କେମିତି କାଟିବ ଆଜିର ଆପଣମାନଙ୍କ ଦିନ ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ। ମିଥୁନ : ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ। କର୍କଟ : ଯଦି ଆପଣଙ୍କୁ ଏମିତି ଲାଗେ ଯେ…
Author: Charcha News
BY-ରାଜୀବ କୁମାର ବେହେରା ଉଦଳା ଗାଁ ମୁଣ୍ଡରେ ହାତୀ ଆଉ ହାତୀକୁ ଦେଖି ଲୋକେ ଛାନିଆ l ସକାଳ ସମୟ ରେ ମୟୁରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ଗଜରାଜ ଆତଙ୍କ ll ଗ୍ରାମ ନିକଟରେ ହାତୀକୁ ଦେଖି ଲୋକେ ଭୟ ଭିତ ରହିଛନ୍ତି l ଗତକାଲି ସକାଳ ସମୟ ରେ ଏହି ଗୋଠ ଛଡା ଦନ୍ତା ହାତିଟି ଉଦଳା ବନାଞ୍ଚଳ ଅଧୀନ ରଙ୍ଗାମାଟିଆ ବେଗୁନିଆ ଗ୍ରାମୀଣ ଜଙ୍ଗଲ ଭିତର କୁ ପଶି ହାତୀ ଟି ତାଣ୍ଡବ ରଚିଥିଲା l ଜଙ୍ଗଲରେ ଦନ୍ତା ହାତୀ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି। ଘନ ଜଙ୍ଗଲ ମଧ୍ୟରେ ହାତୀଟି ଘୁରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ସତର୍କତା ବଢ଼ିଛି। ଜଙ୍ଗଲୀ ହାତୀ ଏବେ ଅସମୟରେ ଗ୍ରାମ ମୁହାଁ ହୋଇ ଥିବା ଦେଖିବାକୁ ମିଳିଛି l ଜଙ୍ଗଲ ଅଞ୍ଚଳକୁ ଯିବାବେଳେ ସତର୍କ ରୁହନ୍ତୁ l ତେବେ ଉଦଳା ବନବିଭାଗ…
ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି l ଏଥି ମଧ୍ୟରେ ୪୮ କୋଟିର ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ୪୦ କୋଟିର ଆଦିବାସୀ ସଂଗ୍ରହାଳୟ, ୪୨.୪୪ କୋଟିର ନିର୍ମଳ ମୁଣ୍ଡା ପ୍ରବେଶ ପଥ ଓ ୨୭ କୋଟିର ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍ ରହିଛି । BY-SUBHASMITA-DT-21.4.2026 ରାଉରକେଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ଅବସରରେ ସହର ଏକ ଭବ୍ୟ ଐତିହାସିକ କାର୍ଯ୍ୟକ୍ରମର ସାକ୍ଷୀ ହୋଇଛି। ସେ ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚାରିଟି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୪୮ କୋଟି ଟଙ୍କାର ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ୪୦ କୋଟି ଟଙ୍କାର ଆଦିବାସୀ ସଂଗ୍ରହାଳୟ, ୪୨.୪୪ କୋଟି ଟଙ୍କାର ନିର୍ମଳ ମୁଣ୍ଡା ପ୍ରବେଶ ପଥ ଏବଂ ୨୭ କୋଟି ଟଙ୍କାର ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍ ଅନ୍ତର୍ଭୁକ୍ତ। ସକାଳ ୧୦ଟା ୨୦ରେ…
BY-SUBHASMITA-DT-21.4.2026 ଭୋଟର ତାଲିକାରୁ ପ୍ରାୟ ୯ ଲକ୍ଷ ୮୦ ହଜାର ନାମ ବାଦ ପଡ଼ିବା ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ତେଜିଛି। ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖାଯାଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର ତାଙ୍କ ଚିଠିରେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରାଥମିକ ଯାଞ୍ଚରେ ଏତେ ବଡ଼ ସଂଖ୍ୟକ ଭୋଟରଙ୍କ ନାମ ବାଦ ହେବା ଭୋଟର ତାଲିକାର ସ୍ୱଚ୍ଛତା ଓ ନିର୍ଭୁଲତା ଉପରେ ପ୍ରଶ୍ନ ଉଠାଉଛି। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଏପରି ପ୍ରକ୍ରିୟାରେ ପ୍ରକୃତ ଭୋଟରମାନେ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏହା ନିର୍ବାଚନର ନିରପେକ୍ଷତାକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି। ଏହି ପରିସ୍ଥିତିରେ ସମଗ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପୁନର୍ବିଚାର କରିବାକୁ ସସ୍ମିତ…
BY-SUBHASMITA-DT-21.4.2026 ରାଉରକେଲାରେ ଆଜି ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ସରଳତା ଓ ମାନବିକତାର ଉଦାହରଣ ପୁଣିଥରେ ପ୍ରଦର୍ଶନ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ପାନପୋଷ ସରକାରୀ କଲେଜ ପାର୍ଶ୍ୱରେ ଅବସ୍ଥିତ ରାଉରକେଲା ଜନଜାତି ସଂଗ୍ରହାଳୟ ଉଦ୍ଘାଟନ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ହନୁମାନ ବଟିକା ଛକ ନିକଟରେ ପ୍ରୋଟୋକଲ ଭାଙ୍ଗି ସେ ଅଚାନକ ନିଜ ଶୀତତାପ ନିୟନ୍ତ୍ରିତ ଗାଡ଼ିରୁ ଓହ୍ଲାଇଥିଲେ। ପ୍ରାୟ ୪୪ ଡିଗ୍ରିର ପ୍ରଚଣ୍ଡ ତାପମାତ୍ରା ସତ୍ତ୍ୱେ ସେ ସିଧାସଳଖ ଜନସାଧାରଣଙ୍କ ଭିଡ଼ ମଧ୍ୟରେ ପ୍ରବେଶ କରି ସେମାନଙ୍କ ସହ ଆଲୋଚନା କରିଥିଲେ। ଅସହ୍ୟ ଖରାରେ ତାଙ୍କର ଏହି ଅପ୍ରତ୍ୟାଶିତ ଆଗମନରେ ଲୋକମାନେ ଉତ୍ସାହିତ ହୋଇପଡ଼ିଥିଲେ। ଅନେକ ଲୋକ ତାଙ୍କ ସହ ହାତ ମିଳାଇବା ସହିତ ସେଲ୍ଫି ନେବାର ସୁଯୋଗ ପାଇଥିଲେ। କିଛି ଛୋଟ ଛୁଆଙ୍କୁ ସେ ଚକୋଲେଟ ମଧ୍ୟ ବଣ୍ଟନ କରିଥିଲେ। ଏହି ଦୃଶ୍ୟ ସମଗ୍ର ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି…
BY-SUBHASMITA-DT-21.4.2026 ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଟାଉନ୍ ହଲ୍ ପରିସରରେ ମଙ୍ଗଳବାର ଦିନ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ୨୨ ଯୋଡ଼ା ବରବଧୂଙ୍କ ସମୂହ ବିବାହ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଫେଲୋସିପ୍ ସଂସ୍ଥାର ସହଯୋଗରେ ସମ୍ପନ୍ନ ହୋଇଛି।ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରତିନିଧି ପ୍ରଦୀପ ବଳସାମନ୍ତ ଯୋଗଦେଇ ଯୋଜନାକୁ ସରକାରଙ୍କ ଏକ ମାନବିକ ପଦକ୍ଷେପ ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ ଏହି ଯୋଜନା ଦ୍ୱାରା ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ସମ୍ମାନଜନକ ଭାବେ ସମ୍ପନ୍ନ ହେଉଛି ଏବଂ ସମାଜରେ ସକାରାତ୍ମକ ସନ୍ଦେଶ ପ୍ରସାରିତ ହେଉଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବିଧାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷାମାନେ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଯୋଜନା…
ଆମେରିକା ପକ୍ଷରୁ ହର୍ମୁଜ ପ୍ରଣାଳୀରେ ନୌସେନା ଅବରୋଧ ଜାରି ରହିଥିବା ବେଳେ ମଙ୍ଗଳବାର ରିପବ୍ଲିକାନ ନେତ୍ରୀ ନିକ୍କି ହେଲି ଏକ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରି କହିଛନ୍ତି, ଆମେରିକା ନୌସେନା ଦ୍ୱାରା ଜବତ କରାଯାଇଥିବା ପ୍ରଥମ ଜାହାଜଟି ଚୀନରୁ ଇରାନ ଅଭିମୁଖେ ଯାଉଥିଲା ଏବଂ ଏଥିରେ କ୍ଷେପଣାସ୍ତ୍ର ତିଆରି ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ରହିଥିଲା। ଆମେରିକା ପକ୍ଷରୁ ହର୍ମୁଜ ପ୍ରଣାଳୀରେ ନୌସେନା ଅବରୋଧ ଜାରି ରହିଥିବା ବେଳେ ମଙ୍ଗଳବାର ରିପବ୍ଲିକାନ ନେତ୍ରୀ ନିକ୍କି ହେଲି ଏକ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରି କହିଛନ୍ତି, ଆମେରିକା ନୌସେନା ଦ୍ୱାରା ଜବତ କରାଯାଇଥିବା ପ୍ରଥମ ଜାହାଜଟି ଚୀନରୁ ଇରାନ ଅଭିମୁଖେ ଯାଉଥିଲା ଏବଂ ଏଥିରେ କ୍ଷେପଣାସ୍ତ୍ର ତିଆରି ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ରହିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ”ରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ଚୀନ କ୍ରମାଗତ ଭାବେ ଇରାନର ଶାସନ କଳକୁ ସାମରିକ ସହାୟତା…
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ସାରସ୍ବତ ସାଧକ ତଥା ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୂଣ୍ୟତିଥି ଉପଲକ୍ଷେ ଓଡ଼ିଶା ନାଗରିକ ମଞ୍ଚ ପକ୍ଷରୁ ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ସାରସ୍ବତ ସାଧକ ତଥା ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୂଣ୍ୟତିଥି ଉପଲକ୍ଷେ ଓଡ଼ିଶା ନାଗରିକ ମଞ୍ଚ ପକ୍ଷରୁ ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ଏଥିରେ ପୂର୍ବତନ ପ୍ରଶାସକ ବିବେକ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ଅମର ଶତପଥୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମଞ୍ଚର ଅନ୍ୟତମ ଆବାହକ ବିଜୟ ମହାପାତ୍ର ସଭା କାର୍ଯ୍ୟରେ ପୌରହିତ୍ୟ କରିବେ। କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଆବାହକ ସୌମ୍ୟରଂଜନ ପଟ୍ଟନାୟକ ଓ ଦିଲ୍ଲୀପ ରାୟ ଅନୁରୋଧ କରିଛନ୍ତି। ଚର୍ଚ୍ଚା news
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଦ୍ଧାରିତ ସମୟ ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ଅଭିମୁଖେ ଯାଉଛନ୍ତି ରାଷ୍ଟ୍ରପତି । ପ୍ରଥମଥର ପାଇଁ ଇସ୍ପାତ ସହରକୁ ଆସୁଥିବାରୁ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ଅଭିମୁଖେ ଯାଉଛନ୍ତି ରାଷ୍ଟ୍ରପତି । ପ୍ରଥମଥର ପାଇଁ ଇସ୍ପାତ ସହରକୁ ଆସୁଥିବାରୁ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ବାଗତ ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟପାଳ ହରିବାବୁ କମ୍ଭମପାଟି । ରାଉରକେଲାରେ ୧୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ଆଦିବାସୀ ସଂଗ୍ରହାଳୟ, କୋଏଲ ନଗର ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍କୁ ଲୋକାର୍ପଣ କରିବେ । ଅଧିକ ପଢ଼ନ୍ତୁ : ସାବରମତୀଙ୍କୁ ରାଷ୍ଟ୍ରପତି…








