BY- ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ନୁଦଡିହା ଗ୍ରାମରେ ଶୋକର ଛାୟା ଦେଖିବାକୁ ମିଳିଛି l ଲାଲବାହାଦୁରୀ ସ୍କୁଲର ପୂର୍ବତନ ସଂସ୍କୃତ ଶିକ୍ଷକ ଉମାକାନ୍ତ ସୂବେଦୀ ମହାପାତ୍ର (୭୨)ଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ହଠାତ୍ ହୃଦଘାତରେ ଅସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାକୁ ଆଣୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅଧା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ପୂର୍ବତନ ଛାତ୍ରଛାତ୍ରୀ, ସହକର୍ମୀ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିଲା। ଜଣେ ଆଦର୍ଶ ଓ ନିଷ୍ଠାବାନ ଶିକ୍ଷକ ଭାବେ ଉମାକାନ୍ତ ବାବୁ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ସେ ଶିକ୍ଷକତାକୁ କେବଳ ଚାକିରି ଭାବେ ନୁହେଁ, ଏକ…
Author: Charcha News
ଉଦଳା :ନୂଆ ତରିକାରେ ଖୁଣ୍ଟା ଅଞ୍ଚଳ ରେ ଏଟିଏମ୍ ରୁ ଟଙ୍କା ଲୁଟ , ପୋଲିସର ତଦନ୍ତ ଜାରି ରହିଛି l ତେବେ ଉଦଳା ଖୁଣ୍ଟା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି l ଦୁର୍ବୁତ୍ତ ମାନେ ସିସିଟିଭିରେ ରଙ୍ଗ ସ୍ପ୍ରେ ମାରି ବଙ୍ଗଳା ଛକ ରେ ଥିବା ଟେଷ୍ଟ ବ୍ୟାଙ୍କ ଏଟିଏ ମ ରୁ ଲୁଟିନେଲେ ଟଙ୍କା l ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ବଙ୍ଗଳା ଛକରେ ଥିବା ଏସବିଆଇ ଏଟିଏମ୍ରୁ ଆଶ୍ଚର୍ଯ୍ୟ ଲୁଟ ଲୁଟ ଘଟଣା ସାମ୍ନାକୁ ଆସିଛି। ଦୁର୍ବୁତ୍ତମାନେ ନୂଆ ତରିକା ଅପଣାଇ ସିସିଟିଭି କ୍ୟାମେରାକୁ ଅକାର୍ଯ୍ୟକ୍ଷମ କରି ଏଟିଏମ୍ରୁ ଟଙ୍କା ଲୁଟି ନେଇ ପଳାଇ ଯାଇ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏଟିଏମ୍ ଭିତରକୁ ପଶି ପ୍ରଥମେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲାଲ ରଙ୍ଗ ସ୍ପ୍ରେ ମାରିଥିଲେ। ଏହା ପରେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍ ମେସିନକୁ…
BY-SUBHASMITA-DT_8.5.2026 ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ମିଥୁନ-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି । କର୍କଟ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ…
ଓଡ଼ିଶା ଭିଜିଲାନ୍ସର ଫରେଷ୍ଟ ୱିଙ୍ଗ ପକ୍ଷରୁ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋଫା ଗ୍ରାମରେ ଚାଲୁଥିବା ଏକ ଅବୈଧ ଫର୍ଣିଚର ୟୁନିଟ୍ ଉପରେ ଆଜି ଚଢ଼ାଉ କରାଯାଇ ବଡ଼ ଧରଣର କାଠ ମଜୁତ ଠାବ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ୦୭ ମଇ ୨୦୨୬ ତାରିଖରେ ଭିଜିଲାନ୍ସର ଫରେଷ୍ଟ ୱିଙ୍ଗ ଦ୍ୱାରା ଏହି ସଂଯୁକ୍ତ ଚଢ଼ାଉ କରାଯାଇଥିବା ବେଳେ ବିନା ବୈଧ ଲାଇସେନ୍ସରେ ଫର୍ଣିଚର ତିଆରି କାରଖାନା ଚାଲୁଥିବା ସ୍ପଷ୍ଟ ହୋଇଥିଲା। ଚଢ଼ାଉ ସମୟରେ ଫର୍ଣିଚର ୟୁନିଟ୍ ଭିତରୁ ୧୯.୦୮ କ୍ୟୁବିକ୍ ଫୁଟ୍ ମୂଲ୍ୟବାନ କାଠ ଜବତ କରାଯାଇଥିବା ବେଳେ ସୋଫା ଗ୍ରାମ ନିକଟସ୍ଥ ଅଞ୍ଚଳରୁ ଅବୈଧ ଭାବେ ଗଚ୍ଛିତ ୧୧୫.୮୧୪ କ୍ୟୁବିକ୍ ଫୁଟ୍ କାଠ ମଧ୍ୟ ଠାବ କରାଯାଇଥିଲା। ସମୁଦାୟ ୧୩୪.୮୯୪ କ୍ୟୁବିକ୍ ଫୁଟ୍ ମୂଲ୍ୟବାନ କାଠ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ୮୧ ହଜାର ୬୬୯ ଟଙ୍କା ହେବ ବୋଲି…
‘TN 07 CM 2026’ କୁ ନେଇ ଚର୍ଚ୍ଚା, ସିନେମାରେ ହିଁ ଦେଇଥିଲେ ମୁଖ୍ୟମନ୍ରୀ ହେବାର ସଙ୍କେତ ? BY_SUBHASMITA-7.5.2026 ତାମିଲନାଡୁ ରାଜନୀତିରେ ଏବେ ଥାଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା । ୨୦୨୪ରେ ରାଜନୀତିରେ ପ୍ରବେଶ କରିଥିବା ସୁପରଷ୍ଟାର ବିଜୟ ନିଜର ପ୍ରଥମ ବିଧାନସଭା ନିର୍ବାଚନରେ ହିଁ ବଡ଼ ସଫଳତା ହାସଲ କରିଛନ୍ତି । ତାଙ୍କ ଦଳ ‘ତାମିଲଗା ଭେଟ୍ରି କାଜାଗାମ୍’ (TVK) ସର୍ବାଧିକ ଆସନ ଜିତି ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି । କିନ୍ତୁ ଏହାଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏକ ଭାଇରାଲ ଭିଡିଓ । ବିଜୟଙ୍କ ସୁପରହିଟ୍ ଫିଲ୍ମ ‘The Greatest Of All Time’ (GOAT) ର ଏକ ସିନ୍ରେ ଦେଖାଯାଇଥିବା କାର୍ର ନମ୍ବର ପ୍ଲେଟ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହି କାର୍ର ନମ୍ବର ଥିଲା ‘TN 07 CM 2026’ ।ଫ୍ୟାନ୍ସମାନଙ୍କ କହିବା ଅନୁସାରେ, ‘TN’…
ଜଳ-ଜଙ୍ଗଲ-ଜମି ଉପରେ ସୁରକ୍ଷା ସହ ଗ୍ରାମସଭାକୁ ମିଳିବ ଅଧିକ ଶକ୍ତି : ଆସନ୍ତା କ୍ୟାବିନେଟରେ ଆସିବ ପେସା ଆଇନ ପ୍ରସ୍ତାବ । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୪୧ଟି ବିଭାଗ ସହ ବିଚାର ବିମର୍ଷ କରାଯାଇଛି । ଆଜି ପେସା ଆଇନ ନିମନ୍ତେ ଶେଷ ବୈଠକ ଅନୁଷ୍ଠିତ ହେଉଛି । ୧୯୯୬ରୁ କେନ୍ଦ୍ରୀୟ ପେସା ଆଇନ ଆସିଥିଲେ ବି ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏହାକୁ ଲାଗୁ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । BY-SUBHASMITA-7.5.2026 ଆସନ୍ତା କ୍ୟାବିନେଟ ବୈଠକରେ ପେସା ଆଇନ ପ୍ରସ୍ତାବ ଆସିପାରେ । ଏହାକୁ ନେଇ ସରକାର ପ୍ରସ୍ତୁତି ଜୋରଦାର କରିଥିବା ବେଳେ ୪୧ଟି ବିଭାଗ ସହ ଆଲୋଚନା ଓ ବିଚାରବିମର୍ଶ କରାଯାଇଛି । ଆଜି ଏହି ଆଇନ ସମ୍ପର୍କିତ ଶେଷ ବୈଠକ ଅନୁଷ୍ଠିତ ହେଉଛି । ୧୯୯୬ ମସିହାରୁ କେନ୍ଦ୍ର ସରକାର ପେସା ଆଇନ ଆଣିଥିଲେ ମଧ୍ୟ ଓଡ଼ିଶାରେ ଏହା…
ମାଲକାନଗିରିସ୍ଥିତ କୋରାପୁଟ ସେଣ୍ଟ୍ରାଲ କୋ-ଅପରେଟିଭ୍ (କେସିସି) ବ୍ୟାଙ୍କରୁ ସରକାରୀ ଅର୍ଥ ଆତ୍ମସାତ୍ ଘଟଣାରେ ଓଡ଼ିଶା ଭିଜିଲାନ୍ସ ତଦନ୍ତକୁ ଆହୁରି ତେଜ କରିଥିବା ବେଳେ ଆଜି ଏହି ମାମଲାରେ ଆଉ ଦୁଇଜଣ ଠକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ସୁଶ୍ରୀ ନିବେଦିତା ତରାଇ ଓ ତାଙ୍କର ଲିଭ୍-ଇନ୍ ସହଭାଗୀ ନୃସିଂହ ପ୍ରସାଦ ଖମାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ପୂର୍ବରୁ ଗିରଫ ହୋଇଥିବା କେସିସି ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଖୋରାଙ୍କ ସହ ମିଶି ପ୍ରାୟ ୧ କୋଟି ୮ ଲକ୍ଷ ଟଙ୍କାର ସରକାରୀ ଧନ ଆତ୍ମସାତ୍ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ରହିଛି। ସୁଧାଂଶୁ ଖୋରାଙ୍କୁ ଗତ ୫ ତାରିଖରେ ଭିଜିଲାନ୍ସ ଗିରଫ କରିଥିଲା ଏବଂ ବର୍ତ୍ତମାନ ସେ ପୋଲିସ ରିମାଣ୍ଡରେ ଥିବା ସମୟରେ ତାଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ସମୟରେ ଭିଜିଲାନ୍ସକୁ ମିଳିଥିବା ତଥ୍ୟ ଅନୁସାରେ, ସୁଧାଂଶୁ ଖୋରା ଚତୁରାଇର ସହିତ ଆତ୍ମସାତ୍ ହୋଇଥିବା ଟଙ୍କାରୁ ପ୍ରାୟ ୬୩…
ସରକାରୀ ରିପୋର୍ଟକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆପତ୍ତି , ବିବାଦ ଘେରରେ ମହାନଦୀର ଜଳ । ଟ୍ରିବ୍ୟୁନାଲରେ ମହାନଦୀର ପାଣି ଉପଲବ୍ଧ ଭୁଲ ତଥ୍ୟ ଉପସ୍ଥାପିତ ହୋଇଛି ବୋଲି ଅଭିଯୋଗ ଆଣିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଟ୍ରିବ୍ୟୁନାଲ ସାମ୍ନାରେ ସରକାର ଦେଇଥିବା ଭୁଲ ତଥ୍ୟ ଓଡ଼ିଶା ସ୍ୱାର୍ଥ ବିରୋଧୀ ରାଜ୍ୟ ସ୍ୱାର୍ଥକୁ ସାଲିସ କରାଯାଇଛି । ନ୍ୟାୟ ପାଇବନି ମହାନଦୀ । ଟେକ୍ନିକାଲ୍ କମିଟି ମହାନଦୀକୁ ନେଇ ଭୁଲ ହିସାବ ଦେଇଛନ୍ତି । କମୁନି ମହାନଦୀ ବିବାଦ ଘେର । ଟ୍ରିବ୍ୟୁନାଲରେ ମହାନଦୀର ପାଣି ଉପଲବ୍ଧ ଭୁଲ ତଥ୍ୟ ଉପସ୍ଥାପିତ ହୋଇଛି ବୋଲି ଅଭିଯୋଗ ଆଣିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଟ୍ରିବ୍ୟୁନାଲ ସାମ୍ନାରେ ସରକାର ଦେଇଥିବା ଭୁଲ ତଥ୍ୟ ଓଡ଼ିଶା ସ୍ୱାର୍ଥ ବିରୋଧୀ ରାଜ୍ୟ ସ୍ୱାର୍ଥକୁ ସାଲିସ କରାଯାଇଛି । ନ୍ୟାୟ ପାଇବନି ମହାନଦୀ । ଟେକ୍ନିକାଲ୍ କମିଟି ମହାନଦୀକୁ ନେଇ ଭୁଲ ହିସାବ ଦେଇଛନ୍ତି । ସେମାନଙ୍କ ତଥ୍ୟ…
ସେତେବେଳେ ଭାରତୀୟ ସେନା ନିଷ୍ପତ୍ତି ନେଇଥିଲା , ଏହାର ଜବାବ ଏମିତି ହେବ, ଯାହା ଶତ୍ରୁର ଆସନ୍ତା ସାତ ପିଢ଼ି ମନେ ରଖିବେ। ଜନ୍ମ ନେଲା ଏକ ଗୁପ୍ତ ଏବଂ ସାହସିକ ମିଶନ, ଯାହାର ନାମ ରଖାଗଲା ‘ଅପରେସନ୍ ସିନ୍ଦୂର’ । ସେନା ମୁଖ୍ୟାଳୟରେ ରାତି ତମାମ ରଣନୀତି ପ୍ରସ୍ତୁତ ହେଲା କାଶ୍ମୀରର ପହଲଗାମ…ଯାହାକୁ ପୃଥିବୀର ସ୍ୱର୍ଗ ବୋଲି କୁହାଯାଏ । ଚାରିଆଡ଼େ ବରଫାବୃତ ପାହାଡ଼, ପାଇନ୍ ଜଙ୍ଗଲ ଏବଂ ଶାନ୍ତ ପରିବେଶ । କିନ୍ତୁ କିଏ ଜାଣିଥିଲା, ଏହି ସୌନ୍ଦର୍ଯ୍ୟ ଭିତରେ ଦିନେ ରକ୍ତର ହୋଲି ଖେଳାଯିବ? ସେହି ଦିନଟି ଥିଲା ଭାରତୀୟ ଇତିହାସର ଏକ କଳା ଅଧ୍ୟାୟ, ଯେତେବେଳେ ସୀମା ପାର୍ଶ୍ୱରୁ ଆସିଥିବା କାପୁରୁଷ ଆତଙ୍କବାଦୀମାନେ ନିରୀହ ପର୍ଯ୍ୟଟକଙ୍କ ଉପରେ ବର୍ବର ଆକ୍ରମଣ କରିଥିଲେ। ପହଲଗାମର ସେହି ପବିତ୍ର ମାଟି ପର୍ଯ୍ୟଟକଙ୍କ ରକ୍ତରେ ଭିଜି ଯାଇଥିଲା । ଏହି ଆକ୍ରମଣ କେବଳ କିଛି ସାଧାରଣ ଲୋକଙ୍କ ଉପରେ ନଥିଲା,…








