BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ବିଷମକଟକ ରେଳ ଷ୍ଟେସନ ମାଷ୍ଟର ଙ୍କୁ ନାଗରିକ ମଞ୍ଚ ତରଫରୁ ଏକ ଦାବିପତ୍ର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନ ବୈଷ୍ଣବ ଙ୍କୁ ଉଦ୍ଧେଶ୍ୟ ରେ ପ୍ରଦାନ କରାଯାଇଛି।ଏଥିରେ ଦୂତଗ୍ରାମି ଟ୍ରେନ ରହଣି ପାଇଁ ଦାବି କରିଛନ୍ତି ଟ୍ରେନ ନଂ ୧୮୪୦୭ କୋରାପୁଟ ଠାରୁ ପୁରୀ ଟ୍ରେନ ନଂ ୧୮୫୧୫ କରବା ଟ୍ରେନ ନଂ ୧୨୮୦୮ ସମତା,୧୮୦୦୫ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବି କରିଛନ୍ତି।ସେହିପରି ନୂତନ ରେଳ ଲାଇନ ଗୋପାଳପୁର – ରାୟଗଡ଼ା ନୂତନ ଟ୍ରକ୍ କୁ ବିଷମକଟକ କିମ୍ବା ମୁନିଗୁଡ଼ା ଠାରେ ମିଶିବା ପାଇଁ ଦାବି କରିଛନ୍ତି। ଉକ୍ତ ଦୂତଗ୍ରାମି ଟ୍ରେନ ରହଣି ନ କରିଲେ ଆସନ୍ତା ଜୁନ୍ ମାସ ୧୫ ତାରିଖରେ ବିଷମକଟକ ରେଳ ଷ୍ଟେସନ ରେଳ ରୋକ କରିବାକୁ ବାଧ୍ୟ ହେବେ ବୋଲି ନାଗରିକ ମଞ୍ଚ ସଭାପତି ଗୋପାଳ କୃଷ୍ଣ ପଟ୍ଟନାୟକ,ଏହି ସମୟ ରେ ମକରଧ୍ବଜ ଉତ୍ତରାସିଲି,ବାବୁଜୀ ପଟ୍ଟନାୟକ,…
Author: Charcha News
BY-ରାଜୀବ କୁମାର ବେହେରା ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଅଧୀନ ବୈରାଟପୁର ଗ୍ରାମରେ ଗାଁ ଭିତରେ ଏକ ବିଶାଳକାୟ ଭାଲୁ ପ୍ରବେଶ କରି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରିଛି। ସ୍ଥାନୀୟ ସୂଚନା ଅନୁସାରେ, ସଞ୍ଜ ସମୟରେ ନଦୀ ପଟୁ ଗାଁ ଭିତରକୁ ପ୍ରବେଶ କରିଥିବା ଭାଲୁଟି ରାତି ତମାମ ଗାଁ ଦାଣ୍ଡ, ମନ୍ଦିର ଛକ ଏବଂ ପାଖ ଅଞ୍ଚଳରେ ଚଲାବୁଲା କରିଥିଲା। ଏହି ସମୟରେ କୁକୁରମାନେ ଭୁକିବାରୁ ଲୋକେ ସଚେତନ ହୋଇ ନିଜ ଘର ଭିତରେ ରହିଥିଲେ। ଭାଲୁ ଗାଁ ଭିତରେ ଘୂରୁଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ ଧରାପଡ଼ିଛି, ଯାହା ଏବେ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଲୋକଙ୍କ କ୍ଷତି ହୋଇନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କିଛିଦିନ ପୂର୍ବରୁ ନିକଟସ୍ଥ ଡାଗୱେଲ ଅଞ୍ଚଳରେ ଧରାପଡ଼ିଥିବା ଭାଲୁକୁ ବୈରାଟପୁର ପାଖରେ ଛଡ଼ାଯାଇଥିଲା। ସେହି ଭାଲୁଟି ହୋଇପାରେ ପୁଣି ଗାଁ…
ଧୀର ଗତିରେ ଚାଲିଥିବା କାମକୁ ନେଇ ପ୍ରଶାସନ ଉପରେ ବର୍ଷିଲେ ଭାସ୍କର ମଢ଼େଇ BY-ରାଜୀବ କୁମାର ବେହେରା ଉଦଳା, କପ୍ତିପଦା ଉପଖଣ୍ଡରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଧୀର ମନ୍ଥର ଗତିକୁ ନେଇ ଉଦଳା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମଢ଼େଇ କ୍ଷୋଭ ପ୍ରକାଶ କରିଛନ୍ତି। ବୁଧବାର ସକାଳେ ରଥଛକ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ସେ ପ୍ରଶାସନ, ପୁଲିସ ଏବଂ ପୂର୍ତ୍ତ ବିଭାଗକୁ କଡ଼ା ତାଗିଦା କରିଥିଲେ। ରଥଛକ ନିକଟରେ ନିର୍ମାଣାଧୀନ ପୋଲକୁ ନେଇ ଦେଖାଦେଇଥିବା ବିବାଦ ଏବଂ ସାମାଜିକ ଗଣମାଧ୍ୟମରେ ବିକାଶ କାର୍ଯ୍ୟ ବିରୋଧରେ ହୋଇଥିବା ପ୍ରଚାର ପରେ ବିଧାୟକ ଏହି ବୈଠକ ଡାକିଥିଲେ। ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସେ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସହରର ଥାନାଛକ, ହାଇସ୍କୁଲ ଛକ, ପୋଖରୀ ର ଉନ୍ନତି କରଣ, ରାସ୍ତା, ଡ୍ରେନ ନିର୍ମାଣ, ଭେଣ୍ଡିଂ…
ରବୀନ୍ଦ୍ର ନାଥ ମହାପାତ୍ର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଜେଡି ର ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ବ୍ଲକର ଦୁଇ ଟି ପେଟ୍ରୋଲ ପମ୍ପ ଆଗରେ ବିଜେଡି ତରଫରୁ ପ୍ରତିବାଦ କରାଯାଉଛି।କ୍ରମାଗତ ଭାବେ ପେଟ୍ରୋଲ ,ଡିଜେଲ, ଗ୍ୟାସ ଦର ସହ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ମଧ୍ୟ ବଡି ଚାଲିଛି।ଏଥିପାଇଁ ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ବିଜେଡି କହିଥିଲା।ଏହି ସମୟରେ ପୂର୍ବତ୍ତନ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପଣ୍ଡା,ପଦ୍ମପୁର ବ୍ଲକ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ ଙ୍କ ସହ ଅନେକ ବିଜେଡି ନେତା କର୍ମୀ ମାନେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୋଧ ରେ ସ୍ଲୋଗାନ ଦେଇ ନାରାବାଜି କରିଥିଲେ।ଏଥିପାଇଁ ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ପୂର୍ବତନ ବିଧାୟକ କହିଥିଲେ।ଆଗାମୀ ଦିନରେ…
କେନ୍ଦ୍ରାପଡ଼ା ତାଳଚୁଆ ଥାନାରେ ଥାର୍ଡ ଡିଗ୍ରି ମହଙ୍ଗା ହେଲା । ଖବର ପ୍ରସାରଣ ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ୱିତ। ଏତଲା ଦେବାକୁ ଆସିଥିବା ମାଆ-ପୁଅଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଏସପିଡିଓଙ୍କୁ ଭେଟି ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଥାନା ସମ୍ମୁଖରେ ପରିବାରର ସମୂହ ଆତ୍ମହତ୍ୟା ଉଦ୍ୟମ । କଟକ ଜିଲ୍ଲା ଭଦ୍ରେଶ୍ଵର ଥାନା ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା। ଗୋଟିଏ ପରିବାରର ୮ଜଣ ସଦସ୍ୟ ପେଟ୍ରୋଲ, ଦିଆସିଲି ଓ ଦଉଡ଼ି ଧରି ଥାନା ସାମନାରେ ସମୂହ ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ପୁଲିସ ସେମାନଙ୍କୁ କାବୁ କରି ନେଇଛି। ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଶାହାନିଆଜପୁର ଗାଁର ରଘୁନାଥ ସୂତାରଙ୍କୁ ଘର କରାଇ ନଦେବା ପାଇଁ ପଡ଼ୋଶୀ ମଦନ ମୋହନ ସୂତାର ବାରମ୍ବାର ଥାନାରେ ଏତଲା ଦେଇଆସୁଥିଲେ । ଏତଲାକୁ ଭିତ୍ତିକରି ଭଦ୍ରେଶ୍ଵର ଥାନା ପୁଲିସର ଜଣେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘର ତିଆରି କରିବାକୁ ବାରମ୍ୱାର ବାରଣ କରିଆସୁଥିଲେ। ଏହି…
କେମିତି କାଟିବା ଆଜି ଆପଣମାନଙ୍କ ଦିନ : ମେଷ : ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ…
ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ୱାର୍ଡ ମେମ୍ବରଙ୍କ ଦାବିପତ୍ର BY-ରାଜୀବ କୁମାର ବେହେରା ଉଦଳାମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଗ୍ରାମ ପଞ୍ଚାୟତର ଖାଉଟି ଯୋଗାଣ ସହାୟିକାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଆଣିଛନ୍ତି ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା। କପ୍ତିପଦା ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଗୟଳମରା ଗ୍ରାମର ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀ ସ୍ୱର୍ଗତ ମଙ୍ଗଲ ହାଁସଦାଙ୍କ ପତ୍ନୀ ଗୁରୁବାରୀ ହାଁସଦାଙ୍କର ୧୮ ଏପ୍ରିଲ ୨୦୨୩ ରେ ଦେହାନ୍ତ ଘଟିଥିଲେ ମଧ୍ୟ ତାଙ୍କ ନାମରେ ଥିବା AAY କାର୍ଡ ନମ୍ବର ୨୨୧୩୦୩୧୦୯୫୪ ରେ ଯୋଗାଣ ସହାୟିକା ନିଜ ସ୍ୱାମୀ ବିଶ୍ୱଜିତ ସାହୁଙ୍କୁ ମନୋନୀତ ବ୍ୟକ୍ତି ଭାବେ ଦର୍ଶାଇ ପ୍ରତିମାସ ଚାଉଳ ଉଠାଉଥିବା ଅଭିଯୋଗ ହୋଇଛି। ସେହିପରି ଶିରିଷଘୁଟୁ ଗ୍ରାମର ଅନ୍ତ୍ୟୋଦୟ ହିତାଧିକାରୀ ନାରାୟଣ କିସ୍କୁଙ୍କ ୨୭ ଏପ୍ରିଲ ୨୦୨୪ ରେ ମୃତ୍ୟୁ…
୧୯୩ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ ଉଦଳା,(ରାଜୀବ କୁମାର ବେହେରା)- ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗଦେଇ ମୋଟ ୧୯୩ଟି ଜନଅଭିଯୋଗର ଶୁଣାଣୀ କରିଥିଲେ। ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନଶୁଣାଣୀ ଶିବିରରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଧନଞ୍ଜୟ ମହାନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତିଙ୍କ ସମେତ ଉପଖଣ୍ଡର ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ। ମୋଟ ଅଭିଯୋଗ ମଧ୍ୟରୁ ୧୫୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୪୨ଟି ସାମୂହିକ ସମସ୍ୟା ଉପରେ ଆଧାରିତ…
ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିବା ବେଳେ ଘର ଉପରେ ଦୁର୍ବୃତ୍ତଙ୍କ ଆତଙ୍କ! BY -ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଉଦଳା ଥାନା ପାଟପୁର ନୂଆସାହିରେ ଘଟିଛି ଚମକାଇଦେବା ଘଟଣା। ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ସ୍ତ୍ରୀଙ୍କ ହୃଦ୍ରୋଗ ଚିକିତ୍ସା ପାଇଁ ପରିବାର ଭୁବନେଶ୍ୱରରେ ଥିବା ବେଳେ ଲୁଟେରାମାନେ ସମ୍ପୂର୍ଣ୍ଣ ଘର ସଫା କରିଦେଇଥିବା ଅଭିଯୋଗ ହୋଇଛି। ଘରକୁ ଫେରି ପରିବାର ଭଙ୍ଗା ତାଲା ଓ ଖୋଲା ଗଡ଼ରେଜ ଦେଖି ହତବାକ୍ ହୋଇପଡ଼ିଛନ୍ତି। ଲୁଟ ହୋଇଥିବା ସାମଗ୍ରୀ ମଧ୍ୟରେ ▪️ ୫୦ ହଜାରରୁ ଅଧିକ ନଗଦ ଟଙ୍କା ▪️ ୫ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଘଟଣା ପରେ ଉଦଳା ପୁଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି। ଅଞ୍ଚଳରେ ବଢୁଥିବା ଚୋରି ଘଟଣାକୁ ନେଇ ସ୍ଥାନୀୟ…








