Author: Charcha News

BY-SUBHASMITA-DT-23.4.2026 ଓଡ଼ିଆ ସଙ୍ଗୀତ ଜଗତର ପରିଚିତ କଣ୍ଠଶିଳ୍ପୀ Human Sagarଙ୍କ ଅକସ୍ମାତ ମୃତ୍ୟୁକୁ ଚାରି ମାସ ବିତିଗଲାଣି, କିନ୍ତୁ ଏହି ଘଟଣାର ସତ୍ୟ ଆଜିପର୍ଯ୍ୟନ୍ତ ରହସ୍ୟରେ ଆବୃତ। Cuttackରୁ ସମ୍ମୁଖକୁ ଆସିଥିବା ଏହି ଘଟଣା ଆରମ୍ଭରୁ ହିଁ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା।ଜଣେ ଲୋକପ୍ରିୟ କଳାକାରଙ୍କ ଅସମୟରେ ମୃତ୍ୟୁ, ତା’ପରେ ମୃତକଙ୍କ ମା’ଙ୍କ ଗୁରୁତର ଅଭିଯୋଗ ଏହା ସମସ୍ତଙ୍କୁ ଉଦ୍ବିଗ୍ନ କରିଥିଲା। ମା’ ଖୋଲାମେଲା ଭାବେ କିଛି ବ୍ୟକ୍ତିଙ୍କ ନାଁ ଉଠାଇ ସଠିକ୍ ଓ ନିଷ୍ପକ୍ଷ ତଦନ୍ତ ଦାବି କରିଥିଲେ। ଏହା ସତ୍ତ୍ୱେ, ପୁଲିସ ତଦନ୍ତର ଗତି ଆଜି ପ୍ରଶ୍ନରେ ଘେରାଯାଇଛି। ଘଟଣା ପରେ ଆରମ୍ଭିକ ଚର୍ଚ୍ଚା ଓ ଆଶା ଥିଲା ଶୀଘ୍ର ସତ୍ୟ ପ୍ରକାଶ ପାଇବ। କିନ୍ତୁ ସମୟ ବିତିବା ସହିତ ସେହି ଆଶା ଏବେ ନିରାଶାରେ ପରିଣତ ହେଉଛି। କେବଳ କିଛି ନୋଟିସ୍‌ ଜାରି କରିବା ପରେ ତଦନ୍ତ ପ୍ରାୟ ନିରବ ହୋଇଯାଇଛି। ଏଠାରେ ଉଠୁଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ…

Read More

ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ବିରୋଧ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତ କରିଛନ୍ତି। ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ବିରୋଧୀ ହତ୍ୟା କରିଛନ୍ତି। BY-SUBHASMITA-DT-23.4.2026 ଭୁବନେଶ୍ୱର: ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ରାଜନୀତି ତେଜ ହୋଇଛି। ରାଜଧାନୀର ଲୋୟର ପିଏମଜିରେ ଆୟୋଜିତ ଜନ ଆକ୍ରୋଶ ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରି କଡ଼ା ଆକ୍ରମଣ କରିଛନ୍ତି।ସେ କହିଛନ୍ତି, ସଂସଦରେ ଏହି ଅଧିନିୟମକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତ କରିଛନ୍ତି। ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ଦମନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା କେବଳ ଏକ ବିଲ୍‌ର ବିରୋଧ ନୁହେଁ, ବରଂ ମା’ମାନଙ୍କ ସ୍ୱପ୍ନକୁ ଚୂର୍ଣ୍ଣବିଚୂର୍ଣ୍ଣ କରିବା ସମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିରୋଧୀଙ୍କ “୯୯ଟି ପାପ”…

Read More

କେମିତି କଟିବ ଆଜି ଆପଣମାନଙ୍କ ଦିନ BY-SUBHASMITA-DT-23.4.2026 ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ। ମିଥୁନ : ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ। କର୍କଟ : ଯଦି ଆପଣଙ୍କୁ ଏମିତି ଲାଗେ…

Read More

ଝାରସୁଗୁଡ଼ାରେ ୪୪ ଦଶମିକ ୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ସମ୍ବଲପରୁରରେ ୪୩ ଦଶମିକ ୨ ଡିଗ୍ରି ଏବଂ ହୀରାକୁଦରେ ୪୩ ଡିଗ୍ରି ରେକର୍ଡ କରାଯାଇଛି । ରାଉରକେଲା ଓ ଭୁବନେଶ୍ବରରେ ୪୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସାରା ରାଜ୍ୟରେ ତାତିର ତାଉ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳିତ ହେଉଛନ୍ତି ସାଧାରଣ ଲୋକେ । ଦିନ ସାଢ଼େ ୨ଟା ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରି ଅତିକ୍ରମ କରିଛି । ଝାରସୁଗୁଡ଼ାରେ ୪୪ ଦଶମିକ ୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ସମ୍ବଲପରୁରରେ ୪୩ ଦଶମିକ ୨ ଡିଗ୍ରି ଏବଂ ହୀରାକୁଦରେ ୪୩ ଡିଗ୍ରି ରେକର୍ଡ କରାଯାଇଛି । ରାଉରକେଲା ଓ ଭୁବନେଶ୍ବରରେ ୪୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ତାପମାତ୍ରା…

Read More

ପପୁ ଯାଦବ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖି କହିଛନ୍ତି ଯେ ଭାରତୀୟ ସମାଜରେ ମହିଳାଙ୍କୁ ଦେବୀ କୁହାଯାଏ ସତ, କିନ୍ତୁ ବାସ୍ତବ କ୍ଷେତ୍ରରେ ସେମାନଙ୍କୁ ସମ୍ମାନ ମିଳେ ନାହିଁ। ୯୦ ପ୍ରତିଶତ ମହିଳା ଜଣେ ପୁରୁଷ ନେତାଙ୍କ ରୁମକୁ ନଯାଇ ରାଜନୀତି କରିପାରିବେ ନାହିଁ ବୋଲି ମଙ୍ଗଳବାର ଦେଇଥିବା ବୟାନକୁ ସେ ପୁନର୍ବାର ଦୋହରାଇଛନ୍ତି। ତାଙ୍କ ମତରେ, ପୁରୁଷ ନେତାମାନେ ମହିଳାମାନଙ୍କୁ ଶୋଷଣ ନକରି ସେମାନଙ୍କୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ। ଯେତେବେଳେ ୧୫୫ ଜଣ ପୁରୁଷ ନେତାଙ୍କ ବିରୋଧରେ ଯୌନ ନିର୍ୟାତନା ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି, ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍ (ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ) ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଅଭାବରୁ କାଟ୍ ଖାଇବା ପରେ ବୁଧବାର ପୁର୍ଣ୍ଣିଆ ସାଂସଦ ପପୁ ଯାଦବ ଦେଇଥିବା ଏକ ବିସ୍ଫୋରକ ବୟାନ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି। ମହିଳା ରାଜନେତାଙ୍କ ଶୋଷଣକୁ ନେଇ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିବା ଯାଦବ…

Read More

ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ସମ୍ପର୍କିତ ଦୁର୍ନୀତି ଘଟଣାରେ ଆଜି ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ କର୍ମଚାରୀଙ୍କୁ ରଙ୍ଗେହାତେ ଧରାଯାଇଛି। ଆଜି ତାରିଖ ୨୨.୦୪.୨୦୨୬ ରେ, ଝାରସୁଗୁଡା CDM & PHO କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଶ୍ରୀ ଅନିତ କୁମାର ଗୁରୁଙ୍କୁ ଓଡିଶା ଭିଜିଲାନ୍ସ ଟିମ୍ ଦ୍ୱାରା ଧରାଯାଇଛି, ଯେତେବେଳେ ସେ ଜିଲ୍ଲାର ଗୋଟିଏ GNM (ଜେନେରାଲ ନର୍ସିଂ ଏଣ୍ଡ ମିଡ଼ୱାଇଫେରି) ଟ୍ରେନିଂ ସ୍କୁଲର ଜଣେ ଶିକ୍ଷକଙ୍କ ଠାରୁ ୨,୫୦୦ ଟଙ୍କା ଘୁଷ ଦାବି କରି ଗ୍ରହଣ କରୁଥିଲେ। ସୂଚନା ଅନୁସାରେ, ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ GNM ଛାତ୍ରଛାତ୍ରୀମାନଙ୍କୁ PHC ଓ CHC ସ୍ତରରେ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ଅଟାଚ୍‌ମେଣ୍ଟ ଅନୁମୋଦନ କରିବାରେ ଏହି ଆବେଦନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସେ ଏହି ଘୁଷ ଦାବି କରୁଥିଲେ। ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଏହିପରି ଅଭିଯୋଗ ଆସୁଥିଲା ଯେ ସେ ଜିଲ୍ଲାର ବିଭିନ୍ନ ନର୍ସିଂ ସ୍କୁଲମାନଙ୍କୁ ଆବେଦନ ପ୍ରକ୍ରିୟାରେ…

Read More

BY-ରବିନ୍ଦ୍ର ନାଥ ମହାପାତ୍ର କମ୍ରେଡ଼ ଚାରୁମଜୁମଦାର ଓ ଲେଲିନ୍ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ସ୍ମୃତି ଚାରଣ ସଭା” ତଳ ସିକାବାଡି ରେ ଅନୁଷ୍ଠିତ ହୋଇଯାଇଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ରେଡ଼ ଚାରୁମଜୁମଦାର ଙ୍କ ଫୋଟୋ ଚିତ୍ରରେ ସାମୁହିକ ପୁଷ୍ପମାଲ୍ୟାର୍ପଣ କରିବା ସହ କମ୍ରେଡ଼ ଚରୁମାଜୁମଦାର ଅମର ରହେ, କମ୍ରେଡ଼ କେ.ଲେଲିନ୍ ଅମର ରହେ ନାରାରେ ଚତୁଃର୍ଦିଗ ପ୍ରକମ୍ପିତ ହୋଇଥିବା ବେଳେ ଏକ ବିଶାଳ ଶୋଭାଯାତ୍ରା ସହିତ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ସିପିଆଇ (ଏମ ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗଙ୍କ ତତ୍ୱାବଧାନ ରେ,ସୀମାଦ୍ରୀ ପାତିକା, ଅନିରୁଦ୍ଧ ନିଶିକା, ମୁରଲୀ ମୂଟୁକା, ବୁଡୁ ତୋଇକା, ତୁଳସୀ କୁମୁରିକା, ମୋହନ ପାତିକା, ଶିବ ହରକା, ସେଞ୍ଜିଆମା କଣ୍ଡାଗରି, ମୋହନ…

Read More

BY-ରବିନ୍ଦ୍ର ନାଥ ମହାପାତ୍ର କମ୍ରେଡ଼ ଚାରୁମଜୁମଦାର ଓ ଲେଲିନ୍ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ସ୍ମୃତି ଚାରଣ ସଭା” ତଳ ସିକାବାଡି ରେ ଅନୁଷ୍ଠିତ ହୋଇଯାଇଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ରେଡ଼ ଚାରୁମଜୁମଦାର ଙ୍କ ଫୋଟୋ ଚିତ୍ରରେ ସାମୁହିକ ପୁଷ୍ପମାଲ୍ୟାର୍ପଣ କରିବା ସହ କମ୍ରେଡ଼ ଚରୁମାଜୁମଦାର ଅମର ରହେ, କମ୍ରେଡ଼ କେ.ଲେଲିନ୍ ଅମର ରହେ ନାରାରେ ଚତୁଃର୍ଦିଗ ପ୍ରକମ୍ପିତ ହୋଇଥିବା ବେଳେ ଏକ ବିଶାଳ ଶୋଭାଯାତ୍ରା ସହିତ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ସିପିଆଇ (ଏମ ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗଙ୍କ ତତ୍ୱାବଧାନ ରେ,ସୀମାଦ୍ରୀ ପାତିକା, ଅନିରୁଦ୍ଧ ନିଶିକା, ମୁରଲୀ ମୂଟୁକା, ବୁଡୁ ତୋଇକା, ତୁଳସୀ କୁମୁରିକା, ମୋହନ ପାତିକା, ଶିବ ହରକା, ସେଞ୍ଜିଆମା କଣ୍ଡାଗରି, ମୋହନ…

Read More

ଜଗତସିଂହପୁର, ଜଗତସିଂହପୁର ଥାନା ଅନ୍ତର୍ଗତ କାଠିଆପଡା ଗାଁରେ ଏକ ଚଞ୍ଚଳକର ଘଟଣା ସାମ୍ନାକୁ ଆସିଛି। ଗାଁର ଏକ ଘରର ପଛପଟୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ମୃତକାଙ୍କ ପରିଚୟ କାଠିଆପଡା ଗାଁର ସସ୍ମିତା ଦାସ (ଡଲି) ଭାବେ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହତ୍ୟା ସନ୍ଦେହ ଜୋର ଧରିଛି। ମୃତଦେହର ପରିସ୍ଥିତି ଓ ଘଟଣାସ୍ଥଳର ଅବସ୍ଥା ଦେଖି ଏହା ସାଧାରଣ ମୃତ୍ୟୁ ନୁହେଁ ବୋଲି ଆଲୋଚନା ଚାଲିଛି। ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ପକ୍ଷରୁ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପ୍ରାରମ୍ଭିକ ତଦନ୍ତ ଚାଲିଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବା…

Read More