ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ଗତ ମାର୍ଚ୍ଚ ୨୫ ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ଭଣ୍ଡାର ଗଣତି ହେବ । ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ମାର୍ଚ୍ଚ ୨୫ ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ଭଣ୍ଡାର ଗଣତି ହେବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ୧୩ ତାରିଖ ଏବଂ ପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହେବ । ଆଜି ପୂର୍ବାହ୍ନ ୧୧ଟା ୩୦ରୁ ଆରମ୍ଭ ହେବ ଗଣତି କାର୍ଯ୍ୟ । ତା ପୂର୍ବରୁ ସକାଳ ଧୂପ ସାରିବାକୁ ନିଷ୍ପତ୍ତି ହୋଇଛି । ଗଣତି ସମୟରେ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ । ଚର୍ଚ୍ଚା NEWS
Author: Charcha News
ଆଜି ହେଉଛି ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ । ଆଜିର ଦିବସରେ ସାରା ରାଜ୍ୟରେ ପାଳନ ହେଉଛି ‘ଶିଶୁ କଥା ଦିବସ ‘। ଏହି ଅବସରରେ ଉମରକୋଟରେ ଥିବା ପି ଏମ୍ ଶ୍ରୀ ସଦାଶିବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ପକ୍ଷର ଏହି ଦିବସକୁ ପାଳନ କରିଛୁ। ଓଡ଼ିଆ ବର୍ଣ୍ଣବୋଧ ଓ ଶିଶୁ ଲେଖା ପୁସ୍ତକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ ହୋଇଛି। ଯେଉଁ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ଭାଷା ପ୍ରତି ଅନୁରାଗ ପ୍ରକାଶ କରିବ। ସମସ୍ତ ବିଦ୍ୟାଳୟ ଗ୍ରନ୍ଥାଗାରରେ ଏହି ପୁସ୍ତକ ରହିବ। ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ତାରିଖ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଉଥିବା ବେଳେ ଶିଶୁ କଥା ଦିବସ ତାହାର ଏକ ସୁନ୍ଦର ଅଂଶ। ଚର୍ଚ୍ଚା news
ଡ଼ିଶାରେ ଅସମାନୁପାତିକ ସମ୍ପତ୍ତି ଅଭିଯୋଗକୁ ନେଇ ଆଜି ବଡ଼ ପଦକ୍ଷେପ ନେଇଛି Odisha Vigilance । ୦୮ ଏପ୍ରିଲ ୨୦୨୬ ତାରିଖରେ କେନ୍ଦ୍ରୀୟ ସିଚାଇ ସର୍କଲ, ଭୁବନେଶ୍ୱରର ଅତିରିକ୍ତ ମୁଖ୍ୟ ଅଭିଯନ୍ତା Rajesh Chandra Mohanty ଙ୍କ ବିରୋଧରେ ଜଣାଶୁଣା ଆୟ ସ୍ତ୍ରୋତ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଏକାଧିକ ସ୍ଥାନରେ ସମକାଳୀନ ଚଢ଼ାଉ ଆରମ୍ଭ ହୋଇଛି। ମାନ୍ୟବର ବିଜିଲାନ୍ସ ବିଶେଷ ନ୍ୟାୟାଧୀଶ, କଟକଙ୍କ ଜାରିକୃତ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଚାଲିଥିବାବେଳେ ଏକ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୧୧ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ସହିତ ଅନ୍ୟାନ୍ୟ କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ, ଲେନ-୮ ରେ ଥିବା ତିନିତଳା ବାସଭବନ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୋଳହସିଂହ ଗ୍ରାମରେ ପୈତୃକ ଘର, ଢେଙ୍କାନାଳ ଜିଲ୍ଲା ଜୁବିଲି ଟାଉନ ଡେଉଳା ସାହିରେ ଥିବା…
ଆମେ ଜାଣିବା, ଆମ ବଜେଟ’ କାର୍ଯ୍ୟକ୍ରମ ଲୋକାଭିମୁଖୀ ଓ ପାରଦର୍ଶୀ ଶାସନର ନୂତନ ପରିଚୟ: ମୁଖ୍ୟମନ୍ତ୍ରୀ “ଆମେ ଜାଣିବା, ଆମ ବଜେଟ” ଅଭିଯାନ: ୧–୧୪ ଏପ୍ରିଲ ମଧ୍ୟରେ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଆମ ସମୃଦ୍ଧ ଓଡ଼ିଶା ଭିଜନର ଲକ୍ଷ୍ୟ ହାସଲ ନିମନ୍ତେ ଏକ ସୁଦୃଢ଼ ମୂଳଦୂଆ ସାବ୍ୟସ୍ତ ହେବ ଚଳିତ ବର୍ଷର ବଜେଟ ଅଟକଳ, ବିଗତ ବର୍ଷର ବଜେଟ ଅଟକଳ ଠାରୁ ୭ ପ୍ରତିଶତ ଅଧିକ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ଓଡ଼ିଆ ମାନଙ୍କ ପାଖରେ ଅଛି ଏହି ବଜେଟ୍ ଓଡ଼ିଶାକୁ ପୂର୍ବଭାରତର ଏକ ପ୍ରମୂଖ ଲଜିଷ୍ଟିକ୍ ଏବଂ ଯୋଗାଯୋଗ ହବ୍ ଭାବରେ ଗଢ଼ି ତୋଳିବା ପାଇଁ ଏକ ବୈପ୍ଲବିକ ରୋଡମ୍ୟାପ ପ୍ରସ୍ତୁତ କରିଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ::ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍…
୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହାର ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଭୁବନେଶ୍ୱର ::ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ, ତାହାର ଏକ ବର୍ଷ ପୂର୍ତ୍ତି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ । ଆଜି ଆଇନ ଆୟୋଗ ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଦେଶ ସ୍ୱାଧୀନତାକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଅନେକ ଅଦରକାରୀ ଆଇନ ଏବେ ବି ବଳବତ୍ତର ରହିଛି । ତେବେ ମଧ୍ୟସ୍ଥତା ଆଇନ ପ୍ରଣୟନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦିର ପ୍ରଣୟନ ଆଜି ଯୁଗୋପଯୋଗୀ ସାବ୍ୟସ୍ତ ହୋଇଛି । ସେହିପରି ଓଡ଼ିଶା…
ଭୁବନେଶ୍ୱର୭ ଏପ୍ରିଲ, ୨୦୨୬ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସକୁ “ଶିଶୁକଥା ଦିବସ” ଭାବେ ପାଳନ କରାଯାଇଛି। ଆଜି ଶିଶୁ କଥା ଦିବସ ପାଳନ ହେବା ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ “ବର୍ଣ୍ଣବୋଧ” ଏବଂ “ଶିଶୁଲେଖା” ପୁସ୍ତକ ପ୍ରଦାନ କରାଯାଇଥିଲା। ଏଥିସହ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ବରିଷ୍ଠ ନାଗରିକମାନଙ୍କୁ “ଭାଗବତ” ପୁସ୍ତକ ପ୍ରଦାନ କରାଯାଇଥିଲା। ଆଜି ଶିଶୁକଥା ଦିବସରେ ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୧୮,୦୦୦ “ବର୍ଣ୍ଣବୋଧ” ଏବଂ “ଶିଶୁଲେଖା” ପୁସ୍ତକ ବଣ୍ଟନ କରାଯାଇଛି। ଏଥିସହ ୨,୦୦୦ ଭାଗବତ ପୁସ୍ତକ ବଣ୍ଟାଯାଇଛି। ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟର ପିଏମ୍ ଶ୍ରୀ ସଦାଶିବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା “ଶିଶୁକଥା ଦିବସ” ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ…
ପୂର୍ବରୁ ବିଜେପି ବିରୋଧ କରୁଥିଲା, ଏବେ ବିଜେପି ସରକାର ସ୍ୱାଗତ କରୁଛନ୍ତି ୩୯, ୫୦୫ ଜଣଙ୍କୁ ନିଯୁକ୍ତି ଦେଇଥିବା ବିଜେପି ଦାବି କରୁଛି, କିନ୍ତୁ ଏଥିରୁ ୩୩, ୮୬୭ ନିଯୁକ୍ତି ପ୍ରକି୍ରୟା ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ନିଯୁକ୍ତି ଓ ସୁଶାସନ ପ୍ରଦାନ କ୍ଷେତ୍ରରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ଭୁବନେଶ୍ୱର : ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ପୁନଃନିଯୁକ୍ତି ଦେବାକୁ ବିଜେପି ବିରୋଧ କରି ଆସୁଥିଲା ବେଳେ ରାଜ୍ୟରେ କ୍ଷମତାକୁ ଆସିବା ପରେ ଅଧିକରୁ ଅଧିକ ଅବସରପ୍ରାପ୍ତ ଅଧିକାରୀ ମାନଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ବାଟ ଖୋଲୁଛନ୍ତି, ଯାହା ତାଙ୍କର ଦୋମୁହାଁ ନୀତିକୁ ପ୍ରଦର୍ଷିତ କରୁଛି ବୋଲି ବିଜୁ ଜନତା ଦଳ କହିଛି । ଗତ ନିର୍ବାଚନରେ ନିଜର ସଙ୍କଳ୍ପ ପତ୍ରରେ, ପାଞ୍ଚ ବର୍ଷରେ ରାଜ୍ୟର ଖାଲି ପଡ଼ିଥିବା ସାଢ଼େ ତିନି ଲକ୍ଷ ପଦବିଙ୍କୁ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜେପି ଦେଇଥିବା ପ୍ରତିଶ୍ରୁତି ପ୍ରହସନରେ ପରିଣତ ହୋଲିଛି…
ଭୁବନେଶ୍ୱର ::ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ,ଖାଦ୍ୟ ସାମଗ୍ରୀର ବଜାର ଉପଲବ୍ଧତା, ସାମଗ୍ରୀର ଅନାବଶ୍ୟକ ମହଜୁଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏଥିନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ବ୍ୟବସାୟୀ ଓ ଖାଉଟି ମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସରକାରଙ୍କ ସହ ସମନ୍ୱୟ…
ଅମୃତ ୨.୦ କାର୍ଯ୍ୟକାରିତାରେ ଦେଶରେ ଓଡ଼ିଶାକୁ ପ୍ରଥମ ସ୍ଥାନ ଭୁବନେଶ୍ୱର, ୦୭.୦୪.୨୦୨୬: ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଗୌରବମୟ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ’ (ଅମୃତ) ୨.୦ ର ସଫଳ କାର୍ଯ୍ୟକାରିତାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ସହରାଞ୍ଚଳର ପ୍ରତିଟି ପରିବାରକୁ ପାନୀୟ ଜଳ ଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର କ୍ଷେତ୍ରରେ ରାଜ୍ୟର ଏହି ପ୍ରଦର୍ଶନ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ୨୦୨୧ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ମିଶନ ମାଧ୍ୟମରେ ରାଜ୍ୟର ୮୯ଟି ପୌରସଂସ୍ଥାରେ ବ୍ୟାପକ ପ୍ରଗତି ପରିଲକ୍ଷିତ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦୩୦.୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୩୪୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିମଧ୍ୟରୁ ୯୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅନ୍ୟଗୁଡ଼ିକର ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ ଜାରିରହିଛି। ଆର୍ଥିକ ପରିଚାଳନା…








