୧୨ଛେଳି ଓ ଗାଈ ଜୀବନ୍ତ ଦଗ୍ଧ BY_SUBHASMITA-7.5.2026 କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ କରିଲୋପାଟଣା ଗାଁରେ ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ପ୍ରଦୀପ୍ତ ମଲ୍ଲିକଙ୍କ ଗୁହାଳ ଘର ସହ ତିନିବଖରା ଘର ଆଗୁନରେ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୧୨ଟି ଛେଳି ଓ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଘର ଭିତରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି । ନିଆଁ ଲାଗିଥିବା ଦେଖି ପ୍ରଦୀପ୍ତ ମଲ୍ଲିକ ପଶୁମାନଙ୍କୁ ବଞ୍ଚାଇବା ପାଇଁ ଘରଭିତରକୁ ପ୍ରବେଶ କରିଥିଲେ । ତେବେ ଏହି ଚେଷ୍ଟାରେ ସେ ନିଜେ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଗୁନ ଭୟଙ୍କର ରୂପ ନେଇଥିଲା । ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଘରଟି ପ୍ରାୟ ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ…
Author: Charcha News
-BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଗୁରୁବାର ଅପରାହ୍ନ ସମୟରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ନବନିର୍ମିତ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ମନ୍ତ୍ରୀ ନିଜ ଗସ୍ତ ସମୟରେ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନିର୍ମିତ ନୂତନ କଲ୍ୟାଣ ମଣ୍ଡପ,ପାଠାଗାର, ବ୍ୟାଙ୍କ୍ ସୁବିଧା ଗୃହ ଏବଂ ଗ୍ରାମୀଣ ଉଦ୍ୟାନ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମନ୍ତ୍ରୀ ଯୋଗଦେଇ କହିଥିଲେ ଯେ, “ଗ୍ରାମାଞ୍ଚଳର ବିକାଶ ହିଁ ପ୍ରକୃତ ବିକାଶ। ପ୍ରତ୍ୟେକଟି ଉନ୍ନୟନମୂଳକ ଯୋଜନା ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ସରକାର ସଂକଳ୍ପବଦ୍ଧ।” ମନ୍ତ୍ରୀ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଚାଲୁ ରହିଥିବା ଅନ୍ୟାନ୍ୟ କାର୍ଯ୍ୟକୁ ଧାର୍ଯ୍ୟ ସମୟ…
BY-SUBHASMITA-7.4.2026 ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। କର୍କଟ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ…
ଭାରତୀୟ ବଜାରରେ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳ କରୁଥିବା କୃତ୍ରିମ ବା ସିନ୍ଥେଟିକ୍ ପନିର ବିକ୍ରୟ ବିରୁଦ୍ଧରେ କେନ୍ଦ୍ର ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଭାରତୀୟ ବଜାରରେ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳ କରୁଥିବା କୃତ୍ରିମ ବା ସିନ୍ଥେଟିକ୍ ପନିର ବିକ୍ରୟ ବିରୁଦ୍ଧରେ କେନ୍ଦ୍ର ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ, ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଥିବା ନକଲି ପନିରକୁ ବଜାରରୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ନିଷ୍ପତ୍ତି ନେଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନକଲି ପନିରର କାରବାର ରୋକିବା ପାଇଁ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଗତ ଅକ୍ଟୋବର ୨୦୨୫ରେ ଏହି ପ୍ରସ୍ତାବକୁ ଚୂଡ଼ାନ୍ତ କରିଥିବା ବେଳେ ବର୍ତ୍ତମାନର ମାର୍ଚ୍ଚ ୨୦୨୬ ବୈଠକରେ ଏହାକୁ ଆନୁଷ୍ଠାନିକ ମଞ୍ଜୁରୀ ମିଳିସାରିଛି। ଭାରତ ବିଶ୍ୱର ସର୍ବବୃହତ ଦୁଗ୍ଧ…
ଇରାନର ରାଜଧାନୀ ତେହେରାନ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଣ୍ଡିସେ ସହରର ଆର୍ଘାଭାନ୍ ସପିଂ ସେଣ୍ଟରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । BY_SUBHASMITA_DT_6.5.2026 ଇରାନର ରାଜଧାନୀ ତେହେରାନ ନିକଟରେ ଥିବା ଆଣ୍ଡିସେ ସହରର ଆର୍ଘାଭାନ୍ ସପିଂ ସେଣ୍ଟରରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଅଞ୍ଚଳକୁ ନଡ଼କାଇ ଦେଇଛି । ଏହି ଦୁର୍ଘଟଣାରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ସୂଚନା ଅନୁସାରେ, ଅଗ୍ନିକାଣ୍ଡ ସମୟରେ ସପିଂ ସେଣ୍ଟର ଭିତରେ ବହୁ ଲୋକ ଉପସ୍ଥିତ ଥିଲେ । ହଠାତ୍ ନିଆଁ ବ୍ୟାପିଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ସମୟର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣକୁ…
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ବିରୋଧୀ ଦଳନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଚିଠିରେ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ । BY_SUBHASMITA_DT_6.5.2026 ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଖରିଡା ଗାଁରେ ଜଣେ ଗର୍ଭବତୀ ମହିଳାଙ୍କ ନିର୍ମମ ହତ୍ୟା ଘଟଣା ସମଗ୍ର ଓଡ଼ିଶାକୁ ନଡ଼କାଇ ଦେଇଛି । ଘଟଣାକୁ ନେଇ ଏବେ ରାଜନୀତି ମଧ୍ୟ ସରଗରମ ହୋଇପଡ଼ିଛି । ବିରୋଧୀ ଦଳନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ Naveen Patnaik ମୁଖ୍ୟମନ୍ତ୍ରୀ Mohan Charan Majhiଙ୍କୁ ଚିଠି ଲେଖି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଚିଠିରେ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ, ନ୍ୟାୟ ଦାବିରେ ନିଜ ଶିଶୁକୁ କୋଳରେ ଧରି…
ଆମେରିକୀୟ ସାମରିକ ବିମାନ କେସି-୧୩୫ ଷ୍ଟାଷ୍ଟ୍ରୋଟ୍ୟାଙ୍କର ହର୍ମୁଜ ପ୍ରଣାଳୀ ନିକଟରେ ଗଲ୍ଫ ଅଞ୍ଚଳ ଉପରେ ଉଡୁଥିବା ସମୟରେ ଯୋଗାଯୋଗ ହରାଇଥିବା ଜଣାପଡ଼ିଛି । ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଦର୍ଶାଉଛି ଯେ ବିମାନଟି ଏକ ୭୭୦୦ ଜରୁରୀକାଳୀନ କୋଡ ପଠାଇଥିଲା । ଏହି କୋଡ ପାଇଲଟମାନେ ଏକ ଗମ୍ଭୀର ସମସ୍ୟା ସୂଚାଇବା ପାଇଁ ବ୍ୟବହାର କରୁଥିବା ଏକ ବିଶ୍ୱବ୍ୟାପୀ ସଙ୍କେତ । BY_SUBHASMITA-DT_6.5.2026 ହର୍ମୁଜ ପ୍ରଣାଳୀ ନିକଟରେ ଗଲ୍ଫ ଅଞ୍ଚଳ ଉପରେ ଉଡୁଥିବା ବେଳେ ଆମେରିକୀୟ ସାମରିକ ବିମାନ କେସି-୧୩୫ ଷ୍ଟ୍ରାଟୋଟ୍ୟାଙ୍କର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି । ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁଯାୟୀ, ବିମାନଟି ଆକାଶରେ ଇନ୍ଧନ ଭର୍ତ୍ତି କାର୍ଯ୍ୟ କରୁଥିବା ସମୟରେ ୭୭୦୦ ଜରୁରୀକାଳୀନ କୋଡ ପଠାଇଥିଲା । ଏହି କୋଡକୁ ପାଇଲଟମାନେ ଗମ୍ଭୀର ସମସ୍ୟା ସୂଚାଇବା ପାଇଁ ବିଶ୍ୱସ୍ତରୀୟ ସଙ୍କେତ ଭାବେ ବ୍ୟବହାର କରନ୍ତି । ରିପୋର୍ଟ ଅନୁଯାୟୀ, ଜରୁରୀ…
ପାକିସ୍ତାନର ପେଶାୱରରେ ଥିବା ନିଜର ମହାବାଣିଜ୍ୟ ଦୂତାବାସ(କନସୁଲେଟ୍ ଜେନେରାଲ)କୁ ବନ୍ଦ କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଘୋଷଣା କରିଛି। ବୈଦେଶିକ ବିଭାଗ କହିଛି ଯେ, ପେଶାୱର କନସୁଲେଟ୍ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ । BY-SUBHASMITA-DT_4.5.2026 ପାକିସ୍ତାନର ପେଶାୱରରେ ଥିବା ଆମେରିକୀୟ କନସୁଲେଟ୍ ଜେନେରାଲକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଟ୍ରମ୍ପ ପ୍ରଶାସନର ଘୋଷଣା । କର୍ମଚାରୀଙ୍କ ସୁରକ୍ଷା ଓ ସମ୍ବଳର ସଠିକ୍ ବ୍ୟବହାରକୁ ଏହି ନିଷ୍ପତ୍ତିର ମୂଳ କାରଣ ବୋଲି କହିଛି ଆମେରିକୀୟ ବୈଦେଶିକ ବିଭାଗ । ଇସଲାମାବାଦକୁ ସ୍ଥାନାନ୍ତର ହେବଦାୟିତ୍ୱ ପେଶାୱର କନସୁଲେଟ୍ର ସମସ୍ତ କୂଟନୈତିକ ଦାୟିତ୍ୱ ଏବେ ଇସଲାମାବାଦରେ ଥିବା ଆମେରିକୀୟ ଦୂତାବାସକୁ ହସ୍ତାନ୍ତର କରାଯିବ । ଖାଇବର ପଖତୁନଖ୍ୱା ଅଞ୍ଚଳ ସହିତ ଆମେରିକାର ସମ୍ପର୍କ ମଧ୍ୟ ଏହି ଦୂତାବାସ ମାଧ୍ୟମରେ ପରିଚାଳିତ ହେବ ।ଆମେରିକା ସ୍ପଷ୍ଟ କରିଛି ଯେ, ପାକିସ୍ତାନ ପ୍ରତି ତାଙ୍କର ରଣନୈତିକ ଓ କୂଟନୈତିକ ପ୍ରାଥମିକତାରେ କୌଣସି ପରିବର୍ତ୍ତନ ହୋଇନାହିଁ । ପେଶାୱରରୁ…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡା ଆସନ୍ତା ଜୁନ୍ ମାସ 1 ତାରିଖରୁ ବଦଳିଯିବ ରାୟଗଡା ରେଳ ଡିଭିଜନ୍ ର ମାନଚିତ୍ର । କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷିଣ ଉପକୂଳରେ ଏକ ଜୋନ୍ ଘୋଷଣା କରାଯାଇଛି । ଏଥିପାଇଁ ଆଜି ରେଳ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇଥିବା ବେଳେ ଏହି ଜୋନର ମୁଖ୍ୟ କାର୍ଯ୍ୟାଳୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ୍ ରେ ସ୍ଥାପିତ ହେବ । ଫଳରେ ଓଡିଶାକୁ ସ୍ବତନ୍ତ୍ର ଭାବେ ଏକ ନୂଆ ରେଳ ଡିଭିଜନ୍ ମିଳିଥିବା କୁହାଯାଉଛି । ପୂର୍ବତଟ ରେଳ ପଥ ଅଧିନରେ ରାୟଗଡା ଡିଭିଜନ୍ ରହିଥିବା ବେଳେ ଏହା ପ୍ରାୟ 696 କିଲୋମିଟର ଭିତରେ ସିମିତ ରହିବ । ଏହି ଡିଭିଜନ୍ ଅଧିନରେ କୋରାପୁଟ୍ ସିଙ୍ଗାପୁର ରୋଡ୍,କୋଟାୱାଲାସା କିରୋଣ୍ଡୋଲ୍ ଓ ଗୁଣପୁର-ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ରହିବ ବୋଲି କୁହାଯାଇଛି । ପୂର୍ବତଟ ରେଳ ପଥ ଓ ଦକ୍ଷିଣ ମଧ୍ୟ ରେଳ ପଥର କିଛି ଅଂଶକୁ ମିଶାଇ…








