ଏପ୍ରିଲ ମାସର ଶେଷ ସପ୍ତାହରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ଉତ୍ତର ଭାରତ ପାଇଁ ଏକ ଭଲ ଖବର ଆସିଛି । ପାଣିପାଗ ବିଭାଗ ସୂଚିତ କରିଛି ଯେ ଦେଶର ଏକ ବଡ଼ ଭାଗରେ ପାଗ ପରିବର୍ତ୍ତନ ହେବାକୁ ଯାଉଛି। BY-SUBHASMITA-DT-28.4.2026 ଏପ୍ରିଲ ଶେଷ ସପ୍ତାହରେ ଦେଶର ବହୁ ଅଞ୍ଚଳରେ ପ୍ରବଳ ତାପ ଓ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ ପାଣିପାଗ ବିଭାଗରୁ ଆସିଛି ଏକ ଆଶ୍ୱସ୍ତିକର ସୂଚନା। ଉତ୍ତର ଭାରତ ସହ ଅନେକ ଅଞ୍ଚଳରେ ଆଗାମୀ ଦିନରେ ପାଗ ବଦଳିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁସାରେ ‘ପଶ୍ଚିମୀୟ ବିସ୍ତାର’ ସକ୍ରିୟ ହେବା ପରେ କେତେକ ସ୍ଥାନରେ ବର୍ଷା, ଘୁର୍ଣ୍ଣିଝଡ଼ ଏବଂ ଝୋଡ଼ା ପବନ ବହିପାରେ। ଏହାର ପ୍ରଭାବରେ ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିଅସ ପର୍ଯ୍ୟନ୍ତ କମିପାରେ ବୋଲି ଆନୁମାନ କରାଯାଇଛି। ରାଜଧାନୀ ନୂଆଦିଲ୍ଲୀ ଓ ତାହାର ଆସପାସ ଅଞ୍ଚଳ ପାଇଁ ବିଶେଷ…
Author: Charcha News
ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା। ଜୁନ ୧୨ରେ ସରକାର ପୂର୍ତ୍ତିର ଦୁଇ ବର୍ଷ ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ। ନିଗମ ବୋର୍ଡ ମଧ୍ୟ ନିଯୁକ୍ତି ହେବ। ରାଜ୍ୟର ୨୯ଟି ଜିଲ୍ଲାରେ ଓକିଲ ନିଯୁକ୍ତି ଶେଷ ହୋଇଛି କେବଳ ଖୋର୍ଦ୍ଧା ଜିଲ୍ଲାରେ ବାକି ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା। ଜୁନ ୧୨ରେ ସରକାର ପୂର୍ତ୍ତିର ଦୁଇ ବର୍ଷ ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ। ନିଗମ ବୋର୍ଡ ମଧ୍ୟ ନିଯୁକ୍ତି ହେବ। ରାଜ୍ୟର ୨୯ଟି ଜିଲ୍ଲାରେ ଓକିଲ ନିଯୁକ୍ତି ଶେଷ ହୋଇଛି କେବଳ ଖୋର୍ଦ୍ଧା ଜିଲ୍ଲାରେ ବାକି ଅଛି। ତାହା ମଧ୍ୟ ଖୁବଶୀଘ୍ର ହୋଇଯିବ। ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କେନ୍ଦ୍ରର ନେତା ଏବଂ ଆମେ ବସି ଚିନ୍ତାକରିବୁ କହିଲେ ମନମୋହନ ସାମଲ। ଯେତେବେଳେ ଲାଗିବ ସେତେବେଳେ ମନ୍ତ୍ରୀମଣ୍ଡଳ ସାମ୍ପ୍ରସାରଣ…
ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏଥିପାଇଁ ସୋମବାର ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୮ଟି ଜିଲ୍ଲାର ୧୪୨ଟି ଆସନରେ ମତଦାନ ହେବ। ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଏଥିପାଇଁ ସୋମବାର ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୮ଟି ଜିଲ୍ଲାର ୧୪୨ଟି ଆସନରେ ମତଦାନ ହେବ। ଏହାରି ଭିତରେ କୋଲକାତା, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ହାଓଡ଼ା ଏବଂ ପଶ୍ଚିମ ମେଦିନିପୁର ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ରହିଛି। ଏଥିଲାଗି ମୋଟ ୧ହଜାର ୪୪୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଏହା ପୂର୍ବରୁ ଗତ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ରାଜ୍ୟର ୧୫୨ଟି ଆସନରେ ଭୋଟ ହୋଇଥିଲା। ମେ-୪ରେ ଫଳ ପ୍ରକାଶ ପାଇବ। ତେବେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରେ ୯୩ ପ୍ରତିଶତ ଭୋଟିଂ ହୋଇଥିବାରୁ ଦ୍ବିତୀୟ ପର୍ଯ୍ୟାୟରେ ବି ବମ୍ପର ଭୋଟିଂ ହେବ ବୋଲି ସମସ୍ତେ…
ଭଉଣୀର ଗଳିତ ଶବ ଧରି ପହଞ୍ଚିଲେ ଭାଇ BY-SUBHASMITA-28.4.2026 ସ୍ବାମପାଟଣା, ତା ୨୭୪ (ପିଏନଏସ) ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖ୍ ଟଙ୍କା ମାଗିଲା ଭାଇ। ଏଭଳି ଚାଞ୍ଚଲ୍ୟକର ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶିରେ ଘଟିଛି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟ ର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡିଆନାଳୀ ଗ୍ରାମର କାଲା ମୁଣ୍ଡା ନାମକ ଜଣେ ବୃଦ୍ଧାଙ୍କ ମଲିପଶିସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଏକ ଜମା ଖାତା ଥିଲା। ୨ ମାସ ପୂର୍ବରୁ କାଲା ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା ବେଳେ ଘର ନିକଟରେ ତାଙ୍କୁ ପୋତି ଦିଆଯାଇଥିଲା। ସାନଭାଇ ଜିତୁ ମୁଣ୍ଡା କାଲା ମୁଣ୍ଡାଙ୍କ ବ୍ୟାଙ୍କ ପାସବୁକ ନେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମଲ୍ଲିପଶି ଶାଖାକୁ ଯାଇ କାଲାଙ୍କ ପାସବୁକର ଥିବା ସମସ୍ତ ଟଙ୍କା ତାଙ୍କୁ ଦେବାକୁ କହିଥିଲେ । ଯାହା ନାମରେ ପାସବୁକ ସିଏ ଆସିଲେ ଟଙ୍କା…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ସିକିମ ଗସ୍ତରେ ଅଛନ୍ତି । ମଙ୍ଗଳବାର ଦିନ ସେ ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସର ସମାପନୀ ଉତ୍ସବରେ ଯୋଗଦେବେ । ଏହା ପୂର୍ବରୁ, ସେ ସକାଳୁ ସକାଳୁ ରାଜଧାନୀ ଗ୍ୟାଙ୍ଗଟକରେ ଯୁବବର୍ଗମାନଙ୍କ ସହିତ ଫୁଟବଲ୍ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ସିକିମ ଗସ୍ତରେ ଅଛନ୍ତି। ମଙ୍ଗଳବାର ଦିନ ସେ ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସର ସମାପନୀ ଉତ୍ସବରେ ଯୋଗଦେବେ । ଏହା ପୂର୍ବରୁ, ସେ ସକାଳୁ ସକାଳୁ ରାଜଧାନୀ ଗ୍ୟାଙ୍ଗଟକରେ ଯୁବବର୍ଗମାନଙ୍କ ସହିତ ଫୁଟବଲ୍ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏହି ଅଭିଜ୍ଞତାକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗ୍ୟାଙ୍ଗଟକରେ ଆଜି ସକାଳ ବହୁତ ସ୍ୱତନ୍ତ୍ର ଥିଲା, ଏବଂ ସିକିମର ଯୁବବର୍ଗମାନଙ୍କ ସହିତ ଫୁଟବଲ ଖେଳିବା ଏକ ସ୍ମରଣୀୟ ଅଭିଜ୍ଞତା ଥିଲା। ସେ ଏହା ମଧ୍ୟ କହିଛନ୍ତି, ଯୁବବର୍ଗମାନଙ୍କ…
BY-SUBHASMITA-DT-28,4,2026 ଭାରତୀୟ କ୍ରିକେଟର ସୁପରଷ୍ଟାର Virat Kohli IPL ଇତିହାସରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିଛନ୍ତି। ସେ IPLରେ ୯,୦୦୦ ରନ୍ ପୂରଣ କରିଥିବା ପ୍ରଥମ ଖେଳାଳି ହୋଇ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ବିରାଟ ଏହି ବିଶେଷ ସଫଳତା ଅତିକ୍ରମ କରିଥିଲେ। ତାଙ୍କର ଅଦ୍ଭୁତ ସ୍ଥିରତା, ଆକ୍ରାମକ ବ୍ୟାଟିଂ ଏବଂ ଦୀର୍ଘ ସମୟର ଫର୍ମ IPLକୁ ନୂଆ ମାନଦଣ୍ଡ ଦେଇଛି। ବିରାଟଙ୍କ କିଛି ବଡ଼ IPL ରେକର୍ଡ: IPLରେ ୮୦୦ରୁ ଅଧିକ ଚୌକା ମାରିବାରେ ପ୍ରଥମ ଗୋଟିଏ ଫ୍ରାଞ୍ଚାଇଜ୍ ପାଇଁ ୩୦୦+ ଛକା ମାରିବାରେ ପ୍ରଥମ ଲଗାତାର ୧୭ ସିଜନ ୩୦୦+ ରନ୍ କରିଥିବା ଏକମାତ୍ର ଖେଳାଳି ବିରାଟଙ୍କ ଏହି ସଫଳତା IPL ଇତିହାସରେ ତାଙ୍କୁ ସବୁଠାରୁ ସ୍ଥିର ଏବଂ ମହାନ ବ୍ୟାଟସମ୍ୟାନ୍ ଭାବେ ଆଉ ଏକଥର ପ୍ରମାଣ କରିଛି ଚର୍ଚ୍ଚା news
ଜାତିସଂଘରେ ପରମାଣୁ ଅପ୍ରସାର ଚୁକ୍ତି (NPT) ସମୀକ୍ଷା ସମ୍ମିଳନୀର ଉପାଧ୍ୟକ୍ଷ ଭାବେ ଇରାନକୁ ନିଯୁକ୍ତି ଦିଆଯାଇବା ପରେ ଆମେରିକା ଓ ଇରାନ ମଧ୍ୟରେ ତୀବ୍ର କୂଟନୈତିକ ମୁହାଁମୁହିଁ ସୃଷ୍ଟି ହୋଇଛି। BY-SUBHASMITA-28.4.2026 ଆମେରିକାର ଅସ୍ତ୍ର ନିୟନ୍ତ୍ରଣ ଓ ଅପ୍ରସାର ବ୍ୟୁରୋର ସହାୟକ ସଚିବ କ୍ରିଷ୍ଟୋଫର ୟାଉ ଅଭିଯୋଗ କରିଛନ୍ତି ଯେ ଇରାନ ତାହାର ଅନ୍ତର୍ଜାତୀୟ ଦାୟିତ୍ୱ ପାଳନ କରିନାହିଁ ଏବଂ IAEA ସହିତ ସହଯୋଗରେ ବିଫଳ ହୋଇଛି। ସେ କହିଛନ୍ତି ଯେ ଏପରି ଦେଶକୁ ଦାୟିତ୍ୱପୂର୍ଣ୍ଣ ପଦବୀ ଦେବା ଅପମାନଜନକ।ଏହାର ପ୍ରତିକ୍ରିୟାରେ ଇରାନ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଖଣ୍ଡନ କରିଛି। ଜାତିସଂଘରେ ଇରାନୀ ରାଷ୍ଟ୍ରଦୂତ ରେଜା ନଜାଫି କହିଛନ୍ତି ଯେ ପରମାଣୁ ଅସ୍ତ୍ର ବ୍ୟବହାର କରିଥିବା ଏକମାତ୍ର ଦେଶ ଆମେରିକା, ତେଣୁ ତାଙ୍କର ନୈତିକ ଅଧିକାର ପ୍ରଶ୍ନବାଚୀ।ଏହି ପରିସ୍ଥିତିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ଉଭୟ ପକ୍ଷକୁ ଶାନ୍ତି ଆଲୋଚନା ଓ ଅସ୍ତ୍ରବିରତି ପାଇଁ ଆହ୍ୱାନ କରିଛନ୍ତି। ସେ…
ଓଡ଼ିଆ ସିନେମାକୁ ୯୦ ବର୍ଷ: ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତ ଯାତ୍ରା : ଆଜି ଓଡ଼ିଆ ସିନେମାକୁ ପୂରିଛି ୯୦ ବର୍ଷ। ଓଡ଼ିଆ ସିନେମା ଜଗତ ତା’ର ଯାତ୍ରାର ୯୦ ବର୍ଷ ପୂରଣ କରିଛି। ୧୯୩୬ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ଯାହା ଓଡ଼ିଆ ସିନେମାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। BY-SUBHASMITA-26.4.20206 ଭୁବନେଶ୍ଵର :ଓଡ଼ିଆ ସିନେମା ଜଗତ ଆଜି ୯୦ ବର୍ଷର ଐତିହାସିକ ଯାତ୍ରା ପୂରଣ କରିଛି। ୧୯୩୬ ମସିହାରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ଦ୍ୱାରା ଏହି ଶିଳ୍ପର ଭିତ୍ତି ପ୍ରତିଷ୍ଠିତ ହୋଇଥିଲା। ଏହି କଳାଧଳା ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ ମୋହନ ସୁନ୍ଦର ଦେବ ଗୋସ୍ବାମୀ। ଏହି ୯୦ ବର୍ଷରେ ଓଡ଼ିଆ ସିନେମା ଅନେକ ଉତ୍ତାର-ଚଢ଼ା ଦେଖିଛି। ବିଶେଷ କରି ସିନେମା ହଲ୍ର ଅଭାବ ଓ ସରକାରୀ ଉଦାସୀନତା ଏହି ଶିଳ୍ପର ବିକାଶରେ ବଡ଼ ବାଧା ସୃଷ୍ଟି କରିଛି। କରୋନା ସମୟରେ…
ସତ୍ୟଭାମାପୁର, ମଧୁବାବୁଙ୍କ ପବିତ୍ର ଜନ୍ମଭୂମି, ଆଜି ଭକ୍ତି, ଗର୍ବ ଓ ସ୍ମୃତିରେ ଚଳଚଞ୍ଚଳ ହୋଇଉଠିଛି। ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ। ଏଥିପାଇଁ ଚଳଚଞ୍ଚଳ ହୋଇଛି ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର। ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ, ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିଥିଲେ । BY-SUBHASMITA-28.4.2026 କଟକ :ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ |ଓଡ଼ିଆ ଜାତିର ପ୍ରଥମ ସ୍ନାତକ ଏବଂ ବିଦେଶରେ ଶିକ୍ଷା ଗ୍ରହଣ କରିଥିବା ପ୍ରଥମ ଓଡ଼ିଆ ଭାବେ ମଧୁବାବୁ ଇତିହାସ ଗଢ଼ିଥିଲେ। ବିଦେଶରେ ଉଜ୍ଜ୍ୱଳ ଭବିଷ୍ୟତ ଥିଲେ ସତ୍ୟ, ସେ ସେହି ସୁଯୋଗକୁ ତ୍ୟାଗ କରି ନିଜ ମାଟି ଓ ଲୋକଙ୍କ ସେବା ପାଇଁ ଓଡ଼ିଶାକୁ ଫେରିଥିଲେ। କଟକ ଓ ସତ୍ୟଭାମାପୁରକୁ କର୍ମଭୂମି କରି ସେ ଓଡ଼ିଶାର ଅସ୍ମିତା, ସଂସ୍କୃତି ଓ ସ୍ବାଭିମାନ ପାଇଁ…








