Author: Charcha News

ବଲାଙ୍ଗିର (ଦେବେନ୍ଦ୍ର)ତିନି ଗୋଟି ସନ୍ତାନର ମାଆ ସରପଞ୍ଚ | 2024 ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପଦରେ ଆସିନ | ଗ୍ରାମ ପଞ୍ଚାୟତ ମାନୁଆଲ ଏବଂ ଆଇନକୁ ଜଳାଞ୍ଜଳି ଦେଇ କଳ ବଳ କୌଶଳ କରି ହୋଇଗଲେ ସରପଞ୍ଚ | ସରପଞ୍ଚଙ୍କର ତିନି ଗୋଟି ସନ୍ତାନ ଥିବା ସତ୍ୱେ ଦୁଇ ଗୋଟି ସନ୍ତାନ ଦର୍ଶାୟୀ ମିଥ୍ୟା ସତ୍ୟପାଠ କରିଥିଲେ | ନିର୍ବାଚନ ସମୟରେ ସ୍କୃଟୁନି ରେ ମଧ୍ୟ ଆଇନ କାନୁନ କିଛି କରି ପାରିଲା ନାହିଁ | ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ମାନେ ମଧ୍ୟ ଆଖି ବୁଜିଦେଲେ | ନିର୍ବାଚନରେ ଜିତିଗଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆ ସରପଞ୍ଚ ତେହେରା ବିବି | ଏହି ଘଟଣାକୁ ନେଇ ନିକଟତମ ପ୍ରତିଦ୍ବନ୍ଦୀ ସେବତୀ ଭୋଇ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଦ୍ୱାରସ୍ଥ ହୋଇଥିଲେ ମାନ୍ୟବର ନ୍ୟାୟାଧିସ ସରପଞ୍ଚଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ | ଚେଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର…

Read More

ଭୁବ‌ନେଶ୍ବର-ରାଉରକେଲା ଘରୋଇ ବିମାନ ଇଣ୍ଡିଆ ୱାନ୍ ଏୟାର ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଅଧିକାରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟଳକୁ ତଦନ୍ତର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ରାଉରକେଲା : ଭୁବ‌ନେଶ୍ବର-ରାଉରକେଲା ଘରୋଇ ବିମାନ ଇଣ୍ଡିଆ ୱାନ୍ ଏୟାର ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଅଧିକାରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟଳକୁ ତଦନ୍ତର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି। ରାଉରକେଲା ଏୟାରପୋର୍ଟରୁ ପ୍ରାୟ ୫୫ କି.ମି. ପୂର୍ବରୁ ବିମାନରେ ଇନ୍ଧନ କମି ଆସୁଥିବାରୁ ଇଞ୍ଜିନ୍‌ ଠିକ୍‌ ଭାବେ କାମ କରିନଥିଲା। ପାଇଲଟ୍‌ ଓ କୋ-ପାଇଲଟ୍‌ ଜାଣିବା ପରେ ତତ୍‌କ୍ଷଣାତ୍‌ ବିମାନଟିକୁ ସୁରକ୍ଷିତ ସ୍ଥାନରେ ଜରୁରୀଅବତରଣ କରିବାକୁ ପ୍ରୟାସ କରିଥିଲେ। ଏମିତି କି ରାଉରକେଲା ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି)କୁ ମେ’ଡେ କଲ୍‌ ଦିଆଯାଇଥିଲା। ଯାତ୍ରୀମାନଙ୍କୁ ବଞ୍ଚାଇବାକୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ବ୍ରାହ୍ମଣୀନଦୀ ଶଯ୍ୟାରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ।…

Read More

ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁ ଦେଖାଦେଇଥିବା ଗ୍ୟାସ ସଙ୍କଟ ସମୟରେ ଏକମାତ୍ର ବିକଳ୍ପଭାବେ ଉଭା ହୋଇଛି ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନ୍‌ଜି) ଯୋଗାଣ। ତେବେ ରାଉରକେଲାବାସୀଙ୍କ ପାଇଁ ସିଟି ଗ୍ୟାସ୍ ବିତରଣ :: ରାଉରକେଲା : ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁ ଦେଖାଦେଇଥିବା ଗ୍ୟାସ ସଙ୍କଟ ସମୟରେ ଏକମାତ୍ର ବିକଳ୍ପଭାବେ ଉଭା ହୋଇଛି ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନ୍‌ଜି) ଯୋଗାଣ। ତେବେ ରାଉରକେଲାବାସୀଙ୍କ ପାଇଁ ସିଟି ଗ୍ୟାସ୍ ବିତରଣ (ସିଜିଡି) ପ୍ରକଳ୍ପ ଏକ ସ୍ୱପ୍ନ ହୋଇ ରହିଯାଇଛି। କାରଣ ଗେଲ୍‌ ଗ୍ୟାସ୍ ଲିମିଟେଡ୍‌ର ମନ୍ଥର କାର୍ଯ୍ୟ ଯୋଗୁ ସହରବାସୀ ପିଏନ୍‌ଜି ସଂଯୋଗ ପାଇବାରୁ ବଞ୍ଚିତ। ପ୍ରାୟ ୮ ବର୍ଷ ପୂର୍ବେ, ଅର୍ଥାତ୍‌ ୨୦୧୮ ମସିହାରେ ସୁନ୍ଦରଗଡ଼ଜିଲ୍ଲା ପାଇଁ ପ୍ରକଳ୍ପକୁ ଅନୁମୋଦିତ ହୋଇଥିବାବେଳେ ଏଯାଏ କିନ୍ତୁ ଆଶାନୁରୂପ ଅଗ୍ରଗତି ହୋଇନି। ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିରାଚରିତ ଖାମଖିଆଲି ନୀତି ହିଁ ଏହାର ମୁଖ୍ୟ କାରଣ ପାଲଟିଛି। ଏହି ପ୍ରକଳ୍ପ ଆରମ୍ଭରୁ…

Read More

ଭୁବନେଶ୍ୱର :ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବିଏମ୍ ସିର ଆଉ ଏକ ପଦକ୍ଷେପ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ଅଂଚଳରେ ଥିବା ସମସ୍ତ ଆବାସିକ କଲ୍ୟାଣ ସଂଗଠନ (ଆର୍ ଡବ୍ଲ୍ୟୁ ଏ)ର କର୍ମକର୍ତ୍ତାଙ୍କର ସହଯୋଗ ଲୋଡିଲା ବିଏମ୍ ସି । ସମଗ୍ର ବିଏମ୍ ସି ଅଂଚଳକୁ କିପରି ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରାଯାଇ ପାରିବ ସେ ସଂପର୍କରେ ସେମାନଙ୍କୁ ଅବଗତ କରାଯିବା ସହ ଆଉ କଣ କରାଗଲେ, ଆମେ ସହଜରେ ସ୍ମାର୍ଟ ଭୁବନେଶ୍ୱରକୁ ସ୍ମାର୍ଟର ଭୁବନେଶ୍ୱରେ ପରିଣତ କରିପାରିବା, ସେ ନେଇ ସେମାନଙ୍କ ସହାୟତା ଓ ସହଯୋଗ ଲୋଡିଥିଲେ ମାନନୀୟା ମେୟର ଓ କମିଶନର । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କମିଶନର ଶ୍ରୀ ଚଞ୍ଚଳ ରାଣା, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର…

Read More

ଭୁବନେଶ୍ୱର ::ସ୍ୱଚ୍ଛ ସର୍ବେକ୍ଷଣରେ ପୁଣି ଯୋଡିହେଲା ଆଉ ଏକ ଫର୍ଦ୍ଦ । ଏଥର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ପ୍ରତ୍ୟେକ ଗଳିକନ୍ଦିରୁ ଉଠିବ ବର୍ଜ୍ୟ । ଯେଉଁସ୍ଥାନକୁ ସଫେଇ ଗାଡି ଯାଇପାରୁ ନାହିଁ ସେ ସ୍ଥାନକୁ ଏଣିକି ଯିବ ତିନି ଚକିଆ ସଫେଇ ଟ୍ରଲି । ପୂର୍ବରୁ ସ୍ୱଚ୍ଛକର୍ମୀଙ୍କୁ ଦିଆଯାଉଥିବା ହାତଠେଲା ଗାଡି ବା ପୁସ୍ କାର୍ଟ ବଦଳରେ ବିଏମ୍ ସି ଏହି ତିନି ଚକିଆ ସଫେଇ ଟ୍ରଲି ଦେଇଛି । ସ୍ୱଚ୍ଛ କର୍ମୀମାନେ ଏହାକୁ ପେଡଲ ସହାୟତାରେ ଚଳାଇ ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ କରିବେ । ଏହା ଫଳରେ କମ୍ ସମୟ ମଧ୍ୟରେ ଅଧିକ ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ କରିବା ସହ ସେଗୁଡିକୁ ଉପଯୁକ୍ତ ଭାବେ ସ୍ଥାନାନ୍ତର କରାଯାଇ ପାରିବ । ଏହି ତିନି ଚକିଆ ସଫେଇ ଟ୍ରଲିକୁ ଆଜି ବିଏମ୍ ସି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ…

Read More

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିନରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ “ରକ୍ତଦାନ ଅଭିଯାନ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ୧୦୮ ଟି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ଏବଂ ୩୪୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ପ୍ରାୟ ୩,୦୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଆଜି ଗୋଟିଏ ଦିନରେ ସମଗ୍ର ରାଜ୍ୟରେ ପ୍ରାୟ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ରକ୍ତଦାନ ଅଭିଯାନ ଆୟୋଜନ ହେବା ଅବସରରେ ଆଜି ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ଠାରେ…

Read More

୭୫୦ କୋଟି ଟଙ୍କା ବିନିଯୋଗରେ ବୃହତ୍ ଆପାରେଲ୍ ୟୁନିଟ୍, ୫,୮୦୦ ନିଯୁକ୍ତି ସୃଷ୍ଟି ଓଡ଼ିଶାକୁ ପୂର୍ବ ଭାରତର ‘ସୁରାଟ-ତିରୁପୁର’ ଭାବେ ଗଢ଼ିବାର ସଙ୍କଳ୍ପ ଆଗାମୀ ଦିନରେ ନିଯୁକ୍ତି କ୍ଷେତ୍ରରେ ରିଭର୍ସ ମାଇଗ୍ରେସନ୍ ହେବ ଆପାରେଲ୍ ଇଣ୍ଡଷ୍ଟ୍ରି ମାଧ୍ୟମରେ ମହିଳା ସଶକ୍ତିକରଣ ଓ ବ୍ୟାପକ ନିଯୁକ୍ତି ଓଡ଼ିଶା ଖୁବ୍‌ଶୀଘ୍ର ବୟନ ଓ ପୋଷାକ ଶିଳ୍ପ ପାଇଁ ଏକ ହବ୍‌ରେ ପରିଣତ ହେବ- ମୁଖ୍ୟମନ୍ତ୍ରୀ ବ୍ୟାପକ ଶିଳ୍ପାୟନ ଯୋଗୁଁ ଆଗାମୀ ଦିନରେ ଓଡ଼ିଶାରେ ନିଯୁକ୍ତି ପାଇଁ ଆଉ ମାଇଗ୍ରେସନ୍ ନ ହୋଇ, ରିଭର୍ସ ମାଇଗ୍ରେସନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆଜି କଟକ ଜିଲ୍ଲାର ରାମଦାସପୁର ଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ଏକ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ଉଦ୍ୟୋଗ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ…

Read More

BY-ରାଜୀବ କୁମାର ବେହେରା ଉଦଳା : କାଳ ବୈଶାଖୀ ଝଡ଼ ବର୍ଷାରେ ଉଦଳା ଵିଜ୍ଞାପିତ ଅଞ୍ଚଳ ପରିଷଦ ର ୧୨ ନମ୍ବର ୱାର୍ଡ ରେ ନୂତନ ମଟନ ଓ ଚିକେନ ମାର୍କେଟର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଚାରିଆଡ଼େ ପାଣି ଭରିଯାଇ ଆଣ୍ଠୁଏ ଯାଏ ପାଣି ଛିଡା ହୋଇଥିବାରୁ ମାର୍କେଟ ଭିତରକୁ ପସିବାକୁ ଗ୍ରାହକ ନାରାଜ ହେଉଛନ୍ତି। ଦୂଇ ତିନିମାସ ହେବ ଏହି ମାର୍କେଟ କୁ ସମସ୍ତ ଆମିଷ ଦୋକାନୀ ଙ୍କୁ ସ୍ଥାନାନ୍ତର କରାଯାଇ ବିସ୍ଥାପିତ କରା ଯାଇ ଥିଲା l ହେଲେ ମାର୍କେଟ ରେ ମୌଳିକ ସୁବିଧା ଠିକ ଠାକ ନଥିବା ଅଭିଯୋଗ ହୋଇଛି l ଫଳରେ ଦୋକାନୀମାନେ ହନ୍ତସନ୍ତ ଅବସ୍ଥାରେ ପଡ଼ିଥିବା ବେଳେ, ବ୍ୟବସାୟ ପୂରା ପ୍ରଭାବିତ ହୋଇଛି। ଜୀବନ ଜୀବିକା ଏବେ ବାଜିରେ ପଡ଼ିଛି ବୋଲି ଦୋକାନୀମାନେ କହିଛନ୍ତି। ସ୍ଥାଇ ଦୋକାନ ଗୃହ ନଥିବା କାରଣରୁ ବର୍ଷା ପବନ ବେଳେ ଭୟଙ୍କର ସମସ୍ୟା ହେଉଛି l ଏତେ…

Read More

ଆଜି ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପରିସରରେ ଅକାଉଣ୍ଟାଣ୍ଟ ଜେନେରାଲ, ଓଡ଼ିଶା, ଭୁବନେଶ୍ଵର ଓ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପେନସନ ଏବଂ ଜିପିଏଫ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ପୋଲିସ ବିଭାଗର ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପେନସନ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅଦାଲତରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗ୍ରାଚୁଇଟି, ଜି.ପି.ଏଫ୍., ପରିବାର ପେନସନ ଏବଂ ଅନ୍ୟାନ୍ୟ ଆର୍ଥିକ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ପ୍ରାଥମିକତା ଭିତ୍ତିରେ ଶୁଣାଣି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଉଦଘାଟନ କରିବା ସହ ଓଡ଼ିଶା ପୋଲିସ କର୍ମଚାରୀମାନଙ୍କ ପାଇଁ ପ୍ରଥମଥର ପାଇଁ ଏହି ପେନସନ ଅଦାଲତ ଆୟୋଜନ କରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ପଦକ୍ଷେପ ପେନସନ ଉପଭୋକ୍ତାଙ୍କ କଲ୍ୟାଣ ନିମନ୍ତେ ଏକ ମାଇଲଷ୍ଟୋନ ଭାବେ ପରିଗଣିତ…

Read More