ପାର୍ଟି ତରଫରୁ ପଞ୍ଜାବ, ହରିଆଣା ସହ ଦିଲ୍ଲୀ ଓ ତ୍ରିପୁରାରେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଭାରତୀୟ ଜନତା ପାର୍ଟି ୪ ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ପାର୍ଟି ତରଫରୁ ପଞ୍ଜାବ, ହରିଆଣା ସହ ଦିଲ୍ଲୀ ଓ ତ୍ରିପୁରାରେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଏହି କ୍ରମରେ ଦିଲ୍ଲୀର ଦାୟିତ୍ୱ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦାୟିତ୍ୱ ଦେଇଛି । ଏହା ପୂର୍ବରୁ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଥିଲେ ବୀରେନ୍ଦ୍ର ସଚଦେବା । ସେହିଭଳି ପଞ୍ଜାବରେ କେବଲ ସିଂ ଡିଲ୍ଲୋଙ୍କୁ ଦଳ ଦାୟିତ୍ୱ ଦେଇଛି । ପଞ୍ଜାବ ନିର୍ବାଚନକୁ ଗୋଟିଏ ବର୍ଷ ବାକି ଥିବା ବେଳେ ଦଳ କେବଲ ସିଂଙ୍କ ଉପରେ ଭରସା କରିଛି । ସେହିଭଳି ତ୍ରିପୁରା ପାଇଁ ଅଭିଷେକ ଦେବରାୟଙ୍କୁ ଦଳ ଅଧ୍ୟକ୍ଷ ପଦ ପାଇଁ ଚୟନ କରିଥିବା ବେଳେ ହରିଆଣା ପାଇଁ ଅର୍ଚ୍ଚନା ଗୁପ୍ତାଙ୍କୁ ଦାୟିତ୍ୱ ମିଳିଛି…
Author: Charcha News
ଚର୍ଚ୍ଚା news
ଧୀର ଗତିରେ ଚାଲିଥିବା କାମକୁ ନେଇ ପ୍ରଶାସନ ଉପରେ ବର୍ଷିଲେ ଭାସ୍କର ମଢ଼େଇ By-ରାଜୀବ କୁମାର ବେହେରା ଉଦଳା କପ୍ତିପଦା ଉପଖଣ୍ଡରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଧୀର ମନ୍ଥର ଗତିକୁ ନେଇ ଉଦଳା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମଢ଼େଇ କ୍ଷୋଭ ପ୍ରକାଶ କରିଛନ୍ତି। ବୁଧବାର ସକାଳେ ରଥଛକ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ସେ ପ୍ରଶାସନ, ପୁଲିସ ଏବଂ ପୂର୍ତ୍ତ ବିଭାଗକୁ କଡ଼ା ତାଗିଦା କରିଥିଲେ। ରଥଛକ ନିକଟରେ ନିର୍ମାଣାଧୀନ ପୋଲକୁ ନେଇ ଦେଖାଦେଇଥିବା ବିବାଦ ଏବଂ ସାମାଜିକ ଗଣମାଧ୍ୟମରେ ବିକାଶ କାର୍ଯ୍ୟ ବିରୋଧରେ ହୋଇଥିବା ପ୍ରଚାର ପରେ ବିଧାୟକ ଏହି ବୈଠକ ଡାକିଥିଲେ। ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସେ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସହରର ଥାନାଛକ, ହାଇସ୍କୁଲ ଛକ, ପୋଖରୀ ର ଉନ୍ନତି କରଣ, ରାସ୍ତା, ଡ୍ରେନ ନିର୍ମାଣ, ଭେଣ୍ଡିଂ…
ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ, ଗ୍ରାମରେ ଶୋକାକୁଳ ପରିବେଶ BY-ରାଜୀବ କୁମାର ବେହେରା ଉଦଳା, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଗୁରୁବାର ଏକ ଦୁଃଖଦ ଅଘଟଣ ଘଟିଯାଇଛି। ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ସୂତ୍ରରୁ ପ୍ରକାଶ, ବୃଦ୍ଧଜଣକ ପ୍ରତିଦିନ ଭଳି ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ନଦୀ ପାଣିରୁ ତାଙ୍କୁ ଅଚେତନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେତେବେଳକୁ ବୃଦ୍ଧ ଙ୍କ ଜୀବନ ଚାଲି ଯାଇ ଥିବା ଜଣାପଡ଼ିଛି। ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ନେଇ ପୋଲିସ ପକ୍ଷରୁ…
ଏମିତି କାଟିବ ଆଜି ଆପଣମାନଙ୍କ ଦିନ : ମେଷ: ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଆୟ ବୃଦ୍ଧି ହେବାର ସମ୍ଭାବନା। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ ପ୍ରଶଂସା କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ବୃଷ: ଘରେ କୌଣସି ଶୁଭକାର୍ଯ୍ୟ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। ବ୍ୟବସାୟ ସମ୍ବନ୍ଧୀୟ କୌଣସି ଭଲ ଅବସର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ଦାୟିତ୍ବ ମିଳିବ। ମିଥୁନ: ଉପାର୍ଜନ ପାଇଁ କୌଣସି ନୂଆ ଉତ୍ସ ପାଇବେ। ଚାକିରିଜୀବୀଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ରିକେଟ ଖେଳାଳୀଙ୍କର ପ୍ରଶଂସକ ସଂଖ୍ୟା ବୃଦ୍ଧି ହେବ। କର୍କଟ: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ। ଘରର ବାତାବରଣ ଶାନ୍ତିମୟ ରହିବ। ସିଂହ: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଲୋକ ଆପଣଙ୍କ ସ୍ବଭାବରେ…
ଚର୍ଚ୍ଚା news
ଚର୍ଚ୍ଚା news
BY- ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ଆର ଏମ୍ ସି ବଜାର ପ୍ରାଙ୍ଗଣ ପରିସରରେ ରବି ୠତୁ ଧାନ କିଣା ନିମନ୍ତେ ପ୍ରସାଶନ ପକ୍ଷ ରୁ ଶୁଭ ଉଦଘାଟନ ହୋଇଯାଇଛି ସ୍ଥାନୀୟ ଆଡ଼ିସିନାଲ ତହସିଲଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ଏହି ସମୟ ରେ ଯୋଗାଣ ନିରୀକ୍ଷକ ଅମର ଶବର, ଲ୍ୟାମ୍ପ ଏମ୍ ଡି ଗୁପ୍ତ ପ୍ରାସଦ ପାନାଡ଼ା ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।ତେବେ ପଞ୍ଜୀକୃତ କରିଥିବା ୧୩ଶହ୨୦ଜଣ ଚାଷୀ ଙ୍କ ଟୋକେନ ହିସାବ ରେ ଧାନ କିଣାଯିବ ବୋଲି ସୁଚନା ମିଳିଛି।ଆଜି ର ଏହି ଶୁଭ ଉଦଘାଟନ ସମୟରେ ସମସ୍ତ ମିଲିର ଙ୍କ ସହ ଅନେକ ଚାଷୀ ଭାଇ ମାନେ ଉପସ୍ଥିତ ରହିଥିଲେ।ଜୁନ୍ 30 ପର୍ଯ୍ୟନ୍ତ ଧାନ କିଣା ଯିବ ବୋଲି ଏମ୍ ଡି ସୂଚନା ଦେଇଥିଲେ।ଲ୍ୟାମ୍ପ କର୍ମଚାରୀ ମାନେ ସହଯୋଗ କରିଥିଲେ । ଚର୍ଚ୍ଚା news








