ସ୍ଥାୟୀତ୍ୱ, ରାଜସ୍ୱ ବୃଦ୍ଧି ଏବଂ ପ୍ରକଳ୍ପ ସମାପ୍ତି ଉପରେ ଗୁରୁତ୍ୱ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ (RSCL) ର କାର୍ଯ୍ୟକାରୀ କମିଟି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହରର ପ୍ରକଳ୍ପ ରୂପାୟନଠାରୁ ଆରମ୍ଭ କରି ଦୀର୍ଘକାଳୀନ ସ୍ଥାୟୀତ୍ୱ ଏବଂ ସମ୍ପତ୍ତି ପରିଚାଳନା ଭଳି ପ୍ରମୁଖ ରଣନୈତିକ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଆରଏସସିଏଲ୍ର ସିଇଓ ଦୀନା ଦସ୍ତଗୀର ଆଲୋଚନା ଏବଂ ଅନୁମୋଦନ ପାଇଁ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ବୈଠକରେ ₹୧୦୬ କୋଟି ନିବେଶରେ ନିର୍ମିତ ଆଇସିସିସି ପ୍ରକଳ୍ପ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସହରର ୧୦୯ଟି ସ୍ଥାନରେ ୫୯୪ଟି ସର୍ଭେଲାନ୍ସ କ୍ୟାମେରା କାର୍ଯ୍ୟକ୍ଷମ ହୋଇସାରିଛି। ଟ୍ରାଫିକ ପ୍ରବର୍ତ୍ତନ ଏବଂ ସହରର ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର ସହାୟତାରେ ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯାଉଛି।…
Author: Charcha News
କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ। BY-SUBHASMITA-DT-9.4.2024 ମେଷ :ଆପଣଙ୍କ ସହିତ ସବୁ କିଛି ଭଲ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଇଂଜିନିୟର କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ। ନିଜର ସ୍ବଭାବ ନରମ ରଖନ୍ତୁ। ଗର୍ଦନ ସମସ୍ୟାରୁ ଆରାମ ପାଇବେ। ବୃଷ: ଦିନଟି ଲାଭଦାୟକ ରହିବ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ସମୟ ଉତ୍ତମ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। କୃଷକଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: ସଫ୍ଟୱର ଇଂଜିନିୟର ଛାତ୍ର ନିଜର ଜୁନିୟର ଛାତ୍ରଙ୍କୁ କିଛି ନୂଆ ଶିଖାଇବେ। ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।…
ଭୁବନେଶ୍ୱରବାସୀଙ୍କ ସ୍ୱପ୍ନର କୋଣାର୍କକୁ ଧୂଳିସାତ କଲେ ମୋହନ ସରକାର: ଯୁବ କଂଗ୍ରେସ ଭୁବନେଶ୍ୱର ତା. ୮.୪- ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ପୂର୍ଣ୍ଣଛେଦ ଉପରେ ପ୍ରତିକ୍ରିୟା ପ୍ରକାଶ କରାଯାଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଯୋଗଦେଇ କହିଥିଲେ ଯେ ଭୁବନେଶ୍ୱରବାସୀଙ୍କ ସ୍ୱପ୍ନର କୋଣାର୍କକୁ ମୋହନ ସରକାର ଧୂଳିସାତ କରିଦେଲେ । ଦେଶରେ ପାଖାପାଖି ୧୮ ଟି ସହରରେ ମେଟ୍ରୋ ରେଲୱେ ସେବା ରହିଛି । ଓଡ଼ିଶାର ପୂର୍ବ ସରକାର ଭୁବନେଶ୍ୱରରେ ମେଟ୍ରୋ ରେଲୱେ ପାଇଁ ସଂକଳ୍ପ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତାଙ୍କ ସରକାର ଚାଲିଯିବାରୁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସମ୍ଭବ ହୋଇପାରିଲା ନାହିଁ । ସେହ ସ୍ୱପ୍ନକୁ ମୋହନ ସାକାର କରିବାକୁ ଦେଲା ନାହିଁ । ୨୦୨୪ ଜାନୁଆରୀ…
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି । ସରକାରୀ ଧନରୁ ୨ କୋଟି ଟଙ୍କାରୁ ଅଧିକ ରାଶି ଅନିୟମିତ ଭାବେ ଅପହରଣ କରାଯାଇଥିବା ଅଭିଯୋଗରେ ଭିଜିଲାନ୍ସ ୫ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏପ୍ରିଲ ୮, ୨୦୨୬ ତାରିଖରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୦୪ ରୁଜୁ ହୋଇଥିବା ବେଳେ ୨୦୨୩ ରୁ ୨୦୨୫ ମଧ୍ୟରେ କିଛି କର୍ମଚାରୀ ମିଳିତ ଭାବେ ଭୁଲ ରେକର୍ଡ ପ୍ରସ୍ତୁତ କରି ଅନୁମୋଦନ ନଥିବା ଆରିୟର୍ ବେତନ ବିଲ୍ ତିଆରି କରି ଟଙ୍କା ଉଠାଇଥିବା ତଦନ୍ତରେ ପ୍ରକାଶ ପାଇଛି । ଏହି ଘଟଣାରେ ଗିରଫ ହୋଇଥିବା କର୍ମଚାରୀମାନେ ହେଲେ ସିନିୟର ଅସିଷ୍ଟାଣ୍ଟ ଜତିନ କୁମାର ଭୁଇଁଆଁ, ଏମ୍ପିଏଚଡବ୍ଲ୍ୟୁ (ମହିଳା) ଭାରତୀ ପ୍ରଧାନ, ଅଟେଣ୍ଡାଣ୍ଟ ଗୋପାଳ ନାହାକ, ସ୍ୱିପର ମନୁ ନାୟକ ଏବଂ ବେଗୁନିଆପଡା…
କାଠଗୋଲା ଭିତରୁ ମିଳିଲା ବିପୁଳ ଗ୍ୟାସ୍ ଟାଙ୍କି । ସାମନ୍ତରାପୁର ଛକ ନିକଟରୁ ଠାବ ହେଲା ଗ୍ୟାସ୍ ଗୋଦାମ । ବେଆଇନ ଭାବେ ଗ୍ୟାସ୍ କଳାବଜାରୀ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ କରିଛି । ଭୁବନେଶ୍ଵର:DT-8.4.2026 : ଗ୍ୟାସ୍ କଳାବଜାରୀ ଉପରେ ବଡ଼ ରେଡ୍ । କାଠଗୋଲା ଭିତରୁ ମିଳିଲା ବିପୁଳ ଗ୍ୟାସ୍ ଟାଙ୍କି । ସାମନ୍ତରାପୁର ଛକ ନିକଟରୁ ଠାବ ହେଲା ଗ୍ୟାସ୍ ଗୋଦାମ । ବେଆଇନ ଭାବେ ଗ୍ୟାସ୍ କଳାବଜାରୀ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିନା ଲାଇସେନ୍ସରେ ଗ୍ୟାସ ମହଜୁଦ ଥିବା ଠାବ । ଗ୍ୟାସ୍ ଟାଙ୍କି ସିଲିଣ୍ଡର ଜବତ କଲେ ଯୋଗାଣ ଅଧିକାରୀ । ସେଠାରୁ ୫ଲିଟରିଆ , ୧୨ଲିଟରିଆ, ୧୪ଲିଟରିଆ ଗ୍ୟାସ ଟାଙ୍କି ଠାବ ହୋଇଛି । ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଏସବୁ ଗ୍ୟାସ କଳାବଜାରୀ…
ସାତ ବର୍ଷର ବ୍ୟବଧାନ ପରେ ଚଳିତ ସପ୍ତାହରେ ଭାରତ ଇରାନରୁ ଅଶୋଧିତ ତୈଳ ପାଇବାକୁ ଯାଉଛି । ଚୀନ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କରକୁ ହଠାତ୍ ଭାରତ ଆସିବାକୁ ସଙ୍କେତ ଦିଆଯାଇଥିଲା । ବିଶ୍ୱରେ ଥିବା ସଙ୍କଟପୂର୍ଣ୍ଣ ଯୋଗାଣ ସ୍ଥିତିକୁ ସ୍ଥିର କରିବା ପାଇଁ ୱାସିଂଟନ ଇରାନ ତେଲ ଉପରେ ଅସ୍ଥାୟୀ ଭାବରେ କଟକଣା ଉଠାଇ ଦେବା ପରେ ତେହେରାନରୁ ଆମଦାନୀରେ ସାତ ବର୍ଷର ଅନ୍ତ ଘଟିଛି । ସାତ ବର୍ଷର ବ୍ୟବଧାନ ପରେ ଚଳିତ ସପ୍ତାହରେ ଭାରତ ଇରାନରୁ ଅଶୋଧିତ ତୈଳ ପାଇବାକୁ ଯାଉଛି । ଚୀନ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କରକୁ ହଠାତ୍ ଭାରତ ଆସିବାକୁ ସଙ୍କେତ ଦିଆଯାଇଥିଲା । ବିଶ୍ୱରେ ଥିବା ସଙ୍କଟପୂର୍ଣ୍ଣ ଯୋଗାଣ ସ୍ଥିତିକୁ ସ୍ଥିର କରିବା ପାଇଁ ୱାସିଂଟନ ଇରାନ ତେଲ ଉପରେ ଅସ୍ଥାୟୀ ଭାବରେ କଟକଣା ଉଠାଇ ଦେବା ପରେ ତେହେରାନରୁ ଆମଦାନୀରେ ସାତ ବର୍ଷର ଅନ୍ତ ଘଟିଛି । ଲଣ୍ଡନ ଷ୍ଟକ୍…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା::ବଂଶଧାରା ଅବବାହିକା ବାସିନ୍ଦା ତଥା ବଂଶଧାରା ନଦୀ ବିବାଦ ରେ କେନ୍ଦ୍ର ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ନିଜ ରାଜନୈତିକ ସ୍ୱାର୍ଥ ସାଧନ ଲାଗି ଭାଜପା ସରକାର ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l ବର୍ତ୍ତମାନ ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ରାଜ୍ୟରେ ବିଜେଡି ସରକାର ଶାସନ ଥିବା ବେଳେ ପ୍ରତ୍ୟେକ ଜଳସେଚନ ପ୍ରକଳ୍ପ ଓ ନଦୀ ଜଳ ସୁରକ୍ଷା ଦିଗରେ ଦୂରଦର୍ଶୀ ଲକ୍ଷ ଓ ଓଡ଼ିଶା ବାସୀଙ୍କ ସ୍ୱାର୍ଥ ର ହିତ ଚିନ୍ତା କରିଥିବା କାରଣ ରୁ ଅନେକ ପଦକ୍ଷେପ ନେଇଛନ୍ତି l ବିଶେଷ କରି ବଂଶଧାରା ଜଳ ବିବାଦ ର ସ୍ଥାୟୀ ସମାଧାନ ନିମନ୍ତେ କୌଣସି ବଡ଼ ନଦୀ ର ଉପରମୁଣ୍ଡରେ…
ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ଗତ ମାର୍ଚ୍ଚ ୨୫ ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ଭଣ୍ଡାର ଗଣତି ହେବ । ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ମାର୍ଚ୍ଚ ୨୫ ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ଭଣ୍ଡାର ଗଣତି ହେବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ୧୩ ତାରିଖ ଏବଂ ପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହେବ । ଆଜି ପୂର୍ବାହ୍ନ ୧୧ଟା ୩୦ରୁ ଆରମ୍ଭ ହେବ ଗଣତି କାର୍ଯ୍ୟ । ତା ପୂର୍ବରୁ ସକାଳ ଧୂପ ସାରିବାକୁ ନିଷ୍ପତ୍ତି ହୋଇଛି । ଗଣତି ସମୟରେ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ । ଚର୍ଚ୍ଚା NEWS
ଆଜି ହେଉଛି ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ । ଆଜିର ଦିବସରେ ସାରା ରାଜ୍ୟରେ ପାଳନ ହେଉଛି ‘ଶିଶୁ କଥା ଦିବସ ‘। ଏହି ଅବସରରେ ଉମରକୋଟରେ ଥିବା ପି ଏମ୍ ଶ୍ରୀ ସଦାଶିବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ପକ୍ଷର ଏହି ଦିବସକୁ ପାଳନ କରିଛୁ। ଓଡ଼ିଆ ବର୍ଣ୍ଣବୋଧ ଓ ଶିଶୁ ଲେଖା ପୁସ୍ତକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ ହୋଇଛି। ଯେଉଁ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ଭାଷା ପ୍ରତି ଅନୁରାଗ ପ୍ରକାଶ କରିବ। ସମସ୍ତ ବିଦ୍ୟାଳୟ ଗ୍ରନ୍ଥାଗାରରେ ଏହି ପୁସ୍ତକ ରହିବ। ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ତାରିଖ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଉଥିବା ବେଳେ ଶିଶୁ କଥା ଦିବସ ତାହାର ଏକ ସୁନ୍ଦର ଅଂଶ। ଚର୍ଚ୍ଚା news








