Author: Charcha News

ଫେବୃଆରୀ ଶେଷ ଭାଗରୁ ଆରମ୍ଭ ହୋଇଥିବା ଇରାନ-ଆମେରିକା ଯୁଦ୍ଧର ୫୦ଦିନ ମଧ୍ୟରେ ଶକ୍ତି ବଜାରରୁ ପ୍ରାୟ ୫୦ କୋଟି ବ୍ୟାରେଲରୁ ଅଧିକ ଅଶୋଧିତ  ତୈଳ ହ୍ରାସ ପାଇବା ସହ ପ୍ରାୟ ୫୦ ବିଲିୟନ୍ ଡଲାରର ରାଜସ୍ଵ ହାନି ଘଟିଛି | BY-SUBHASMITA-DT-19.4.2026 ଫେବୃଆରୀ ଶେଷରୁ ଆରମ୍ଭ ହୋଇଥିବା ଇରାନ ଆମେରିକା ସଂଘର୍ଷ ୫୦ ଦିନ ମଧ୍ୟରେ ବିଶ୍ୱ ଶକ୍ତି ବଜାରକୁ ଭାରି ଆଘାତ ଦେଇଛି। ଏହି ସମୟସୀମାରେ ପ୍ରାୟ ୫୦ କୋଟି ବ୍ୟାରେଲ ଅଶୋଧିତ ତୈଳ ଯୋଗାଣ କମିଥିବା ସହିତ ପ୍ରାୟ ୫୦ ବିଲିୟନ ଡଲାରର ରାଜସ୍ୱ ହାନି ଘଟିଛି। ବିଶେଷଜ୍ଞମାନଙ୍କ ମତରେ, ଏହା ଆଧୁନିକ ଇତିହାସର ସବୁଠାରୁ ବଡ଼ ଯୋଗାଣ ସଙ୍କଟ ମଧ୍ୟରୁ ଗୋଟିଏ। ଏନର୍ଜି ଆନାଲିଟିକ୍ସ ସଂସ୍ଥା Kepler ର ତଥ୍ୟ ଅନୁଯାୟୀ, ଯୁଦ୍ଧ ଯୋଗୁଁ ତୈଳ ଉତ୍ପାଦନ ଗଭୀର ଭାବେ ବ୍ୟାହତ ହୋଇଛି, ଯାହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରୁଛି। ଯଦିଓ Donald Trump ଖୁବଶୀଘ୍ର ସମାଧାନର…

Read More

ଦେଶରେ ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ଇନ୍‌ଫୋ ଭ୍ୟାଲିରେ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଭାରତର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଗ୍ଲାସ୍ ସେମିକଣ୍ଡକ୍ଟର୍‌ ପ୍ୟାକେଜିଂ ୟୁନିଟ୍‌ ଭୁବନେଶ୍ବର ଇନ୍‌ଫୋ ଭ୍ୟାଲି-୨ ଠାରେ ଉଦ୍‌ଘାଟିତ ହୋଇଯାଇଛି । BY-SUBHASMITA-DT-19.4.2026 Bhubaneswar ଆଜି ଦେଶର ଟେକ୍ନୋଲୋଜି ମାନଚିତ୍ରରେ ଆଉ ଗୋଟିଏ ବଡ଼ ମାଇଲ୍‌ଷ୍ଟୋନ୍‌ ଯୋଗ ହୋଇଛି। ରାଜଧାନୀର ଇନ୍‌ଫୋ ଭ୍ୟାଲି-୨ ଅଞ୍ଚଳରେ ଭାରତର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ସେମିକଣ୍ଡକ୍ଟର୍ ପ୍ୟାକେଜିଂ ୟୁନିଟ୍‌ର ଉଦ୍‌ଘାଟନ ହୋଇଛି। ଏହି ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇଟି ମନ୍ତ୍ରୀ Ashwini Vaishnawଙ୍କ ସହ ଓଡିଶାର ମୁଖ୍ୟମନ୍ତ୍ରୀ Mohan Charan Majhi ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶିଳାନ୍ୟାସ କରି ଏହାକୁ ରାଜ୍ୟର ଶିଳ୍ପ ଉନ୍ନତିର ନୂଆ ପାଇଦାନ ବୋଲି ବର୍ଣ୍ଣନା କରିଥିଲେ। ଏହି ଅତ୍ୟାଧୁନିକ ପ୍ରକଳ୍ପରେ…

Read More

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏକାଧିକ ରାଲି କରୁଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବିଷ୍ଣୁପୁରରେ ଏକ ନିର୍ବାଚନ ରାଲି କରିଛନ୍ତି । BY-SUBHASMITA-DT-19.4.2026 ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନଜରରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଜୋରଦାର ଚୁନାଉ ପ୍ରଚାର ଚାଲିଛି। ଏହି ପରିପ୍ରେକ୍ଷିତରେ ରବିବାର Narendra Modi ପଶ୍ଚିମବଙ୍ଗର ବିଷ୍ଣୁପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ସମାବେଶରେ ସେ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ମୁଖ୍ୟମନ୍ତ୍ରୀ Mamata Banerjeeଙ୍କୁ କଡ଼ା ଭାବେ ଆକ୍ରମଣ କରିଥିଲେ। ସେ ଟିଏମ୍‌ସିକୁ ଆଦିବାସୀ ବିରୋଧୀ ବୋଲି ଅଭିଯୋଗ କରି କହିଥିଲେ ଯେ, ଏହି ଦଳ ଦେଶରେ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେଉଥିବାକୁ ସମର୍ଥନ କରିନଥିଲା। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ରାଜ୍ୟରେ ଟିଏମ୍‌ସି ସରକାର ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ଆଇନ ଭଙ୍ଗ କରୁଛି…

Read More

ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ତରଫ ରୁ ଗୁଣପୁର ଅଞ୍ଚଳରେ ବ୍ୟାପକ ଭାବେ ଚଡାଉ କରାଯାଇ ମହୁଲି ପୋଚ ନଷ୍ଟ କରିବା ସହ ଦେଶୀ ରନ୍ଧା ମଦ ଜବତ କରାଯାଉଛି।ଦୁଇ ଜଣ କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗୁଣପୁର ଅଞ୍ଚଳର ବସନ୍ତ ନଗର,ସୁନାର ପଲ୍ଲୀ କେନ୍ଦୁ ଗୁଡ଼ା ଅନ୍ତର ଝୋଲି ପୃଥକ ପୃଥକ୍ ଭାବରେ ଛଡାଉ କରାଯାଇ ୩ହଜାର ଲିଟର ମହୁଲି ପୋଚ ନଷ୍ଟ କରାଯାଇଥିବା ବେଳେ ୧ହଜାର ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି।୨ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତ ରେ ମାମଲା ରୁଜୁ ହୋଇଛି।ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଥିଲେ ଅବକାରୀ ଇନ୍ସପେକ୍ଟର।ଏହି ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଗୁଣପୁର ଡେପୁଟି କଲେକଟର ଉପସ୍ଥିତି ରହିଥିବା ବେଳେ ଗୁଣପୁର,ଗୁଡ଼ାରୀ ଓ ବିଷମ କଟକ ଅବକାରୀ ବିଭାଗ ସହ ଗୁଣପୁର ପୋଲିସ ଉପସ୍ଥିତି ରହିଥିଲେ।ଆଗାମୀ ଦିନରେ ଏଭଳି ବେଆଇନ ରନ୍ଧା…

Read More

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ବଡ଼ ବୈଠକ। ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠାନିକ ଜିଲ୍ଲା ପ୍ରଭାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରସ୍ତୁତ ହେବ ଜିଲ୍ଲା ରଣନୀତି। ପଞ୍ଚାୟତ ନିର୍ବାଚନ ଗ୍ରାଉଣ୍ଡ ଦଳୀୟ ନେତା କିଭଳି କାମ କରିବେ ତାକୁ ନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ବଡ଼ ବୈଠକ। ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠାନିକ ଜିଲ୍ଲା ପ୍ରଭାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ ସମସ୍ତ ସାଧାରଣ ସମ୍ପାଦକ, ଉପସଭାପତି ବୈଠକରେ ଉପସ୍ଥିତ ରହିବେ। ଏହି ବୈଠକରେ ପ୍ରସ୍ତୁତ ହେବ ଜିଲ୍ଲା ରଣନୀତି। ପଞ୍ଚାୟତ ନିର୍ବାଚନ ଗ୍ରାଉଣ୍ଡ ଦଳୀୟ ନେତା କିଭଳି କାମ କରିବେ ତାକୁ ନେଇ ପ୍ରସ୍ତୁତ ହେବ ବ୍ଲୁ…

Read More

ପବିତ୍ର ଅକ୍ଷୟ ତୃତୀୟା ପାଇଁ ଅଯୋଧ୍ୟାରେ ଜନ ସମୁଦ୍ର । ସକାଳୁ ସକାଳୁ ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଜମିଛି ପ୍ରବଳ ଭିଡ଼ । ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ଆସୁଛନ୍ତି ଏହି ପବିତ୍ର ଅବସରରେ ରାମଲଲ୍ଲାଙ୍କ ଦର୍ଶନ ପାଇଁ । BY-SUBHASMITA-DT-19.4.2026 ଅଯୋଧ୍ୟା :;ଅକ୍ଷୟ ତୃତୀୟା ପ୍ରଭୁ ଶ୍ରୀରାମଙ୍କ ସହ ଜଡ଼ିତ ଏକ ପବିତ୍ର ଦିନ ତେଣୁ ପବିତ୍ର ଅକ୍ଷୟ ତୃତୀୟା ପାଇଁ ଅଯୋଧ୍ୟାରେ ସକାଳୁ ସକାଳୁ ଦେଖିବାକୁ ମିଳୁଛି ଜନ ସମୁଦ୍ର । ଏହି ପବିତ୍ର ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଧାଇଁ ଆସୁଛନ୍ତି ରାମଲଲ୍ଲାଙ୍କ ଦର୍ଶନ ପାଇଁ । ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ପିତୃ ସତ୍ୟ ପାଳନ ପାଇଁ ଅଖଣ୍ଡ ଶପଥ ନେଇଥିଲେ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଆଉ ଏହି ଦିନ ରାମଲଲ୍ଲାଙ୍କ ଦର୍ଶନ କଲେ ପୂଣ୍ୟ ମିଳେ ବୋଲି ଶ୍ରଦ୍ଧାଳୁଙ୍କ…

Read More

ଭୁବନେଶ୍ବର ଉପକଣ୍ଠ ଭରତପୁରରେ ଉଚ୍ଛେଦ ପରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଲାଗି ରହିଛି ଅସନ୍ତୋଷ। ଦୀର୍ଘ ବର୍ଷ ଧରି ଏହି ସ୍ଥାନରେ ରହି ଆସୁଛନ୍ତି, ହେଲେ ଏବେ ସରକାର ଜୋର ଜବରଦସ୍ତ ସେମାନଙ୍କୁ ବେଘର କରୁଥିବା ଅଭିଯୋଗ ହୋଇ BY-SUBHASMITA DT-19.4.2026 ଭୁବନେଶ୍ୱର ::ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ବସ୍ତିବାସୀମାନେ ରାସ୍ତାରେ ଆସି ନିଜ ରାଗ ଓ କ୍ଷୋଭ ବ୍ୟକ୍ତ କରିଥିବା ବେଳେ, “ବିନା ନୋଟିସ୍‌ରେ ଉଚ୍ଛେଦ” ହୋଇଥିବା ଗୁରୁତର ଅଭିଯୋଗ ଉଠିଛି। ବର୍ଷର ପର ବର୍ଷ ଧରି ଏହି ଅଞ୍ଚଳରେ ରହୁଥିବା ଲୋକମାନଙ୍କ କହିବା ଅନୁଯାୟୀ, ହଠାତ୍‌ ପ୍ରଶାସନ ପକ୍ଷରୁ ଜୋରଜବରଦସ୍ତି ଘର ଭଙ୍ଗାଯାଇ ସେମାନଙ୍କୁ ବେଘର କରାଯାଇଛି। କ୍ୟାମେରା ସାମ୍ନାରେ ସେମାନେ ନିଜର ଦୁଃଖ ଓ ଅସହାୟତାକୁ ବଖାଣିଛନ୍ତି। ଅନ୍ୟପଟେ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ କହାଯାଇଛି ଯେ, ଶ୍ୟାମପୁର ମୌଜାରେ ପ୍ରାୟ ୬୧.୪ ଏକର ସରକାରୀ…

Read More

ରାଜ୍ୟରେ ପ୍ରତିଷ୍ଠା ହେବ ୩ ଆୟୁର୍ବେଦ ଏଵଂ ୨ ହୋମିଓପାଥି ମେଡିକାଲ କଲେଜ। ଏଥିପାଇଁ ଜିଲ୍ଲାପାଳମାନଙ୍କ ସହ ସମନ୍ଵୟ ରଖି ଜାଗା ଚିହ୍ନଟ ପାଇଁ ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି, ରାୟଗଡ଼ା, ମାଲକାନଗିରିରେ ଆୟୁର୍ବେଦିକ କଲେଜ ଓ ନୟାଗଡ଼, ନୂଆପଡ଼ାରେ ହେବ ହୋମିଓପାଥି ମେଡିକାଲ କଲେଜ। BY-SUBHASMITA DT-19.4.2026 ଭୁବନେଶ୍ୱର :ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଖୁବ୍‌ ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ଆୟୁର୍ବେଦ ଓ ୨ଟି ହୋମିଓପାଥି ମେଡିକାଲ କଲେଜ। ଏହି କଲେଜଗୁଡ଼ିକ ପାଇଁ ଜମି ଚିହ୍ନଟ କାମ ଆରମ୍ଭ ହୋଇଥିବା ବେଳେ, ଜିଲ୍ଲାପାଳମାନଙ୍କ ସହ ସମନ୍ୱୟ ରଖି ଶୀଘ୍ର ସ୍ଥାନ ନିର୍ଦ୍ଧାରଣ କରିବାକୁ ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ମିଳିଛି।ସରକାରୀ ଯୋଜନା ଅନୁଯାୟୀ, ଗଜପତି, ରାୟଗଡା ଓ ମାଲକାନଗିରିରେ ଆୟୁର୍ବେଦିକ କଲେଜ ସ୍ଥାପିତ ହେବାକୁ ଥିବା ବେଳେ, ନୟାଗଡ ଓ ନୂଆପଡାରେ ହୋମିଓପାଥି ମେଡିକାଲ କଲେଜ…

Read More

BY-ରାଜୀବ କୁମାର ବେହେରା ଉଦଳା ରାଜୀବ କୁମାର ବେହେରା ରାଇଡ଼lହି ଛକ ନିକଟରେ ଭୟାବହ ଦୁର୍ଘଟଣା – ବାଇକ ଓ କାର ମୁହାଁମୁହିଁ ଧକ୍କା! ବର୍ତ୍ତମାନର ସବୁଠାରୁ ବଡ଼ ଖବର ଆସୁଛି ମୟୁରଭଞ୍ଜ ଜିଲ୍ଲାରୁ। ଗୋପବନ୍ଧୁ ନଗର ଅଧୀନ ରାଇଡ଼lହି ଛକ ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ସୂଚନା ଅନୁସାରେ, ଏକ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ କାର ଚାଳକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଜୋରଦାର ଧକ୍କା ଦେଇଥିଲେ, ଫଳରେ କାରର ସମ୍ମୁଖ ଭାଗ ପୂରାପୂରି ଚୁନା ହୋଇଯାଇଛି। ଅନ୍ୟପଟେ ବାଇକ ଧକ୍କା ହେବା ପରେ କିଛି ଦୂର ଯାଏ ଘୋଷାରି ଯାଇଥିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି, ଏବଂ ବାଇକ ରେ ବସିଥିବା ଯାତ୍ରୀ ଯୁବକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। କାରରେ ଥିବା ଜଣେ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।…

Read More