ନିଟ୍- ୟୁଜି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ରାଜନୈତିକ ଝଡ଼ । ଏହାକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ନିଟ୍- ୟୁଜି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ରାଜନୈତିକ ଝଡ଼ । ଏହାକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏନଡିଏ ସଂସଦୀୟ ଦଳର ବୈଠକ ପରେ ଗଣମାଧ୍ୟମକୁ ରିଜିଜୁ କହିଛନ୍ତି ଯେ, ସରକାର ସଂସଦରେ ନିଟ୍ ପେପର ଲିକ୍ ସମେତ ଛାତ୍ରଛାତ୍ରୀଙ୍କ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ଓ ବିତର୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପେପର ଲିକ୍ ଘଟଣାକୁ ଘୋର ପାପ ବୋଲି ଅଭିହିତ କରିଥିଲେ । ଦୋଷୀଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…
Author: Charcha News
ହ୍ମପୁରରେ ୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡ଼ିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ବ୍ରହ୍ମପୁରରେ ୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡ଼ିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ନଜରରେ ରଖି ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇଜଣଙ୍କର ଲକ୍ଷଣ ସାମାନ୍ୟ ଥିବାରୁ ସେମାନେ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସା ନେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ଓ ଆବଶ୍ୟକ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ସେହିସହିତ ଲୋକଙ୍କୁ ଅଯଥା ଆତଙ୍କିତ ନହୋଇ ସତର୍କ ରହିବା, ଅସୁସ୍ଥ ଅନୁଭବ…
ମାଲକାନଗିରି ବିମାନବନ୍ଦରରେ ଆଜି ହେବ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ । ଏହି ପରୀକ୍ଷାମୂଳକ ଉଡ଼ାଣ ସଫଳ ହେଲେ ଜିଲ୍ଲାବାସୀଙ୍କ ପାଇଁ ବିମାନ ସେବା ଆରମ୍ଭ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ବହୁ ଦିନର ଅପେକ୍ଷା ପରେ ଶେଷରେ ମାଲକାନଗିରି ବିମାନବନ୍ଦରରେ ଆଜି ହେବ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ । ଏହି ପରୀକ୍ଷାମୂଳକ ଉଡ଼ାଣ ସଫଳ ହେଲେ ଜିଲ୍ଲାବାସୀଙ୍କ ପାଇଁ ବିମାନ ସେବା ଆରମ୍ଭ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୨ଟା ୨୦ ମିନିଟ୍ରେ ପରୀକ୍ଷାମୂଳକ ବିମାନଟି ମାଲକାନଗିରି ବିମାନବନ୍ଦରରେ ଅବତରଣ କରିବ । ପ୍ରାୟ ୧୦ ମିନିଟ୍ ପରେ, ଅର୍ଥାତ୍ ୨ଟା ୩୦ ମିନିଟ୍ରେ ବିମାନଟି ପୁଣି ଫେରିଯିବ । ଟ୍ରାଏଲ ରନ୍କୁ ନେଇ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ ରନୱେ, ପ୍ରାଯୁକ୍ତିକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ…
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲିଛନ୍ତି। ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। BY-Subhasmita-dt-22.7.2026 ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ନୂଆଦିଲ୍ଲୀରେ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା ପରେ ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଏବଂ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦେବା ଉଚିତ। ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡିର ରାଜ୍ୟସଭା ସାଂସଦମାନେ ନୂଆଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ଛାତ୍ରଛାତ୍ରୀଙ୍କ ନ୍ୟାୟ ପାଇଁ…
ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପରେ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଆଜି ୨ଟି ପର୍ଯ୍ୟାୟରେ ହୀରାକୁଦ ନଦୀବନ୍ଧର ଆଉ ୬ଟି ଗେଟ୍ ଖୋଲାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର…. ସମ୍ବଲପୁର: ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପରେ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଆଜି ୨ଟି ପର୍ଯ୍ୟାୟରେ ହୀରାକୁଦ ନଦୀବନ୍ଧର ଆଉ ୬ଟି ଗେଟ୍ ଖୋଲାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ମୋଟ ୧୦ଟି ସ୍ଲୁଇସ୍ ଗେଟ୍ (ବାମ ପାର୍ଶ୍ବର ୭ ଓ ଡାହାଣ ପାର୍ଶ୍ବର ୩ଟି) ଦେଇ ବନ୍ୟାପାଣି ମହାନଦୀକୁ ନିଷ୍କାସିତ ହେଉଛି। ଜଳଭଣ୍ଡାରକୁ ହାରାହାରି ୧ ଲକ୍ଷ ୪୭ ହଜାର ୫୪୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ବିଭିନ୍ନ ମାର୍ଗ ଦେଇ ୧ ଲକ୍ଷ ୫୯ ହଜାର ୫୮୧ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ସନ୍ଧ୍ୟା ୬ଟା ବେଳେ ତଳମୁଣ୍ଡ ଗେଜ୍ ଷ୍ଟେସନ୍ଗୁଡ଼ିକ ମଧ୍ୟରୁ ବେଲଗାଁରେ ୧୩ ହଜାର ୬୦୦ କ୍ୟୁସେକ୍, ପଥର୍ଲାରେ ୩୮ ହଜାର ୮୦୭…
ଘରେ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା। କିଛି ଲୋକଙ୍କ ସହିତ ମିଶି ଜୀବନରେ ନୂତନତ୍ବ ଆସିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଆପଣଙ୍କ ଖୁସ୍ ମିଜାଜ ସ୍ବଭାବ ଅନ୍ୟମାନଙ୍କୁ ଖୁସି କରାଇବ। BY-Subhasmita-Dt-22.7.2026 ମେଷ: ଘରେ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା। କିଛି ଲୋକଙ୍କ ସହିତ ମିଶି ଜୀବନରେ ନୂତନତ୍ବ ଆସିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ବୃଷ: ଆପଣଙ୍କ ଖୁସ୍ ମିଜାଜ ସ୍ବଭାବ ଅନ୍ୟମାନଙ୍କୁ ଖୁସି କରାଇବ। ବ୍ୟବସାୟରେ ଅଧିକ ଲାଭ ପାଇବେ। ଜୀବନସାଥୀ ଆପଣଙ୍କ ଉପରେ ବିଶେଷ ଧ୍ୟାନ ଦେବେ ଆପଣ ତାଙ୍କ କଥା ଧ୍ୟାନ ଦେଇ ଶୁଣିବେ। ମିଥୁନ: ପୁରୁଣା କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କର ରୁଚି ସାମାଜିକ ଗତିବିଧିରେ ଅଧିକ ରହିବ। ଆପଣ ଏଭଳି ଲୋକଙ୍କ ସହିତ ମିଶିବେ ସିଏ ଆପଣଙ୍କ ବ୍ୟବସାୟରେ ଲାଭ ପହଞ୍ଚାଇବେ। କର୍କଟ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ…
ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା । ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଅନୁଷ୍ଠିତ ଏହି ନୀତିକାନ୍ତି ପରେ ଏବେ ରଥଗୁଡ଼ିକ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା । ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଅନୁଷ୍ଠିତ ଏହି ନୀତିକାନ୍ତି ପରେ ଏବେ ରଥଗୁଡ଼ିକ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଏହି ପରମ୍ପରାକୁ ନିଷ୍ଠାର ସହ ସଂପାଦନ କରାଯାଇଛି, ଯାହାକି ରଥଯାତ୍ରା ପରବର୍ତ୍ତୀ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ରଥର ଦକ୍ଷିଣ ମୋଡ଼ ସମୟରେ ଶରଧାବାଲିରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ‘ଜୟ ଜଗନ୍ନାଥ’ ଧ୍ୱନି, ହରିବୋଲ ଓ କୋଳାହଳରେ…
ଏହି ଗସ୍ତ ଅବସରରେ ସେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ସରକାରୀ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ । ସୂଚନା ଅନୁସାରେ, ଅଗଷ୍ଟ ୩ ତାରିଖ ଅପରାହ୍ନ ୨ଟା ୧୦ ମିନିଟ୍ରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତ ଅବସରରେ ସେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ସରକାରୀ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ । ସୂଚନା ଅନୁସାରେ, ଅଗଷ୍ଟ ୩ ତାରିଖ ଅପରାହ୍ନ ୨ଟା ୧୦ ମିନିଟ୍ରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି । ବିମାନବନ୍ଦରରୁ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ବଳ ମୁତୟନ ସହ ଟ୍ରାଫିକ୍ ପରିଚାଳନା ନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଚର୍ଚ୍ଚା news
ୟୁକ୍ରେନ ଉପକୂଳରେ ଗିନି-ବିସାଉ ପତାକାଧାରୀ ଏକ ବାଣିଜ୍ୟିକ ଜାହାଜ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଜଣ ଭାରତୀୟ ନାଗରିକଙ୍କ ସମେତ ଦଶ ଜଣଙ୍କର ମୃତ୍ୟୁ ହୋଇଛି। BY-Subhasmita-dt-21.7.2026 ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଘଟିଥିବା ଏକ ଦୁଃଖଦ ଘଟଣାରେ ୪ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି। ୟୁକ୍ରେନର ଓଡେସା ଉପକୂଳ ନିକଟରେ ଗିନି-ବିସାଉ ପତାକାଧାରୀ ବାଣିଜ୍ୟିକ ଜାହାଜ ଏମ୍ଭି ଗୋଲଡେନ୍ ଲିଓ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଭାରତ ସରକାର କଡ଼ା ପ୍ରତିକ୍ରିୟା ଜଣାଇଛି। ଘଟଣାକୁ ନେଇ ରୁଷର ଚାର୍ଜ ଡି’ଆଫେୟର୍ସଙ୍କୁ ସମନ ଜାରି କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଜାହାଜରେ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଭାରତୀୟ ଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଭାରତ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରି କହିଛି ଯେ ବାଣିଜ୍ୟିକ ଜାହାଜକୁ…








