ବଢ଼ିଲା ଓମ୍ଫେଡ୍ କ୍ଷୀର ଦାମ୍ । ଓମ୍ଫେଡ୍ ଲିଟର ପିଛା ୪ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ ଯେଉଁ ୫୦୦ ଗ୍ରାମ୍ ପ୍ୟାକ୍ର ଦାମ୍ ୨୭ ଟଙ୍କା ଥିଲା, ତାହା ୨୯ ଟଙ୍କା ହୋଇଛି । ଓମ୍ଫେଡ୍ କ୍ଷୀର ଦାମ୍ ବଢ଼ିବା ଯୋଗୁଁ ଆଗକୁ କ୍ଷୀର ଜାତୀୟ ସବୁ ସାମଗ୍ରୀ ଯଥା ପନିର, ଦହି, ଖୁଆ, ମିଠା ଓ ଚା’ କପ୍ ଦାମ୍ ମଧ୍ୟ ବଢ଼ିପାରେ । ଫଳରେ ଖାଉଟିମାନେ ପ୍ରଭାବିତ ହେବେ । ବଢ଼ିଲା ଓମ୍ଫେଡ୍ କ୍ଷୀର ଦାମ୍ । ଓମ୍ଫେଡ୍ ଲିଟର ପିଛା ୪ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ ଯେଉଁ ୫୦୦ ଗ୍ରାମ୍ ପ୍ୟାକ୍ର ଦାମ୍ ୨୭ ଟଙ୍କା ଥିଲା, ତାହା ୨୯ ଟଙ୍କା ହୋଇଛି । ଓମ୍ଫେଡ୍ କ୍ଷୀର ଦାମ୍ ବଢ଼ିବା ଯୋଗୁଁ ଆଗକୁ କ୍ଷୀର ଜାତୀୟ ସବୁ ସାମଗ୍ରୀ ଯଥା ପନିର, ଦହି, ଖୁଆ, ମିଠା ଓ ଚା’ କପ୍ ଦାମ୍ ମଧ୍ୟ ବଢ଼ିପାରେ । ଫଳରେ…
Author: Charcha News
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା :ମାଟ୍ରିକ ରିଜେଲଟ ଫଳାଫଳ ଆସିଛି।ରାୟଗଡା ଜିଲ୍ଲାରେ ଶତକଡା ୯୬.୫ପ୍ରତିଶତ ରିଯେଲଟ ଆସିଛି।ଏଥିରେ ଝିଅ ମାନେ ପୁଣି ଆଗୁଆ ରହିଛନ୍ତି।ଜିଲ୍ଲା ର ଟପ୍ପର ହେଲେ ମନସ୍ଵିନୀ ଦାସ।ପଦ୍ମପୁର ନୂଆ ସାହି ବାସିନ୍ଦା।ମନସ୍ଵିନୀ ନିଜ ବାପା ମାଁ ଙ୍କ ସହ ଗୁଣପୁର ରେ ରହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପାଠ ପଡ଼ିଥାନ୍ତି। ରିଯେଲଟ ଆସିବା ପରେ ମନସ୍ଵିନୀ ବଡ ଖୁସି ଅଛନ୍ତି।ଆଗାମୀ ଦିନରେ ଡକ୍ଟର ହେବେ ବୋଲି କହିଛନ୍ତି।ମନସ୍ଵିନୀ ୫୫୪ ମାର୍କ ରଖି ଜିଲ୍ଲାର ଟପ୍ପର ହୋଛନ୍ତି। ଜିଲ୍ଲା ରୁ ପ୍ରଥମ ସ୍ଥାନ ଅଧିକାର କରୁଥବା ବାପା ମାଁ ବହୁତ ଖୁସିଥିବା କହିଛନ୍ତି।ସେହିପରି ଅମ୍ବାଦଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ସ୍ୱୀକୃତି ରଥ ୫୪୩ମାର୍କ ଆଣି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଇମ୍ପା କ୍ୟାମ୍ପସ ର ଛାତ୍ରୀ ସୁଦେଷ୍ଣା ପାଣି ୫୪୦ମାର୍କ ଆଣିଥିବା ବେଳେ ଗୁଣପୁର ସାଇ ଆଶୀର୍ବାଦ ରଥ ଓ ରାଜେଶ୍ୱରୀ ବେହେରା ୫୪୦ମାର୍କ ରଖିଥିବା…
ନବ ବିବାହିତ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ। ଏପରି ଘଟଣା ଶେସଖାଲ ଥାନା ଅନ୍ତର୍ଗତ ପିତାମହଲ ଗ୍ରାମରେ ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ହେଲେ ୧୮ବର୍ଷିୟ ସୁପ୍ରୀୟା ବାଗସିଂ। ଗତ ୬ମାସ ତଳେ ପିତାମହଲ ଗ୍ରାମର ବୃନ୍ଦାବନ ଦଣ୍ଡସେନାଙ୍କୁ ସୁପ୍ରୀୟା ପ୍ରେମ ବିବାହ କରିଥିଲେ। ମୃତ ସୁପ୍ରୀୟା ଆମ୍ବଦଳା ଥାନା ପାଇକ ସାହିର ବୋଲି ଜଣାପଡିଛି। ତେବେ ସୁପ୍ରିୟା ମୃତ୍ୟୁବରଣ ଖବର ମାଁ ଘର୍ ଲୋକେ ଜାଣିବା ପରେ ଏହା ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଛନ୍ତି।ଯେତେ ବେଳେ ଶାଶୁ ଘର ଲୋକେ ମାଁ ପ୍ରଭାତି ବାଗସିଂଙ୍କୁ ଫୋନ କରି ଖବର ଦେଇଥିଲେ। ସୁପ୍ରୀୟା ପରିବାର ଲୋକେ ଘଟଣା ସ୍ଥଳରେ ପଂହଁଚିବା ପରେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଝିଅକୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ହୋଇଥିଲା।।ସୁପ୍ରୀୟା ର ବେକରେ କଳା ଦାଗ ଲାଗିଥିବା ଯୋଗୁଁ ପରିବାର ଲୋକେ ଝିଅ କୁ ହତ୍ଯା କରିଥିବା ସନ୍ଦେହ କରିଥିଲେ। ତେବେ ଜ୍ବାଇଁ ବୃନ୍ଦାବନ…
ଉଚ୍ଚ ଶିକ୍ଷାନୁଷ୍ଠାନରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର। ଅଧ୍ୟାପକ ନିଯୁକ୍ତ ପାଇଁ ନେଇ SSB ଅଧୀନରେ ଆଶାୟୀଙ୍କ ପାଇଁ ବିକଳ୍ପ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । BY_SUBHASMITA-DT-2.5.2026 ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ୧୪ଶହରୁ ଅଧିକ ଅଧ୍ୟାପକ ପଦବୀ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ୨୦୨୪ରେ SSB ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି କୋର୍ଟରେ ବିଚାରାଧୀନ ଥିବାରୁ ପ୍ରାୟ ୫ ହଜାର ଆଶାୟୀଙ୍କ ନିଯୁକ୍ତି ପ୍ରକ୍ରିୟା ଅଟକି ରହିଥିଲା। ଏହାକୁ ନେଇ ଆଶାୟୀମାନେ ସରକାରଙ୍କ ହସ୍ତକ୍ଷେପ ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, SSB ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାର ବିକଳ୍ପ ଉପାୟ ଉପରେ ସରକାର ଚିନ୍ତାଭାବନା କରୁଛନ୍ତି। ଖୁବ୍ ଶୀଘ୍ର ଏହାର ସମାଧାନ…
ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ । ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ । https://www.bseodisha.ac.in , https://www.bseodisha.nic.in ମାଧ୍ୟମରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ । BY_SUBHASMITA-2.5.2026 କଟକ : ଏବର୍ଷ ମାଟ୍ରିକ୍ ପରୀକ୍ଷା ଫଳ ଆସିବା ସହିତ ଖୁସିର ଲହରୀ ଖେଳିଯାଇଛି। ୯୫.୩୩ ପ୍ରତିଶତ ପାସ୍ ହାର ସହ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଏକ ସଫଳତାର ଦାବି କରୁଥିବା ବେଳେ, ଏହି ରେଜଲ୍ଟ ଆଉ ଗୋଟିଏ ସତ୍ୟକୁ ସାମ୍ନାକୁ ଆଣିଛି ଛାତ୍ରଙ୍କୁ ପୁଣି ଟପିଲେ ଛାତ୍ରୀ।୨ଲକ୍ଷ ୬୩ହଜାରରୁ ଅଧିକ ଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ସଂଖ୍ୟା ତାଠାରୁ କମ୍। ଏହା କେବଳ ନମ୍ବରର ଜିତ୍ ନୁହେଁ, ବରଂ ପରିଶ୍ରମ, ଧୈର୍ଯ୍ୟ ଓ ଲକ୍ଷ୍ୟପ୍ରତି ଝିଅମାନଙ୍କ ଦୃଢ଼ତାର ପ୍ରମାଣ।କିନ୍ତୁ ରେଜଲ୍ଟର ଚକଚକି ଭିତରେ କିଛି ପ୍ରଶ୍ନ ମଧ୍ୟ…
ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି , ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଗଲା । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅବଗତ କରିଛନ୍ତି । ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍ରେ ଶୁଣାଣି । ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି , ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଗଲା । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅବଗତ କରିଛନ୍ତି । ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଏହାଦ୍ବାରା ସମାଧାନର ବାଟ ଫିଟିବା ନେଇ ଆଶା ବଢିଛି । ଉଭୟ ରାଜ୍ୟ ମଧ୍ୟରେ ମହାନଦୀକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି । ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ କରିବା ସହ ତଳମୁଣ୍ଡରେ ବାଲି ବନ୍ଧ ବାନ୍ଧି ମହାନଦୀର ଜଳ ଅଟକାଉଛି। ଯାହାଫଳରେ ମହାନଦୀରେ ଜଳଧାରା ଓଡ଼ିଶା ମୁହାଁ ହୋଇପାରୁନାହିଁ…
ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପିଏମ୍ଜିଏସ୍ୱାଇ-୪ରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟ ବରାଦ କରାଯିବ। ଏଥିରେ ୮୯୮ଟି ଗାଁରେ ୧୭୦୨ କିଲୋମିଟର ପକ୍କାରାସ୍ତା ନିର୍ମାଣ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ।…
ଗୋଟିଏ ଲାଇଫ ଜ୍ୟାକେଟ ଭିତରେ ବନ୍ଧା ଥିଲା ଦୁଇଟି ମୃତଦେହ। ଗୋଟିଏ ଥିଲା #ମାଆର ଆଉ ଆରଟି ଥିଲା ସେ ନିଜ ଛାତିରେ ଜାବୁଡ଼ି ଧରିଥିବା ତାଙ୍କ ଚାରି ବର୍ଷିଆ #କୁନିପୁଅର। ପୁଅ ଜୀବନ ବଞ୍ଚାଇବା ପାଇଁ ନିଜ ଲାଇଫ ଜ୍ୟାକେଟ ସହ ତାକୁ ବି ନିଜ ଛାତିରେ ବାନ୍ଧି ଦେଇଥିଲେ। ହେଲେ ଆଜି ସକାଳୁ ଯେତେବେଳେ ଉଦ୍ଧାରକାରୀ ଦଳ ଜବଲପୁରସ୍ଥିତ ବାରଗି ଡ୍ୟାମରେ ବୁଡ଼ି ଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରୁଥିଲେ ସେତେବେଳେ ମାଆ ପୁଅଙ୍କର ଏଭଳି କରୁଣ ତଥା ହୃଦୟବିଦାରକ #ଆଲିଙ୍ଗନ ଦେଖି ସେମାନେ ବି କିଛି କ୍ଷଣ ସ୍ତବ୍ଧ ହୋଇଯାଇଥିଲେ। ଏହି ଦୃଶ୍ୟ ସମସ୍ତଙ୍କ ଛାତିରେ କୋହ ଓ ଆଖିରେ ଲୁହ ଆଣି ଦେଇଥିଲା। ଗୁରୁବାର ଅପରାହ୍ନରେ ମଧ୍ୟପ୍ରଦେଶର ଜବଲପୁରସ୍ଥିତ ବାରଗି ଡ୍ୟାମରେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିଲା ଏକ କ୍ରୁଜ୍ । ହଠାତ୍ ବର୍ଷା ପବନ ମାଡ଼ି ଆସିବା ଫଳରେ କ୍ରୁଜଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା।…
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଏହାକୁ ନେଇ ୫ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀଙ୍କ ଭିତରେ ଯେତିକି ଉତ୍କଣ୍ଠା ରହିଛି ସେତିକି ଡର ମଧ୍ୟ ମନ୍ ଭିତରେ ଚାଲିଛି । ପରୀକ୍ଷା ଫଳ କଣ ହେବ, ଭଲ ହେବ ନାହିଁ, ନିଜ ଆକଳନ ମୁତାବକ ଫଳ ଆସିବ ତ ଏଭଳି ଅନେକ ପ୍ରଶ୍ନ କୁ ନେଇ ପରୀକ୍ଷା ଫୋବିଆ ପରୀକ୍ଷାର୍ଥୀଙ୍କୁ ଅଭିଭାବକମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଏହାକୁ ନେଇ ୫ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀଙ୍କ ଭିତରେ ଯେତିକି ଉତ୍କଣ୍ଠା ରହିଛି ସେତିକି ଡର ମଧ୍ୟ ମନ୍ ଭିତରେ ଚାଲିଛି । ପରୀକ୍ଷା ଫଳ କଣ ହେବ, ଭଲ ହେବ ନାହିଁ, ନିଜ ଆକଳନ ମୁତାବକ ଫଳ ଆସିବ ତ ଏଭଳି ଅନେକ ପ୍ରଶ୍ନ…








