Author: Charcha News

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଡ଼ୁମେରପିଟା ଗ୍ରାମ ପଂଚାୟତ ଡ଼ୁମେରପିଟା ଗ୍ରାମ ରେ STEM ଗ୍ରୀଷ୍ମ କ୍ୟାମ୍ ଦ୍ୱାରା 6 ଛଅ ସପ୍ତାହ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମ ତିନୋଟି ସପ୍ତାହ ର କାର୍ଯ୍ୟକ୍ରମ ଆଜି ଶେଷ ହୋଇ ଯାଇଛି ଆଜି ମଙ୍ଗଲବାର ତାରିଖ -12/05/2026 ରିଖ ଦିନ ତୃତୀୟ ସପ୍ତାହ ରେ ପୃଷ୍ଟିସାର, ସ୍ନେହସାର ଓ ଶ୍ୱେତସାର ବିଷୟରେ ଗଭୀର ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗ୍ରାମ ର ସ୍ବେଛାସେବୀ ଶିକ୍ଷକ 1- ହିମାଂଶୁ ନାଗ 2- ସରୋଜ ତାଣ୍ଡି ଶ୍ୱେତସାର, ସ୍ନେହସାର ଓ ପୃଷ୍ଟିସାର ବିଷୟରେ ଛାତ୍ର ଛାତ୍ରୀ ମାନଂକୁ ବୁଝାଇ ପରୀକ୍ଷା କରାଗଲl ଆଜି ମୋଟ – 29 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଆଜିର କାର୍ଯ୍ୟକ୍ରମ ରେ ପ୍ରସନ୍ନ ପଧାନ, ରୁପାଧର ପୁଟା, ସୁଶୀଲ ନନ୍ଦ ଗ୍ରାମ ର ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲେ lଚର୍ଚ୍ଚା news

Read More

କେମିତି କାଟିବ ଆଜି ଆପଣମାନଙ୍କ ଦିନ :: ମେଷ: ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ। ଆପଣଙ୍କର ଚେଷ୍ଟା ଫଳପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ବିତିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ବୃଷ: ଭାଗ୍ୟ ଆପଣଙ୍କ ସହ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଜୀବନରେ ଲାଭର ଅବସର ପ୍ରାପ୍ତ ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ମିଥୁନ: ବିଶେଷ କାମରେ ଯାତ୍ରା କରିପାରନ୍ତି। ପାରିବାରିକ ବନ୍ଧୁ ଠାରୁ ଖୁସି ଖବର ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଜୀବିକା କ୍ଷେତ୍ରରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଧନଲାଭର କିଛି ନୂଆ ମଉକା ପାଇବେ। ସବୁ କାମ ସହଜରେ ପୂରା ହେବ। ପ୍ରେମ ଜୀବନ ଭଲ ରହିବ। ସିଂହ: ବିବାଦଠୁଁ ଦୂରରେ ରୁହନ୍ତୁ। ଧାର ନେବା ଦେବାରୁ ନିବୃତ୍ତ ରହନ୍ତୁ।…

Read More

ପୁଣି ମିଳିଲା ୪ କୋଟି ଟଙ୍କାର ହାଇଡ୍ରୋପୋନିକ ଉଇଡ଼ । ଲଗେଜ ବ୍ୟାଗରେ ବ୍ୟାଙ୍କକରୁ ଆଣୁଥିଲେ ଭୁବନେଶ୍ୱର । ସକାଳ ସାଢ଼େ ୫ଟା ବେଳେ ଇଣ୍ଡିଗୋ ଫ୍ଲାଇଟରେ ଆଣୁଥିଲେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ । ୨ ଜଣ ତାମିଲ ଯୁବକଙ୍କୁ ଅଟକ ରଖି ପଚରା ଉଚରା । ପୁଣି ମିଳିଲା ୪ କୋଟି ଟଙ୍କାର ହାଇଡ୍ରୋପୋନିକ ଉଇଡ଼ । ଲଗେଜ ବ୍ୟାଗରେ ବ୍ୟାଙ୍କକରୁ ଆଣୁଥିଲେ ଭୁବନେଶ୍ୱର । ସକାଳ ସାଢ଼େ ୫ଟା ବେଳେ ଇଣ୍ଡିଗୋ ଫ୍ଲାଇଟରେ ଆଣୁଥିଲେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ । ୨ ଜଣ ତାମିଲ ଯୁବକଙ୍କୁ ଅଟକ ରଖି ପଚରା ଉଚରା । ଡିଆରଆଇ ଓ କଷ୍ଟମ ବିଭାଗର ମିଳିତ ଅପରେସନ ବେଳେ ମିଳିଛି ୧୧ କିଲୋ ହାଇଡ୍ରୋପୋନିକ ଉଇଡ଼ । ଯାହାର ବଜାର ମୂଲ୍ୟ କିଲୋ ପ୍ରତି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତା । ଚର୍ଚ୍ଚା news

Read More

କଟକସ୍ଥିତ ଏକ୍ସାଇଜ୍ ଇଣ୍ଟେଲିଜେନ୍ସ ଏବଂ ଏନଫୋର୍ସମେଣ୍ଟ ବିଭାଗ (ଇଆଇ ଆଣ୍ଡ ଇବି) ୟୁନିଟ୍-୧ ର ଫ୍ଲାଇଂ ସ୍କ୍ୱାଡ୍ ପକ୍ଷରୁ ବେଆଇନ ମଦ ବ୍ୟବସାୟ ବିରୋଧରେ ଜୋରଦାର ଚଢ଼ାଉ କରାଯାଇ ଏକ ନକଲି ବିଦେଶୀ ମଦ କାରବାରୀଙ୍କୁ ଗିରଫ କରାଯାଇଛି। ଏସ୍‌.ଇ. ଶ୍ରୀ ସମରଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡି.ଏସ୍‌.ଇ. ଶ୍ରୀ ରୋସନ ଇସୁ ହାନ୍ସଦାଙ୍କ ସରାସରି ତତ୍ତ୍ୱାବଧାନରେ ଗତ ୧୦ ମଇ ୨୦୨୬ ତାରିଖରେ ଏହି ବିଶେଷ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୁରୀ ଜିଲ୍ଲା ବାଲଙ୍ଗା ଥାନା ଅଧୀନ ବାଲଙ୍ଗା ଅଞ୍ଚଳର ବାସୁଦେବ ବେହେରା (୩୪)ଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ପ୍ରାୟ ୧୭.୨୮ ଲିଟର ନକଲି ଆଇଏମଏଫଏଲ୍ (ଇଣ୍ଡିଆନ୍ ମେଡ୍ ଫରେନ୍ ଲିକର୍) ଜବତ କରାଯାଇଛି। ଏହା ସହ ଗୋଟିଏ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ମୋଟରସାଇକେଲ୍, ଗୋଟିଏ ଭିଭୋ 5G ସ୍ମାର୍ଟଫୋନ୍ ଏବଂ ବିକ୍ରି ଅର୍ଥ ବାବଦରେ ୬ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିବା ସୂଚନା…

Read More

ରାୟଗଡ଼ା :: BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ରାମାନାଗୁଡ଼ା ବ୍ଲକ ଉକୁମ୍ଭା ପଞ୍ଚାୟତ ପୂଜାରୀଗୁଡ଼ା ଗ୍ରାମର ଚାଣ୍ଟି ଶବର ଙ୍କ ଘରେ ହଟାତ୍ ନିଆଁ ଲାଗି ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଗୁଣପୁର ଦମକଳ ବାହିନୀ ଯାଇ ନିଆଁ କୁ ଆୟତ୍ତ କରିଥିଲେ।ନିଆଁ କିପରି ଲାଗିଲା ତାହା ଅସ୍ଵଷ୍ଠ ରହିଛି।ଆଜି ଦିନ ୧୨.ଟା ୩୦ସମୟରେ ନିଆଁ ଲାଗି ଘର ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି।ଘରେ ଥିବା ସବୁ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି ।ଲୁଗା ପଟା ଚାଉଳ ଡାଲି ମାଣ୍ଡିଆ ସବୁ ପୋଡ଼ି ନଷ୍ଟ ହୋଇଯାଇଛି।ରାଜସ୍ବ ନିରୀକ୍ଷକ ମଦନ ମୋହନ ପଣ୍ଡା, ଉକୁମ୍ବା ସରପଞ୍ଚ ତୁରନ୍ତ ପହଞ୍ଚି କ୍ଷେତ୍ର ଅନୁସନ୍ଧାନ କରି ସରକାରୀ ସହାୟତା ଯୋଗାଇ ଦେଇଥିଲେ l ସରକାର ଙ୍କ ନିୟମ ଅନୁସାରେ ଅନ୍ୟ ସବୁ ସରକାରୀ ସହାୟତା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଦିଆଯାଇଛି ବୋଲି…

Read More

ଆଜିର ରାଶିଫଳ : କେମିତ କଟିବ ଆଜି ଆପଣମାନଙ୍କ ଦିନ :: BY-SUBHASMITA-DT-12.5.2026 ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷ-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ | ମିଥୁନ-ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ…

Read More

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଉତ୍ତର ପ୍ରଦେଶରୁ ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି ସୋମବାର ଦିନ ପୁଲିସ ସୂଚନା ପ୍ରଦାନ କରିଛି । ପଶ୍ଚିମବଙ୍ଗରେ ଚର୍ଚ୍ଚାର ବିଷୟ ପାଲଟିଛି ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ। ଏହି ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଥିବା ବେଳେ ଉତ୍ତର ପ୍ରଦେଶରୁ ୩ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ କରୁଥିବା SIT ଡିଜିଟାଲ୍ ପ୍ରମାଣ ଓ ଆନ୍ତଃରାଜ୍ୟ ସଂଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ହୋଇଥିବାମାନଙ୍କ ମଧ୍ୟରୁ ବିହାରର ବକ୍ସର ଜିଲ୍ଲାର ବିଶାଲ ଶ୍ରୀବାସ୍ତବଙ୍କ ନାମ ସାମ୍ନାକୁ ଆସିଛି। ତଦନ୍ତକାରୀମାନଙ୍କ ସନ୍ଦେହ ଅନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପ୍ରଶିକ୍ଷିତ ସାର୍ପସୁଟର ହୋଇପାରନ୍ତି। ହତ୍ୟା ପୂର୍ବରୁ ଚନ୍ଦ୍ରନାଥଙ୍କ ଉପରେ ଗୁପ୍ତଚରୀ କରାଯାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ୬ ମେ’ ରାତିରେ ଉତ୍ତର ୨୪ ପରଗଣାର ମଧ୍ୟମଗ୍ରାମରେ ଚନ୍ଦ୍ରନାଥ…

Read More

ଆମେରିକାର କାଲିଫର୍ନିଆରେ ଷ୍ଟାନଫୋର୍ଡ ଇଣ୍ଡିଆ ସମ୍ମିଳନୀରେ ‘ଇଣ୍ଡିଆ, ଦ୍ୟାଟ୍ ଇଜ୍ ଇଣ୍ଡିଆ-ଗ୍ରୋଥ୍,ଗଭର୍ଣ୍ଣେସ୍ ଆଣ୍ଡ ଆଇଡିଣ୍ଟିଟିଟି’ ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଆମେରିକାର କାଲିଫର୍ନିଆରେ ଷ୍ଟାନଫୋର୍ଡ ଇଣ୍ଡିଆ ସମ୍ମିଳନୀରେ ‘ଇଣ୍ଡିଆ, ଦ୍ୟାଟ୍ ଇଜ୍ ଇଣ୍ଡିଆ-ଗ୍ରୋଥ୍,ଗଭର୍ଣ୍ଣେସ୍ ଆଣ୍ଡ ଆଇଡିଣ୍ଟିଟିଟି’ ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର, ବିଜେପି ନେତା ଅନ୍ନାମଲାଇ ଏବଂ ତେଜସ୍ୱୀ ସୂର୍ଯ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ, ଏସ୍‌ଆଇଆର୍‌, ଲୋକସଭାରେ ଆସନ ସଂଖ୍ୟା ଏବଂ ସଂସଦରେ ଦକ୍ଷିଣ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ଉପରେ ଆଲୋଚନା ହୋଇଥିଲା। ଭୋଟର ତାଲିକାରୁ ବହୁ ସଂଖ୍ୟକ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଆବେଦନ ଯାଞ୍ଚ୍ କରିବାରେ ବିଳମ୍ବ ରାଜ୍ୟର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଛି। ପ୍ରାୟ ୯୧ ଲକ୍ଷ ଭୋଟରଙ୍କୁ ଏସ୍‌ଆଇଆର୍‌ରୁ ବାଦ୍ ଦିଆଯାଇଛି। ସେଥିମଧ୍ୟରୁ ୩୪ ଲକ୍ଷ ଭୋଟର ନିଜକୁ ପ୍ରକୃତ ଭୋଟର ବୋଲି…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା :ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ପରିସରରେ ଆଜି ସୋମବାର ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୋସେନର ବାର୍ଲା, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୨୯ ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୨୩ ବ୍ୟକ୍ତିଗତ, ୦୩ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ସେହିପରି ଜିଲ୍ଲାପାଳ ଙ୍କ ରେଡ଼କ୍ରସ…

Read More