ତାରିଖ ୧୫-୧୨-୧୦୨୫ସାମ୍ବାଦିକ : ରାଜୀବ କୁମାର ବେହେରା ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବନବିଭାଗ ଅଧୀନ ପୋଡାଡିହା ରେଞ୍ଜ ଅନ୍ତର୍ଗତ ଗଣ୍ଡିଧର କୁସୁନପୁର ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ପୋଡାଡିହା ଗଣ୍ଡିଧର ଟିଆଖାଇ କୁସୁନପୁର ଗ୍ରାମର ନୀଳକଣ୍ଠ ପାଣିହାରୀଆ ସକାଳ ଭୋର ସମୟରେ ଘର ନିକଟରେ ହେଉଥିବା ଶବ୍ଦ ଶୁଣି ଅନ୍ଧାର ରେ ବାହାରକୁ ଯାଇଥିଲେ। ସେହି ସମୟରେ ଘର ପାଖରେ ଧାନ ଖାଉଥିବା ଏକ ଜଙ୍ଗଲୀ ହାତୀ ସାମ୍ନାରେ ଅନ୍ଧାର ଥିବାରୁ ଜାଣି ନପାରି ସାମ୍ନାରେ ପଡ଼ିଯାଇଥିଲେ। ହଠାତ୍ ହାତୀ ଆକ୍ରମଣ କରି ନୀଳକଣ୍ଠଙ୍କୁ ଶୁଣ୍ଢ ଦ୍ୱାରା ଟେକି କିଛିବାଟ ଫିଙ୍ଗି ଦେଇଥିଲା। ଆକ୍ରମଣରେ ସେ ଘର ନିକଟରେ ଥିବା ଏକ ନାଳରେ ପଡ଼ିଯାଇଥିଲେ। ଉଠିବାକୁ ଚେଷ୍ଟା କରୁଥିବା ବେଳେ ହାତୀ…
Author: Charcha News
ତାରିଖ ୧୫-୧୨-୧୦୨୫ସାମ୍ବାଦିକ ରାଜୀବ କୁମାର ବେହେରା ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ–୧୯ ର ଉଦଳା–ବାରିପଦା ମୁଖ୍ୟ ରାସ୍ତାର ପାଟପୁର ନିକଟରେ ରାତ୍ର ସମୟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବାରିପଦା ଆଡ଼ୁ ଉଦଳାକୁ ଆସୁଥିବା ବେଳେ ଏହି ବାଇକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି। ଗୁରୁତର ଆହତ ବାଇକ ଚାଳକ ହେଲେ ଉଦଳା ତହସିଲ ଅଫିସର କର୍ମଚାରୀ ୩୫ ବର୍ଷୀୟ ମନୋଜ କୁମାର ଜେନା, ପିତା—ଭାସ୍କର ଚନ୍ଦ୍ର ଜେନା, ୱାର୍ଡ ନମ୍ବର–୧୧ ବୋଲି ସୂଚନା ମିଳିଛି। ତାଙ୍କୁ ପ୍ରଥମେ ଉଦଳା ଉପଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଅଧିକ…
ତାରିଖ – ୧୫-୧୨-୧୦୨୫ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦିନିକିଆ ରାୟଗଡ଼ା ଜିଲ୍ଲା ଗ୍ରସ୍ତ। ଆଜି ସକାଳ ଦିନ ୧୨ଟା୩୫ରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରୀ ଟ୍ରେନ ର ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ଯୋଜନାରେ ୭୭୫ ଜଣ ତୀର୍ଥ ଯାତ୍ରୀ ଦକ୍ଷିଣ ଭାରତ ର ରାମେଶ୍ବର ଓ ମଦୁରାଇ ଗ୍ରସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିବେ। ୬ଟି ଜିଲ୍ଲାର କୋରାପୁଟ୍, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲା କୁ ଆସି ଏକ ସ୍ବତନ୍ତ୍ର ଟ୍ରେନ୍ ମାଧ୍ୟମରେ ଯାତ୍ରା କରିଥିଲେ। ଏଥିରେ ୨୫ ଜଣ ଏକ୍ସକର୍ଟ ରହି ସମସ୍ତ ଯାତ୍ରୀ ଙ୍କୁ ସାହାଯ୍ୟ କରିବେ।ଏହି ଅବସରରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଆଉ ସେ କହିଥିଲେ ଅନେକ ବରିଷ୍ଠ ନାଗରିକ ମାନେ ଆର୍ଥିକ ପରିସ୍ଥିତି,ସହ ଅନେକ ଅସୁବିଧା ଲାଗି ତୀର୍ଥ ଯିବା ପାଇଁ ବଞ୍ଚିତ ହେଉଛନ୍ତି।ଏଣୁ ଏଥିରେ ଆମ ସରକାର…
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ଜଲପାଇଗୁଡ଼ି ଜିଲ୍ଲାର ଧୂପଗୁଡ଼ି-ଫଲକାଟା ରାସ୍ତାରୁ ଗାଡୋଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ପ୍ରାୟ ଏକ ଦଶନ୍ଧି ଧରି ଖରାପ ଥିଲା। ରାସ୍ତାର ପିଚୁ ଉଠିଯାଇଥିଲା। ଅନେକ ଛୋଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା। ବର୍ଷା ଋତୁରେ, ରାସ୍ତାରେ ପାଣି ଜମା ହେଲେ, କଷ୍ଟ ଆହୁରି ବଢ଼ିଯାଉଥିଲା। ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଏବଂ ଗର୍ଭବତୀ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘକାଳୀନ ଅଭିଯୋଗକୁ ପୂରଣ କରିବା ପାଇଁ, ଜିଲ୍ଲା ପ୍ରଶାସନ ଏବେ ଏହି ରାସ୍ତାକୁ ନବୀକରଣ କରିବାରେ ତତ୍ପିର ହୋଇଥିଲେ। ପ୍ରାୟ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଏହି ସାଢ଼େ ନଅ କିଲୋମିଟର ରାସ୍ତାକୁ ନବୀକରଣ କରାଯାଇଛି। ଏହି କାମ ମାତ୍ର ଚାରି ମାସରେ ସମାପ୍ତ ହୋଇଛି। ସବୁଦିନ ପରି, ଗାଡୋଙ୍ଗ ଏବଂ ଆଖପାଖ ଗାଁରେ ଖୁସିର ପରିବେଶ ରହିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ,…
ସାମ୍ବାଦିକ ରାଜୀବ କୁମାର ବେହେରା ମୟୁରଭଞ୍ଜ : ବରହମପୁର ଥାନା ଅଧୀନ ଜାମୁନା କଇଁମ ହୁଡ଼ି ଗ୍ରାମରେ ଏକ ଅଭାବନୀୟ ଓ ମର୍ମନ୍ତୁଦ ଘଟଣା ଘଟିଯାଇଛି। ଗାଁରୁ ହଜି ଯାଇଥିବା ଗାଇ ଖୋଜିବା ପାଇଁ ତିନିଜଣ ଗ୍ରାମବାସୀ ଜଙ୍ଗଲ ଭିତରକୁ ଯାଇଥିବା ବେଳେ, ହଠାତ୍ ବୁଦା ଭିତରୁ ଏକ ଜଙ୍ଗଲୀ ମଇଁଷି ବାହାରି ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଆକ୍ରମଣ ସମୟରେ ଦୁଇଜଣ କଷ୍ଟକର ଭାବେ ଜୀବନ ବଞ୍ଚାଇ ଦୌଡ଼ି ପଳାଇଯିବାରେ ସଫଳ ହୋଇଥିବା ବେଳେ, କଇଁମ ହୁଡ଼ି ଅଞ୍ଚଳର ମକରା ସୋରେନ ଜଙ୍ଗଲୀ ମଇଁଷିର ଆକ୍ରମଣର ଶିକାର ହୋଇଥିଲେ। ଜଙ୍ଗଲୀ ମଇଁଷିଟି ତାଙ୍କ ପେଟରେ ସିଙ୍ଗ ଦ୍ୱାରା ଭୁସି ଦେଇ ତାଙ୍କୁ ଗୁରୁତର ଆହତ କରିଥିଲା। ଘଟଣା ପରେ ସଙ୍ଗେସଙ୍ଗେ ଗ୍ରାମବାସୀ ଓ ପରିବାର ଲୋକେ ମକରା ସୋରେନଙ୍କୁ ଏକ ଅଟୋ ର ସହାୟତାରେ ଉଦଳା ଡାକ୍ତରଖାନାକୁ ନେଇଯାଉଥିବା ବେଳେ, ମଧ୍ୟରାସ୍ତାରେ ଏକ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ…
ସାମ୍ବାଦିକ ରାଜୀବ କୁମାର ବେହେରା ମୟୁରଭଞ୍ଜ : ବାପା ଓ ମାଆ—ଜୀବନର ସବୁଠାରୁ ବଡ଼ ସାହାରା। କିନ୍ତୁ ସେହି ସାହାରା ଯେତେବେଳେ ଏକ ପରେ ଏକ ଚାଲିଯାଏ, ସେତେବେଳେ ଜୀବନ ଅନ୍ଧାର ହୋଇଯାଏ। ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ନୁଦଡିହା ନର୍ସରୀ ସାହି ଅଞ୍ଚଳରେ। ବାପାଙ୍କ ମୃତ୍ୟୁ ପରେ ଏଯାବତ୍ ବର୍ଷେ ମଧ୍ୟ ପୂରା ହୋଇନଥିବାବେଳେ, ଅର୍ଥାଭାବ ହେତୁ ଚିକିତ୍ସା ନପାଇ ମାଆଙ୍କ ମଧ୍ୟ ଜୀବନ ଚାଲିଗଲା। ଆଜିକୁ କେବଳ କିଛି ଦିନ ପୂର୍ବରୁ ମାଆଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ପରିବାରଟି ମୁରବି ଶୂନ୍ୟ ହୋଇପଡ଼ିଛି, ବାପା ମାଆ ଛେଉଣ୍ଡ ହୋଇଛନ୍ତି ୩ ଅନାଥ ନାବାଳକ। ଭଙ୍ଗା ଦଦରା ଘର ଭିତରେ ଏବେ ରହୁଛନ୍ତି ତିନି ଜଣ ନାବାଳକ ଶିଶୁ। ନାହିଁ ନିଶ୍ଚିତ ଖାଦ୍ୟ, ନାହିଁ ପିନ୍ଧିବାକୁ ଭଲ କପଡ଼ା, ନାହିଁ ଶିକ୍ଷାର ସୁରକ୍ଷା। ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ଉପବାସ—ଏମିତି ଭାବେ ଚାଲିଛି…
ସାମ୍ବାଦିକ : ରାଜୀବ କୁମାର ବେହେରା ମୟୁରଭଞ୍ଜ : ଉଦଳା ବ୍ଲକ ଅଧୀନ ଭୀମତାଳି ଗ୍ରାମର ପରିଚିତ ସମାଜସେବୀ ତଥା ଉଦଳା ବ୍ଲକ ଉପାଧ୍ୟକ୍ଷ ରଜନୀ ଦାସଙ୍କ ପିତା ଯୋଗେନ୍ଦ୍ର ଦାସଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି ଶ୍ରୀ ଦାସ ଗତ କିଛି ମାସ ଧରି ଶରୀର ଅସୁସ୍ଥତାରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଛାତିରେ ଯନ୍ତ୍ରଣା ପାଇଁ ଦୀର୍ଘ ସମୟ ଧରି ସେ ଚିକିତ୍ସା ନେଉଥିଲେ। ତେବେ ଗତକାଲି ବିଳମ୍ବିତ ରାତ୍ରି ସମୟରେ ତାଙ୍କର ଦୁଃଖଦ ଦେହାନ୍ତ ଘଟିଛି । ପୂର୍ବରୁ ଯୋଗେନ୍ଦ୍ର ସ୍ତ୍ରୀ ଅଫେରା ରାଇଜକୁ ଚାଲି ଯାଇ ଥିଲେ ଆଉ ଏବେ ନିଜେ ଶବ ହୋଇ ନିରବି ହୋଇ ଗଲେ l ଆଜି ସକାଳ ପ୍ରାୟ ୧୦ଟା ସମୟରେ ତାଙ୍କର ମୃତଦେହ ଗ୍ରାମକୁ ଆଣାଯାଇଥିଲା। ସେ ଜଣେ ମିଷ୍ଟ ଭାସି ସରଳ ପ୍ରଭାବର ମଣିଷ ଥିଲେ, ତଥା ଭୀମତାଳି ଗ୍ରାମର…
ପ୍ରଶାନ୍ତ ରାଉଳ/ କୋଲକାତା: ଲିଓନେଲ ମେସି କୋଲକତା ସହରରେ ପହଞ୍ଚିଛନ୍ତି। ଶୁକ୍ରବାର ରାତି ୨ଟା ୩୦ ସମୟରେ ସେ କୋଲକାତାରେ ପାଦ ରଖିଲେ। ପ୍ରାୟ ୧୪ ବର୍ଷ ପରେ ଭାରତରେ ମେସିଙ୍କ ଆଗମନ। ମେସି ବିମାନବନ୍ଦରରୁ ବାହାରକୁ ଆସିବା ମାତ୍ରେ ସମର୍ଥକଙ୍କ ଏକ ବିରାଟ ଭିଡ଼ ଦେଖିବାକୁ ମିଳିଥିଲା। ସମର୍ଥକଙ୍କ ଚିତ୍କାର ଏବଂ ଜୟଧ୍ୱନିରେ ବିମାନବନ୍ଦର ପରିସର ଗୁଞ୍ଜରିତ ହୋଇଉଠିଥିଲା। ମେସିଙ୍କୁ ସ୍ୱାଗତ କରିବା ପାଇଁ ଅନେକ ସମର୍ଥକ ବିମାନବନ୍ଦର ସମ୍ମୁଖରେ ପୂର୍ବରୁ ଏକତ୍ରିତ ହୋଇସାରିଥିଲେ। ସେମାନେ ଉତ୍ସାହରେ ଭାରତ ଏବଂ ଆର୍ଜେଣ୍ଟିନାର ପତାକା ହାତରେ ଧରିଥିଲେ। ସେଲ୍ଫି ଏବଂ ଭିଡିଓ ମଧ୍ୟ ଉଠାଯାଉଥିଲା। ଜାଣିବାକୁ ମିଳିଛି ଯେ ମେସିଙ୍କ ବ୍ୟତୀତ ଇଣ୍ଟର ମିଆମି ଦଳର ସାଥୀ, ପ୍ରିୟ ବନ୍ଧୁ ଏବଂ ଉରୁଗୁଏ ଫୁଟବଲ ଖେଳାଳି ଲୁଇସ୍ ସୁଆରଜେନ୍ସି ଫୁଟବଲ ଖେଳାଳି ରୋଡ୍ରିଗୋ ଡି ପଲ କୋଲକାତା ଆସିଛନ୍ତି। ଶାହରୁଖ ଖାନ ମଧ୍ୟ ସେଠାରେ ଅଛନ୍ତି। ଯଦିଓ ଶାହରୁଖ ଏବଂ ମେସି…
ପ୍ରଶାନ୍ତ ରାଉଳ /କୋଲକାତା: କୋଲକାତା, ଭାରତୀୟ ଫୁଟବଲର ମକ୍କା। ଏବଂ ସେହି କୋଲକାତାରେ, ମେସିଙ୍କ କାର୍ଯ୍ୟକ୍ରମରେ ଏକ ଅପ୍ରୀତିକର ଘଟଣା ଘଟିଗଲା। ଯୁବ ଭାରତୀରେ ତାଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ହୋଇଥିବାର ଜାଣିବାକୁ ମିଳିଛି। ଏବଂ ସେଥିପାଇଁ ମେସି ନିର୍ଦ୍ଧାରିତ ସମୟ ପୂର୍ବରୁ ଯୁବ ଭାରତୀ ଛାଡିଲେ! ମେସିଙ୍କୁ ଯେଉଁ ସ୍ୱାଗତ କରାଯିବା କଥା ଥିଲା, ତାହା ପୂର୍ବରୁ ମେସି ପଡ଼ିଆ ଛାଡି ଦେଲେ। କାର୍ଯ୍ୟସୂଚୀ ଅନୁସାରେ ମେସି ଯୁବ ଭାରତୀ ଛାଡିବା କଥା ହେବାର ବହୁତ ପୂର୍ବରୁ ଆର୍ଜେଣ୍ଟିନା ବିଶ୍ୱକପ୍ ଖେଳାଳି ଲୁଇସ ସୁଆରେଜ୍ ଏବଂ ରୋଡ୍ରିଗୋ ଡି ପଲଙ୍କ ସହିତ ଯୁବ ଭାରତୀ ଛାଡିଲେ।ମେସି ପଡ଼ିଆ ଛାଡିବା ସମୟରେ ହଜାର ହଜାର ‘ଭକ୍ତ’ ‘ଭଗବାନ’ଙ୍କୁ ଦେଖିବାରୁ ବଞ୍ଚିତ ହେଲେ। ଏବଂ ମେସିଙ୍କୁ ଦେଖି ନପାରିବା ଯୁବ ଭାରତୀ ଦର୍ଶକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିଲା। ଫ୍ଲେକ୍ସ ଏବଂ ବ୍ୟାନର ଚିରି ଦିଆଗଲା। ଷ୍ଟାଣ୍ଡରୁ ପଡ଼ିଆ ଉପରକୁ ପାଣି ବୋତଲ ଫିଙ୍ଗାଗଲା।…








