ ର ଟିମ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ଦୁଇ ଅଗ୍ନି ବିପନ୍ନ ହେଲେ ଶ୍ରୀରାମ ସାହୁ ଓ ଶ୍ରୀରାମ ଶବର ଙ୍କ ଘର ପୋଡ଼ି ନଷ୍ଟ ହୋଇଛି । ଘରେ ଥିବା ସମସ୍ତ ଲୁଗା ପଟା ଆସବାବ ପତ୍ର ସହ ଚାଉଳ,ଡାଲି ସବୁ ପୋଡ଼ି ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି।ଅତି ଶୀଘ୍ର ପ୍ରଶାସନ ପକ୍ଷ ରୁ ସେମାନଙ୍କୁ ଥଇଥାନ କରିବାକୁ ସାଧାରଣ ରେ ଦାବି ହୋଉଛି
ତାରିଖ-୧୭-୦୧-୨୦୨୬ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା: ଜୋରଧରିଲା ବ୍ଲକ୍ ଗଠନ ଦାବି। ଗୁଣୁପୁର ବ୍ଲକ୍ ର ଜଗନ୍ନାଥ ପୁର ପଞ୍ଚାୟତକୁ ନୁତନ ବ୍ଲକ୍ ଗଠନ କରିବା ଦାବି ନେଇ ଆଜି ୪ ଗୋଟି ପଞ୍ଚାୟତର ଲୋକ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ତ୍ରିନାଥ ମନ୍ଦିର ଛକ ନିକଟରରୁ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା। ଗୁଣୁପୁର ବ୍ଲକ୍ ରେ ୧୯ ଗୋଟି ପଞ୍ଚାୟତ ରହିଛି। ଯେହେତୁ ସରକାରଙ୍କ ନିୟମ ଅନୁଯାୟି ଭୈାଗଳିକ ଦୃଷ୍ଟି କୋଣରୁ ଗୁଣୁପୁର ବଡ ବ୍ଲକ୍ ରହିଛି ଜନସଂଖ୍ୟା ଅତ୍ୟାଧିକ ରହିଛି। ଏଣୁ ଏହି ବ୍ଲକ୍ କୁ କୁ ଭାଗ କରି ଚାରୋଟି ପଞ୍ଚାୟତ ଯଥା ମୋରମା, ଗୋଠଳପଦର, ଜଗନ୍ନାଥପୁର, ଶ୍ରୀଝୋଲି ବଂଶଧାରା ନଦୀର ପଶ୍ଚିମ ପାର୍ଶ୍ବରେ ରହିଥିବା ଗ୍ରାମପଞ୍ଚାୟତର ଗ୍ରାମବାସୀ ଲେଖି ଦାବି ଜଣାଇଥିଲେ। ୧୯୬୦ ମସିହାରେ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ଗଠନ ସମୟରେ ଗୁଣପୁର…
ରାୟଗଡା ରେଳଷ୍ଟସନରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଦକ୍ଷିଣ ଭାରତର ଅଯୋଧ୍ୟା ଓ ବାରଣାଶୀ ଭଳି ପ୍ରସିଦ୍ଧ ତୀର୍ଥ ସ୍ଥାନକୁ ଯାତ୍ରା କରିଛନ୍ତି ଦକ୍ଷିଣ ପଶ୍ଚିମ ଓଡିଶାର 6ଟି ଜିଲ୍ଲାର 775ଜଣ ବରିଷ୍ଠ ନାଗରିକ। ଏମାନଙ୍କ ସହ 25ଜଣ ଏସକୋଟ୍ ଜାତ୍ରା କରୁଛନ୍ତି। ତେବେ ଏହି ସ୍ବତନ୍ତ୍ର ଟ୍ରେନ୍ କୁ ଜିଲ୍ଲାପାଳ ଓ ରାୟଗଡା ବିଧାୟକ କାଡ୍ରାକା ଆପଳାସ୍ୱାମୀ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଦଶମ ଥର ପାଇଁ ତୀର୍ଥଯାତ୍ରୀ ମାନେ ବିଭିନ୍ନ ପର୍ଯ୍ଯାୟରେ ଏହି ଯାତ୍ରା କରୁଛନ୍ତି। ଏହି ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିବା ତଥା ସେମାନଙ୍କ ଶୁଭକାମନା କରିଥିଲେ ମଞ୍ଚଆସିନ ଅତିଥି । ଯାହାକୁ ନେଇ ରେଳବାଇ ଆଇଆରସିଟିସି ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ଯରେ ରାୟଗଡା ଜିଲ୍ଲା ପ୍ରଶାସନ ସହଯୋଗ ରେ ତୀର୍ଥଯାତ୍ରୀ ଙ୍କ ପାଇଁ ସମସ୍ତ ବ୍ଯବସ୍ଥା ଉପଲବ୍ଧ କରାଯାଇଛି। ତେବେ ଏହି ତୀର୍ଥଯାତ୍ରାରେ ରାୟଗଡା ଜିଲ୍ଲାରୁ 118ଜଣ,କୋରାପୁଟ ରୁ 168,ନବରଙ୍ଗପୁର…








