ଶୁଣାଣି ସମୟରେ ଜଷ୍ଟିସ ନରସିମ୍ହା କହିଥିଲେ ଯେ, ଆମେ ଦେଶର ଯୁବପିଢିଙ୍କୁ ନିରାଶ କରିବା ଉଚିତ୍ ନୁହେଁ। ଏହା ସେମାନଙ୍କ ପାଇଁ ବହୁତ ବଡ଼ ମାନସିକ ଚାପ, କାରଣ ଏହି ପରୀକ୍ଷା ପଛରେ ସେମାନଙ୍କର ବହୁତ ସମୟ ଓ ଭାବନା ଜଡିତ ଥାଏ। ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୁପ୍ରିମ କୋର୍ଟ ଏନଟିଏକୁ କଡା କଟାକ୍ଷ କରିଛନ୍ତି । ଏହାକୁ ନେଇ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସିଙ୍କୁ ଅନେକ କଠିନ ପ୍ରଶ୍ନ ମଧ୍ୟ ପଚରାଯାଇଛି। ସୁପ୍ରିମ କୋର୍ଟ ଏନଟିଏକୁ ପଚାରିଥିଲେ ଯେ, ଏଭଳି ଗଡବଡି କିପରି ହେଲା? ଏହି ସମୟରେ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହଲଫନାମା ଦାଖଲ କରାଯାଇଛି । ଏହି ଶୁଣାଣି ସମୟରେ ସୁପ୍ରିମ କୋର୍ଟ ପକ୍ଷରୁ ଡ଼ଃ ରାଧାକୃଷ୍ଣନଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା, ଯାହାଙ୍କ ଅଧ୍ୟକ୍ଷତାରେ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା। ଶୁଣାଣି ସମୟରେ…
Author: Charcha News
ସୋସିଆଲ ମିଡିଆରେ ଦ୍ରୁତ ଜନପ୍ରିୟତା ହାସଲ କରୁଥିବା ବ୍ୟଙ୍ଗାତ୍ମକ ରାଜନୈତିକ ସଂଗଠନ ”କକରୋଚ୍ ଜନତା ପାର୍ଟି” (ସିଜେପି)କୁ ଆଇନଗତ ମୋର୍ଚ୍ଚାରେ ଏକ ବଡ଼ ଧକ୍କା ଲାଗିଛି ସୋସିଆଲ ମିଡିଆରେ ଦ୍ରୁତ ଜନପ୍ରିୟତା ହାସଲ କରୁଥିବା ବ୍ୟଙ୍ଗାତ୍ମକ ରାଜନୈତିକ ସଂଗଠନ ”କକରୋଚ୍ ଜନତା ପାର୍ଟି” (ସିଜେପି)କୁ ଆଇନଗତ ମୋର୍ଚ୍ଚାରେ ଏକ ବଡ଼ ଧକ୍କା ଲାଗିଛି । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ”ଏକ୍ସ”ରେ ଦଳର ସ୍ଥଗିତ ହୋଇଥିବା ଆକାଉଣ୍ଟକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ୍ ପୁରୁଷେନ୍ଦ୍ର କୁମାର କୌରବଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ସମ୍ପୃକ୍ତ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିବା କେତେକ ବିଷୟବସ୍ତୁ ପ୍ରାଥମିକ ଦୃଷ୍ଟିରୁ ”ଆପତ୍ତିଜନକ” ମନେହେଉଛି। ଏଭଳି ପରିସ୍ଥିତିରେ କୌଣସି ତୁରନ୍ତ କିମ୍ବା ଅନ୍ତରୀଣ ନିର୍ଦ୍ଦେଶ ଜାରି କରାଯାଇପାରିବ ନାହିଁ । ଅଦାଲତ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ବିବାଦର…
BY-SUBHASMITA-DT_29.5.2026 , ଏଥର ହୁଏତ ରିଚାର୍ଜ ବିନା ଚାଲିବନି Facebook, Instagram ଓ WhatsApp ହଁ ଆଂଜ୍ଞା ଏକଥା ଆମେ କହୁନୁ,ଏକଥା ମେଟା ତା ନିଜ ଟୁଇଟର (X) ଭଳି ସୋସିଆଲ ମିଡିଆ ମାଧ୍ୟମଗୁଡ଼ିକର ପଥ ଅନୁସରଣ କରି ଏବେ ମେଟା ମଧ୍ୟ ତାର ପ୍ରମୁଖ ପ୍ଲାଟଫର୍ମଗୁଡ଼ିକ ପାଇଁ ପେଡ୍ ସବସ୍କ୍ରିପ୍ସନ୍ ପ୍ଲାନ୍ ଘୋଷଣା କରିଛି ।.। ଏଣିକି ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ସମସ୍ତ ପ୍ରିମିୟମ୍ ସୁବିଧା ଆଉ ମାଗଣାରେ ମିଳିବ ନାହିଁ । ବିଜ୍ଞାପନ ଉପରେ ସମ୍ପୂର୍ଣ୍ଣ ନିର୍ଭର ଥିବା ନିଜର ପୁରୁଣା ବିଜନେସ୍ ମଡେଲ୍କୁ ବଦଳାଇ ମେଟା ଏବେ ‘ପ୍ଲସ ପ୍ଲାନ୍’ ଆଣିବାକୁ ଯୋଜନା କରିଛି ।ମେଟାର ହେଡ୍ ଅଫ୍ ପ୍ରଡକ୍ଟ, ନାଓମି ଗ୍ଲେଇଟ୍ ଇନଷ୍ଟାଗ୍ରାମରେ ଏକ ସ୍ୱତନ୍ତ୍ର ଭିଡିଓ ଜାରି କରି ଏହି ନୂତନ ‘ଇନଷ୍ଟାଗ୍ରାମ ପ୍ଲସ’, ‘ଫେସବୁକ୍ ପ୍ଲସ’ ଏବଂ ‘ହ୍ୱାଟ୍ସଆପ୍ ପ୍ଲସ’ ପ୍ରିମିୟମ୍ ଯୋଜନାର ଶୁଭାରମ୍ଭ ସମ୍ପର୍କରେ ନିଶ୍ଚିତ କରିଛନ୍ତି ।…
ପାର୍ଟି ତରଫରୁ ପଞ୍ଜାବ, ହରିଆଣା ସହ ଦିଲ୍ଲୀ ଓ ତ୍ରିପୁରାରେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଭାରତୀୟ ଜନତା ପାର୍ଟି ୪ ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ପାର୍ଟି ତରଫରୁ ପଞ୍ଜାବ, ହରିଆଣା ସହ ଦିଲ୍ଲୀ ଓ ତ୍ରିପୁରାରେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଏହି କ୍ରମରେ ଦିଲ୍ଲୀର ଦାୟିତ୍ୱ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦାୟିତ୍ୱ ଦେଇଛି । ଏହା ପୂର୍ବରୁ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଥିଲେ ବୀରେନ୍ଦ୍ର ସଚଦେବା । ସେହିଭଳି ପଞ୍ଜାବରେ କେବଲ ସିଂ ଡିଲ୍ଲୋଙ୍କୁ ଦଳ ଦାୟିତ୍ୱ ଦେଇଛି । ପଞ୍ଜାବ ନିର୍ବାଚନକୁ ଗୋଟିଏ ବର୍ଷ ବାକି ଥିବା ବେଳେ ଦଳ କେବଲ ସିଂଙ୍କ ଉପରେ ଭରସା କରିଛି । ସେହିଭଳି ତ୍ରିପୁରା ପାଇଁ ଅଭିଷେକ ଦେବରାୟଙ୍କୁ ଦଳ ଅଧ୍ୟକ୍ଷ ପଦ ପାଇଁ ଚୟନ କରିଥିବା ବେଳେ ହରିଆଣା ପାଇଁ ଅର୍ଚ୍ଚନା ଗୁପ୍ତାଙ୍କୁ ଦାୟିତ୍ୱ ମିଳିଛି…
ଚର୍ଚ୍ଚା news
ଧୀର ଗତିରେ ଚାଲିଥିବା କାମକୁ ନେଇ ପ୍ରଶାସନ ଉପରେ ବର୍ଷିଲେ ଭାସ୍କର ମଢ଼େଇ By-ରାଜୀବ କୁମାର ବେହେରା ଉଦଳା କପ୍ତିପଦା ଉପଖଣ୍ଡରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଧୀର ମନ୍ଥର ଗତିକୁ ନେଇ ଉଦଳା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମଢ଼େଇ କ୍ଷୋଭ ପ୍ରକାଶ କରିଛନ୍ତି। ବୁଧବାର ସକାଳେ ରଥଛକ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ସେ ପ୍ରଶାସନ, ପୁଲିସ ଏବଂ ପୂର୍ତ୍ତ ବିଭାଗକୁ କଡ଼ା ତାଗିଦା କରିଥିଲେ। ରଥଛକ ନିକଟରେ ନିର୍ମାଣାଧୀନ ପୋଲକୁ ନେଇ ଦେଖାଦେଇଥିବା ବିବାଦ ଏବଂ ସାମାଜିକ ଗଣମାଧ୍ୟମରେ ବିକାଶ କାର୍ଯ୍ୟ ବିରୋଧରେ ହୋଇଥିବା ପ୍ରଚାର ପରେ ବିଧାୟକ ଏହି ବୈଠକ ଡାକିଥିଲେ। ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସେ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସହରର ଥାନାଛକ, ହାଇସ୍କୁଲ ଛକ, ପୋଖରୀ ର ଉନ୍ନତି କରଣ, ରାସ୍ତା, ଡ୍ରେନ ନିର୍ମାଣ, ଭେଣ୍ଡିଂ…
ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ, ଗ୍ରାମରେ ଶୋକାକୁଳ ପରିବେଶ BY-ରାଜୀବ କୁମାର ବେହେରା ଉଦଳା, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଗୁରୁବାର ଏକ ଦୁଃଖଦ ଅଘଟଣ ଘଟିଯାଇଛି। ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ସୂତ୍ରରୁ ପ୍ରକାଶ, ବୃଦ୍ଧଜଣକ ପ୍ରତିଦିନ ଭଳି ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ନଦୀ ପାଣିରୁ ତାଙ୍କୁ ଅଚେତନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେତେବେଳକୁ ବୃଦ୍ଧ ଙ୍କ ଜୀବନ ଚାଲି ଯାଇ ଥିବା ଜଣାପଡ଼ିଛି। ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ନେଇ ପୋଲିସ ପକ୍ଷରୁ…
ଏମିତି କାଟିବ ଆଜି ଆପଣମାନଙ୍କ ଦିନ : ମେଷ: ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଆୟ ବୃଦ୍ଧି ହେବାର ସମ୍ଭାବନା। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ ପ୍ରଶଂସା କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ବୃଷ: ଘରେ କୌଣସି ଶୁଭକାର୍ଯ୍ୟ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। ବ୍ୟବସାୟ ସମ୍ବନ୍ଧୀୟ କୌଣସି ଭଲ ଅବସର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ଦାୟିତ୍ବ ମିଳିବ। ମିଥୁନ: ଉପାର୍ଜନ ପାଇଁ କୌଣସି ନୂଆ ଉତ୍ସ ପାଇବେ। ଚାକିରିଜୀବୀଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ରିକେଟ ଖେଳାଳୀଙ୍କର ପ୍ରଶଂସକ ସଂଖ୍ୟା ବୃଦ୍ଧି ହେବ। କର୍କଟ: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ। ଘରର ବାତାବରଣ ଶାନ୍ତିମୟ ରହିବ। ସିଂହ: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଲୋକ ଆପଣଙ୍କ ସ୍ବଭାବରେ…








