BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା :ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ହେଡ କ୍ୱାଟରରେ ଏବେ ପାଣି ସମସ୍ୟା। ଡ କହିବାକୁ ମିଳିଛି |ଖରା ବଢିବା ସାଙ୍ଗ କୁ ଦେଖା ଦେଇଛି ଜଳ କଷ୍ଟ ।ଠିକ୍ ସମୟରେ ଆସୁନି ପାଣି ।ଫଳ ରେ ସାହି ସାହିରେ ଲୋକେ ରାସ୍ତା ରୋକ୍ କରିବା ସହ ହାଣ୍ଡି ମାଠିଆ ଧରି ପ୍ରତିବାଦ କରୁଛନ୍ତି ।ଆଜି ବୁଧବାର ଗୁଣପୁର ପଦ୍ମପୁର ଯିବା ରାସ୍ତାର ଇନ୍ଦିରା ନଗର ଛକ ନିକଟରେ ମହିଳା ମାନେ ହାଣ୍ଡି,ମାଠିଆ,ବାଲଟି ଧରି ଲୋକ ମାନେ ଆସି ପ୍ରତିବାଦ କରିଥିଲେ।ଶତାଧିକ ମହିଳା ଏବଂ ପୁରୁଷ ମାନେ ପାଣି ଯୋଗାଇବା ନିମନ୍ତେ ଦାବି କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ସହକାରୀ ଯନ୍ତ୍ରୀ ଲୋକନାଥ ଯାଦବ ଓ କନିଷ୍ଠ ଯନ୍ତ୍ରୀ ଅଜୟ ମାଝି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।ପରେ ରାସ୍ତା ରୋକ୍ ହଟିଥିଲା।ଦୀର୍ଘ ୧୭ଦିନ ହେଲା ପାଣି ଆସୁନି।ପ୍ରଥମେ ମୋଟର ପୋଡିଗଲା ପରେ ବୋର ୱେଲ ଗୁଡ଼ିକ ମାଟି…
Author: Charcha News
କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବ୍ଶୀଘ୍ର କଢ଼ାଯିବ ବାଲି। ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ଏଏସ୍ଆଇ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। BY-SUBHASMITA-DT-22.4.2026 କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି, ଆଇଆଇଟି ମାଡ୍ରାସ୍ ରିପୋର୍ଟ ପରେ ଆରମ୍ଭ ହେଲା ପ୍ରକ୍ରିୟା ଓଡ଼ିଶାର ଐତିହ୍ୟବାହୀ କୋଣାର୍କ ସୂର୍ଯ୍ୟମନ୍ଦିର ରୁ ଖୁବଶୀଘ୍ର ବାଲି କଢ଼ାଯିବ। ଏନେଇ ସମସ୍ତ ବୈଷୟିକ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି। Archaeological Survey of India (ଏଏସ୍ଆଇ) ପକ୍ଷରୁ ଏହି ବୃହତ୍ ପ୍ରକ୍ରିୟାକୁ ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ କରାଯାଇଛି। ପୂର୍ବରୁ ମନ୍ଦିରର ପଶ୍ଚିମ ପାର୍ଶ୍ୱ କାନ୍ଥରେ ଡ୍ରିଲିଂ କରି ବାଲିର ସ୍ଥିତି ଯାଞ୍ଚ କରାଯାଇଥିଲା। ସେଠାରୁ ନମୁନା ସଂଗ୍ରହ କରି Indian Institute of Technology Madras ଲ୍ୟାବକୁ ପଠାଯାଇଥିଲା। ରିପୋର୍ଟ ଅନୁସାରେ ମନ୍ଦିର ଭିତରେ ଥିବା ବାଲି ସୁରକ୍ଷିତ ଅବସ୍ଥାରେ ରହିଛି…
BY-SUBHASMITA-DT-22.4.2026 ରାଜ୍ୟରେ ଚାଲିଥିବା ଜନଗଣନା କାର୍ଯ୍ୟ ସମୟରେ କର୍ମଚାରୀଙ୍କୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ଓ ଦୁର୍ଘଟଣା ଘଟଣାଗୁଡ଼ିକ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ବିଶେଷ କରି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଘଟିଥିବା ମରଣାତ୍ମକ ଆକ୍ରମଣ ଘଟଣା ପରେ ପ୍ରଶାସନ ଅଧିକ ସତର୍କ ହୋଇଉଠିଛି। କାମାକ୍ଷାନଗର ଏନଏସିର ୩ନମ୍ବର ୱାର୍ଡ, ମହିମାନଗର ସାହିରେ ଜନଗଣନା କାର୍ଯ୍ୟ କରୁଥିବା ବେଳେ ୪ଜଣ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଆହତମାନଙ୍କ ମଧ୍ୟରେ ୨ଜଣ ମହିଳା କର୍ମଚାରୀ ଥିବା ଖବର ମିଳିଛି। କର୍ମଚାରୀମାନଙ୍କୁ ମାଡ଼ ମାରିବା ସହ ତାଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗିଦିଆଯାଇଥିଲା। ଏହା ସହିତ ଗାଳିଗୁଲଜ କରି ଜନଗଣନା କାର୍ଯ୍ୟକୁ ବାଧା ପହଞ୍ଚାଯାଇଥିଲା। ଘଟଣା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଆକ୍ରମଣକାରୀଙ୍କୁ ଅଟକ ରଖିଛି ଏବଂ ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ପରେ ରାଜ୍ୟ ସରକାର ଜନଗଣନା କର୍ମଚାରୀଙ୍କ ସୁରକ୍ଷାକୁ ନେଇ କଡ଼ା ଭାବରେ ପଦକ୍ଷେପ ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…
ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ। BY-SUBHASMITA-DT-22.4.2024 ପୁରୀ :ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ। ୨୦୧୨ ମସିହାରେ Archaeological Survey of India (ଏଏସ୍ଆଇ) ପକ୍ଷରୁ ସିଂହଦ୍ୱାର ଓ ପାର୍ଶ୍ୱବର୍ତ୍ତୀ ପୁରାତନ ଗଠନର ସଂରକ୍ଷଣ ଓ ମରାମତି କାମ ହୋଇଥିଲା। ସେତେବେଳେ ଗୁମୁଟରେ ଥିବା ଦଶାବତାର ମୂର୍ତ୍ତିକୁ ଅପସାରଣ କରାଯାଇ ତାହାର ସ୍ଥାନରେ ନୂତନ ପ୍ରସ୍ଥର ବିମ୍ ସ୍ଥାପନ କରାଯାଇଥିଲା। ପୂର୍ବରୁ ଏହି ଦଶାବତାର ମୂର୍ତ୍ତି ଚୂନ ପ୍ରଲେପରେ ତିଆରି ହୋଇଥିଲା ଏବଂ ତାହାର ନବମ ଅବତାର ସ୍ଥାନରେ ମହାପ୍ରଭୁ Jagannathଙ୍କ ମୂର୍ତ୍ତି ରହିଥିବାରୁ ସେତେବେଳେ କିଛି ମତଭେଦ ସୃଷ୍ଟି ହୋଇଥିଲା।…
ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ। BY-SUBHASMITA-DT-22.4.2024 ପୁରୀ :ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ। ୨୦୧୨ ମସିହାରେ Archaeological Survey of India (ଏଏସ୍ଆଇ) ପକ୍ଷରୁ ସିଂହଦ୍ୱାର ଓ ପାର୍ଶ୍ୱବର୍ତ୍ତୀ ପୁରାତନ ଗଠନର ସଂରକ୍ଷଣ ଓ ମରାମତି କାମ ହୋଇଥିଲା। ସେତେବେଳେ ଗୁମୁଟରେ ଥିବା ଦଶାବତାର ମୂର୍ତ୍ତିକୁ ଅପସାରଣ କରାଯାଇ ତାହାର ସ୍ଥାନରେ ନୂତନ ପ୍ରସ୍ଥର ବିମ୍ ସ୍ଥାପନ କରାଯାଇଥିଲା। ପୂର୍ବରୁ ଏହି ଦଶାବତାର ମୂର୍ତ୍ତି ଚୂନ ପ୍ରଲେପରେ ତିଆରି ହୋଇଥିଲା ଏବଂ ତାହାର ନବମ ଅବତାର ସ୍ଥାନରେ ମହାପ୍ରଭୁ Jagannathଙ୍କ ମୂର୍ତ୍ତି ରହିଥିବାରୁ ସେତେବେଳେ କିଛି ମତଭେଦ ସୃଷ୍ଟି ହୋଇଥିଲା।…
ଜମ୍ମୁ କଶ୍ମୀରର ପହଲଗାମରେ ଗତବର୍ଷ ଏପ୍ରିଲ ୨୨ ତାରିଖରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନେପକାଇଛନ୍ତି । ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ଅବସରରେ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି | BY-SUBHASMITA-DT-22,4.2026 ଜମ୍ମୁ-କଶ୍ମୀରର Pahalgam ରେ ଗତବର୍ଷ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଆଜି ପ୍ରଥମ ବାର୍ଷିକୀ ଅବସରରେ ଦେଶ ସମ୍ମାନ ସହିତ ସ୍ମରଣ କରିଛି। ଏହି ଦୁଃଖଦ ଘଟଣାକୁ ମନେ ପକାଇ Narendra Modi ଗଭୀର ଶୋକ ପ୍ରକାଶ କରିଛନ୍ତି। ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ, “ଗତବର୍ଷ ଆଜିର ଦିନରେ ପହଲଗାମରେ ଘଟିଥିବା ନିର୍ମମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କୁ କେବେ ଭୁଲିହେବ ନାହିଁ। ଏହି କଷ୍ଟଦାୟକ ସମୟରେ ମୋର ହୃଦୟ ପୀଡିତ ପରିବାରଙ୍କ ସହିତ ରହିଛି।” ସେ ଆହୁରି କହିଛନ୍ତି ଯେ,…
BY-ରବିନ୍ଦ୍ର ନାଥ ଜଗନ୍ନାଥ ରାୟଗଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ଡ: ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜିଲା ମିଣିଆକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ଼ଃ ତ୍ରିପାଠୀଙ୍କ ଆଦର୍ଶ ଗୁଣାବଳୀ ଜୀବନୀ ଉପରେ ଆଲୋକପlତ କରିବା ସହିତ ଭାବ ପ୍ରବଣ ହୋଇ କହିଥିଲେ ଯେ ମୋର ଏତେ ଦୂର ଆସିବାର କେବେ ଆଶା କିମ୍ବା ଆକାଂକ୍ଷା ନଥିଲା l ସମାଜର ତଳ ସ୍ତରରୁ ଜନସେବା କରି ଆଜି ଜନସାଧାରଣ ମୋତେ ସୁଯୋଗ ଦେଇଥିବାରୁ ଏତେ ବାଟ ଆସିଛି ବୋଲି କହିଥିଲେ l ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଡ଼ଃ ତ୍ରିପାଠୀଙ୍କ ଆଦର୍ଶ ଗୁଣାବଳୀ ଜୀବନୀ ଉପରେ ସ୍ମୃତିଚାରଣ କରିବା ସହ ସମୃଦ୍ଧ ଓଡିଶା ଗଠନ…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା :ସାମାଜିକ ସଂସ୍କାର ଓ ମହିଳା ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ରାୟଗଡ଼ାଠାରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ (MKBY) ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଜେ.କେ. ପେପର ମିଲ୍ସ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ସମାଜରୁ ବାଲ୍ୟବିବାହ ପ୍ରଥାକୁ ସମୂଳେ ଦୂର କରିବା ସହ ନବଦମ୍ପତିଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା। ଜେ.କେ. ପେପର ମିଲ୍ସର ସିଏସଆର୍ ଶାଖା ‘ସ୍ପର୍ଶ ସୋସିଆଲ ଫାଉଣ୍ଡେସନ୍’ ଏହି ଜିଲ୍ଲାର କାର୍ଯ୍ୟକାରୀ ସଂସ୍ଥା ଭାବେ ସମାରୋହଟିକୁ ସଫଳ ଭାବେ ଆୟୋଜନ କରିଥିଲା। ଏହି ଅବସରରେ ଏସ୍.ଡି.ସି. ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏସ୍.ଡି.ସି. ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକା, ଓ ବିଶିଷ୍ଟ ଅତିଥି ବିଷମକଟକ ବିଧାୟକ…
BY-ରାଜୀବ କୁମାର ବେହେରା ଉଦଳା: ଅବସରରେ ମୟୂରଭଞ୍ଜ ଜିଲ୍ଲାର ଡିହିରାକୁଳ ଗ୍ରାମରେ ରଥ ଅନୁକୂଳ ପର୍ବ ଭକ୍ତି ଓ ଉଲ୍ଲାସର ସହିତ ପାଳିତ ହୋଇଛି। ଏହି ପବିତ୍ର ଦିନରେ ସକାଳୁ ମନ୍ଦିର ପରିସରରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା। ସକାଳ ୫ଟା ୨୦ମିନିଟ୍ରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ସକାଳ ଧୂପ ଓ ବାଲ୍ୟ ଭୋଗ ଆଦି ନୀତିକାନ୍ତି ସମ୍ପନ୍ନ ହେବା ପରେ ରଥ ଅନୁକୂଳ ପାଇଁ ଆଜ୍ଞାମାଳକୁ ଭକ୍ତିଭାବରେ ରଥଖଳାକୁ ନିଆଯାଇଥିଲା। ପରେ ସକାଳ ୭ଟା ସମୟରେ କଳସ ସ୍ଥାପନା କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମହାରଣା ଶ୍ରୀ ପୁରସ୍ତମ ପଲେଇ ସଂକଳ୍ପ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବରେଣ୍ୟ ପୂଜକ ଭାସ୍କର ମହାପାତ୍ର ହୋମ ଯଜ୍ଞ ସହିତ ପୂଜାର୍ଚ୍ଚନା କାର୍ଯ୍ୟ କରିଥିଲେ। ହରିନାମ ମହାମନ୍ତ୍ରର ଧ୍ୱନିରେ ରଥଖଳା ମୁଖରିତ ହୋଇ ଏକ ପବିତ୍ର ପରିବେଶ ସୃଷ୍ଟି ହୋଇଥିଲା।ଶେଷରେ “ଜୟ ଜଗନ୍ନାଥ” ଧ୍ୱନି ଓ ହରିବୋଲ ହୁଳହୁଳି ମଧ୍ୟରେ ରଥ ଚକରେ…








