ମୌସୁମୀ ଅଧିବେଶନର ମାତ୍ର ଚାରି ଦିନ ବାକି ଥିବାବେଳେ ମହିଳା ସଂରକ୍ଷଣ, ଡିଲିମିଟେସନ ଏବଂ ବିଦେଶୀ ଅର୍ଥ ସହାୟତା ସମ୍ବନ୍ଧୀୟ ମୁଖ୍ୟ ବିଲ୍ଗୁଡ଼ିକ ଉପରେ ଅନିଶ୍ଚିତତା ରହିଛି । ଲୋକସଭାରେ ଆଜି ଏଗୁଡ଼ିକ ମଧ୍ୟରୁ କୌଣସିଟ ବିଲ କାର୍ଯ୍ୟସୂଚୀରେ ନାହିଁ । ସଂସଦ ମୌସୁମୀ ଅଧିବେଶନ ସରିବାକୁ ଆଉ ମାତ୍ର ୪ ଦିନ ବାକି ଅଛି। ହେଲେ ଏପର୍ୟ୍ୟନ୍ତ ସଂସଦରେ ଆସିପାରିନି ମୁଖ୍ୟ ବିଲ୍ଗୁଡ଼ିକ । ମୌସୁମୀ ଅଧିବେଶନର ମାତ୍ର ଚାରି ଦିନ ବାକି ଥିବାବେଳେ ମହିଳା ସଂରକ୍ଷଣ, ଡିଲିମିଟେସନ ଏବଂ ବିଦେଶୀ ଅର୍ଥ ସହାୟତା ସମ୍ବନ୍ଧୀୟ ମୁଖ୍ୟ ବିଲ୍ଗୁଡ଼ିକ ଉପରେ ଅନିଶ୍ଚିତତା ରହିଛି । ଲୋକସଭାରେ ଆଜି ଏଗୁଡ଼ିକ ମଧ୍ୟରୁ କୌଣସିଟ ବିଲ କାର୍ୟ୍ୟସୂଚୀରେ ନାହିଁ। କଂଗ୍ରେସ ଏବଂ ବିରୋଧୀ କହିଛନ୍ତି ଯେ ସେମାନେ ସଂସଦରେ ଏହି ବିଲ୍ଗୁଡ଼ିକର ବିରୋଧ କରିବେ। ଗତ ଅଧିବେସନରେ, ୨୦୨୯ରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଏବଂ ସଦନର ସଂଖ୍ୟା ବୃଦ୍ଧି କରିବା ପ୍ରସ୍ତାବ…
Author: Charcha News
ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜନୀତି ତୀବ୍ର ହୋଇଛି । ଏହି ଘଟଣାକୁ ନେଇ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ବା ଶିବସେନା UBT କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜନୀତି ତୀବ୍ର ହୋଇଛି । ଏହି ଘଟଣାକୁ ନେଇ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ବା ଶିବସେନା UBT କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି । ଦଳର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଏହି ଆକ୍ରମଣକୁ କେବଳ ଜଣେ ରାଜନୈତିକ ନେତାଙ୍କ ଉପରେ ଆକ୍ରମଣ ନୁହେଁ, ବରଂ ଗଣତନ୍ତ୍ର ଉପରେ ଆଘାତ ବୋଲି କୁହାଯାଇଛି । ଶିବସେନା UBTର ଅଭିଯୋଗ ଅନୁସାରେ, ପଥର, ଲାଠି ଓ ଲୁହା ରଡ୍ ଧରିଥିବା ଏକ ଭିଡ଼ ମମତାଙ୍କ ଗାଡ଼ିକୁ ଘେରିଥିଲା । ଦଳ କହିଛି, ଏଭଳି ହିଂସା ଜଣେ ଶକ୍ତିଶାଳୀ ବିରୋଧୀ ସ୍ୱରକୁ ଦମନ କରିବାର…
ତୁର୍କୀରେ ଦଶନ୍ଧି ଧରି ଚାଲିଥିବା କୁର୍ଦ୍ଦିସ୍ ବିଦ୍ରୋହ ଓ ସରକାର ମଧ୍ୟରେ ରକ୍ତାକ୍ତ ସଂଘର୍ଷର ଅନ୍ତ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । କୁର୍ଦ୍ଦିସ୍ ବିଦ୍ରୋହୀମାନଙ୍କୁ ସର୍ତ୍ତମୂଳକ କ୍ଷମା ଏବଂ ମୁଖ୍ୟଧାରାକୁ ଫେରିବା ସୁଯୋଗ ଦେବା ସମ୍ପର୍କିତ ଏକ ବିଲ୍କୁ ତୁର୍କୀ ସଂସଦ ଅନୁମୋଦନ କରିଛି । ତୁର୍କୀରେ ଦଶନ୍ଧି ଧରି ଚାଲିଥିବା କୁର୍ଦ୍ଦିସ୍ ବିଦ୍ରୋହ ଓ ସରକାର ମଧ୍ୟରେ ରକ୍ତାକ୍ତ ସଂଘର୍ଷର ଅନ୍ତ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । କୁର୍ଦ୍ଦିସ୍ ବିଦ୍ରୋହୀମାନଙ୍କୁ ସର୍ତ୍ତମୂଳକ କ୍ଷମା ଏବଂ ମୁଖ୍ୟଧାରାକୁ ଫେରିବା ସୁଯୋଗ ଦେବା ସମ୍ପର୍କିତ ଏକ ବିଲ୍କୁ ତୁର୍କୀ ସଂସଦ ଅନୁମୋଦନ କରିଛି । ବିଲ୍ ସପକ୍ଷରେ ୪୬୮ଟି ଭୋଟ୍ ପଡ଼ିଥିବା ବେଳେ ୮୮ଟି ଭୋଟ୍ ବିରୋଧରେ ପଡ଼ିଛି । ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତୁର୍କୀ ସରକାର ଓ କୁର୍ଦ୍ଦିସ୍ ବିଦ୍ରୋହୀ ସଂଗଠନ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି ବା ପିକେକେ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସଂଘର୍ଷର…
ଉମରକୋଟରେ ବିଶାଳ ତ୍ରିରଙ୍ଗା ଯାତ୍ରା : BY-ଶ୍ରୀକାନ୍ତ ନନ୍ଦ ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଦେଶଭକ୍ତିର ଭାବନାରେ ଅନୁଷ୍ଠିତ ହୋଇଛି ବିଶାଳ ତ୍ରିରଙ୍ଗା ଯାତ୍ରା। ହୃଦୟରେ ଦେଶପ୍ରେମ, ମନରେ ଉତ୍ସାହ ଓ ଉଦ୍ଦୀପନା ସହ ହାତରେ ତ୍ରିରଙ୍ଗା ପତାକା ଧରି ବହୁ ସଂଖ୍ୟାରେ ଲୋକେ ଏହି ଯାତ୍ରାରେ ସାମିଲ ହୋଇଥିଲେ। ‘ଭାରତ ମାତା କୀ ଜୟ’ ନାରାରେ ଉମରକୋଟ ସହରର ପରିବେଶ ଦେଶଭକ୍ତିମୟ ହୋଇଉଠିଥିଲା । ଯାତ୍ରା ମାଧ୍ୟମରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ କରିଥିବା ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରାଯାଇଥିଲା। ଏଥିସହ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ସହ ଘରେ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା। ତ୍ରିରଙ୍ଗା ଯାତ୍ରାରେ ଯୁବପିଢ଼ିଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଦେଶର ଏକତା, ଅଖଣ୍ଡତା ଓ ଦେଶପ୍ରେମର ବାର୍ତ୍ତା ନେଇ ଆୟୋଜିତ ଏହି ତ୍ରିରଙ୍ଗା…
ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଛାତ୍ର ଓ ଚାକିରି ଆଶାୟୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ମଙ୍ଗଳବାର ଆନ୍ଦୋଳନ ୧୮ଶ ଦିନରେ ପହଞ୍ଚିଥିବା ବେଳେ ଏହାକୁ ସମର୍ଥନ କରି ବିଜେପି ପକ୍ଷରୁ ସକାଳ ୮ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସେପଟେ ଏବିଭିପି ପକ୍ଷରୁ ପୁରୁଣା ବିଧାନସଭାରୁ ନୂଆ ବିଧାନସଭା ପର୍ଯ୍ୟନ୍ତ ‘ବିଧାନସଭା ମାର୍ଚ୍ଚ’ ଆୟୋଜନ ପାଇଁ ପ୍ରସ୍ତୁତି ହୋଇଛି। ଜୁଲାଇ ୨୫ରୁ ଆନ୍ଦୋଳନରତ ଛାତ୍ରମାନେ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା, ଜେପିଏସସି ଓ ଜେଏସଏସସିରେ ସଂସ୍କାର, ବିବାଦୀୟ ପରୀକ୍ଷା ବାତିଲ ଏବଂ ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି। ଏଥିପାଇଁ ସିବିଆଇ କିମ୍ବା ରାଜ୍ୟ ବାହାରର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି ମଧ୍ୟ ରହିଛି। ଆନ୍ଦୋଳନରେ ୬ ଜଣ ଅନିର୍ଦ୍ଦିଷ୍ଟକାଳୀନ ଆମରଣ ଅନଶନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାର ଓ…
ମୋରମ ଲୁଟ୍ରେ କୋଟି କୋଟି ରାଜସ୍ୱ ହାନି ଅଭିଯୋଗ :: BY- subhasmita DT-11.8.2026 ଗଞ୍ଜାମର ପାହାଡ଼ ଏବେ ମାଫିଆଙ୍କ ଟାର୍ଗେଟ୍ରେ। ଦିନ ହେଉ କି ରାତି, ଜେସିବି ଓ ହାଇୱା ଲଗାଇ ପାହାଡ଼ରୁ ମୋରମ ଉଠାଯାଉଥିବା ଅଭିଯୋଗ ଆସୁଛି। ଏହାର ପ୍ରଭାବରେ ଗୋଟିଏ ପଟେ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଥିବାବେଳେ, ଅନ୍ୟପଟେ ସରକାରଙ୍କ ରାଜସ୍ୱ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। ଖଲ୍ଲିକୋଟ ଓ ଗଞ୍ଜାମ ତହସିଲର ବିଭିନ୍ନ ଅଞ୍ଚଳରେ ମୋରମ ଉତ୍ତୋଳନକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଶ୍ୟାମସୁନ୍ଦରପୁର, ବାଘୁଆ, ଝୋଳାମାଳ, ସାନଘାଟି, ବାଦପଲ୍ଲୀ, କୋମଣ୍ଡ ଏବଂ ଶତ୍ରୁସୋଲ ଅଞ୍ଚଳର ପାହାଡ଼ଗୁଡ଼ିକରେ ବେଆଇନ ଖନନ ହେଉଥିବା ନେଇ ଅଭିଯୋଗ ରହିଛି । ସ୍ଥାନୀୟଙ୍କ କହିବା ଅନୁସାରେ, ଖନନ ପାଇଁ ବଡ଼ ବଡ଼ ମେସିନ ବ୍ୟବହାର କରାଯାଉଛି। ପାହାଡ଼ କାଟି ମୋରମ ବାହାର କରାଯିବା ପରେ ହାଇୱା ଓ ଅନ୍ୟ ଭାରୀ ଯାନରେ ଏହାକୁ ବାହାରକୁ ପଠାଯାଉଛି। ଯଦି…
ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ/ଅନୁଦାନପ୍ରାପ୍ତ କଲେଜକୁ ଅବଗତ କରାଯାଇଛି । ଗୀତା ପାଠରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବଦ୍ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ ଆୟୋଜିତ ହେବ ଗୀତା ପାଠ ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା । ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ/ଅନୁଦାନପ୍ରାପ୍ତ କଲେଜକୁ ଅବଗତ କରାଯାଇଛି । ଭଗବଦ୍ଗୀତାର ଷଷ୍ଠ ଅଧ୍ୟାୟ ‘ଆତ୍ମସଂଯମ ଯୋଗ’କୁ ଆଧାର କରି ଗୀତା ପାଠ ପ୍ରତିଯୋଗିତା ହେବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା…
ପୁରୀର ବଡ଼ଦାଣ୍ଡରେ ବାର୍ଷିକ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହେଉଥିବା ବେଳେ, ଏହି ସମାବେଶରେ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇପାରେ। ଏତେଭିଡ଼ ଭିତରେ ଅଂଶୁଘାତ, ଡିହାଇଡ୍ରେସନ , ଶ୍ୱାସକ୍ରିୟାରେ କଷ୍ଟ, ଅଚେତ ହୋଇପଡ଼ିବା ଏବଂ ହୃଦଘାତ ପରି ସମସ୍ୟା ସାଧାରଣ କଥା, ଯେଉଁଠାରେ ପ୍ରତ୍ୟେକ ସେକେଣ୍ଡ ଜୀବନ ଓ ମୃତ୍ୟୁ ମଧ୍ୟରେ ଫରକ ସୃଷ୍ଟି କରିପାରେ। ୨୦୨୫ ରଥଯାତ୍ରା ସମୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ଯୋଡ଼ି ହୋଇଥିଲେ ଏହି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ (Special Rescue Unit – SRU)। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଗଠିତ ଏହି ୟୁନିଟ୍, ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହେବା ଏବଂ ରୋଗୀ ହସ୍ପିଟାଲରେ ପହଞ୍ଚିବା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ପୂରଣ କରିଥାଏ। SRU ର ପ୍ରତ୍ୟେକ ସଦସ୍ୟଙ୍କୁ ସିପିଆର୍ (CPR), ବେସିକ୍ ଲାଇଫ୍ ସପୋର୍ଟ (BLS), ପ୍ରାଥମିକ ଚିକିତ୍ସା,…
ରୁଷର ତାତାରସ୍ତାନ ଅଞ୍ଚଳରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ । ନିଜନେକାମସ୍କ ସହରର ଏକ ତୈଳ ବିଶୋଧନାଗାର ସମେତ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିଛି ୟୁକ୍ରେନୀୟ ଡ୍ରୋନ୍ । ରୁଷର ତାତାରସ୍ତାନ ଅଞ୍ଚଳରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ । ନିଜନେକାମସ୍କ ସହରର ଏକ ତୈଳ ବିଶୋଧନାଗାର ସମେତ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିଛି ୟୁକ୍ରେନୀୟ ଡ୍ରୋନ୍ । ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି । ନିଜନେକାମସ୍କ ସହରର ମେୟର ରାଡମିର ବେଲିଆଏଭ ଏହି ସୂଚନା ଦେଇଛନ୍ତି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପରେ ତୈଳ ବିଶୋଧନାଗାର ଅଞ୍ଚଳରୁ ଧୂଆଁ ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଛାଇଯାଇଛି । ଘଟଣାକୁ ନେଇ ତାତାରସ୍ତାନର ମୁଖ୍ୟ ରୁସ୍ତମ ମିନିଖାନୋଭ ଶୋକ ପ୍ରକାଶ କରିଛନ୍ତି । ଗତ କିଛି ମାସ ଧରି ୟୁକ୍ରେନ ରୁଷର ତୈଳ ବିଶୋଧନାଗାରଗୁଡ଼ିକୁ ଟାର୍ଗେଟ୍ କରି ଆସୁଛି…








