Author: Charcha News

ଆପଣ ନିଜର କାମ ଧୀରେଧୀରେ କରି ପୂରା କରିବେ। କୌଣସି ଅଜଣା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ବ୍ୟବସାୟରେ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସଂପର୍କ ନିବିଡ଼ ହେବ। ‌ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। BY-SUBHASMITA-2.4.2026 ମେଷ: ଆପଣ ନିଜର କାମ ଧୀରେଧୀରେ କରି ପୂରା କରିବେ। କୌଣସି ଅଜଣା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ବ୍ୟବସାୟରେ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସଂପର୍କ ନିବିଡ଼ ହେବ। ‌ ବୃଷ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କ୍ୟାରିୟର ସଂପର୍କିତ ନୂଆ ଅବସର ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।‌ ମିଥୁନ: ମସ୍ତିଷ୍କରେ ଘୂରି ବୁଲୁଥିବା ବିଚାରରେ ଉନ୍ନତି ହେବ। କୌଣସି ଶୁଭ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ସୁସମ୍ବାଦ ପାଇବେ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା…

Read More

ସାମ୍ବାଦିକ- ରବୀନ୍ଦ୍ର ନାଥ ମହାପାତ୍ର ତାରିଖ-୦୧-୦୫-୨୦୨୬ ରାୟଗଡ଼ା : ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପିଏମ୍‌ଜିଏସ୍‌ୱାଇ-୪ରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟ ବରାଦ କରାଯିବ। ଏଥିରେ ୮୯୮ଟି ଗାଁରେ ୧୭୦୨ କିଲୋମିଟର ପକ୍କାରାସ୍ତା ନିର୍ମାଣ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ,…

Read More

ସାମ୍ବାଦିକ- ରାଜୀବ ବେହେରାତାରିଖ- ୩୦-୦୪-୨୦୨୬ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ସକାଳ ସମୟରେ ଘଟିଛି ଏକ ଭୟାବହ ସଡକ ଦୁର୍ଘଟଣା, ଯାହା ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଦେଇଛି। ଗୁଡୁଗୁଡ଼ିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରବାଡି ଛକ ନିକଟରେ ଦ୍ରୁତଗାମୀ ଏକ କାର ଭାରସାମ୍ୟ ହରାଇ ସିଧାସଳଖ ଏକ ଘର ଭିତରକୁ ପଶିଯାଇଥିଲା। ଚନା ଅନୁସାରେ, କାରଟି ଅତ୍ୟଧିକ ଗତିରେ ଚାଲୁଥିବାବେଳେ ଆଗରେ ଯାଉଥିବା ଏକ ବାଇକକୁ ସାଇଡ ଦେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଚାଳକ ଭାରସାମ୍ୟ ହରାଇ ରାସ୍ତା ତଳକୁ କାର ସହିତ ଖସିଯାଇଥିଲେ ଏବଂ ପଥରକୁ ଧକ୍କା ଦେଇ ପରେ ଦୁଇ ଚକ ଫାଟି ଯାଇ ଘରର କାନ୍ଥ ଭାଙ୍ଗି ଭିତରକୁ ପଶିଯାଇଥିଲା। ପ୍ରଚଣ୍ଡ ଶବ୍ଦରେ ଚାରିପାଖର ଅଞ୍ଚଳ କମ୍ପିଉଠିଥିଲା।ଘଟଣା ସମୟରେ ଘର ଭିତରେ ଥିବା ଦୁଇଜଣ ବୃଦ୍ଧ ଅଳ୍ପକେ ପ୍ରାଣରକ୍ଷା ପାଇଥିବାବେଳେ, ଘରର କାନ୍ଥ ଓ ଚାଳ ଭାଙ୍ଗିଯାଇଥିବା ସହ ଘରୋଇ ସାମଗ୍ରୀର ବ୍ୟାପକ କ୍ଷତି ଘଟିଛି।…

Read More

ତାରିଖ-୩୦-୦୪-୨୦୨୬ଚର୍ଚ୍ଚା ବ୍ୟୁରୋ: ଓଡ଼ିଶାର କ୍ରିକେଟ୍ ମଣ୍ଡଳୀରେ ଶୋକର ଛାୟା ଛାଇଯାଇଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ (OCA) ପକ୍ଷରୁ ଜଣାଯାଇଛି ଯେ ପୂର୍ବତନ ରଣଜି ଟ୍ରୋଫି କ୍ରିକେଟର ଶ୍ରୀ ବିଶ୍ୱଜିତ୍ ଜେ. ମହାନ୍ତିଙ୍କ ଦେହାବସାନ ଘଟିଛି। ସେ ଆଜି, ୩୦ ଏପ୍ରିଲ ୨୦୨୬ ତାରିଖରେ ପ୍ରାୟ ୬୯ ବର୍ଷ ବୟସରେ ପରଲୋକଗମନ କରିଥିବା ଖବର ମିଳିଛି। ଏହି ଦୁଃଖଦ ଖବର ପ୍ରକାଶ ପାଇବା ସହିତ ସାରା ରାଜ୍ୟର କ୍ରିକେଟ୍ ମହଳରେ ଗଭୀର ଶୋକ ପ୍ରକାଶ ପାଇଛି। OCA ଅଧ୍ୟକ୍ଷ ଶ୍ରୀ ପଙ୍କଜ ଲୋଚନ ମହାନ୍ତି, ସଚିବ ଶ୍ରୀ ସଞ୍ଜୟ ବେହେରା ସହ ଅନ୍ୟାନ୍ୟ ପଦାଧିକାରୀ ଓ ସଦସ୍ୟମାନେ ତାଙ୍କର ଅକାଳ ବିୟୋଗ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ବିଶ୍ୱଜିତ୍ ଜେ. ମହାନ୍ତି ଓଡ଼ିଶା ପାଇଁ ରଣଜି ଟ୍ରୋଫିରେ ଖେଳିଥିବା ଜଣେ ପ୍ରତିଭାଶାଳୀ କ୍ରିକେଟର ଥିଲେ ଏବଂ ତାଙ୍କର ଦେହାବସାନ ଓଡ଼ିଶାର କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି…

Read More

ସାମ୍ବାଦିକ -ରାଜୀବ କୁମାର ବେହେରାତାରିଖ-୩୦-୦୪-୨୦୨୬ଉଦଳା : ରାଜ୍ୟରେ କାଳବୈଶାଖୀ ଝଡ଼-ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ଜାରି ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଉଦଳା ବ୍ଲକ ଅଧୀନ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତର ଦାମୁସାହି ଗ୍ରାମରେ ବଜ୍ରପାତରେ ୫ଜଣ ଚାଷୀଙ୍କର ମୋଟ ୧୨ଟି ଗୋରୁ ମୃତ୍ୟୁ ବରଣ କରିଛି। ସୂଚନା ଅନୁସାରେ, ସକାଳ ସମୟରେ ସବୁଦିନ ପରି ଗୋରୁମାନଙ୍କୁ ଚରିବା ପାଇଁ ଛାଡ଼ାଯାଇଥିଲା। ପ୍ରଖର ଖରାରୁ ବଞ୍ଚିବା ପାଇଁ ସେମାନେ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ହଠାତ୍ କାଳବୈଶାଖୀ ସହ ବର୍ଷା ଓ ବଜ୍ରପାତ ଆରମ୍ଭ ହୋଇଥିଲା। ଗଛ ତଳେ ଥିବା ସମୟରେ ବଜ୍ରପାତରେ ସମସ୍ତ ଗୋରୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ଏହି ଘଟଣାରେ ପୀଡିତ ୫ଜଣ ଚାଷୀଙ୍କୁ ଭାରି ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଗୋରୁମାନେ ଚାଷୀଙ୍କ ଜୀବିକାର ମୁଖ୍ୟ ଆଧାର ହେବାରୁ, ଏହି କ୍ଷତି ସେମାନଙ୍କ ପାଇଁ ଅପୂରଣୀୟ ବୋଲି ଗ୍ରାମବାସୀମାନେ…

Read More

ସାମ୍ବାଦିକ- ସୌମ୍ୟରଞ୍ଜନ ଦାସତାରିଖ- ୩୦-୦୪-୨୦୨୬ ବୌଦ୍ଧ: ଓଡ଼ିଶା ଭିଜିଲାନ୍ସର ଫରେଷ୍ଟ ଉଇଙ୍ଗ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ଅର୍ଥାତ୍ ୩୦ ଏପ୍ରିଲ ୨୦୨୬ ତାରିଖରେ ବିଶ୍ୱସନୀୟ ସୂଚନା ଆଧାରରେ ଭିଜିଲାନ୍ସ ଦଳ ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଥାନା ଅଧୀନ କରଞ୍ଜକଟା ଗାଁରେ ଅଚମ୍କା ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଏକ ଚିତାବାଘ (ଲେପାର୍ଡ) ଚର୍ମ ଜବତ କରାଯାଇଥିବା ସହିତ ଏକ ଗୁରୁତର ବନ୍ୟଜନ୍ତୁ ମାମଲା ପ୍ରକାଶ ପାଇଛି। ଘଟଣାସ୍ଥଳରୁ କରଞ୍ଜକଟା ଗାଁର ଅଭୟ ନାୟକ ଏବଂ ହରଭଙ୍ଗା ଥାନା ଅଧୀନ ଲକ୍ଷ୍ମଣପୁର ଗାଁର ନୀଳକଣ୍ଠ କଁହରଙ୍କୁ ଗିରଫ କରାଯାଇଛି। ସେମାନେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ର ଧାରା ୯ ଉଲ୍ଲଂଘନ କରିଥିବାରୁ ଧାରା ୫୧ ଅନୁଯାୟୀ ଦଣ୍ଡନୀୟ ଅଭିଯୋଗରେ ଗିରଫ ହୋଇଛନ୍ତି। ଏହା ସହ ପୁରୁଣା କଟକ ଫରେଷ୍ଟ ରେଞ୍ଜ କେସ୍ ନମ୍ବର ୨୧, ତାରିଖ ୩୦.୦୪.୨୦୨୬…

Read More

କୃଷ୍ଣ ପ୍ରସାଦ/ ଦେବେନ୍ଦ୍ର ନାଥ ଦଳାଇ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ରାମେଶ୍ୱର୍ ପୁର ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ତ୍ରିନାଥ ଦେବଙ୍କ ପୀଠରେ ତିନିଦିନ ବ୍ୟାପି ବାର୍ଷିକ ଉତ୍ସବ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଯାଇଅଛି।ଆଜିର ଉଦଯାପନୀ ଦିବସ ଅବସରରେ ଯଜ୍ଞ ପୂର୍ଣ୍ଣ ଆହୁତି ,ସହିତ ନାମ ଯଜ୍ଞ, ତ୍ରିନାଥ ମେଳା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ପରେ ପରେ ସାହି ଯାତ ଓ ପାରମ୍ପରିକ ସମର କଳା ସହିତ ଗ୍ରାମ ର ପାଇକ ଆଖଡ଼ା ତଥା ନାମ ସଙ୍କୀର୍ତ୍ତନ ଶୋଭା ଯାତ୍ରା ଓ ପାଟ ପଟୁଆର କରା ଯାଇ ପ୍ରଭୁ ତ୍ରିନାଥ ଦେବଙ୍କୁ ଗ୍ରାମ ପରିକ୍ରମଣ କରା ଯାଇ ଥିଲା । ଗ୍ରାମର କଳାକାର ସୁବୋଧ ପଲାଇ ଓ ପବିତ୍ର ଶ୍ରୀ ଚନ୍ଦନ ଙ୍କ ଦ୍ଵାରା ପ୍ରତ୍ୟହ ତ୍ରିନାଥ ମେଳା ଓ ଭାଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଆଜି ମନୋରଞ୍ଜନ କାର୍ଯ୍ୟ କ୍ରମରେ ଓଡ଼ିଶାର ସୁନାମ ଧନ୍ୟ…

Read More

ନୃସିଂହନାଥ / ଦେବେନ୍ଦ୍ର ପୋଡ଼: ବରଗଡ଼ ଜିଲ୍ଲାର ପାଇକମାଳ ଠାରେ ଥିବା ନୃସିଂହନାଥ ପୀଠରେ ଆଜି ଅନୁଷ୍ଠିତ ହୋଇଯାଉଛି ଚତୁର୍ଦ୍ଦଶୀ ମେଳା । ଏହି ପାଠରେ ଭୋର ସକାଳୁ ନୀତି ଅନୁସାରେ ପୂଜା ଆରମ୍ଭ ହେଇଯାଉଛି । ହୋମଯଜ୍ଞ ରେ ପ୍ରକ୍ରବିତ୍ତ ହୋଇ ଉଠିଛି ପରିବେଶ । ନୃସିଂହ ମହାପ୍ରଭୁଙ୍କୁ ମାର ଜନାର୍ଦ୍ଦନା କେଶରୀ ରୂପରେ ଦର୍ଶନ ଦେଉଥାନ୍ତି ଭକ୍ତବୃଦ୍ଧଙ୍କୁ । ଆଜି ଆଦିମ ଅଧିବାସୀ ଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଭୋଗ ଲାଗି କରାଯାଇଥାଏ । ଏହି ମେଳା କୁ ଓଡ଼ିଶା ଓ ବାହାର ରାଜ୍ୟରୁ ଭକ୍ତ ଆସିଥାନ୍ତି । ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।

Read More

ବିଧାନସଭା ନିର୍ବାଚନରେ ଆବଶ୍ୟକ ପଡ଼ିଲେ ବୁଝାବଣା ହୋଇପାରେ କିନ୍ତୁ ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନାହିଁ । ଦଳ ଭିତରେ ଅସନ୍ତୋଷ ରହିଥିବା ବେଳେ ଭକ୍ତଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ପଞ୍ଚାୟତ ନିର୍ବାଚନରେ ମେଣ୍ଟ କରିବ ନାହିଁ କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ ଦେଲେ ବଡ଼ ବୟାନ । ସେ କହିଛନ୍ତି , ଆମେ ଏକାକୀ ନିର୍ବାଚନ ଲଢ଼ିବୁ , ଆମ ଦଳ ସୁଦୃଢ଼ ଅଛି । ବିଧାନସଭା ନିର୍ବାଚନରେ ଆବଶ୍ୟକ ପଡ଼ିଲେ ବୁଝାବଣା ହୋଇପାରେ କିନ୍ତୁ ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନାହିଁ । ଦଳ ଭିତରେ ଅସନ୍ତୋଷ ରହିଥିବା ବେଳେ ଭକ୍ତଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ ନିଜେ ଭକ୍ତ ଦାସ କହିଥିଲେ ହୁଏତ ମେଣ୍ଟ ହୋଇପାରେ କିନ୍ତୁ ଏବେ ସେ ସ୍ପଷ୍ଟ କରିଛନ୍ତି ମେଣ୍ଟ ହେବନି ।

Read More