ପ୍ରଶାନ୍ତ ରାଉଳକୋଲକାତାସୋମବାର କୋଲକାତା ପ୍ରେସ୍ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ୱେଷ୍ଟ ବେଙ୍ଗଲ ଏମ୍ଆର୍ ଡିଲର୍ସ ଆସୋସିଏସନର ସାଧାରଣ ସମ୍ପାଦକ ହାଜି ହସନ୍ ଉଲ୍ଲାହ ଲସ୍କର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସେମାନେ ଜଗନ୍ନାଥ ମନ୍ଦିରରେ ପ୍ରସାଦ ବଣ୍ଟନରୁ ପାଇଥିବା ୧ କୋଟି ୮୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରୁଛନ୍ତି ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଭୁଲ ଖାଦ୍ୟ ନୀତି ବିରୁଦ୍ଧରେ ଏବଂ କିଛି ରାସନ୍ ଡିଲରଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁଁ, ସୁପ୍ରିମକୋର୍ଟରେ ମାମଲା ଦାୟର କରି ବଙ୍ଗଳାର ସାଧାରଣ ଲୋକଙ୍କ ଘର ପାଖରେ ଥିବା ପ୍ରତ୍ୟେକ ପଡାରେ ରାସନ୍ ସାମଗ୍ରୀ ପାଇବାର ଅଧିକାରକୁ ବଂଚିତ କିମ୍ବା ବନ୍ଦ କରିବାକୁ ଚେଷ୍ଟା କରାଯାଉଛି ଏହା ସହିତ, ସେମାନେ ଦୂଆରେ ରାସନ୍ ପାଇଁ ପ୍ରତି କ୍ୱିଣ୍ଟାଲ ପାଇଁ ୭୫ ଟଙ୍କା ଅତିରିକ୍ତ କମିଶନ, ୫ ହଜାର ଟଙ୍କା ଏକକାଳୀନ ଅତିରିକ୍ତ କମିଶନ ଏବଂ ୨୦୦ ଗ୍ରାମ…
Author: Charcha News
ରବୀନ୍ଦ୍ର ନାଥ ମହାପାତ୍ର ଉପଖଣ୍ଡ ସ୍ତରୀୟ ଚଇତି ମହୋତ୍ସବ “ଇଡିତାଲ ୨୦୨୫” ଅବସରରେ ଆଜି ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ଗୃହ ରେ କବି ସମ୍ମିଳନୀ ଓ କବିତା ଆସର ଆୟୋଜିତ ହୋଇଯାଇଛି।ଗୁଣପୁର ଉପଜିଲ୍ଲାପାଳ ଦୁଧାଲ୍ ଅଭିଷେକ ଦିଲ୍ଲୀପ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ ତଥା ପଞ୍ଚବଟୀ ପତ୍ରିକା ସମ୍ପାଦକ ସୁଶାନ୍ତ ନାୟକ,ସମ୍ମାନିତ ଅତିଥି ରୂପେ ଗବେଷକ ତଥା ସାହିତ୍ୟିକ ଶ୍ରୀରଙ୍ଗ ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣପୁର ସ୍ଵସ୍ତିକ ଜମାଦାର,ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ସାହିତ୍ୟିକ ପ୍ରତାପ ରାୟ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ମଞ୍ଚାସୀନ ହୋଇଥିଲେ।ଉପଜିଲ୍ଲାପାଳ ଗୁଣପୁର ନିଜ ବକ୍ତବ୍ୟ ରେ ଓଡ଼ିଆ ସାହିତ୍ୟର ଗଭୀରତା ଉପରେ ଆଲୋକପାତ କରିଥିଲେ।ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଗୁଣପୁର ଚଇତି କେବଳ କଳା ସଂସ୍କୃତି ରେ ସୀମିତ ନୁହେଁ ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବା ନେଇ ସାହିତ୍ୟ ଆଲୋଚନା ଏବଂ କବିତା ଆସର…
ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର: ରାୟଗଡ଼ା ପୋଲିସର ମିଳିତ ଟିମ୍ ଅପରେସନ ଗ୍ରୀନ କୁ କ୍ଳିନ କରୁଛି।ଏକ ମାସ ହେଲା ବିଭିନ୍ନ ସ୍ଥାନରେ ଚଢାଉ କରି ନଷ୍ଟ କରୁଛି।ଏହି କ୍ରମରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ କୁ ପୋଡ଼ି ନଷ୍ଟ କଲା ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସ।ପଦ୍ମପୁର ଥାନା ଅଂଚଳର ନିଧିଗୁଡି, ତଳ ନାନ୍ଦରା,ଉପର ନାନ୍ଦରା ଘଞ୍ଚ ଜଙ୍ଗଲ ଭିତରେ ଲାଗିଥିବା ୩ଏକର ଜମିରେ ୯ହଜାର ଗଛ କୁ ପୋଡ଼ି ନଷ୍ଟ କରି ଦେବାସହ ଥାନାରେ ପୃଥକ୍ ପୃଥକ୍ ଭାବରେ ୩ଟି ମାମଲା ରୁଜୁ କରିଛି।କେଉଁ ମାନେ ଏହି ଚାଷ କରୁଛି ଅଧିକ ପୋଲିସ ଯାଞ୍ଚ କରୁଥିବା କୁହାଯାଇଛି।ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଇଛି।ଏହି ଚଢାଉ ସମୟରେ ଥାନା ଅଧିକାରୀ ଧରଣୀଧର ପ୍ରଧାନ ଙ୍କ ନେତୃତ୍ୱରେ ଶତାଧିକ ପୋଲିସ ଫୋର୍ସ,ଅବକାରୀ ,ରାଜସ୍ବ ଓ ବନ ବିଭାଗ ର ମିଳିତ…
ବଲାଙ୍ଗିର: (ଦେବେନ୍ଦ୍ର ପୋଡ଼)ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା। ରକ୍ତ ରଂଜିତ ହେଲା ଶୁଲିଆ ପୀଠ । ଶହ ଶହ ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ପୀଠ । ଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପିରିକି ବଳି ପଡ଼ୁଥିବା ସ୍ଥାନରେ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଙ୍ଗମ ହୋଇଛି। ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମାନସିକଧାରୀମାନେ ଶହ ଶହ ସଂଖ୍ୟାରେ ଶୁଲିଆ ପୀଠକୁ ଆସିଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।ଭୋରରୁ ମୁଖ୍ୟ ପୂଜକ ଓ ଦେହୁରି ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଗାଁରୁ ଏକ ଶୋଭାଯାତ୍ରାରେ ଆସି ସୁଲିଆ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ବରୁଆମାନଙ୍କ ଭିତରେ ଦେବତାଙ୍କୁ ଆବାହନ କରାଯାଇଥିଲା।…
ପ୍ରଶାନ୍ତ ରାଉଳ/ କୋଲକତା ନବେ ଟଙ୍କାର ଲଟେରୀରେ କିଣି ଏକ କୋଟି ଟଙ୍କା ମାଲିକ ହେଲେ! ଭଙ୍ଗା ଘରେ ଥିବା ଏକ ଚା ଦୋକାନ ରବିବାର ହୋଇଗଲା। ଭାଗ୍ୟ ଭଲ ଥିଲେ କ’ଣ ନ ହୋଇ ଯିବ ରାଜା କୁ କାଙ୍ଗାଳି ଓ କାଙ୍ଗାଳି କୁ ରାଜା? ଭଙ୍ଗା ଘରେ କିମ୍ବା ଅନ୍ୟ କାହାର ସ୍ଥାନରେ ରହି ମଧ୍ୟ ଜଣେ ରାତାରାତି କୋଟିପତି ହୋଇପାରନ୍ତି ତାହାର ପ୍ରମାଣ ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଉଚାଲନରେ ମିଳିଛି। ଏକ ଚା ଦୋକାନର ଏକ ଦମ୍ପତି ମାତ୍ର ନବେ ଟଙ୍କାର ଲଟେରୀ ଟିକେଟ୍ କିଣି ଏକ କୋଟି ଟଙ୍କା ଜିତିଛନ୍ତି। ଚା ଦୋକାନୀ ଯେ ଲଟେରୀ ଟିକେଟ୍ ଶୁକ୍ରବାର ଉଚାଲନର ଏକ ଛୋଟ ଚା ଦୋକାନରୁ କିଣାଯାଇଥିଲା। ଟିକେଟ୍ ଜଣେ ଖୁଚୁରା ବ୍ୟବସାୟୀଙ୍କ ଦ୍ୱାରା ବିକ୍ରି କରାଯାଇଥିଲା, ଯିଏ ଜଣେ ଡିଲରଙ୍କଠାରୁ ଟିକେଟ୍ ବିକ୍ରି କରୁଥିଲେ। ଲଟେରୀ ଫଳାଫଳ ଘୋଷଣା…
ଉଦଳା — (ରାଜୀବ କୁମାର ବେହେରା): ଉଦଳା ମହୋତ୍ସବ ‘ଧୁମୁସା’ର ଶନିବାର ସପ୍ତମ ସନ୍ଧ୍ୟା ରଙ୍ଗୀନ ଆଲୋକ, ତାଳ-ଲୟ ଓ ଦର୍ଶକଙ୍କ ଉଲ୍ଲାସରେ ସ୍ମରଣୀୟ ହୋଇଉଠିଥିଲା। ପ୍ରସିଦ୍ଧ ସମ୍ବଲପୁରି ଗାୟକ ମଣ୍ଟୁ ଛୁରିଆଙ୍କ ସୁରିଲା କଣ୍ଠରେ ପରିବେଶିତ ଗୀତ ମଞ୍ଚକୁ ଆନନ୍ଦମୟ କରିଦେଇଥିଲା। ଗୀତର ତାଳେ ତାଳେ ଦର୍ଶକମାନେ ଦୀର୍ଘ ସମୟ ଧରି ଝୁମି ଉଠି, ଉତ୍ସବର ମନୋରମ ମହୁର୍ତ୍ତ ଉପଭୋଗ କରିଥିଲେସାଂସ୍କୃତିକ ସନ୍ଧ୍ୟାରେ ଉପସ୍ଥିତ ଅତିଥିମାନେ ଧୁମୁସା ମହୋତ୍ସବକୁ ଅସଲ କଳାକାର ଓ ଲୁକ୍କାୟିତ ପ୍ରତିଭାଙ୍କୁ ସାମ୍ନାକୁ ଆଣିବାରେ ଏକ ଶକ୍ତିଶାଳୀ ମଞ୍ଚ ବୋଲି ମତ ପ୍ରକାଶ କରିଥିଲେ। ଏପରି ମହୋତ୍ସବ ମାଧ୍ୟମରେ ଆଦିବାସୀ ଓ ଲୋକସଂସ୍କୃତିର ସୁରକ୍ଷା ସହ ପ୍ରଚାର-ପ୍ରସାର ସୁଦୃଢ଼ ହୁଏ ବୋଲି ସେମାନେ କହିଥିଲେ।ସପ୍ତମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ କପ୍ତିପଦା ପଞ୍ଚାୟତ ସମିତି ପକ୍ଷରୁ ସୁଚାରୁ ଭାବେ ଆୟୋଜିତ ହୋଇଥିଲା। ଉକ୍ତ ସମାରୋହରେ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, କରଞ୍ଜିଆ ବିଧାୟକ ପଦ୍ମଚରଣ…
ଉଦଳା – (ରାଜୀବ କୁମାର ବେହେରା ) – ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ଟାଟା ପାୱାର ର ଭିଜିଲାନ୍ସ ଟିମ ନାମରେ ଏକ ଗୁରୁତର ଓ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, କିଛି ବ୍ୟକ୍ତି ନିଜକୁ ଟାଟା ପାୱାର ଭିଜିଲାନ୍ସ ଟିମର ସଦସ୍ୟ ବୋଲି ପରିଚୟ ଦେଇ ଗ୍ରାହକଙ୍କ ଘରେ ଚେକିଂ କରୁଛନ୍ତି।ଚେକିଂ ସମୟରେ ବିଦ୍ୟୁତ ଅନିୟମ ଦେଖାଇ ମୋଟା ଅଙ୍କର ଫାଇନ ଲାଗିବ ବୋଲି ଗ୍ରାହକଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହା ପରେ ଭୟଭୀତ ଉପଭୋକ୍ତାଙ୍କୁ “ଟଙ୍କା ଦେଲେ ମାମଲା ସେଟଲ୍ କରାଯିବ” ବୋଲି କୁହାଯାଇ ଲାଞ୍ଚ ନେଇ ମାମଲାକୁ ରଫାଦଫା କରାଯାଉଥିବା କଥା ଅଭିଯୋଗରେ ଉଲ୍ଲେଖ ହୋଇଛି।ସ୍ଥାନୀୟ ଲୋକଙ୍କ କହିବା କଥା, ଏଭଳି ଘଟଣାରେ ସାଧାରଣ ବିଦ୍ୟୁତ ଉପଭୋକ୍ତା ଭୟଭୀତ ହୋଇପଡ଼ୁଛନ୍ତି। ଦିନକୁ ଦିନ ଏଭଳି ଅଭିଯୋଗ ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଚରମରେ ପହଞ୍ଚିଛି।ଜଣେ ପୀଡିତ ଅଭିଯୋଗ କରି କହିଛନ୍ତି,“ପ୍ରଥମେ ଆମକୁ…
ଉଦଳା : (ରାଜୀବ କୁମlର ବେହେରା) – ପେସାରେ ମୋଟର ମେକାନିକ ହେଲେ ନିଶା ନଡ଼ିଆ ସଢେଇ ଶିଳ୍ପୀ l ନଡ଼ିଆ ସଢେଇ ରେ ରାଫେଲ ବନାଇ ଚର୍ଚ୍ଚାରେ, ନିଜ ପେସାର ସୀମାକୁ ଉଲ୍ଲଂଘନ କରି ନିଶାକୁ ସାର୍ଥକତାରେ ପରିଣତ କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। କିନ୍ତୁ ଏହାକୁ ପ୍ରମାଣ କରିଦେଖାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅନ୍ତର୍ଗତ ୭ ନମ୍ବର ୱାର୍ଡର ଯୁବ ଶିଳ୍ପୀ ବିଜୟ କୁମାର କମିଳା।ପେସାରେ ବାଇକ ମିସ୍ତ୍ରୀ ହେଲେ ମଧ୍ୟ ନିଶାରେ ସେ ଜଣେ ନିଆରା ନଡ଼ିଆ ସଢ଼େଇ ଶିଳ୍ପୀ। ଆମେ ଦୈନିକ ଜୀବନରେ ଅଦରକାରୀ ବୋଲି ଭାବି ଫିଙ୍ଗି ଦେଉଥିବା ନଡ଼ିଆ ଖୋଳପାକୁ ସେ ତାଙ୍କ କଳ୍ପନା, ପରିଶ୍ରମ ଓ ନିପୁଣ ହାତର ସ୍ପର୍ଶରେ ସୁନ୍ଦର, ମନୋହର ଓ ଆକର୍ଷଣୀୟ କଳାକୃତିରେ ପରିଣତ କରିଦେଉଛନ୍ତି। ଏହି କଳା ତାଙ୍କୁ କେବଳ ପରିଚୟ ନୁହେଁ, ସମ୍ମାନ ଓ ପ୍ରଶଂସା ମଧ୍ୟ…
ଉଦଳା : (ରାଜୀବ କୁମାର ବେହେରା ) – ସନ୍ଧ୍ୟା ସମୟରେ ଧୁମସା ଦେଖିବାକୁ ଘର ଖାଲି ରଖି ଲୋକେ ବାହାରକୁ ଯାଇଥିବା ବେଳେ, ୨ ଘଣ୍ଟା ଭିତରେ ପୃଥକ ପୃଥକ ଜାଗାରେ ଲୁଟ,ଉଦଳା ଅଞ୍ଚଳରେ ଦୁର୍ବୃତ୍ତମାନେ ସୁଯୋଗ ନେଇ ସିରିଜ ଚୋରୀ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ୩ଟି ସ୍ଥାନରେ ଚୋରୀ ହୋଇଥିବା ଅଭିଯୋଗ ଆସିଛି, ଓ ଲକ୍ଷାଧିକ ଟଙ୍କାର ସୁନା-ଗହଣା ସହ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଯାଇଥିବା କୁହାଯାଉଛି।ସୂଚନା ଅନୁସାରେ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡ, ଡିହିରାକୁଳ ଅଞ୍ଚଳର ଓ କପ୍ତିପଦା ଅଞ୍ଚଳରେ ଜିଡ଼ରା ପୋଲ ନିକଟରେ ଅବସର ପ୍ରାପ୍ତ ବନ କର୍ମଚାରୀ ଘରୁ ଏହି ସିରିଜ ଚୋରୀ ଘଟିଛି। ଘରେ କେହି ଉପସ୍ଥିତ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରୀ କରିଥିବା କୁହାଯାଉଛି।ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ଦାଖଲ ହେବା ପରେ ଉଦଳା ପୋଲିସ ଓ କପ୍ତିପଦା ପୋଲିସ…







