ଏକ-ତୃତୀୟାଂଶ ୱାର୍ଡ ମେମ୍ବରଙ୍କ ଦସ୍ତଖତ ଥିବା ରିକ୍ୟୁଜିସନ୍ ଏବଂ ଅନାସ୍ଥା ପ୍ରସ୍ତାବର ନକଲ ଦେବା ଆବଶ୍ୟକ । ଅନାସ୍ଥା ପ୍ରସ୍ତାବ ଆଣିବାର ଅଧିକାର ସହିତ ସରପଞ୍ଚଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେବା ମଧ୍ୟ ଆଇନଗତ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସରପଞ୍ଚଙ୍କୁ ପଦରୁ ହଟାଇବା ପାଇଁ କେବଳ ନୋଟିସ୍ ଦେଲେ ହେବନାହିଁ । ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍ ସହ ରିକ୍ୟୁଜିସନ୍ ଏବଂ ପ୍ରସ୍ତାବର ନକଲ ଦେବା ବାଧ୍ୟତାମୂଳକ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ନିୟମ ଅନୁସାରେ ପ୍ରକ୍ରିୟା ପାଳନ ନକଲେ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଅବୈଧ ହୋଇପାରେ । ଅନାସ୍ଥା ବୈଠକ ପାଇଁ ଅତି କମ୍ରେ ୧୫ ଦିନ ପୂର୍ବରୁ ସରପଞ୍ଚଙ୍କୁ ପୂର୍ଣ୍ଣ ନୋଟିସ୍ ଦେବାକୁ ପଡ଼ିବ । କଟକ ଜିଲ୍ଲା ଆଠଗଡ଼ର କଣ୍ଡରାଇ ଗ୍ରାମ ପଞ୍ଚାୟତ ସରପଞ୍ଚ ଜ୍ଞାନ ରଞ୍ଜନ ଦାସଙ୍କ ବିରୋଧରେ ଆଗତ ଅନାସ୍ଥା ମାମଲାର ଶୁଣାଣି…
Author: Charcha News
ସ୍ୱାଧୀନତା ଦିବସର ସକାଳେ ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ । ଲାଲକିଲ୍ଲା ଯିବା ପୂର୍ବରୁ ଗାଈ ଓ ମୟୂରଙ୍କୁ ଖାଦ୍ୟ ଖୁଆଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିଶେଷ ମୁହୂର୍ତ୍ତର ଭିଡିଓ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱଧତଦର ସକାଳେ ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ । ଲାଲକିଲ୍ଲା ଯିବା ପୂର୍ବରୁ ଗାଈ ଓ ମୟୂରଙ୍କୁ ଖାଦ୍ୟ ଖୁଆଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିଶେଷ ମୁହୂର୍ତ୍ତର ଭିଡିଓ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓରେ ଦେଖିବାକୁ ମିଳିଛି, ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ସକାଳ ସମୟରେ ମୋଦୀ ଗାଈ ଓ ମୟୂରଙ୍କ ନିକଟକୁ ଯାଇ ସେମାନଙ୍କୁ ଖାଦ୍ୟ ଖୁଆଉଛନ୍ତି । ପ୍ରକୃତି ଓ ପଶୁପକ୍ଷୀଙ୍କ ସହ ତାଙ୍କର ଏହି ସରଳ ମୁହୂର୍ତ୍ତ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିବା ପୂର୍ବରୁ ଏଭଳି ଶାନ୍ତ ପରିବେଶରେ…
କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଦେଖାଦେଇଛି ପ୍ରବଳ ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ନଦୀରେ ବଢ଼ୁଥିବା ଜଳସ୍ତର ଏବେ ଚିନ୍ତା ବଢ଼ାଇଛି । ବୈତରଣୀ, ପାଙ୍କି, କାଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ଯୋଗୁଁ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଦେଖାଦେଇଛି ପ୍ରବଳ ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ନଦୀରେ ବଢ଼ୁଥିବା ଜଳସ୍ତର ଏବେ ଚିନ୍ତା ବଢ଼ାଇଛି । ବୈତରଣୀ, ପାଙ୍କି, କାଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ଯୋଗୁଁ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଜଳ ଅନେକ ତଳିଆ ଅଞ୍ଚଳକୁ ପଶିଯାଇଥିବା ବେଳେ, ଦାଣ୍ଡିସାହି ରାସ୍ତା ଉପରେ ମଧ୍ୟ ପାଣି ଚାଲୁଛି । ଫଳରେ ଆଣ୍ଡରା ଓ ଅମୃତ ମଣୋହି ଭଳି ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି ।…
ଖୁବଶୀଘ୍ର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେ.ପି. ନଡ୍ଡା । ଭୁବନେଶ୍ୱର ଗସ୍ତ ସମୟରେ ସେ ଏମ୍ସ ଭୁବନେଶ୍ୱରରେ ଗୋଟିଏ ଦିନ ବିତାଇବେ । ସେଠାରେ ଏମ୍ସରେ ଚାଲିଥିବା ସ୍ୱାସ୍ଥ୍ୟସେବା, ଚିକିତ୍ସା ବ୍ୟବସ୍ଥା ଏବଂ ରୋଗୀଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସମୀକ୍ଷା କରିବେ । ଖୁବଶୀଘ୍ର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେ.ପି. ନଡ୍ଡା । ଭୁବନେଶ୍ୱର ଗସ୍ତ ସମୟରେ ସେ ଏମ୍ସ ଭୁବନେଶ୍ୱରରେ ଗୋଟିଏ ଦିନ ବିତାଇବେ । ସେଠାରେ ଏମ୍ସରେ ଚାଲିଥିବା ସ୍ୱାସ୍ଥ୍ୟସେବା, ଚିକିତ୍ସା ବ୍ୟବସ୍ଥା ଏବଂ ରୋଗୀଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସମୀକ୍ଷା କରିବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି । ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ, ସେ ଏମ୍ସରେ ରୋଗୀଙ୍କ ପାଇଁ ଉପଲବ୍ଧ ଚିକିତ୍ସା ସୁବିଧା ଏବଂ ହସ୍ପିଟାଲର ସାମଗ୍ରିକ କାର୍ଯ୍ୟପ୍ରଣାଳୀ ନେଇ…
ଓଡ଼ିଶାକୁ ରେଡ୍ ଆଲର୍ଟ । ରାଜ୍ୟର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି । ଆଗାମୀ ୨୪ ଘଣ୍ଟା ଭିତରେ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାକୁ ରେଡ୍ ଆଲର୍ଟ । ରାଜ୍ୟର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି । ଆଗାମୀ ୨୪ ଘଣ୍ଟା ଭିତରେ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ । ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ଝଡ଼ ପବନର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି…
ବାସଭବନରେ ତ୍ରିରଙ୍ଗା ଉଡ଼ାଇଛନ୍ତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି, ଆଜି ମୋ ବାସଭବନରେ ଗର୍ବ ଓ ଭକ୍ତିର ସହ ତ୍ରିରଙ୍ଗା ଉଡ଼ାଇ, ବାସଭବନରେ ତ୍ରିରଙ୍ଗା ଉଡ଼ାଇଛନ୍ତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି, ଆଜି ମୋ ବାସଭବନରେ ଗର୍ବ ଓ ଭକ୍ତିର ସହ ତ୍ରିରଙ୍ଗା ଉଡ଼ାଇ, ମାତୃଭୂମିର ସେବାରେ ନିଜକୁ ସମର୍ପିତ କରିଥିବା ଅମର ବୀର ସହିଦମାନଙ୍କୁ ସ୍ମରଣ କରିବାର ସୌଭାଗ୍ୟ ଲାଭ କଲି। ସେମାନଙ୍କ ତ୍ୟାଗ ଆମର ଐତିହ୍ୟ, ସେମାନଙ୍କ ଦେଶଭକ୍ତି ଆମର ପ୍ରେରଣା ଏବଂ ସେମାନଙ୍କ ଅମର ବଳିଦାନ ଆମକୁ ପ୍ରତିମୁହୂର୍ତ୍ତରେ ମନେ ପକାଇଦିଏ— “ବ୍ୟକ୍ତି ସ୍ୱାର୍ଥଠାରୁ ରାଷ୍ଟ୍ର ସଦା ସର୍ବୋପରି । ଚର୍ଚ୍ଚା TV
BY-ଦେବେନ୍ଦ୍ର ପୋଡ଼ ବଲାଙ୍ଗିର :: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ବେହେରା ବନ୍ଧ ଗ୍ରାମର ଲୋଚନା ବାଗ ଗତ କାଲି ସ୍ଵାର୍ଗାରୋହଣ କରିଛନ୍ତି । ସେ ଜଣେ ଧର୍ମପରାୟଣ ମହିଳା ଓ ପରୋପକାରୀ ଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କର 65 ବର୍ଷ ହେଇଥିଲା । ସେ ଅନେକ ସମୟ ବିଭିନ୍ନ ଧର୍ମ କାର୍ଯ୍ୟରେ ନିୟୋଜିତ ଥିଲେ। ଗ୍ରାମର କାର୍ତ୍ତିକ ପୂର୍ଣ୍ଣିମାର ଜଣେ ନିୟମିତ ସଭ୍ୟ ରହିଥିଲେ । ମୃତ୍ୟୁଶର୍ଯ୍ୟା ନିକଟରେ ସମ୍ବାଦିକ ଦେବେନ୍ଦ୍ର ପୋଡ଼ , ନରେନ୍ଦ୍ର ପୋଡ଼ , ଗୋପି ହାତୀ , ସୁଦାମ ହାତୀ , ଗୁଲୁ ପୋଡ଼ ଓ ସଂଜୀବ ବଗର୍ତ୍ତୀ ଓ ସଂପର୍କୀୟ ଉପସ୍ଥିତ ଥିଲେ । ଚର୍ଚ୍ଚା TV
୮୦ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । BY_ subhasmita-dt-15.8.2026 ଭୁବନେଶ୍ୱର :: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ ନଥିଲା, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାହାଚ । ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ଅହିଂସା ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂଙ୍କ ଭଳି କ୍ରାନ୍ତିକାରୀଙ୍କ ସଂଗ୍ରାମକୁ ସେ ସ୍ମରଣ କରିଛନ୍ତି । ଓଡ଼ିଶାର ବୀର…
ମୌସୁମୀ ଅଧିବେଶନରେ ଲୋକସଭାରେ ମାତ୍ର ୧୯% ଓ ରାଜ୍ୟସଭା ମାତ୍ର ୩୯% କାର୍ୟ୍ୟ; ବାଧା ପାଇଁ କଂଗ୍ରେସକୁ ଦାୟୀ କଲେ ରିଜିଜୁ ଜୁଲାଇ ୨୦ ରେ ଆରମ୍ଭ ହୋଇଥିବା ଅଧିବେଶନରେ ବାରମ୍ବାର ବାଧା ସୃଷ୍ଟି ହୋଇଥିଲା, ପ୍ରଥମେ ବିରୋଧୀ ଦଳ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଅଯୋଧ୍ୟାର ରାମ ମନ୍ଦିରରେ ଦାନ ପ୍ରସଙ୍ଗ ଓ ପରେ ନିଟ୍ ପ୍ରସଙ୍ଗରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ବିରୋଧରେ ପୁଲିସ କାର୍ୟ୍ୟାନୁଷ୍ଠାନ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଦାବି କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ତେବେ ମୌସୁମୀ ଅଧିବେଶରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଛାତ୍ର ଆନ୍ଦୋଳନକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଗୁରୁବାର ଉଭୟ ଲୋକସଭା ଓ ରାଜ୍ୟସଭା ଅନିର୍ଦ୍ଦିଷ୍ଟ ସମୟ ପର୍ୟ୍ୟନ୍ତ ସ୍ଥଗିତ ରହିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୁରୁବାର କହିଛନ୍ତି…








