‘ଟିମ୍ ଓଡ଼ିଶା’କୁ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ ଭୁବନେଶ୍ଵର, ୩ ଏପ୍ରିଲ ୨୦୨୬: ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର ନୋଏଡାର ‘ଇଣ୍ଡିଆ ଏକ୍ସପୋ ସେଣ୍ଟର’ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ‘ଇଣ୍ଡିଆ ସ୍କିଲ୍ସ’ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଭିନନ୍ଦନ ଜଣାଇଛନ୍ତି। ‘‘ଇଣ୍ଡିଆ ସ୍କିଲ୍ସ ଭଳି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ଆମ ରାଜ୍ୟ ପାଇଁ ଗୌରବର ବିଷୟ। ଏହି ସଫଳତା ପଛରେ ଆମ ରାଜ୍ୟର ଦକ୍ଷ ପ୍ରଶିକ୍ଷଣ ପ୍ରଣାଳି, ମେଣ୍ଟରସିପ୍ ଏବଂ ବିଭିନ୍ନ ଦକ୍ଷତା ବିକାଶ…
Author: Charcha News
ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ ରାଜସ୍ୱ ଅଧିକାରୀଙ୍କୁ ତାଲିମ୍ ସହ ରାଜସ୍ୱ ପ୍ରଶାସନର ଦକ୍ଷତା ବିକାଶ ହେବ l ଭୁବନେଶ୍ୱର, ୦୪ ଏପ୍ରିଲ୍ : ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସହ ଆମ ସାଥୀ ଚାଟ୍ ବଟ୍ ର ଉପଯୋଗିତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ହ୍ବାଟସଆପ୍ ମାଧ୍ୟମରେ ବର୍ତ୍ତମାନ୍ ଉପଲବ୍ଧ ଥିବା ଆମ ସାଥୀ ଚାଟ୍ ବଟକୁ ରାଜସ୍ୱ ସେବା ପ୍ରଦାନ ନିମନ୍ତେ ଅଧିକ ସହଜ ଏବଂ ଲୋକାଭିମୁଖୀ କରିବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସାଧାରଣ ଲୋକେ କିପରି ଭାବରେ ସହଜରେ ପ୍ରଶାସନକୁ ନିଜ ସମସ୍ୟା ଜଣାଇ ପାରିବେ ଏବଂ ତ୍ଵରିତ ସହାୟତା ପାଇପାରିବେ, ତାହାକୁ ସୁନିଶ୍ଚିତ କରିବା ପାଇଁ ଆମ ସାଥୀ ଚାଟ୍ ବଟର…
୬୯ତମ SGFI ରଗବୀ ଚାମ୍ପିଅନସିପ୍ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ରାଜ୍ୟର ଯୁବ ଖେଳାଳୀ ଭୁବନେଶ୍ବର, ୦୬/୦୪/୨୦୨୬ ଓଡ଼ିଶାରେ ଆୟୋଜିତ ହେଉଛି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ ଓ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳୀମାନଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ୨୦୨୫-୨୬ । ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ବିଭିନ୍ନ ରାଜ୍ୟର ରଗବୀ ଖେଳାଳୀଙ୍କୁ ନେଇ ଓଡ଼ିଶାରେ ଜାତୀୟସ୍ତରୀୟ ଖେଳର ଆୟୋଜନ କରାଯାଇଛି । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଯୋଗ ଦେଇଥିଲେ । ଏଥିସହ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରେନ୍ଦ୍ର କରକରା, ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଶ୍ରୀ ଜ୍ୟୋତି…
ଆରମ୍ଭ ହୋଇଛି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ ଓ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳୀମାନଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ୨୦୨୫-୨୬ । ଏହାକୁ ଉଦଘାଟନ କରିଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ । ଉପସ୍ଥିତ ଅଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରେନ୍ଦ୍ର କରକରା, ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଶ୍ରୀ ଜ୍ୟୋତି ପ୍ରସାଦ ପରିଡା, SGFI ପର୍ଯ୍ୟବେକ୍ଷକ ଶ୍ରୀ ଅରବିନ୍ଦ ଯାଦବ, ଅନ୍ତର୍ଜାତୀୟ ରଗବି ଖେଳାଳୀ ଡୁମୁଣୀ ମାରାଣ୍ଡି । ଚର୍ଚ୍ଚା news
ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ ବିଜେଡି ଗୌରୀକିକରଣ ଉଦ୍ୟମର କୁପରିଣାମ କୁଳପତି ମରୁଡି ୧୪ଟି ସ୍ଥାୟୀ କୁଳପତି ସମେତ ୧୪୦୦ ଅଧ୍ୟାପକ ପଦବୀ ଖାଲି ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୁଳପତି ସମେତ ସମସ୍ତ ୨୧ ଅଧ୍ୟାପକ ପଦବୀ ଖାଲି ଭୁବନେଶ୍ୱର, ୦୬/୦୪/୨୦୨୬: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ଓ ଅଧ୍ୟାପକ ମରୁଡି ସ୍ଥିତି ଜାରି ରହିଥିବାକୁ ନେଇ, ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଉଚ୍ଚଶିକ୍ଷା ବିଭାଗର ଏଭଳି ଦୁର୍ଦ୍ଦଶା, ରାଜ୍ୟ ସରକାରଙ୍କ ଅପାରଗ ପଣିଆର ପରିଣାମ ବୋଲି କହିଥିଲେ । ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଏକ ପ୍ରକାରର ପଙ୍ଗୁ…
by- ଶ୍ୟାମ ସୁନ୍ଦର ସୁନା ବରଗଡ଼ ପଦ୍ମପୁର :ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶି ପାଳି ଗ୍ରାମବାସୀ , ଗ୍ରାମ ର ହନୁମାନ ମନ୍ଦିର ପୂଜା କମିଟି, ସମସ୍ତ ପୂଜା ପଣ୍ଡିତ ତଥା ଗୌନ୍ତିଆ ପରିବାର ତରଫରୁ ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୁଭଖମ୍ୱ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିରୀଶ କୁମାର ବହିଦାର, ଆଶିଷ କମାର ବହିଦାର, ରାଜେଶ କୁମାର ବହିଦାର, ପ୍ରିତେଶ ବହିଦାର, ରୂପେଶ ବହିଦାର ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ଗାଆଁ ରେ ଘଣ୍ଟ, ଶଙ୍ଖ, ବାଦ୍ୟ, ତାଲ, ମୃଦଙ୍ଗ, ହରିବୋଲ, ହୁଳହୁଳି ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ଆଖପାଖ ପ୍ରତ୍ୟେକ ଗାଆଁ ର ଭକ୍ତ, ଶ୍ରଦ୍ଧାଳୁ, ଦର୍ଶକ ମାନେ ଯୋଗ ଦେବାକୁ ହନୁମାନ ପୂଜା କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।କାର୍ଯ୍ୟକ୍ରମ କୁ ପୂଜା କମିଟି ତରଫରୁ ସଭାପତି…
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲି ଗ୍ରାମ ରେ ଏକ ବିଷ୍ପୋରଣ ଘଟଣା ଘଟିଯାଇଛି । ଏହି ବିଷ୍ପୋରଣ ଘଟଣାରେ ଦୁଇଜଣ ନାବାଳକ ଗୁରୁତର ଆହତ ହୋଇ କୋଦଳା ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ପାଇଁ ଭତି ହୋଇଥିବାର ଖବର ମିଳିଛି । ତେବେ କ୍ରିକେଟ ଖେଳ ବେଳେ ବଲ ବୋଲି ଭାବି ନାବାଳକ ଦୁଇଜଣ ଧରିଦେଇଥିଲେ । ଫଳରେ ବିଷ୍ପୋରଣ ହୋଇଥିବାର ଜଣାପଡିଛି । ବୋମା ବିସ୍ଫୋରଣ ବୋଲି ଅନୁମାନ କରାଯାଉଛି । କୋଉଠୁ ବୋମା ଆସିଲା ତାହା ବଡ ପ୍ରଶ୍ନ ହୋଇଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ପ୍ରଶାସନ ଘଟଣାସ୍ଥଳ ରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି | ଚର୍ଚା NEWS
ଏହି ଘଟଣା ହ୍ୱାଇଟ୍ ହାଉସ୍ ସାମ୍ନାରେ ଥିବା ଲାଫାଏଟ୍ ପାର୍କ ନିକଟରେ ଘଟିଛି । ଯଦିଓ ଏହି ଗୁଳିକାଣ୍ଡରେ କେହି ଆହତ ହୋଇ ନାହାନ୍ତି, କିନ୍ତୁ ଗୁଳି ଚଳାଇଥିବା ବ୍ୟକ୍ତି ଏବେ ବି ଫେରାର ଅଛନ୍ତି । ସିକ୍ରେଟ୍ ସର୍ଭିସ୍ କହିଛି, ସନ୍ଦିଗ୍ଧ ବ୍ୟକ୍ତି ଏବଂ ଗାଡ଼ିକୁ ଖୋଜିବା ପାଇଁ ପୁଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ସହିତ ମିଳିତ ଭାବେ ତଦନ୍ତ ଚାଲିଛି । BY-SUBHASMITA-DT-6.4.2024 ଯଦି ଆମେ ଆମେରିକାର ରାଜଧାନୀ ୱାସିଂଟନର ସବୁଠାରୁ ସୁରକ୍ଷିତ ଅଞ୍ଚଳ ବିଷୟରେ କଥା ହେବା, ତେବେ ଏହା ରାଷ୍ଟ୍ରପତିଙ୍କ ବାସଭବନ । କିନ୍ତୁ ଯଦି ସେଠାରେ ଗୁଳିକାଣ୍ଡ ଘଟେ, ବିଶେଷକରି ଯେତେବେଳେ ଆମେରିକା ଅନ୍ୟ ଦେଶ ସହିତ ଯୁଦ୍ଧରେ ଥାଏ, ତେବେ ପରିସ୍ଥିତି କେତେ ଗମ୍ଭୀର ତାହା ଚିନ୍ତା କରିବାର ବିଷୟ। ରବିବାର ଏଭଳି ଘଟଣା ଘଟିଛି। ସେବେଠାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି । ଏହି ଘଟଣା ହ୍ୱାଇଟ୍ ହାଉସ୍…
ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେବା ପରେ ଏକ ଅଭିନବ ଆଲୋଚନା କାର୍ଯ୍ୟକ୍ରମ ଉନ୍ମୋଚନ କରିଛନ୍ତି। ଏହାର ନାମ ‘ମମ୍ ଟକ୍ସ’। ଏଥିରେ ସେ ଟେଲିଭିଜନ୍ ଓ ବଲିଉଡ୍ ଜଗତର ବିଭିନ୍ନ ତାରକାଙ୍କ ସହିତ ଗର୍ଭାବସ୍ଥା ଓ ମାତୃତ୍ବ ସମ୍ପର୍କରେ | BY-SUBHASMITA-DT-6.4.2026 ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେବା ପରେ ଏକ ଅଭିନବ ଆଲୋଚନା କାର୍ଯ୍ୟକ୍ରମ ଉନ୍ମୋଚନ କରିଛନ୍ତି। ଏହାର ନାମ ‘ମମ୍ ଟକ୍ସ’। ଏଥିରେ ସେ ଟେଲିଭିଜନ୍ ଓ ବଲିଉଡ୍ ଜଗତର ବିଭିନ୍ନ ତାରକାଙ୍କ ସହିତ ଗର୍ଭାବସ୍ଥା ଓ ମାତୃତ୍ବ ସମ୍ପର୍କରେ ମନଖୋଲା ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମର ଟ୍ରେଲର୍ରେ ଦେଖିବାକୁ ମିଳିଛି ସେ ବିକ୍ରାନ୍ତ ମୈସୀ ଓ ତାଙ୍କ ପତ୍ନୀ ଶୀତଲ ଠାକୁରଙ୍କ ଠାରୁ ଆରମ୍ଭ କରି ଇମ୍ରାନ ଖାଁ, ଦିଶା ପରମାର, ନେହା ଧୁପିୟା ଓ ସ୍ବାମୀ ଜୈଦ ଦରବାର ଭଳି ଅତିଥିଙ୍କ ସହିତ ଗର୍ଭାବସ୍ଥା ନେଇ ରହିଥିବା ଅନ୍ଧବିଶ୍ବାସ ଓ ଭୁଲ୍ ଧାରଣା ସମ୍ପର୍କରେ ବିଚାରବିମର୍ଶ କରୁଛନ୍ତି।…








