ଉଦଳା, (ରାଜୀବ କୁମାର ବେହେରା): ଡାକ୍ତର ହେବାର ସ୍ୱପ୍ନ ନେଇ ପାଠ ପଢ଼ୁଥିବା ଜଣେ ମେଧାବୀ MBBS ଛାତ୍ରୀଙ୍କ ଅକାଳ ମୃତ୍ୟୁ ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। କଟକର ତ୍ରିଶୁଳିଆ ବ୍ରିଜ୍ ତଳୁ ଉଦ୍ଧାର ହୋଇଥିବା ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଏବେ ଅନେକ ପ୍ରଶ୍ନ ଛାଡ଼ି ଯାଇଛି। ତାଙ୍କ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ, ପ୍ରତାରଣା ନା ଅନ୍ୟ କୌଣସି ଷଡ଼ଯନ୍ତ୍ର ରହିଛି, ତାହାକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି।ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଗ୍ରାମର ଚନ୍ଦ୍ରିକା ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ MBBS ଅଧ୍ୟୟନ କରୁଥିଲେ। ଏକମାତ୍ର ଝିଅକୁ ହରାଇ ପରିବାର ଭାଙ୍ଗିପଡ଼ିଥିବା ବେଳେ, ସେମାନେ ଜଣେ ପ୍ରଶିକ୍ଷୁ OAS ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପରିବାରର ଦାବି ଅନୁଯାୟୀ, ଦୀର୍ଘ ବର୍ଷର ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ଏହି ଅଘଟଣ ଘଟିଥାଇପାରେ।ତେବେ ଅଭିଯୋଗ କେବଳ ପରିବାର ପକ୍ଷରୁ ଆସିଥିବା ଦାବି…
Author: Charcha News
ରାୟଗଡ଼ା / ରବୀନ୍ଦ୍ର ନାଥ ମହାପାତ୍ର:- ବିଶ୍ୱ ପରିବେଶ ଦିବସ ଜୁନ୍ ୫ତାରିଖ ରେ ପାଳନ କରାଯାଏ। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଗୁଣପୁର ବନ ବିଭାଗ ତରଫରୁ ପରିବେଶ ସମ୍ପର୍କିତ ସଚେତନତା ଶୋଭାଯାତ୍ରା ସହ ପଥ ପ୍ରାନ୍ତ ନାଟକ ଓ ନୃତ୍ୟ ମଧ୍ୟରେ ଲୋକଙ୍କୁ ପରିବେଶ କୁ ନେଇ ସଚେତନତା କରାଯାଇଥିଲା।ଗୁଣପୁର ରେଞ୍ଜର ଗଙ୍ଗା ଧର ମିଶ୍ର ଙ୍କ ନେତୃତ୍ୱରେ ଏହି ସଚେତନତା ସଭା ରେ ମୁଖ୍ୟ ଅତିଥି ଭାବରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇଥିଲେ।୩୨୬ ନମ୍ୱର୍ ଜାତୀୟ ରାଜା ପଥ ଗୁମୁଡା ଛକ ରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ସହ ଲୋକଙ୍କୁ ସଚେତନତା କରାଯାଇଥିଲା।ପରିବେଶ ବଞ୍ଚିଲେ ଆମେ ବଞ୍ଚିବା।ଏଥିପାଇଁ ପୃଥିବୀ କୁ ବଞ୍ଚାଇବା।ଆମେ ସମସ୍ତେ ଏକ ହୋଇ ପରିବେଶ କୁ ସୁରକ୍ଷା ଦେବା।ବର୍ତ୍ତମାନ ସମୟରେ ବ୍ୟାପକ ଗଛକଟା,ପ୍ରଦୂଷଣ,ଜଳ ସଙ୍କଟ,ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।ଏଥିପାଇଁ ଆଗାମୀ ପିଢ଼ି ପାଇଁ ଆମେ ଆମ ପରିବେଶ କୁ…
ରାୟଗଡ଼ା /ରବିନ୍ଦ୍ର ନାଥ ମହାପାତ୍ର:-ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଓ ମୁନିଗୁଡ଼ା ଠାରେ ଆଜି କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ରିସୈକେଲିଂଗ ATM ର ଶୁଭ ଉଦଘାଟନ ହୋଇଯାଇଛି।ଏକା ଥରେ ଏହି ଏଟିଏମ୍ ରେ ଟଙ୍କା ଉଠାଣ ଓ ଟଙ୍କା ବନ୍ଧା ହୋଇପାରିବ ବୋଲି ସଭାପତି ଶ୍ରୀଯୁକ୍ତ ପାଣିଗ୍ରାହୀ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ କୋରାପୁଟ ସମବାୟ ବ୍ୟାଙ୍କ ର ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ପ୍ରଥମେ ପଦ୍ମପୁର ପରେ ଗୁଣପୁର ତା ପରେ ମୁନିଗୁଡ଼ା ଠାରେ ମଧ୍ୟ ATM ର ଶୁଭ ଉଦଘାଟନ ହୋଇଯାଇଛି।ପଦ୍ମପୁର ଶାଖା ପରିସରରେ ଗୋଲାଡ ଲୋନ୍ ର ବ୍ୟବସ୍ଥା ସହ ଗ୍ରାହକ ମାନଙ୍କ ପାଇଁ ଲୋକର ମଧ୍ୟ ସୁବିଧା କରାଯାଇଥିବା କହିଛନ୍ତି।ଏହି ଶୁଭ ଉଦଘାଟନ ସମୟରେ ରାୟଗଡ଼ା ଡିଭିଜନ ର ମୁଖ୍ୟ ଜନ୍ମଜେୟ ମହାପାତ୍ର,କେଶିଶି ବ୍ୟାଙ୍କ୍ ଡାଇରେକ୍ଟର ରମାକାନ୍ତ ରାହୁଲ,ବାନାଗାଡ଼ି ତ୍ରିପତି ରାଓ,ବୃନ୍ଦାବନ ଶବର,ସମ୍ପାଦକ ଐସୁରାୟ…
ଓଡ଼ିଶା ରାଜନୀତିରେ ପୁଣି ଥରେ ଏକ ବଡ଼ ରାଜନୈତିକ ଘଟଣା ସାମ୍ନାକୁ ଆସିଛି। ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି।Debashish Samantarayଙ୍କ ନାମକୁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଥିବା ବେଳେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି।ଗତ କିଛି ଦିନ ତଳେ ଦେବାଶିଷ ସାମନ୍ତରାୟ ବିଜେଡିର ପ୍ରାଥମିକ ସଦସ୍ୟତା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ତେବେ ତାଙ୍କର ଏହି ରାଜନୈତିକ ପଦକ୍ଷେପ ପଛରେ ବଡ଼ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା, ଆଉ ସେହି ଚର୍ଚ୍ଚା ଏବେ ସତ୍ୟ ପ୍ରମାଣିତ ହୋଇଛି।ଓଡ଼ିଶାରେ ସଂଖ୍ୟା ଦୃଷ୍ଟିରୁ ବିଜେପିର ସ୍ଥିତି ମଜବୁତ ଥିବାରୁ ଦେବାଶିଷ ସାମନ୍ତରାୟଙ୍କର ବିଜେପି ଟିକେଟ୍ରେ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହେବା ପ୍ରାୟ…
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଓଡ଼ିଶାର ସଫଳତାକୁ ନେଇ ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ରାଜ୍ୟ। ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ୧୯୯୯ର ମହାବାତ୍ୟା ପରଠାରୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ଶିକ୍ଷା ଗ୍ରହଣ କରିଛି ଏବଂ ଆଜି “ଜିରୋ କାଜୁଆଲିଟି” ଲକ୍ଷ୍ୟ ପାଇଁ ସାରା ବିଶ୍ୱରେ ପ୍ରଶଂସା ସାଉଁଟିଛି।ପୁରୀରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହୋଇଥିବାରେ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବୈଠକରୁ ମିଳୁଥିବା ଅଭିଜ୍ଞତା ଓ ନିଷ୍କର୍ଷ ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ଼ କରିବ। ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିପର୍ଯ୍ୟୟ ପରିଚାଳନା ପଦ୍ଧତିର ଆଦାନ ପ୍ରଦାନ ସମସ୍ତଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି।ସେହିପରି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନର କ୍ଷତିକୁ ଶୂନ୍ୟରେ ପହଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ ଭବିଷ୍ୟତରେ ମଧ୍ୟ ଜାରି ରହିବ…
କେମିତି କାଟିବ ଆଜି ଆପଣମାନଙ୍କ ଦିନ ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ ।…
ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଥିବା ଲେମନ୍ ଗ୍ରିନ୍ ରେଷ୍ଟୁରାଣ୍ଟରେ ବୁଧବାର ସକାଳେ ବଡ଼ଧରଣ ଅଗ୍ନିକାଣ୍ଡ ଘଟି ୨୧ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଧିକାରୀମାନେ କହିଛନ୍ତି | ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଥିବା ଲେମନ୍ ଗ୍ରିନ୍ ରେଷ୍ଟୁରାଣ୍ଟରେ ବୁଧବାର ସକାଳେ ବଡ଼ଧରଣ ଅଗ୍ନିକାଣ୍ଡ ଘଟି ୨୧ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକ ମଧ୍ୟ ଏସିଆ ଓ ଆଫ୍ରିକାର ନାଗରିକ ଅଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ପାଖାପାଖି ସକାଳ ୯ଟାରେ ରେଷ୍ଟୁରାଣ୍ଟର ବେସମେଣ୍ଟରୁ ନିଆଁ ଲାଗିଥିଲା। ଦିଲ୍ଲୀ ଅଗ୍ନିଶମ ସେବାକୁ ଖବର ଦିଆଯିବା ମାତ୍ରେ ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଞ୍ଚ ମହଲା ବିଶିଷ୍ଟ କୋଠାରେ ପାଖାପାଖି ୪୦ ଲୋକ ଥିବା ଅନୁମାନ କରାଯାଉଛି। ଖବର ମିଳିବା ମାତ୍ରେ ଘଟଣାସ୍ଥଳକୁ ଏକାଧିକ ଅଗ୍ନିଶମ ଗାଡି ପଠାଯାଇଥିଲା। କୋଠା ଭିତରେ ଅନେକ ଲୋକ…
ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି । ଆସନ୍ତା ୬ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ । ସୋସିଆଲ ମିଡିଆ ସେନସେସନ କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାରୁ ଭାରତ ଫେରିବା ପରେ ଏହି ଆନ୍ଦୋଳନର ନେତୃତ୍ୱ ନେବେ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି । ଆସନ୍ତା ୬ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ । ସୋସିଆଲ ମିଡିଆ ସେନସେସନ କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାରୁ ଭାରତ ଫେରିବା ପରେ ଏହି ଆନ୍ଦୋଳନର ନେତୃତ୍ୱ ନେବେ । ଅଭିଜିତ କହିଛନ୍ତି ଯେ, ସେ ଦେଶର ଜନସାଧାରଣ ଓ ବିଶେଷ କରି ଯୁବପିଢ଼ିଙ୍କ ସମର୍ଥନ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛନ୍ତି…
BY-ରାଜୀବ କୁମାର ବେହେରା ଉଦଳା : ବିଦ୍ୟୁତ ତାର ମରାମତି କରୁଥିବା ବେଳେ ୧୧ କେଭି ତାର ସଂସ୍ପର୍ଶ ରେ ଆସି ଜୈନିକ ବ୍ୟକ୍ତିଙ୍କ ସୋଚନୀୟ ମୃତ୍ୟୁ, ବିଦ୍ୟୁତ ବିଭାଗ ର ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆଣିଲେ ସମ୍ପର୍କୀୟ ଏବଂ ଗ୍ରାମବାସୀ l ଘର ନିକଟରେ ୧୧ କେଭି ତାର କୁ ସ୍ଥାନାନ୍ତର କରିବାକୁ ବିଭାଗକୁ ବାରମ୍ବାର ଅଭିଯୋଗ କରି ଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିବା ବେଳେ ସେହି ବିପଦ ସଂକୁଳ ତାର ସଂସ୍ପର୍ଶ ରେ ଆସି ଆଜି ମିରିହ ଜୀବନ ଚାଲିଯାଇଛି, କେବେ ସମସ୍ୟା ର ସମାଧାନ ହେବ ଏହାକୁ ନେଇ ଉଠିଛି ପ୍ରଶ୍ନ ?ମୟୂରଭଞ୍ଜ ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ହାତୀକୁଟ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଗ୍ରାମର କୃତିବାସ ବେହେରାଙ୍କ…








