ଚର୍ଚ୍ଚା NEWSଯାହାଙ୍କ ହାତରେ ଦୁନିଆର ମଙ୍ଗ, ଏମାନେ ତାଙ୍କରି ନାବିକ । ବ୍ରହ୍ମାଣ୍ଡ ଈଶ୍ୱରଙ୍କ ଅନନ୍ୟ ସେବକ । ପଚାରିଲେ କହନ୍ତି, ସେ ତ ନାବ, ସେ ହିଁ ନାବିକ । ଆମେ ସିନା କାତ ଧରୁ, ସେ ହିଁ ବୋହି ନିଅନ୍ତି ତାଙ୍କରି ନାଆ । ମହାପ୍ରଭୁଙ୍କୁ ଜଳକ୍ରୀଡ଼ା କରାଉଥିବା ପ୍ରତିଟି ନାଉରିଆ ବା ଚାପ ଦଳାଇଙ୍କ ଏହା ଅନ୍ତରର କଥା । BY-SUBHASAMITA-28.4.2026 ପୁରୀ :ଗ୍ରୀଷ୍ମର ତୀବ୍ର ତାପରୁ ମହାପ୍ରଭୁଙ୍କୁ ଶୀତଳତା ଦେବା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଦିବ୍ୟ ନୌକା ବିହାର ହେଉଛି, ଯେଉଁଠାରେ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡ଼ାରେ ମଗ୍ନ।ଏହି ଅଲୌକିକ ଯାତ୍ରାର ଅଭିନ୍ନ ଅଂଶ ହେଉଛନ୍ତି ବ୍ରହ୍ମଗିରି ଅଞ୍ଚଳର ଚାପ ଦଳାଇ ସେବକମାନେ। ବର୍ଷ ସାରା ଚାଷ କାମରେ ବ୍ୟସ୍ତ ରହୁଥିବା ଏହି ସରଳ ଲୋକମାନେ, ଚନ୍ଦନ ଯାତ୍ରା ଆସିଲେ ହୃଦୟରୁ ସମର୍ପିତ ସେବକ ହୋଇଉଠନ୍ତି। ସେମାନଙ୍କ ମତରେ ସେ ହିଁ…
Author: Charcha News
BY-SUBHASMITA-DT-28.4.2026 ଚଳିତ ବର୍ଷ ଦେଶରେ ଅତିଶୟ ଖରା ଓ ତୀବ୍ର ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି। ଗ୍ରୀଷ୍ମପ୍ରବାହ ଅଧିକ ଦିନ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଅଂଶୁଘାତ ପରିଚାଳନା ୟୁନିଟ୍କୁ ସକ୍ରିୟ କରିବାକୁ ମଧ୍ୟ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ପୂର୍ବ, କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ଭାରତ ସହ ଦକ୍ଷିଣ-ପୂର୍ବ ଅଞ୍ଚଳରେ ସାଧାରଣ ଠାରୁ ଅଧିକ ଦିନ ଗ୍ରୀଷ୍ମଲହରି ଅନୁଭୂତ ହେବ। ଏପଟେ ଓଡ଼ିଶାରେ ତାତି ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅତ୍ୟଧିକ ବଢ଼ିଛି। ଝାରସୁଗୁଡ଼ାରେ ଗତ ୫ ଦିନ ଧରି ୪୪ ଡିଗ୍ରି ସେଲସିଅସ୍ ଉପରେ ରେକର୍ଡ ହେଉଛି। ସେହିପରି ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ହୀରାକୁଦ, ଟିଟଲାଗଡ଼,…
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଉପକଣ୍ଠରେ ଦୁଇଟି ଟ୍ରେନ୍ ଧକ୍କାରେ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ସରକାରୀ ରେଳ କମ୍ପାନି KAIର ମୁଖପାତ୍ର ଫ୍ରାନୋଟୋ ୱିବୋଓ କମ୍ପାସ୍ ଟିଭିକୁ କହିଛନ୍ତି | BY-SUBHASMITA-28.4.2026 ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଉପକଣ୍ଠରେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ଟ୍ରେନ୍ ସମ୍ମୁଖସମ୍ମୁଖି ଧକ୍କା ଲାଗିବାରୁ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସରକାରୀ ରେଳ କମ୍ପାନି KAIର ମୁଖପାତ୍ର ଫ୍ରାନୋଟୋ ୱିବୋଓ କମ୍ପାସ୍ ଟିଭିକୁ କହିଛନ୍ତି ଯେ, ହସ୍ପିଟାଲ ରେକର୍ଡ ଅନୁଯାୟୀ ଆହତ ହୋଇଥିବା ୭ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସେନା, ଅଗ୍ନିଶମ ବିଭାଗ ଓ ଜାତୀୟ ସନ୍ଧାନ-ଉଦ୍ଧାର ଦଳ ମିଶି ଆହତମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । ଚର୍ଚ୍ଚା NEWS
BY-ରାଜୀବ କୁମାର ବେହେରା ଉଦଳା :ରାଜୀବ କୁମାର ବେହେରା-ଉଦଳା ଡାକ୍ତରଖାନାରେ ଅବ୍ୟବସ୍ଥା ଜନସ୍ୱାସ୍ଥ୍ୟ ସେବା ନେଇ ବଢୁଛି ଅସନ୍ତୋଷ l ମୟୁରଭଞ୍ଜ ଜିଲ୍ଲାର ଉଦଳା ଡାକ୍ତରଖାନାରେ ଚାଲିଥିବା ଅବ୍ୟବସ୍ଥା ଓ ଦାୟିତ୍ୱହୀନତା ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ବାହାରୁ ଚକଚକିତ ଦେଖାଯାଉଥିବା ଏହି ସରକାରୀ ଚିକିତ୍ସାଳୟର ଭିତରୁ କିନ୍ତୁ ଅନିୟମିତତା ଓ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସୁଛି। ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି l ହସ୍ପିଟାଲରେ ଡାକ୍ତରଙ୍କ ଅନୁପସ୍ଥିତି, କର୍ମଚାରୀଙ୍କ ଅବହେଳା, ରୋଗୀଙ୍କ ସହ ଦୁର୍ବ୍ୟବହାର, ଲିଫ୍ଟ ବନ୍ଦ ରହିବା, ପାଣିର ଅଭାବ ଓ ଶଯ୍ୟା ସଂକଟ, ଡାକ୍ତର କ୍ଵାଟର ଏବଂ ପ୍ରାଇଭେଟ କ୍ଲିନିକ କୁ କରିଛନ୍ତି ନିଜର ବେଉସା, ଏଭଳି ମୌଳିକ ସମସ୍ୟା ଦିନକୁ ଦିନ ଗଭୀର ରୂପ ନେଉଛି। ରୋଗୀମାନେ ଆବଶ୍ୟକ ଚିକିତ୍ସା ସୁବିଧା ନମିଳିବାରୁ ହନ୍ତସନ୍ତ ହେଉଥିବା ଅଭିଯୋଗ ମିଳୁଛି। ବିଶେଷ କରି ପ୍ରସୂତି ବିଭାଗରେ ଡାକ୍ତରମାନେ ମନ ଇଚ୍ଛା ସମୂହ…
BY_-ରାଜୀବ କୁମାର ବେହେରା ଉଦଳା :ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ବେଆଇନ ପଥର ଚାଲାଣ ବିରୋଧରେ ଉଦଳା ବନବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଞ୍ଚଳରେ ବଢି ଚାଲିଛି ବେଆଇନ ବ୍ଲାଷ୍ଟିଙ୍ଗ ଏବଂ ପଥର ଚାଲାଣ, ସାମ୍ନାକୁ ଆସିଲା ଚୋରା ପଥର ଚାଲାଣ ର ଚିତ୍ର,ବିଳମ୍ବିତ ରାତ୍ର ସମୟରେ ଅନ୍ଧାର ର ସୁଯୋଗ ନେଇ ଝରଣ ଘାଟି ଅଞ୍ଚଳରୁ ଉଦଳା ଅଭିମୁଖେ ବେଆଇନ ଭାବେ ପଥର ଚାଲାଣ ହେଉଥିବା ବେଳେ ଏକ ହାଇୱା (ଡମ୍ପର) କୁ ଅଟକାଇ ଜବଦ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ପାଇ ଉଦଳା ବନବିଭାଗର ଅଧିକାରୀ Sushanta Kumar De ଙ୍କ ନେତୃତ୍ୱରେ ଏକ ଦଳ କପ୍ତିପଦା–ବିଶୋଳ ରାସ୍ତାରେ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଭାବେ ଯାଉଥିବା ଗାଡ଼ିକୁ ଅଟକାଇଥିଲେ। ତଦନ୍ତ କରାଯାଇଥିବା ସମୟରେ ଗାଡ଼ିଟିରେ ବେଆଇନ ଭାବେ ପଥର ବୋଝେଇ ହୋଇଥିବା ପ୍ରମାଣ ମିଳିଥିଲା। ତଦନ୍ତ ସମୟରେ ଡ୍ରାଇଭର ପଳାଇବାକୁ ଚେଷ୍ଟା କରିଥିଲେ…
BY-ରାଜୀବ କୁମାର ବେହେରା ଉଦଳା : ଉଦଳା ଅଞ୍ଚଳରେ ବଢ଼ୁଥିବା ବାଇକ ଚୋରି ଘଟଣା ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢ଼ିଛି। ସମ୍ପ୍ରତି ଘଟିଥିବା ଏକ ଘଟଣାରେ ଦୁର୍ବୃତ୍ତମାନେ ଚତୁର ଉପାୟରେ ବାଇକ ଚୋରି କରିଥିବା ଜଣାପଡ଼ିଛି। ତେବେ ସିସିଟିଭିରେ କଏଦ ହେଲା ବାଇକ ଚୋରି ଲ ସୂଚନା ଅନୁସାରେ, ଉଦଳା କଲେଜ ରୋଡ଼ ରେ ଥିବା ଏକ ମଦ ଦୋକାନ କୁ ଦୁଇ ଦୁର୍ବୁତ୍ତମାନେ ସ୍ପଷ୍ଟ ଦିବାଲୋକରେ ପ୍ରଥମେ “ମଦ ପିଇବା” ବାହାନାରେ ଆସି ମଦ ପିଇଲେ ଆଉ ବାହାରେ ଥିବା ଏକ ବାଇକ କୁ ସୁଯୋଗ ଦେଖି ଲକ୍ ଭାଙ୍ଗି ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଚୋରୀ ସମୟରେ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ, ଫୁଟେଜ୍ରେ ସନ୍ଦେହଜନକ ବ୍ୟକ୍ତିଙ୍କ ଚାଲି ଚଳନ ସ୍ପଷ୍ଟ ଦେଖାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି | ଚର୍ଚ୍ଚା news
କେମିତି କଟିବ ଆଜି ଆପଣମାନଙ୍କ ଦିନ : ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। କର୍କଟ: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର…
ଆଜି ସନ୍ଧ୍ୟା ପ୍ରାୟ ୪ଟା ସମୟରେ କଟକର ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର କମ୍ୟୁନିଟି ମେଡିସିନ୍ ବିଭାଗ ଭିତରେ ଏକ ମକ୍ ଡ୍ରିଲ୍ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ସୁରକ୍ଷା କର୍ମଚାରୀ, ନର୍ସିଂ ସ୍ଟାଫ୍, ଡାକ୍ତରମାନେ ଓ ବିଭାଗମୁଖ୍ୟ (HOD) ସହଭାଗୀ ହୋଇଥିଲେ। ଆପତ୍କାଳୀନ ପରିସ୍ଥିତିରେ କିପରି ସଠିକ୍ ଓ ତ୍ୱରିତ ପଦକ୍ଷେପ ନିଆଯିବ ତାହା ସମ୍ବନ୍ଧରେ ପ୍ରାୟୋଗିକ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା। ଡ୍ରିଲ୍ ସମୟରେ ବିଭିନ୍ନ ପରିସ୍ଥିତିକୁ ଅଭିନୟ ମାଧ୍ୟମରେ ଦେଖାଯାଇ ଯୋଗଦାନକାରୀମାନଙ୍କୁ ସଚେତନ କରାଯାଇଥିଲା, ଯାହା ଭବିଷ୍ୟତ୍ରେ ଏପରି ଜରୁରୀ ସମୟରେ ସୁଚାରୁ ଭାବେ କାର୍ଯ୍ୟକଳାପ ଚାଲାଇବାରେ ସହାୟକ ହେବ ବୋଲି ପ୍ରକାଶ ପାଇଛି | ଚର୍ଚ୍ଚା news
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଖୁବ୍ ଶୀଘ୍ର ଆସିବ ଫଳାଫଳ । ତେବେ ମେ’ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ଆସିପାରେ । ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୬୧ ହଜାରରୁ ଅଧିକ ପରିକ୍ଷାର୍ଥୀ । BY-SUBHASMITA-DT-27.4.2026 ଭୁବନେଶ୍ଵର :ଓଡିଶାର ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷର ମାଟ୍ରିକ (ଦଶମ) ପରୀକ୍ଷା ଫଳାଫଳ ମେ’ ମାସର ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇପାରେ ବୋଲି Board of Secondary Education Odisha ପକ୍ଷରୁ ସୂଚନା ମିଳିଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ Nityananda Gond ମଧ୍ୟ କହିଛନ୍ତି ଯେ, ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ ଏବଂ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି।ଏହିବର୍ଷ ମାଟ୍ରିକ ପରୀକ୍ଷାରେ ୫ ଲକ୍ଷ ୬୧ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ରାଜ୍ୟର ୩,୦୮୨ଟି କେନ୍ଦ୍ରରେ ୫,୬୧,୯୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା…








