ଉଦଳା : (ରାଜୀବ କୁମାର ବେହେରା)ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ସୋଲଗଡ଼ିଆ ଅଞ୍ଚଳରେ ଗତକାଲି ରାତ୍ର ସମୟରେ ଆଇନ-ଶୃଙ୍ଖଳାକୁ ସିଧାସଳଖ ଚ୍ୟାଲେଞ୍ଜ କରି ଏକ ଦୁସ୍ସାହସିକ ଲୁଟ ଘଟଣା ଘଟିଛି। ଶାଳଚୁଆ ସାପ୍ତାହିକ ହାଟ ସାରି ଉଦଳା ଅଭିମୁଖେ ବାଇକ୍ରେ ଫେରୁଥିବା ବେଳେ ହରିଶ ରଣାଙ୍କୁ ୬ ଜଣ ଦୁର୍ବୁତ୍ତ ସୋଲଗଡ଼ିଆ ନିକଟରେ ଅଟକାଇଥିଲେ। ସୂଚନା ଅନୁସାରେ, ଦୁର୍ବୁତ୍ତମାନେ ପୂର୍ବ ଯୋଜନା ଅନୁଯାୟୀ ହଠାତ୍ ବନ୍ଧୁକ ଫୁଟାଇ ଘଟଣାସ୍ଥଳରେ ଭୟଙ୍କର ଆତଙ୍କ ସୃଷ୍ଟି କରିଥିଲେ। ତଦନନ୍ତରେ ବାଇକ୍ଟିକୁ ଅଟକାଇ ପୀଡ଼ିତଙ୍କ ନିକଟରେ ଥିବା ଗହଣା ଭର୍ତ୍ତି ବ୍ୟାଗ ଛିନି ନେଇ ସେମାନେ ମହୁର୍ତ୍ତ ମଧ୍ୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଅଞ୍ଚଳ ଜୁଡ଼ା ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ପୀଡ଼ିତ ହରିଶ ରଣାଙ୍କ କହିବା ଅନୁସାରେ, ଲୁଟ ହୋଇଥିବା ଗହଣାର ମୂଲ୍ୟ ଆନୁମାନିକ ୩ ରୁ ୪ ଲକ୍ଷ ଟଙ୍କା। ଘଟଣା ପରେ ସେ କପ୍ତିପଦା…
Author: Charcha News
ଉଦଳା : (ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନ ନୁଦଡିହା ଗ୍ରାମ ପଞ୍ଚାୟତର ସର୍ବଣା ନିକଟ ନର୍ସରୀ ସାହିରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଯେଉଁ ଘଟଣା ସମଗ୍ର ଅଞ୍ଚଳକୁ ଗଭୀର ଭାବେ ଆନ୍ଦୋଳିତ କରିଛି। ସେଠାରେ ବସବାସ କରୁଥିବା ୩ ଜଣ ବେସାହାରା ଓ ଅନାଥ ନାବାଳକଙ୍କ ଦୁଃଖଦ କଥା ଖବର ମାଧ୍ୟମରେ ପ୍ରସାରିତ ହେବା ପରେ ସମସ୍ତଙ୍କ ମନକୁ ବିଚଳିତ କରିଦେଇଥିଲା। ପ୍ରାପ୍ତ ତଥ୍ୟ ଅନୁସାରେ, ବର୍ଷେ ପୂର୍ବରୁ ସେମାନଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା। ସମ୍ପ୍ରତି ମାଆଙ୍କ ମୃତ୍ୟୁ ପରେ ଅତି ଅଳ୍ପ ସମୟ ମଧ୍ୟରେ ବାପ–ମାଆ ଦୁହେଁକୁ ହାରାଇ ଏହି ତିନି ନାବାଳକ ଗଭୀର ଦୁଃଖ ଓ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହୋଇପଡ଼ିଛନ୍ତି। ଅର୍ଥାଭାବ ହେତୁ ସେମାନେ ମାଆଙ୍କ ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ଅସମର୍ଥ ଥିବା କଥା ଜଣାପଡ଼ିଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ, ସମାଜସେବୀ ରଜନୀ…
ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଏକ ବିଦ୍ୟୁତ୍ ତାର ଚୋରି ଗ୍ୟାଙ୍ଗକୁ ଗିରଫ କରିବାରେ ସକ୍ଷମ ହେବା ସହିତ ଲକ୍ଷାଧିକ ଟଙ୍କାର ଆଲୁମିନିୟମ ବାସନ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ଏନେଇ ଖପ୍ରାଖୋଲ ପୋଲିସ ଗଣମାଧ୍ୟମକୁ ଜବତ ସାମଗ୍ରୀ ଦେଖାଇବା ସହିତ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନେହେଲେ କଣ୍ଟାବାଞ୍ଜି ଥାନା ଅଂଚଳର ଅଶୋକ ମଲ୍ଲିକ(୩୧), ନୃପ ବଗର୍ତ୍ତି(୨୫), ପ୍ରଶାନ୍ତ ବଗର୍ତ୍ତି (୨୭), ଭରତ କୁମ୍ଭାର(୨୪), ମୁକେଶ ନାଏକ(୨୬), ସଞ୍ଜୟ ତାଣ୍ଡି(୨୬)। ଏହା ସହ ଚୋରା ଆଲୁମିନିୟମ ବିଦ୍ୟୁତ୍ ତାର କିଣିବା ଅଭିଯୋଗରେ କଣ୍ଟାବାଞ୍ଜି ଆମପଡାର ବାସନ ଫ୍ୟାକ୍ଟ୍ରି ମାଲିକ ପ୍ରକାଶ ବେହେରା (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସୂଚନାଅନୁସାରେ ୪ ଦିନ ତଳେ ଖପ୍ରାଖୋଲ ଥାନା ବେଲପଡ଼ା ବ୍ଳକ ମାଟିଖାଇ ଗାଁ ନିକଟରେ ଆଲୁମିନିୟମ ବିଦ୍ୟୁତ୍ ତାର ଚୋରି ହୋଇଥିବା ନେଇ ବିଦ୍ୟୁତ୍ ବିଭାଗ ଖପ୍ରାଖୋଲ ଥାନାରେ ଅଭିଯୋଗ…
ପ୍ରଶାନ୍ତ ରାଉଳ/କୋଲକାତା: ଏସ୍ଆଇଆର୍ ଆତଙ୍କରେ ଅନିଲ ସିଂହ ନାମକ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଗୋୟାଲପୋଖର ଥାନା କାମତ ସମ୍ବଲପୁର ଗ୍ରାମରେ ଘଟିଛି। ଖବର ପାଇବା ପରେ ଗୋୟାଲପୋଖର ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଗୋଲାମ ରବାନୀ ମୃତକଙ୍କ ଘରକୁ ଦୌଡ଼ି ଯାଇଥିଲେ। ପରିବାରର ଅଭିଯୋଗ ଯେ ଅନିଲ ସିଂହ ନାମକ ବ୍ୟକ୍ତି ଦୀର୍ଘ ସମୟ ଧରି ଏସ୍ଆଇଆର୍ ଆତଙ୍କରେ ଥିଲେ। ସେ ଘରେ ବସି ତାଙ୍କ ପରିବାର ସଦସ୍ୟଙ୍କୁ କାଗଜପତ୍ର ଦାଖଲ କରିବାକୁ କହୁଥିଲେ। ହଠାତ୍ ଚେୟାରରେ ବସିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଖବର ପାଇବା ପରେ ରାଜ୍ୟ ମନ୍ତ୍ରୀ ଗୋଲାମ ରବାନୀ ମୃତକ ଅନିଲ ସିଂହଙ୍କ ପରିବାରକୁ ଭେଟିବାକୁ ଘରକୁ ଯାଇଥିଲେ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରି ସେ ଏହି ମୃତ୍ୟୁ ପାଇଁ ନିର୍ବାଚନ କମିଶନ ଏବଂ ଶୁଭେନ୍ଦୁ ଅଧିକାରୀଙ୍କୁ…
ଉଦଳା : (ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନ ନୁଦଡିହା ଗ୍ରାମ ପଞ୍ଚାୟତର ସର୍ବଣା ନିକଟ ନର୍ସରୀ ସାହିରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଯେଉଁ ଘଟଣା ସମଗ୍ର ଅଞ୍ଚଳକୁ ଗଭୀର ଭାବେ ଆନ୍ଦୋଳିତ କରିଛି। ସେଠାରେ ବସବାସ କରୁଥିବା ୩ ଜଣ ବେସାହାରା ଓ ଅନାଥ ନାବାଳକଙ୍କ ଦୁଃଖଦ କଥା ଖବର ମାଧ୍ୟମରେ ପ୍ରସାରିତ ହେବା ପରେ ସମସ୍ତଙ୍କ ମନକୁ ବିଚଳିତ କରିଦେଇଥିଲା। ପ୍ରାପ୍ତ ତଥ୍ୟ ଅନୁସାରେ, ବର୍ଷେ ପୂର୍ବରୁ ସେମାନଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା। ସମ୍ପ୍ରତି ମାଆଙ୍କ ମୃତ୍ୟୁ ପରେ ଅତି ଅଳ୍ପ ସମୟ ମଧ୍ୟରେ ବାପ–ମାଆ ଦୁହେଁକୁ ହାରାଇ ଏହି ତିନି ନାବାଳକ ଗଭୀର ଦୁଃଖ ଓ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହୋଇପଡ଼ିଛନ୍ତି। ଅର୍ଥାଭାବ ହେତୁ ସେମାନେ ମାଆଙ୍କ ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ଅସମର୍ଥ ଥିବା କଥା ଜଣାପଡ଼ିଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ, ସମାଜସେବୀ ରଜନୀ…
ଉଦଳା – (ରାଜୀବ କୁମାର ବେହେରା) – ଉଦଳା–ଦୁଗୁଧା–କୁଣ୍ଡାବାଇକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କଲୋଣି ସାହି ନିକଟ ରାସ୍ତାକଡ଼ରୁ ଗୁରୁବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ଘଟଣା ସମ୍ବନ୍ଧରେ ସୂଚନା ପାଇ ଉଦଳା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ମହିଳାଙ୍କର କୌଣସି ନିଜ ଆତ୍ମୀୟ ନଥିଲେ। ସେ ନାଗପାଳ ଅଞ୍ଚଳରେ ଅନ୍ୟମାନଙ୍କ ଘରେ ବାସନ ମାଜି ଜୀବିକା ନିର୍ବାହ କରୁଥିଲେ। ଗତକାଲି ନିଜର ଜଣେ ଦୂର ସମ୍ପର୍କୀୟଙ୍କ ଅସୁସ୍ଥତାର ଖବର ପାଇ ସେ ଘରକୁ ଯାଇଥିବା ବେଳେ, ରାତିରେ ଫେରୁଥିବା ସମୟରେ ଘରେ ପହଞ୍ଚି ପାରିନଥିବା ସୂଚନା ମିଳିଛି। ଆଜି ସକାଳେ ମର୍ନିଙ୍ଗ ୱାକରେ ବାହାରିଥିବା କିଛି ଲୋକ ରାସ୍ତା ପାର୍ଶ୍ୱରେ ଜଣେ ମହିଳା ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି।…
ଉଦଳା, (ରାଜୀବ କୁମାର ବେହେରା):ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡ ସ୍ତରୀୟ ଉଦଳା ଧୁମସା ମହୋତ୍ସବ ଅବସରରେ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଥମଥର ପାଇଁ ‘ମିସ୍ ଉଦଳା’ ଫ୍ୟାଶନ୍ ସୋ’ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉଦଳା ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ଧୁମସା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମଧ୍ୟରେ ଭାରି ଆକର୍ଷଣ ସୃଷ୍ଟି କରିଥିଲା। ଏହି ଫ୍ୟାଶନ୍ ସୋ’ରେ ସମୁଦାୟ ୧୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ, ନନ୍ଦିନୀ ଗୁପ୍ତା ସମସ୍ତଙ୍କୁ ପଛେଇ ଦେଇ ପ୍ରଥମ ସ୍ଥାନ ଅଧିକାର କରି ‘ମିସ୍ ଉଦଳା’ ମୁକୁଟ ହାସଲ କରିଥିଲେ। ନନ୍ଦିନୀ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି। ବିଜୟୀ ନନ୍ଦିନୀଙ୍କୁ ମଞ୍ଚରେ ‘ମିସ୍ ଉଦଳା’ କ୍ରାଉନ୍, ୫,୦୦୦ ଟଙ୍କା ନଗଦ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଜୟ ପରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ନନ୍ଦିନୀଙ୍କୁ…
ଉଦଳା – (ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ମାଙ୍କଡା ପଥର ମାଫିଆଙ୍କ ଆତଙ୍କ ଦିନକୁ ଦିନ ବଢ଼ୁଥିବା ବେଳେ, ଗତକାଲି ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସୂଚନା ଅନୁସାରେ, ଗତ ଅକ୍ଟୋବର ମାସରେ ବନବିଭାଗ OD-01L-7700 ନମ୍ବର ବିଶିଷ୍ଟ “ଅଭିରାମ” ଲେଖା ଥିବା ଏକ ଟାଟା 407 ମାଙ୍କଡା ପଥର ଚାଲାଣ ଗାଡ଼ିକୁ ଜବଦ କରିଥିଲା। ଏହା ପରେ ଉକ୍ତ ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଆରୋପ କରାଯାଇଥିଲା।ଏହି ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ମାଫିଆମାନେ ସୁଯୋଗ ଖୋଜୁଥିବା ବେଳେ, ଗତକାଲି ବିଳମ୍ବିତ ରାତ୍ରିରେ ଉଦଳା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ବନବିଭାଗର ଜଣେ ପାରା ଫରେଷ୍ଟର ଅନନ୍ତ ନାରାୟଣ ଚୌଧୁରୀ ଙ୍କ ଉପରେ ଅତର୍କିତ ଭାବେ ମରଣାତ୍ମକ ଆକ୍ରମଣ କରାଯାଇଥିଲା।ତିନିଜଣ ମାଫିଆ ପିଛା କରି ଏକାକୀ ପାଇ ଉକ୍ତ ବନ କର୍ମଚାରୀଙ୍କୁ ଲହୁଲୁହାଣ କରିଥିବା ବେଳେ,…
ଉଦଳା: (ରାଜୀବ କୁମାର ବେହେରା )- ଉଦଳା ଆହାର କେନ୍ଦ୍ରର ଟିକେଟ କାଉଣ୍ଟରରୁ ମନିପର୍ସ ଚୋରୀ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କେହି ଜଣେ ଅଚିହ୍ନା ଯୁବକ ଖାଦ୍ୟ ଖାଇବା ନିମିତ୍ତରେ ଆହାର କେନ୍ଦ୍ରକୁ ଆସିଥିଲେ। ସେ କାଉଣ୍ଟରରେ କେହି ନଥିବା ଦେଖି ବାହାର ପଟୁ ହାତ ବଢ଼ାଇ ଆହାର କେନ୍ଦ୍ରର କାର୍ଯ୍ୟରତ ଷ୍ଟାଫ ପୁଷ୍ପପିତା ବେହେରାଙ୍କ ମନିପର୍ସଟି ନେଇ ପଳାଇଯାଇଥିଲେ।ଘଟଣା ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ଆହାର କେନ୍ଦ୍ରରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ସୂଚନା ରୁ ଉକ୍ତ ମୋନିପୋର୍ସ ରେ ୫୦୦୦ ଟଙ୍କା ଏବଂ ଦୁଇ ଗୋଟି ATM କାର୍ଡ ଥିବା ସୂଚନା ମିଳିଛି l ଘଟଣା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତୁରନ୍ତ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସୂତ୍ର ମିଳିନଥିବାରୁ, ଶେଷରେ ପୀଡିତାଙ୍କ ପକ୍ଷରୁ ଉଦଳା ଥାନାରେ ଏକ ଲିଖିତ…








