Author: Charcha News

ଉଦଳା: (ରାଜୀବ କୁମାର ବେହେରା) -ମୟୁରଭଞ୍ଜ ଜିଲ୍ଲା ଉଦଳାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କପ୍ତିପଦା ଉପଖଣ୍ଡ ସ୍ତରୀୟ ଧୁମସା ମହୋତ୍ସବ ଆଜି ଉଦଳା ହାଇସ୍କୁଲ ପଡ଼ିଆରେ ଶୁଭାରମ୍ଭ ହୋଇଯାଇଛି। ଶୁଭାରମ୍ଭ ହେଲା କପ୍ତିପଦା ଉପଖଣ୍ଡସ୍ତରିଅ ଧୁମସା ମୋହତ୍ସବ ୨୦୨୫ , ଉଦଳା ରେ, ମହୋତ୍ସବ ଓ ପ୍ରଦର୍ଶନୀ ଷ୍ଟଲ ଉଦଘାଟନ ଏବଂ “ଧୁମସା -୨୦୨୫ ” ମହୋତ୍ସବ ସ୍ମରଣିକା ଉନ୍ମୋଚନ l ଆଜିର ମଞ୍ଚ ରେ ମୁଖ୍ୟ ଆକର୍ଷଣ ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ ସହଯୋଗୀ ସାଥି..ଏହି ଅବସରରେ ଉଦଳା ଗୌଡ଼ିଆ ମଠ ଠାରୁ ଏକ ବଡଧରଣ ର କାର୍ଣ୍ଣିଭାଲ ଶୋଭାଯାତ୍ରା ବାହାରି ନାଚ–ଗୀତ ସହିତ ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକେ ଅଂଶଗ୍ରହଣ କରି ଭାଇଚାରା ଓ ସାମାଜିକ ସମ୍ମିଳନର ସନ୍ଦେଶ ଦେଇଥିଲେ। ଶୋଭାଯାତ୍ରାଟି ନଗର ପରିକ୍ରମା କରି ଉଦଳା ହାଇସ୍କୁଲ ପଡ଼ିଆରେ ଅବସ୍ଥିତ ମଞ୍ଚରେ…

Read More

ଉଦଳା – (ରାଜୀବ କୁମାର ବେହେରା):ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଅଠଣଗାଁ ନଦୀ ପୋଲ ତଳୁ ଏକ ମୃତ ନବଜାତ କନ୍ୟା ଶିଶୁର ଦେହ ଠାବ ହେବା ଘଟଣା ସାରା ଅଞ୍ଚଳକୁ ଅସ୍ଥିର କରିଦେଇଛି। ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଘଟଣାର ଆଇନୀ ପ୍ରତିଚ୍ଛବି ଏବେ ସମାଜ ଓ ପ୍ରଶାସନକୁ ଗଭୀର ପ୍ରଶ୍ନର ସମ୍ମୁଖୀନ କରିଛି। ଆଇନରେ ଏହି ଘଟଣାର ସ୍ଥାନ କେଉଁଠି? ଭାରତୀୟ ଦଣ୍ଡ ସଂହିତା (IPC) ଅନୁଯାୟୀ, ନବଜାତ ଶିଶୁକୁ ଜନ୍ମ ପରେ ଫିଙ୍ଗିଦେବା କିମ୍ବା ମୃତ୍ୟୁକୁ ନେଇଯାଇଥିବା ଯେକୌଣସି କାର୍ଯ୍ୟ ଗୁରୁତର ଅପରାଧ ଭାବେ ଗଣ୍ୟ। ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ନିମ୍ନଲିଖିତ ଧାରା ଲାଗୁ ହୋଇପାରେ— ଧାରା 302 IPC (ହତ୍ୟା): ଯଦି ଶିଶୁ ଜୀବିତ ଜନ୍ମ ନେଇଥିବା ପ୍ରମାଣିତ ହୁଏ ଓ ଇଚ୍ଛାପୂର୍ଣ୍ଣ ଭାବେ ମୃତ୍ୟୁ କରାଯାଇଥିବା ଥାଏ। ଧାରା 304 IPC (ଅନଇଚ୍ଛାପୂର୍ଣ୍ଣ ହତ୍ୟା): ମୃତ୍ୟୁ ସମ୍ଭାବନା…

Read More

ପ୍ରଶାନ୍ତ ରାଉଳ /କୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ଇକୋ ପାର୍କ ନିକଟରେ ଥିବା ଏକ ବସ୍ତି ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବସ୍ତିଟି ପ୍ରବଳ ଜଳୁଛି। ସ୍ଥାନୀୟ ଲୋକଙ୍କ ଦାବି ଯେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ବାରମ୍ବାର ଘଟୁଛି। ଆଖପାଖ ଅଞ୍ଚଳକୁ ନିଆଁ ବ୍ୟାପିବା ନେଇ ସ୍ଥାନୀୟ ଲୋକମାନେ ଚିନ୍ତିତ। ଘଟଣାସ୍ଥଳକୁ 16ଟି ଦମକଳ ଇଞ୍ଜିନ ଗାଡ଼ି ପହଞ୍ଚି ସାରିଛି। ତଥାପି, ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ବସ୍ତିରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବସ୍ତିରେ ଅତି କମରେ ୨୦୦ କୁଡ଼ିଆ ଅଛି। ରାତି ପ୍ରାୟ 9 ଟା ପରେ ହଠାତ୍ ନିଆଁ ଲାଗିବା ଆରମ୍ଭ ହୋଇଗଲା। ମୁହୂର୍ତ୍ତକ ମଧ୍ୟରେ ସମଗ୍ର ଅଞ୍ଚଳ କଳା ଧୂଆଁରେ ଆଚ୍ଛାଦିତ ହୋଇଗଲା। ଏହା ନଜର ପଡ଼ିବା ମାତ୍ରେ ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବା ଆରମ୍ଭ କଲେ। କିନ୍ତୁ, ସେତେବେଳକୁ ନିଆଁ ଆହୁରି ବ୍ୟାପି…

Read More

Rayagada/ Rabindra nath mohapatro: ରାୟଗଡା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ତରଫରକୁ ଆଞ୍ଚଳିକ ବୈଷମ୍ୟ ନେଇ ଏକ ପ୍ରତିକ ଧାରଣା ଦିଆଯାଇଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲା ବର୍ଷ ବର୍ଷ ଧରି ଅବହେଳ ର ଶିକାର ହୋଇ ଆସିଛି ।ସ୍ବାଧିନତାର 78 ବର୍ଷ ପରେ ବି ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧା ଅପହଞ୍ଚ । ରାଜ୍ୟରେ ପାତର ଅନ୍ତ ନୀତି ଯୋଗୁଁ ରାୟଗଡା , କୋରାପୁଟ , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ଦେଶର ପଛୁଆ ଜିଲ୍ଲା ଭାବେ ନିତୀ ଆୟୋଗ ଗ୍ରହଣ କରିଛି । ଏହି ସମସ୍ୟ କୁ ଲୋକଲୋଚନ କୁ ଆମିବା ପାଇଁ ପ୍ରତିକ 6 ଘଣ୍ଟିଆ ସତ୍ୟାଗ୍ରହ କରାଯାଇଥିଲା ।ବାଇ୍-01 ଗୌର ଚନ୍ଦ୍ର ତ୍ରିପାଠୀ , ଦଣ୍ଡକାରଣ୍ୟ ବିକାସ ମହାମଞ୍ଚ ଆବାହକ

Read More

rabindra nath mohapatro/ Rayagada: ଚାଷୀଙ୍କୁ ଟୋକେନ ପ୍ରଦାନରେ ଅବ୍ୟବସ୍ଥା କୁ ନେଇ ଖରିଫ ଋତୁ ୨୦୨୫-୨୬ ଧାନ ମଣ୍ଡି ଉଦଘାଟନ କୁ ବିରୋଧ କରିଛନ୍ତି ଚାଷୀ I ଆଜି ରାୟଗଡା ନିୟନ୍ତ୍ରିତ ବଜାର କମିଟି ପରିସରରେ ଉଦଘାଟନ ହେବାକୁ ଥିବା ମଣ୍ଡିକୁ ଉଦଘାଟନ କରିବାକୁ ଆସିଥିବା ଅଧିକାରୀଙ୍କୁ ତୀବ୍ର ବିରୋଧ କରିଥିଲେ ଚାଷୀ I ଆଜି ମଣ୍ଡି ଉଦଘାଟନ ପାଇଁ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଆର ଏମ ସି ସମ୍ପାଦକ କସ୍ତୁରୀ ରାଜୁ, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ ଓ ଡି ଆର ସି ଏସ ଜନ୍ମେଜୟ ମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ମଣ୍ଡି ଉଦଘାଟନ କରିବାକୁ ଚାଷୀ ସେମାନଙ୍କ ସମସ୍ୟା ସମାଧାନ ନ ହେବା ଯାଏଁ ଉଦଘାଟନ ବନ୍ଦ କରିବାକୁ ଦାବି କରିଥିଲେ I ଚଳିତ ବର୍ଷ ଜଳ ସେଚିତ ଜମିରେ ୧୯ କୁଇଣ୍ଟାଲ ଧାନ ପାଇଁ ଟୋକେନ ଆସୁଛି ଓ ଅଣ ଜଳସେଚିତ…

Read More

ଉଦଳା: (ରାଜୀବ କୁମାର ବେହେରା) -କୋଟି ବ୍ରହ୍ମାଣ୍ଡର ମଉଡ଼ମଣି, ଭାବର ଠାକୁର କାଳିଆ—ଶ୍ରୀଜଗନ୍ନାଥ ଭକ୍ତଙ୍କ ହୃଦୟରେ ବସିଥିବା ଏକ ଅଦ୍ଭୁତ ଆସ୍ଥାର ନାମ। ଆଖିରେ ଦେଖାଯାଉ କି ନ ଦେଖାଯାଉ, ଭାବରେ ଦେଖାଦେଉଥିବା ଏହି ଠାକୁରଙ୍କୁ ନିଜ ଶିଳ୍ପରେ ସୂକ୍ଷ୍ମତମ ରୂପ ଦେଇ ବିଶ୍ୱମଞ୍ଚରେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି ଉଦଳାର ଯୁବ ଶିଳ୍ପୀ ତୁଷାର ମହାନ୍ତି। ମୟୂରଭଞ୍ଜ ଜିଲ୍ଲା, ସିମିଳିପାଳ ପାଦଦେଶରେ ଅବସ୍ଥିତ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ମେଣ୍ଢାଖାଇ ୮ ନମ୍ବର ୱାର୍ଡ—ଏହି ସାଧାରଣ ଅଞ୍ଚଳରୁ ଜନ୍ମ ନେଇଥିବା ତୁଷାର ଆଜି ଅସାଧାରଣ ସାଧନାର ପରିଚୟ। ସ୍ୱର୍ଗତ ବିରଞ୍ଚି ନାରାୟଣ ମହାନ୍ତିଙ୍କ ପୁତ୍ର ତୁଷାର ଛୋଟବୟସରୁ କଳାପ୍ରତି ଆକୃଷ୍ଟ। ତାଙ୍କର ବଡ଼ବାପା, ସ୍ୱର୍ଗତ ରବି ନାରାୟଣ ମହାନ୍ତି—ଜଣେ ପ୍ରତିଷ୍ଠିତ ମୂର୍ତ୍ତିକାର—ଙ୍କ ଆଦର୍ଶ ଓ ହସ୍ତଶିଳ୍ପର ଶିକ୍ଷା ତୁଷାରଙ୍କ ଜୀବନପଥକୁ ନିର୍ଦ୍ଦେଶ କରିଥିଲା। ୨୦୧୫ ମସିହାରୁ ନିମ୍ବ କାଠକୁ ମାଧ୍ୟମ କରି ତୁଷାର ଗୋଟିଏ ପରେ ଗୋଟିଏ ସୁନ୍ଦର ଶ୍ରୀଜଗନ୍ନାଥ, ବଳଭଦ୍ର,…

Read More

ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର: ରାମନାଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନିକିଆ ଅପପୃଷ୍ଠୀ ମୁକ୍ତ ପଞ୍ଚାୟତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ଆଜି ସକାଳ 10 30 ରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଜାରି ରହିଥିଲା। ବିଡ଼ିଓ ଙ୍କ ନିର୍ଦ୍ଧେଶ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମାଷ୍ଟର ଟ୍ରେନର ଭାବରେ gpdo ପଦ୍ମନ ସହୁ, ଶିକ୍ଷକ ରମେଶ ଚନ୍ଦ୍ର ମିଶ୍ର, ସୁପର ଭାଇଜର ସୁବୁଦ୍ଧି ଶବର,ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ,ସେହିପରି bpc ଅଜିତ କୁମାର ଚୌଧିରି ,bpc ସହଯୋଗ କରିଥିଲେ।ଏହି ଦିନିକିଆ ତାଲିମ ଶିବିର ରେ ସମସ୍ତ ଜୀପି ର ୱାର୍ଡ ମେମ୍ବର,anm,icds ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ,ଆଶା,crp,mbk ଥିବା ବେଳେ ପାରିକ୍ଷୀତି,ନିଲାମଗୁଡ଼ା,ପେନେକାମ୍ ଓ ସୁଣ୍ଡି ଢ଼ାମୁନି ସମିତି ସଭ୍ୟ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ। ତେବେ ଅପାପୃଷ୍ଠି ର ଶିକାର ଜଣେ…

Read More

ରାୟଗଡ଼ା / ରବିନ୍ଦ୍ର ନାଥ ମହାପାତ୍ର : ରାୟଗଡ଼ା ଜିଲ୍ଲା ର ଗଣ ପର୍ବ ଚଇତି ସାଂସ୍କୃତିକ ମହୋତ୍ସବ ପାଳନ ଅବସରରେ ଗୁଣପୁର ବ୍ଲକ ଅଫିସ ପଡ଼ିଆରେ ଆୟୋଜିତ ଚଇତି ଟେପ ଏଣ୍ଡ ହିଟ ଭଲିବଲ ପ୍ରତିଯୋଗିତାରେ ଗୁଣପୁର ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ଦଳ ବିକ୍ରମପୁର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କୁ ପରାସ୍ତ କରି ଚମ୍ପିୟାନ ହୋଇଛି। ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନା ପ୍ରଥମେ ମ୍ୟାଚରେ ଏକଲବ୍ୟ ଦଳ ୨୫-୧୯ ପଏଣ୍ଟରେ ବିଜୟ ହାସଲ କରିଥିଲେ। ଦ୍ବିତୀୟ ମ୍ୟାଚରେ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ଦଳ ସୁନ୍ଦର ଭାବରେ ଖେଳି ୨୫-୧୫ ପଏଣ୍ଟରେ ବିଜୟ ହୋଇ ସ୍ଥିତି ବରାବର କରିଥିଲା। ଚୂଡ଼ାନ୍ତ ତୃତୀୟ ମ୍ୟାଚରେ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ଦଳ ବିକ୍ରମପୁର ଏକଲବ୍ୟ ଦଳକୁ ୧୫-୧୦ ସ୍କୋରରେ ପରାସ୍ତ କରି ଚାମ୍ପିୟାନ ହୋଇଥିଲେ। ପୂର୍ବରୁ ଅନୁଷ୍ଠିତ ସେମିଫାଇନଲ ମ୍ୟାଚରେ ଏକଲବ୍ୟ ଦଳ ଗାନ୍ଧୀ ପବ୍ଲିକ ସ୍କୁଲ ଏବଂ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ଦଳ ଭାରସିଂ…

Read More

ତାରିଖ ୧୬-୧୨-୧୦୨୫ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ଭାରତୀୟ ଜଳସୀମାରେ ପ୍ରବେଶ କରି କାକଦ୍ୱୀପର ମତ୍ସ୍ୟଜୀବୀଙ୍କ ଟ୍ରଲରକୁ ଧକ୍କା ମାରିଥିଲା ବାଂଲାଦେଶ ନୌବାହିନୀର ଏକ ଜାହାଜ! ଟ୍ରଲରରେ ମୋଟ ୧୬ ଜଣ ମତ୍ସ୍ୟଜୀବୀ ଥିଲେ। ଧକ୍କା ଯୋଗୁଁ ଟ୍ରଲରଟି ବୁଡ଼ିଯାଇଥିଲା। ମତ୍ସ୍ୟଜୀବୀମାନେ କୌଣସି ପ୍ରକାରେ ଅଶାନ୍ତ ସମୁଦ୍ରରେ ପହଁରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଶେଷରେ, ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ମଙ୍ଗଳବାର, ସକାଳେ ୧୧ ଜଣଙ୍କୁ ଦକ୍ଷିଣ ୨୪ ପ୍ରଗଣାର ନାମଖାନାର ନାରାୟଣପୁର ଘାଟକୁ ଅଣାଯାଇଥିଲା। ତେବେ, ସେହି ଘଟଣାରେ ୫ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ପାଇଁ ସନ୍ଧାନ ଜାରି ରହିଛି। ସେମାନେ ଜୀବିତ କି? ନା ସେମାନେ ବୁଡ଼ିଯାଇଥିବା ଟ୍ରଲରରେ ଫସି ରହିଛନ୍ତି? ଏହି ପ୍ରଶ୍ନ ଉଠିଛି। ଭାରତୀୟ ତଟରକ୍ଷୀ ବାହିନୀ ଏଦିନ ମଧ୍ୟ ଗଭୀର ସମୁଦ୍ରରେ ଏକ ସନ୍ଧାନ ଅଭିଯାନ ଚଳାଇଛି। ଏଦିନ ନାମଖାନା ଫେରିବା ପରେ ମଧ୍ୟ ଉଦ୍ଧାର ମତ୍ସ୍ୟଜୀବୀଙ୍କ ଆତଙ୍କ କମି…

Read More