Author: Charcha News

ରାଷ୍ଟ୍ରପତିଙ୍କ ଜନ୍ମମାଟିରୁ ଲୋକଙ୍କ ସରକାରର ସଫଳତାର ସାର୍ଟିଫିକେଟ ଲୋକଙ୍କ ସାମ୍ନାରେ ରଖିବେ ପ୍ରଧାନମନ୍ତ୍ରୀ। ଆସନ୍ତା ୨୦ରେ ଏଥିପାଇଁ ରାଇରଙ୍ଗପୁର ମାଟିରେ ହେବ ବର୍ଷ ପୂର୍ତ୍ତିର ବିଶାଳ ସମାବେଶ। ରାଷ୍ଟ୍ରପତିଙ୍କ ଜନ୍ମମାଟିରୁ ଲୋକଙ୍କ ସରକାରର ସଫଳତାର ସାର୍ଟିଫିକେଟ ଲୋକଙ୍କ ସାମ୍ନାରେ ରଖିବେ ପ୍ରଧାନମନ୍ତ୍ରୀ। ଆସନ୍ତା ୨୦ରେ ଏଥିପାଇଁ ରାଇରଙ୍ଗପୁର ମାଟିରେ ହେବ ବର୍ଷ ପୂର୍ତ୍ତିର ବିଶାଳ ସମାବେଶ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରାଇରଙ୍ଗପୁର ସମେତ ଓଡ଼ିଶା ପାଇଁ ଏକାଧିକ ପ୍ରକଳ୍ପ ଭେଟିଦେବାର ରହିଛି କାର୍ଯ୍ୟକ୍ରମ। ସମାବେଶକୁ ସଫଳ କରିବାକୁ ସରକାରୀସ୍ତରରେ ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ଜୁନ ୧୨ରେ ମୋହନ ସରକାରଙ୍କୁ ପୂରିବ ଦୁଇ ବର୍ଷ । ରାଜ୍ୟ ସରକାର କେତେ ସଫଳ ହୋଇଛନ୍ତି, କେଉଁ କ୍ଷେତ୍ରରେ ଉପଲବ୍ଧି ପାଇଛନ୍ତି ତାର ହିସାବ କିତାବ କରିବେ ଖୋଦ ପ୍ରଧାନମନ୍ତ୍ରୀ । ଆଉ ରାଜ୍ୟବାସୀଙ୍କ ସାମ୍ନାରେ ମୋହନ ସରକାରଙ୍କ ପାରିବାପଣିଆର ଖୋଲା ଚିଠା ରଖିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିମନ୍ତ୍ରଣ ପରେ ଓଡ଼ିଶା…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ ::ରାୟଗଡ଼ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ଥିବା ବିଦ୍ୟାଳୟ ଗୁଡ଼ିକରେ ପାଇଁ ନବନିଯୁକ୍ତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (TGT) ଓ ଶାରୀରିକ ଶିକ୍ଷା ଶିକ୍ଷକ (PET) ମାନଙ୍କର ପଦ ସ୍ଥାପନ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଷ୍ଠା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ମାନ ବୃଦ୍ଧି ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଚଳିତ ଶିକ୍ଷାବର୍ଷରେ ପ୍ରତ୍ୟେକ ବିଦ୍ୟାଳୟରୁ ଅତିକମରେ ୫ ଜଣ ଛାତ୍ରଛାତ୍ରୀ ଯେପରି ‘A1’ ଗ୍ରେଡ୍ ହାସଲ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ପ୍ରୟାସ କରିବାକୁ ସେ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହ ପିଲାମାନଙ୍କର ଉନ୍ନତମାନର ଶିକ୍ଷା ଓ ଶାରୀରିକ ବିକାଶ…

Read More

ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ସମୟରେ କେରଳରେ ପହଞ୍ଚିପାରେ। ପାଣିପାଗ ବିଭାଗ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ସମେତ ୧୭ଟି ରାଜ୍ୟରେ ପ୍ରବଳ ବର୍ଷା, କୁଆପଥର ଝଡ଼ ଏବଂ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବହିବା ପାଇଁ ସତର୍କ ସୂଚନା ଜାରି କରିଛି। ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ସମୟରେ କେରଳରେ ପହଞ୍ଚିପାରେ। ପାଣିପାଗ ବିଭାଗ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ସମେତ ୧୭ଟି ରାଜ୍ୟରେ ପ୍ରବଳ ବର୍ଷା, କୁଆପଥର ଝଡ଼ ଏବଂ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବହିବା ପାଇଁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସାଧାରଣତଃ ଜୁନ୍ ୧…

Read More

ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଏକ ମାଲବାହୀ ଜାହାଜରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଇରାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଏହାକୁ ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କହିଛି । ଏଭଳି ଦାବି କରିଛି ଇରାନର ଇସଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ -ଆଇଆର୍‌ଜିସିର ନୌସେନା । ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଏକ ମାଲବାହୀ ଜାହାଜରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଇରାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଏହାକୁ ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କହିଛି । ଏଭଳି ଦାବି କରିଛି ଇରାନର ଇସଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ -ଆଇଆର୍‌ଜିସିର ନୌସେନା । ଇରାକୀ ଅଧିକାରୀ କହିଛନ୍ତି, ଏହି ବଡ଼ ଆକ୍ରମଣ ଇରାକର ଉମ୍ କସର୍ ବନ୍ଦରରୁ ପ୍ରାୟ ୪୦ ନଟିକାଲ୍ ମାଇଲ୍ ଦକ୍ଷିଣ-ପୂର୍ବରେ ଘଟିଛି । ଜାହାଜରେ ଦୁଇଟି ବିସ୍ଫୋରଣ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ…

Read More

BY-ରାଜୀବ କୁମାର ବେହେରା ଉଦଳା:- ପ୍ରେମର ଉପହାର ଦେବା ଆଶାରେ ବାଛିଲେ ଅପରାଧର ରାସ୍ତା। ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ କପ୍ତିପଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏକ ଚୋରି ଉଦ୍ୟମ ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ। ସୂଚନା ଅନୁଯାୟୀ, ଜଣେ ନାବାଳକ ନିଜ ଗର୍ଲଫ୍ରେଣ୍ଡଙ୍କୁ ମୋବାଇଲ ଉପହାର ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସାଥୀମାନଙ୍କ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ତଳିଆ ଅଞ୍ଚଳ ର ଏକ କାର ଭଡାରେ ନେଇ ବିଳମ୍ବିତ ରାତିରେ ଉଦଳା ମାର୍କେଟର କୃଷକ ବଜାର ନିକଟରେ ଏକ ମୋବାଇଲ ଦୋକାନକୁ ଟାର୍ଗେଟ କରିଥିଲେ। ଅଭିଯୁକ୍ତମାନେ ସାବଳ ସାହାଯ୍ୟରେ ଦୋକାନର ସଟର ତାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ କୁକୁରମାନଙ୍କ ଭୁକିବା ଶବ୍ଦ ଶୁଣି ଭୟଭୀତ ହୋଇ ସେଠାରୁ ଖସି ପଳାଇଥିଲେ। ଫଳରେ ଚୋରି ଉଦ୍ୟମ ବିଫଳ ହୋଇଥିଲା। କିନ୍ତୁ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଯାଇଥିଲା। ମୋବାଇଲ…

Read More

ଭାଲୁ ଆତଙ୍କରେ ବୈରାଟପୁର ଓ ଆଖପାଖ ଅଞ୍ଚଳ -BY-ରାଜୀବ କୁମାର ବେହେରା ଉଦଳା,ସନ୍ଧ୍ୟା ନଇଁଲେ ପଡ଼ୁଛି ତାଟି କବାଟ। ଘର ଭିତରେ ମହିଳା ଓ ଶିଶୁମାନେ ଭୟରେ ରହୁଥିବା ବେଳେ ହାତରେ ଠେଙ୍ଗାବାଡ଼ି ଧରି ଗାଁ ଦାଣ୍ଡରେ ଜଗି ବସୁଛନ୍ତି ପୁରୁଷମାନେ। ଏହା କୌଣସି ପୁରାଣ କିମ୍ବା ଇତିହାସର କାହାଣୀ ନୁହେଁ, ବରଂ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳର ବୈରାଟପୁର ଓ ଆଖପାଖ ଗ୍ରାମର ବର୍ତ୍ତମାନର ବାସ୍ତବ ଚିତ୍ର। ଗତ ଆଠ ଦିନ ଧରି ଏକ ଜଙ୍ଗଲୀ ଭାଲୁର ଉପଦ୍ରବ ଯୋଗୁଁ ଗ୍ରାମବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରେ ଖେତକୁ ଯିବା ଓ ରାତିରେ ଘର ବାହାରକୁ ବାହାରିବା ପାଇଁ ଲୋକେ ଭୟ କରୁଛନ୍ତି। ଭାଲୁ ଯେକୌଣସି ସମୟରେ ଗ୍ରାମ ଭିତରକୁ ପଶି ଆସିପାରେ ବୋଲି ଆଶଙ୍କାରେ ସାରା ଅଞ୍ଚଳରେ ଏକ ଅଜଣା ଆତଙ୍କ ଖେଳିଯାଇଛି। ଇତିହାସ ସାକ୍ଷୀ ରହିଛି ଯେ, ଜଙ୍ଗଲ ଧ୍ୱଂସ, ଖାଦ୍ୟ ଅଭାବ ଓ ବନ୍ୟପ୍ରାଣୀଙ୍କ ବାସସ୍ଥାନ…

Read More

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ନେଇ ଉପଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ BY_ରାଜୀବ କୁମାର ବେହେରା ଉଦଳା -ଗଣତନ୍ତ୍ରର ମୂଳଦୁଆର ହେଉଛି ସଠିକ୍ ଭୋଟର ତାଲିକା। ଜଣେ ବି ଯୋଗ୍ୟ ମତଦାତା ଯେପରି ନିଜର ମତାଧିକାରରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଉଦଳା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଓ ସଠିକ୍ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ କପ୍ତିପଦା ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ସୂଚନା ଦେଇଥିଲେ ଯେ, ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ମଇ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ ନୂତନ ମତଦାତାଙ୍କ ପଞ୍ଜିକରଣ, ଭୁଲ ତଥ୍ୟ ସଂଶୋଧନ, ନାମ ବିଲୋପ ଓ ସ୍ଥାନାନ୍ତରଣ ଭଳି…

Read More

ଉଦଳାରୁ ଶୁଭାରମ୍ଭ, ମତଦାତାଙ୍କୁ ସଚେତନ କରିବ ପ୍ରଶାସନ : BY-ରାଜୀବ କୁମାର ବେହେରା ଉଦଳା, ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌-୨୦୨୬) କାର୍ଯ୍ୟକ୍ରମ। ଏହାକୁ ସଫଳ କରିବା ପାଇଁ ଉଦଳାରେ ଏକ ସଚେତନତା ରଥର ଶୁଭ ଉଦ୍‌ଘାଟନ କରାଯାଇଛି। କପ୍ତିପଦା ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ସୁଶାନ୍ତ କୁମାର ବାରିକ ପତାକା ଦେଖାଇ ଏହି ରଥକୁ ଉଦଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଉଦଳା ଏନ୍‌ଏସି, ଉଦଳା ବ୍ଲକ, କପ୍ତିପଦା ବ୍ଲକ ଏବଂ ଗୋପବନ୍ଧୁନଗର ବ୍ଲକର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ସୂଚନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବ। ନୂତନ ମତଦାତାଙ୍କ ପଞ୍ଜିକରଣ, ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ ଏବଂ ଅଯୋଗ୍ୟ ନାମ ବିଲୋପ ଭଳି ପ୍ରକ୍ରିୟା ବିଷୟରେ ଲୋକଙ୍କୁ ସଚେତନ କରାଯିବ।…

Read More

କେମିତି କାଟିବ ଆଜି ଆପଣମାନଙ୍କ ଦିନ : ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ। ମିଥୁନ : ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। କର୍କଟ…

Read More