Author: Charcha News

କେମିତି କାଟିବ ଆଜି ଆପଣମାନଙ୍କ ଦିନ : BY-SUBHASMITA-DT-16.5.2026 ମେଷ:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ। ମିଥୁନ:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା…

Read More

କଟକ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କାର୍ଯ୍ୟାଳୟରେ ଘଟିଥିବା ପ୍ରାୟ ୫୧.୫୩ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହଡ଼ପ ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲାରେ କଟକ ଡିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ ସୁବାଶ ଚନ୍ଦ୍ର ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ସେ ବାରଙ୍ଗ ଅଞ୍ଚଳର ନରାଜ ସ୍ଥିତ ସିଦ୍ଧେଶ୍ୱର ବିଦ୍ୟାମନ୍ଦିରରେ କାର୍ଯ୍ୟରତ ଥିବା ସହ ଡିଇଓ କାର୍ଯ୍ୟାଳୟର ଆକାଉଣ୍ଟ ସେକ୍ସନ୍‌ରେ ଦାୟିତ୍ୱରେ ଥିଲେ। ଅଭିଯୋଗ ଅନୁସାରେ, ୩୧ ଡିସେମ୍ବର ୨୦୧୮ ଠାରୁ ୧୬ ଅକ୍ଟୋବର ୨୦୨୧ ମଧ୍ୟରେ ସେ ନିଜ କାର୍ଯ୍ୟକାଳ ସମୟରେ ମାନବ ସମ୍ପଦ ପରିଚାଳନା ପ୍ରଣାଳୀ (HRMS) ଏବଂ ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (IFMS) ରେ ଅନିୟମିତତା କରି ସରକାରୀ ଧନର ବଡ଼ ପରିମାଣର ହେରଫେର କରିଥିବା ଭିଜିଲାନ୍ସ ତଦନ୍ତରୁ ସାମ୍ନାକୁ ଆସିଛି। ତଦନ୍ତରେ ଜଣାପଡ଼ିଛି ଯେ, ସୁବାଶ ସାହୁ ଡ୍ରୟିଂ ଆଣ୍ଡ ଡିସବର୍ସିଂ ଅଫିସର (DDO)ଙ୍କ ଲଗଇନ୍…

Read More

୧୨ରୁ ୨୧ ଜୁନ୍ ପର୍ଯ୍ୟନ୍ତ ପାଳନ କରାଯିବ, ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଫୋକସ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋ ଭୁବନେଶ୍ୱର ୧୪ ମେ ୨୦୨୬ :ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବ୍ୟାପକ ଉତ୍ସବ ପାଳନ ବଦଳରେ ୨ ବର୍ଷର ଉପଲବ୍ଧି ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ସରକାରଙ୍କ ଏହି ଉପଲବ୍ଧି ହେଉଛି ଲୋକଙ୍କ ପାଇଁ, ତେଣୁ ଏହି ସଫଳତା ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ…

Read More

ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ମନ୍ତ୍ରୀ । ଏ ନେଇ ବିଭିନ୍ନ ବିଭାଗ ଗୁଡିକ ରିପୋର୍ଟ ପ୍ରସ୍ତୁତ କରିବା ଆରମ୍ଭ କରୁଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ବିଭାଗର ଦୁଇ ବର୍ଷର ଉପଲବ୍ଧିକୁ ନେଇ ପ୍ରସ୍ତୁତ କରିଛନ୍ତି ରିପୋର୍ଟ କାର୍ଡ । ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ମନ୍ତ୍ରୀ । ଏ ନେଇ ବିଭିନ୍ନ ବିଭାଗ ଗୁଡିକ ରିପୋର୍ଟ ପ୍ରସ୍ତୁତ କରିବା ଆରମ୍ଭ କରୁଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ବିଭାଗର ଦୁଇ ବର୍ଷର ଉପଲବ୍ଧିକୁ ନେଇ ପ୍ରସ୍ତୁତ କରିଛନ୍ତି ରିପୋର୍ଟ କାର୍ଡ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ୱ ମନ୍ତ୍ରୀ ନିଜର ରିପୋର୍ଟ କାର୍ଡ ପ୍ରଦାନ କରିବେ । ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି, ଯାହାକୁ ରାଜନୈତିକ ଓ ପ୍ରଶାସନିକ ମହଳରେ ବହୁତ ଗୁରୁତ୍ୱ ଦିଆଯାଉଛି । ସରକାରର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବୈଠକ ଆୟୋଜିତ ହେଉଛି ବୋଲି ଜଣାପଡ଼ିଛି । ଲୋକସେବା ଭବନରେ ସକାଳ ସାଢ଼େ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ । BY-SUBHASMITA-DT-14.5.2026 ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାରୀ କାର୍ଯ୍ୟକଳାପକୁ ଆହୁରି ଗତିଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକ ଲୋକସେବା ଭବନରେ ସକାଳ ୧୧:୩୦ରେ ଅନୁଷ୍ଠିତ ହେବ । ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହି ସରକାରର ଦୁଇ ବର୍ଷର କାର୍ଯ୍ୟଦକ୍ଷତା, ବିଭିନ୍ନ ଯୋଜନାର ଅଗ୍ରଗତି ଓ ଲୋକମାନଙ୍କ ପାଖରେ ସେବା ପହଞ୍ଚିବାର ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ସୂଚନା ଅନୁଯାୟୀ, ପ୍ରତ୍ୟେକ ବିଭାଗର ମନ୍ତ୍ରୀ ନିଜ-ନିଜ କାର୍ଯ୍ୟର ରିପୋର୍ଟ ଉପସ୍ଥାପନ କରିପାରନ୍ତି…

Read More

ଯିଏ ମେନ୍ୟୁଫେକର ଅଛି ତାକୁ ସରକାରୀ ସୁବିଧା ଯୋଗାଯାଇ ସବୁଗାଡ଼ିକୁ ଇଭିରେ ପରିବର୍ତ୍ତନ କରାଯିବ । ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ଇଭି ଗାଡ଼ିର ବ୍ୟବହାର ପାଇଁ, ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ, ଆମର ସଞ୍ଚୟ ବି ହୋଇପାରିବ । ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରିବୁ । ଯିଏ ମେନ୍ୟୁଫେକର ଅଛି ତାକୁ ସରକାରୀ ସୁବିଧା ଯୋଗାଯାଇ ସବୁଗାଡ଼ିକୁ ଇଭିରେ ପରିବର୍ତ୍ତନ କରାଯିବ । ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ଇଭି ଗାଡ଼ିର ବ୍ୟବହାର ପାଇଁ, ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ, ଆମର ସଞ୍ଚୟ ବି ହୋଇପାରିବ । ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରିବୁ । ମୁଖ୍ୟମନ୍ତ୍ରୀ ତାଙ୍କ କାରକେଡ଼ ଅଧା କରିସାରିଛନ୍ତି । ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଆପଣାଇବେ । ମୁଁ ଆଜିଠାରୁ ଇଭି ଗାଡ଼ିରେ ଯିବି, ଗୋଟିଏ ଗାଡ଼ି ବ୍ୟବହାର କରିବି । ମିତ ବ୍ୟୟତା ନିଜଠାରୁ ଆରମ୍ଭକରିବି, ଆବଶ୍ୟକ…

Read More

ନଡ଼ିଆ ସଢ଼େଇ କଳାରେ ଚମକିଲେ ବିଜୟ କମିଳା BY-ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳର ଯୁବ କଳାକାର ବିଜୟ କମିଳା ନିଜର ଅସାଧାରଣ କଳା ପ୍ରତିଭା ବଳରେ ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ବର୍ତ୍ତମାନ ସେ ଏସିଆ ବୁକ୍ ଅଫ ରେକର୍ଡରେ ନିଜ ନାମ ସ୍ଥାନ ପାଇ ସଫଳତାର ଆଉ ଏକ ନୂଆ ଅଧ୍ୟାୟ ଲେଖିଛନ୍ତି। ଜଣେ ସାଧାରଣ ବାଇକ୍ ମେକାନିକ ହୋଇଥିଲେ ମଧ୍ୟ ବିଜୟଙ୍କ ମନରେ ଲୁଚି ରହିଥିବା କଳାକାର ସ୍ୱପ୍ନ ତାଙ୍କୁ ଆଜି ଏହି ଉଚ୍ଚ ସଫଳତାରେ ପହଞ୍ଚାଇଛି। ବର୍ଜ୍ୟବସ୍ତୁ ଭାବେ ପଡ଼ିଥିବା ନଡ଼ିଆ ସଢ଼େଇ ଓ ଖୋଳପାକୁ ବ୍ୟବହାର କରି ସେ ତିଆରି କରୁଛନ୍ତି ଆକର୍ଷଣୀୟ କଳାକୃତି। ଘର ସଜାଣା ସାମଗ୍ରୀ, ଶୋଭାବର୍ଦ୍ଧକ ଉପକରଣ ଓ ଅନେକ ସୃଜନଶୀଳ ନୂତନ ଜିନିଷ ତିଆରି କରି ସେ ନିଜ ପାଇଁ ଏକ ସ୍ୱତନ୍ତ୍ର…

Read More

ଆୟ ଅନୁପାତହୀନ ସମ୍ପତ୍ତି (ଡିଏ) ଅଭିଯୋଗରେ ଭଦ୍ରକ ସିଏଡି (CAD) ଡିଭିଜନର ଜୁନିଅର ଇଞ୍ଜିନିୟର ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ କରାଯାଇଛି। ଗୁରୁବାର, ଅର୍ଥାତ୍ ୧୪ ମଇ ୨୦୨୬ ତାରିଖରେ ତାଙ୍କ ଜଣାଶୁଣା ଆୟ ସ୍ରୋତ ଠାରୁ ଅଧିକ ପରିମାଣର ସମ୍ପତ୍ତି ଥିବା ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ବିଭାଗ ଏକାସାଥିରେ ୪ଟି ସ୍ଥାନରେ ତଲାସି ଅଭିଯାନ ଚଳାଇଛି। ବାଲେଶ୍ୱର ଭିଜିଲାନ୍ସର ମାନ୍ୟବର ସ୍ୱତନ୍ତ୍ର ନ୍ୟାୟାଧୀଶଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଥିବା ବେଳେ, ଏହି ଅଭିଯାନରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ନିୟୋଜିତ ରହିଛନ୍ତି। ଭିଜିଲାନ୍ସ ଟିମ୍ ଭଦ୍ରକ ସହରର ସମରାଇପୁର ଅଞ୍ଚଳରେ ଥିବା ଶ୍ରୀ ମହାନ୍ତିଙ୍କ ତିନି ମହଲା କୋଠା, ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ନରସିଂହଡ଼ିହା ଗ୍ରାମରେ ଥିବା ତାଙ୍କ ପୈତୃକ ଦୁଇ ମହଲା…

Read More

କେମିତି କଟିବ ଆଜି ଆପଣମାନଙ୍କ ଦିନ : BY-SUBHASMITA-DT-14.5.2026 ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷ-ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ। ମିଥୁନ-ଆଜି ଅଧିକ ବ୍ୟୟ ହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ…

Read More